ଜୀବନଚର୍ଯ୍ୟା |

ନିମୋନିଆରୁ ମୁକ୍ତି ଦେବ ମାଇକ୍ରୋବାୟୋମ୍‌

 ନିମୋନିଆରୁ ମୁକ୍ତି ଦେବ ମାଇକ୍ରୋବାୟୋମ୍‌
ଓ୍ବାଶିଂଟନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ୨୦୦୪ରେ ପୃଥିବୀରେ ପ୍ରାୟ ୨ ନିୟୁତ ଶିଶୁଙ୍କର ନିମୋନିଆରେ ମୃତ୍ୟୁ ଘଟିଥିଲା। ତେବେ ୨୦୧୫ପରେ ଏହି ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। ଚିକିତ୍ସାବିଜ୍ଞାନୀଙ୍କ ନିରନ୍ତର ଗବେଷଣା ଫଳରେ ନିମୋନିଆ ବ୍ୟାକ୍ଟେରିଆର ସଂକ୍ରମଣକୁ କମ୍‌ କରୁଥିବା ଅତ୍ୟାଧୁନିକ ଔଷଧ ମାଇକ୍ରୋବାୟୋମ୍‌ ପ୍ରସ୍ତୁତ କରାଯାଇଛି। ଏହା ୧୨ରୁ ଅଧିକ ପ୍ରକାର ନିମୋନିଆ ସୃଷ୍ଟିକାରୀ ଅଣୁଜୀବଙ୍କୁ ନିଷ୍କ୍ରିୟ କରିପାରିଥାଏ ବୋଲି ବାଫୋଲ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଚାର୍ଲସ୍‌ ଏଚ୍‌. ଜନସ୍‌ କହିଛନ୍ତି। ଏହି ଔଷଧ ଚିହ୍ନଟ ହୋଇଥିବା ୯୦ ପ୍ରକାର ନିମୋନିଆ ସୃଷ୍ଟିକାରୀ ଅଣୁଜୀବଙ୍କ ମଧ୍ୟରୁ ୭୨ ପ୍ରକାରକୁ ନିଷ୍କ୍ରିୟ କରିଥାଏ। ଆମେରିକାର ପାରମ୍ପରିକ ଔଷଧ ତୁଳନାରେ ଏହି ନୂତନ ପ୍ରତିଷେଧକ ଶୀଘ୍ର କାମ କରିବା ସହିତ ଶିଶୁଙ୍କୁ ନିମୋନିଆରୁ ମୁକ୍ତି ଦେଇଥାଏ। ଏଥିରେ ଲିପୋସମ୍‌ ପ୍ରୋଟିନ୍‌କୁ ଅନ୍ତର୍ଭୁକ୍ତ କରାଯାଇଛି। ଯାହାକି ନିମୋନିଆ ସୃଷ୍ଟିକାରୀ ଅଣୁଜୀବଙ୍କ ଶକ୍ତି ଆକଳନ କରି ଏହାର ପ୍ରଭାବକୁ ପ୍ରତିହତ କରିବା ପାଇଁ ପ୍ରତିଷେଧକ ଶକ୍ତି ତିଆରି କରିଥାଏ। ଏପ୍ରକାର ନୂତନ ଔଷଧର ମୂଲ୍ୟ କମ୍‌ ରହିବ ତଥା ଏହା ଦ୍ୱାରା ଶୀଘ୍ର ରୋଗରୁ ମୁକ୍ତି ମିଳିପାରିବ ବୋଲି ବାଫୋଲ୍‌ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ବ୍ଲାଇନ୍‌ ପିଫିଫର କହିଛନ୍ତି। ପରୀକ୍ଷାମୂଳକ ଭାବେ ଏହାର ପରୀକ୍ଷଣ କରାଯାଉଛି। ସେଥିରେ ସଫଳତା ମିଳିବା ପରେ ଏହାକୁ ମନୁଷ୍ୟଙ୍କଠାରେ ପ୍ରୟୋଗ କରାଯିବ।
All Right Reserved By

ଜୀବନଚର୍ଯ୍ୟା |

ଧୂମପାନ ପରିତ୍ୟାଗ  କରିବାର ନୂଆ ଉପାୟ

ଧୂମପାନ ପରିତ୍ୟାଗ କରିବାର ନୂଆ ଉପାୟ

ଧୂମପାନ ଏପରି ଏକ ଅଭ୍ୟାସ ଯାହା ପରୋକ୍ଷରେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ତଥାପି ଅନେକେ ଏହାକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବେ ଭାବି ନିଅନ୍ତି ଏବଂ ଏହି ସାଇଲେଣ୍ଟ କିଲରକୁ ଆପଣାର କରିନିଅନ୍ତି।

