ଅନ୍ତର୍ଜାତୀୟ |

ଉତ୍ତରକୋରିଆ-ଦକ୍ଷିଣକୋରିଆ ଶାନ୍ତି କଥାବାର୍ତ୍ତା ଆରମ୍ଭ

 ଉତ୍ତରକୋରିଆ-ଦକ୍ଷିଣକୋରିଆ ଶାନ୍ତି କଥାବାର୍ତ୍ତା ଆରମ୍ଭ

ସିଓଲ୍‌, ୯।୧: ଉତ୍ତରକୋରିଆ ଓ ଦକ୍ଷିଣକୋରିଆ ମଧ୍ୟରେ ମଙ୍ଗଳବାର ଶାନ୍ତି କଥାବାର୍ତ୍ତା ଆରମ୍ଭ ହୋଇଛି। ଦୁଇଦେଶର ଉଚ୍ଚ ଅଧିକାରୀ ଶାନ୍ତି ଗୃହରେ ଏନେଇ ଆଲୋଚନା ଜାରି ରଖିଛନ୍ତି। ଏଥିରେ ସୁଫଳ ମିଳିଲେ ଉତ୍ତରକୋରିଆ ଫେବୃୟାରୀରେ ଦକ୍ଷିଣକୋରିଆରେ ହେବାକୁଥିବା ଶୀତ ଅଲମ୍ପିକ୍‌ ଖେଳରେ ଅଂଶଗ୍ରହଣ କରିବ। ଗତ ୨ ବର୍ଷ ଧରି ଦୁଇଦେଶ ମଧ୍ୟରେ ବିଭିନ୍ନ କାରଣକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ସମ୍ପର୍କରେ ସୁଧାର ପାଇଁ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ଜାତିସଂଘ ପକ୍ଷରୁ ସ୍ବାଗତ କରାଯାଇଛି।

All Right Reserved By

Model This Week

ସନ୍ତୋଷ

ଅନ୍ତର୍ଜାତୀୟ |

ପରଲୋକରେ ଚନ୍ଦ୍ରରେ ପାଦ ଦେଇଥିବା ୪ର୍ଥ ବ୍ୟକ୍ତି ଏଲନ ବିନ୍‌

ପରଲୋକରେ ଚନ୍ଦ୍ରରେ ପାଦ ଦେଇଥିବା ୪ର୍ଥ ବ୍ୟକ୍ତି ଏଲନ ବିନ୍‌

ଟେକ୍ସାସ୍‌,୨୭।୫: ଚନ୍ଦ୍ରରେ ପାଦ ଦେଇଥିବା ୪ର୍ଥ ବ୍ୟକ୍ତି ଏଲନ ବିନ୍‌ଙ୍କର ୮୬ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଗତ ୨ ସପ୍ତାହ ହେବ ହଠାତ୍‌ ଅସୁସ୍ଥ ହୋଇ ପଡିଥିବା ଏଲନଙ୍କର ଟେକ୍ସାସର ହଷ୍ଟନ ମେଥୋଡିଷ୍ଟ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଶନିବାର ମୃତ୍ୟୁ ଘଟିଥିବା ଜଣାପଡିଛି।

ଜୁଲାଇ ୨୫ରେ ପାକିସ୍ତାନ ନିର୍ବାଚନ

ଜୁଲାଇ ୨୫ରେ ପାକିସ୍ତାନ ନିର୍ବାଚନ

ଇସଲାମାବାଦ୍‌,୨୭।୫ : ଜୁଲାଇ ୨୬ରେ ହେବ ପାକିସ୍ତାନ ନିର୍ବାଚନ। ଏନେଇ ନିର୍ବାଚନ କମିଶନଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତି ମାମନୁନ୍‌ ହୁସେନ୍‌ ରବିବାର ଅନୁମୋଦନ କରିଛନ୍ତି। ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ମେ ୩୧ରେ ଶେଷ ହେଉଛି।

ଉଗାଣ୍ଡା ସଡ଼କ ଦୁର୍ଘଟଣା: ୪୮ ମୃତ

ଉଗାଣ୍ଡା ସଡ଼କ ଦୁର୍ଘଟଣା: ୪୮ ମୃତ

କାମ୍ପାଲା,୨୭।୫: ଉଗାଣ୍ଡାର ରାଜଧାନୀ କାମ୍ପାଲାରୁ ୨୨୦ କିଲୋମିଟର ଦୂର ଉତ୍ତରରେ ଥିବା କିରିଆଡୋଙ୍ଗା ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଅତିକମ୍‌ରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ନୂଆଦିଲ୍ଲୀ,୨୬।୫: ଆଫ୍ରିକାନ୍‌ ୟୁନିୟନ ପକ୍ଷରୁ ଶୁକ୍ରବାର ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଇ କେତେଜଣ ପ୍ରବାସୀ ଆଫ୍ରିକୀୟ ନୂଆଦିଲ୍ଲୀରେ ଏକାଠି ହୋଇଥିଲେ। ଏହି ଉତ୍ସବରେ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ।