ଅଲ୍‌ରାଉଣ୍ଡର ସ୍ପେଶଶିପ୍‌

ଅଲ୍‌ରାଉଣ୍ଡର ସ୍ପେଶଶିପ୍‌

ମହାକାଶ ହେଉ ଅବା ପୃଥିବୀ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ବିଭିନ୍ନ ଦେଶର ମହାକାଶ ବିଜ୍ଞାନୀ ଗବେଷଣା ଜାରି ରଖିଛନ୍ତି। ନିକଟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ବୈଜ୍ଞାନିକମାନେ ଏକ ଅତ୍ୟାଧୁନିକ ସ୍ପେଶଶିପ୍‌ ପ୍ରସ୍ତୁତ କରିଛନ୍ତି।

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରାଏ ସନ୍ତୁଳିତ ଖାଦ୍ୟ

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରାଏ ସନ୍ତୁଳିତ ଖାଦ୍ୟ

ମସ୍ତିଷ୍କ ଯଦି ଠିକ୍‌ ଭାବରେ କାର୍ଯ୍ୟ କରେ ତେବେ ଆମେ କେତେକ ପ୍ରମୁଖ ସ୍ବାସ୍ଥ୍ୟଜନିତ ସମସ୍ୟାଠାରୁ ନିଜକୁ ଦୂରେଇ ରଖିଥାଉ। ବିଶେଷଭାବରେ ଏଥିପାଇଁ ଆମକୁ ନିଜର ଦୈନନ୍ଦିନ ଜୀବନଶୈଳୀ, ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ।

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“

ଡେଙ୍ଗା ହେବା ପାଇଁ କରନ୍ତୁ ଏହି ସହଜ ଯୋଗାସନ...

ଡେଙ୍ଗା ହେବା ପାଇଁ କରନ୍ତୁ ଏହି ସହଜ ଯୋଗାସନ...

ସମସ୍ତେ ଡେଙ୍ଗା ଓ ଫିଟ୍‌ଫାଟ୍‌ ରହିବାକୁ ଚାହଁ।ନ୍ତି। କିନ୍ତୁ କେତେକଙ୍କର ଆବଶ୍ୟକ ଉଚ୍ଚତା ନ ଥିବାରୁ ସେମାନେ ମନ ଦୁଃଖ କରିଥାନ୍ତି। 

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ପାଣି...

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ପାଣି...

ସକାଳୁ ଲେମ୍ବୁପାଣି ପିଇଲେ ମିଳିଥାଏ ଅନେକ ଉପକାର । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। ଏହାକୁ ନିୟମିତ ପିଇଲେ ପାଚନ କ୍ରିୟା ସନ୍ତୁଳିତ ହେବା ସହିତ ସୃତିଶକ୍ତି ପ୍ରଖର ହୋଇଥାଏ। 

ଆଜ୍‌ମାରୁ ମୁକ୍ତି ପାଇଁ ଘରୋଇ ଉପଚାର

ଆଜ୍‌ମାରୁ ମୁକ୍ତି ପାଇଁ ଘରୋଇ ଉପଚାର

ଶୀତଦିନେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା ମାତ୍ରେ ରୋଗୀ ଧଇଁସଇଁ ହୋଇଯାଆନ୍ତି। ଅଧିକ ଥଣ୍ଡା ହେବା ଦ୍ୱାରା ରୋଗର ପରିମାଣ ମଧ୍ୟ ବଢ଼ିଥାଏ। ଏହି ରୋଗରୁ ଦୂରେଇ ରହିବାକୁ ହେଲେ ନିଜ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ୍‌ ହେବାକୁ ପଢ଼ିଥାଏ। ଉକ୍ତ ରୋଗର କିଛି ଘରୋଇ  ଉପଚାର ମଧ୍ୟ ରହିଛି।

ଟ୍ରାଇ କଲର ଇୟର ରିଂ

ଟ୍ରାଇ କଲର ଇୟର ରିଂ

ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାରେ ଇୟର୍‌ ରିଂର ବି କିଛି କମ୍‌ ଭୂମିକା ନାହିଁ। ଦିନକୁ ଦିନ ଏହାର ନୂଆ ନୂଆ ଡିଜାଇନ୍‌ ବି ଆସୁଛି, ଯାହା ଖୁବ୍‌ ଟ୍ରେଣ୍ଡି ଲାଗିବା ସହ ନାରୀଙ୍କୁ ଆକର୍ଷଣୀୟ ଲୁକ୍‌ ଦେଇପାରୁଛି। ତେବେ ସାଧାରଣତନ୍ତ୍ର ଦିବସ ଅବସରରେ କେମିତି ନିଜକୁ ଖାସ୍‌ ଲୁକ୍‌ ଦେଇପାରିବେ, ସେନେଇ ଯଦି ଚିନ୍ତିତ ତା’ହେଲେ ଆପଣ ଚାହିଁଲେ ଆପଣେଇପାରିବେ ଏହି ସବୁ କ୍ଲାସି ଟ୍ରାଇ କଲର ଇୟର ରିଂ...

ସାଇକେଲ ଚଳାନ୍ତୁ ସ୍ମରଣ ଶକ୍ତି ବଢ଼ାନ୍ତୁ...

ସାଇକେଲ ଚଳାନ୍ତୁ ସ୍ମରଣ ଶକ୍ତି ବଢ଼ାନ୍ତୁ...

ବ୍ୟାୟାମ ସ୍ବାସ୍ଥ୍ୟ ପକ୍ଷେ ହିତକର। ଡାକ୍ତର ପ୍ରତିଦିନ ବ୍ୟାୟାମ କରିବା ପାଇଁ ପରାମର୍ଶ ଦିଅନ୍ତି।  ଏବେ ଗବେଷକମାନେ ବ୍ୟାୟାମ ଉପରେ ଏକ ନୂତନ ଅଧ୍ୟୟନ କରି ଜାଣିପାରିଛନ୍ତି ଯେ, ପିଲା ଓ ବୟସ୍କ ଲୋକ ଉଭୟେ ପ୍ରତିଦିନ ଏକ ଘଣ୍ଟା ବ୍ୟାୟାମ କରିବା ଦ୍ୱାରା  ସେମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

ଏସିଡିଟିର କାରଣ ଚକୋଲେଟ୍‌

ଏସିଡିଟିର କାରଣ ଚକୋଲେଟ୍‌

ଏବେ ଏସିଡିଟି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିପାଇଁ ମୁଖ୍ୟତଃ ଆମର ଖାଦ୍ୟଦାୟୀ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଅତ୍ୟଧିକ ଅଣ୍ଡା କ୍ୟାନସରର କାରଣ

ଅତ୍ୟଧିକ ଅଣ୍ଡା କ୍ୟାନସରର କାରଣ

ଅଣ୍ଡା ଶରୀର ପାଇଁ ଭଲ ବୋଲି ଡାକ୍ତର କହିଥାଆନ୍ତି। କିନ୍ତୁ ନିକଟରେ ପ୍ରକାଶ ପାଇଥିବା ଏକ ଗବେଷଣା ଅନୁଯାୟୀ ଅତ୍ୟଧିକ ଅଣ୍ଡା ଖାଇଲେ କ୍ୟାନସର ହୋଇପାରେ। ଗବେଷକଙ୍କ ମତରେ ସପ୍ତାହକୁ ୩ରୁ ଅଧିକ ଅଣ୍ଡା ଖାଇଲେ ଏଥିରେ ଥିବା କୋଲେଷ୍ଟ୍ରଲ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ବଜାରରେ ‘ଓଲଟା ଜିନ୍ସ’ର ଟ୍ରେଣ୍ଡ: ପକେଟ, ସିଲେଇ ସବୁ ଉପରେ

ବଜାରରେ ‘ଓଲଟା ଜିନ୍ସ’ର ଟ୍ରେଣ୍ଡ: ପକେଟ, ସିଲେଇ ସବୁ ଉପରେ

ଫ୍ୟାଶନ ଦୁନିଆରେ ସବୁ କିଛି ସମ୍ଭବ। କିଛି ବି ନୂଆ ଫ୍ୟାଶନ ଟ୍ରେଣ୍ଡ ମାର୍କେଟକୁ ଆସିଲେ ଏହା ଧିରେ ଧିରେ ଯୁବପିଢ଼ୀଙ୍କ ମଧ୍ୟରେ ଖୁବ୍‌ କମ୍‌ ସମୟରେ ଲୋକପ୍ରିୟ ହୋଇଯାଏ।  ବର୍ତ୍ତମାନ ମାର୍କେଟକୁ  ଏପରି ଏକ ଜିନ୍ସପ୍ୟାଣ୍ଟ ଆସିଛି। ଯାହାକୁ ପିନ୍ଧିବା ମାତ୍ରେ ଦେଖୁଥିବା ଲୋକ ଆପଣଙ୍କୁ ଦେଖି ଭାବି ନେଇପାରେ ଯେ ଆପଣ ଭୁଲବସତଃ ଏହି ପ୍ୟାଣ୍ଟଟିକୁ ଓଲଟା ପିନ୍ଧି ଦେଇଛନ୍ତି।