ଜୁଭେନାଇଲ୍‌ ଜେଲ୍‌ରେ ନିଆଁ: ୯ ନାବାଳିକା ମୃତ

ଜୁଭେନାଇଲ୍‌ ଜେଲ୍‌ରେ ନିଆଁ: ୯ ନାବାଳିକା ମୃତ

ରିଓ ଡି ଜେନେରିଓ,୨୬।୫: ବ୍ରାଜିଲର ଗୋଏନିଆସ୍ଥିତ ଏକ ଜୁଭେନାଇଲ୍‌ ଜେଲ୍‌ରେ ଶୁକ୍ରବାର ନିଆଁ ଲାଗିଯିବା ଫଳରେ ୯ ଜଣ ନାବାଳିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅସ୍ଥାୟୀ ଭାବେ ୧୩ରୁ ୧୭ ବର୍ଷ ବୟସର ନାବାଳିକା କଏଦୀଙ୍କୁ ସେଠାରେ ରଖାଯାଇଥିଲା।

ପାକିସ୍ତାନରେ ମିଳିମିଳା ଭୂତାଣୁ ନେଲା ୭ଶିଶୁଙ୍କ ଜୀବନ

ପାକିସ୍ତାନରେ ମିଳିମିଳା ଭୂତାଣୁ ନେଲା ୭ଶିଶୁଙ୍କ ଜୀବନ

ସିନ୍ଧ୍‌,୨୬।୫: ପାକିସ୍ତାନ ସିନ୍ଧ୍‌ର କାଶ୍ମୋର-ଖଣ୍ଡକୋଟ ଏବଂ ଘୋଟ୍‌କି ଜିଲାରେ ମିଳିମିଳା ଭୂତାଣୁ ବ୍ୟାପୀ ୭ଶିଶୁଙ୍କ ପ୍ରାଣହାନି ଘଟିଛି। ଦ ଟ୍ରିବ୍ୟୁନର ସୂଚନାନୁଯାୟୀ, ଉକ୍ତ ଭୂତାଣୁ ଦ୍ୱାରା ପାଖାପାଖି ଏକ ସପ୍ତାହ ଆକ୍ରାନ୍ତ ହୋଇ ରହିବା ପରେ ଶୁକ୍ରବାର ରିଆଜ୍‌ ମଲିକ(୨), ସଦୋରି ମଲିକ(୩) ଏବଂ ଆୟାସା ମାର୍‌ଓ୍ବାରି(୪) ନାମକ ୩ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

ପାକିସ୍ତାନରେ ଭାରତୀୟ ଫିଲ୍ମ ଉପରେ ଲାଗିଲା ପ୍ରତିବନ୍ଧକ

ପାକିସ୍ତାନରେ ଭାରତୀୟ ଫିଲ୍ମ ଉପରେ ଲାଗିଲା ପ୍ରତିବନ୍ଧକ

ଇସ୍‌ଲାମାବାଦ,୨୫।୫: ଇଦ୍‌ ସମୟରେ ପାକିସ୍ତାନରେ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନକୁ ନେଇ ପାକିସ୍ତାନ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ମେ ୨୪ରେ ପାକିସ୍ତାନ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଅଧିସୂଚନା ଅନୁଯାୟୀ, ଇଦ୍‌ର ୨ ଦିନ ପୂର୍ବରୁ ଏବଂ ଛୁଟିର ୨ ସପ୍ତାହ ପର୍ଯ୍ୟନ୍ତ ପାକିସ୍ତାନରେ କୌଣସି ଭାରତୀୟ ଅବା ବିଦେଶୀ ଫିଲ୍ମ ଚାଲି ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ମେ’୩୦ରୁ ଭାରତ-ନେପାଳ ମିଳିତ ସମରାଭ୍ୟାସ

ମେ’୩୦ରୁ ଭାରତ-ନେପାଳ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୫।୫ : ଭାରତ-ନେପାଳ ମିଳିତ ସମରାଭ୍ୟାସ ସୂର୍ଯ୍ୟକିରଣ-୧୩ ମେ’୩୦ ତାରିଖଠାରୁ ଆରମ୍ଭ ହେବ। ଏହା ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏହା ଅନୁଷ୍ଠିତ ହେବ।

କନାଡାରେ ଥିବା ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ: ୧୫ ଆହତ

କନାଡାରେ ଥିବା ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ: ୧୫ ଆହତ

ଓଣ୍ଟାରିଓ/ନୂଆଦିଲ୍ଲୀ,୨୫।୫: କାନାଡାର ଟରଣ୍ଟୋରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରେ ଗୁରୁବାର ହୋଇଥିବା ଏକ ବିସ୍ଫୋରଣରେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।

ରୋନାଲ୍ଡିହ୍ନୋ ଗୋଟିଏ ଦିନରେ ଦୁଇ ମହିଳାଙ୍କୁ କରିବେ ବିବାହ

ରୋନାଲ୍ଡିହ୍ନୋ ଗୋଟିଏ ଦିନରେ ଦୁଇ ମହିଳାଙ୍କୁ କରିବେ ବିବାହ

ନୂଆଦିଲ୍ଲୀ/ବ୍ରାସିଲିଆ,୨୫।୫ : ବ୍ରାଜିଲ୍‌ର ପୂର୍ବତନ ଷ୍ଟାର ଫୁଟବଲ ତାରକା ରୋନାଲ୍ଡିହ୍ନୋଙ୍କ ବିବାହ ନେଇ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। ରୋନାଲ୍ଡିହ୍ନୋ ଆସନ୍ତା ଅଗଷ୍ଟ ମାସରେ ଦୁଇ ଜଣ ମହିଳାଙ୍କୁ ଗୋଟିଏ ଦିନରେ ବିବାହ କରିବାକୁ ଯାଉଛନ୍ତି। ଗତ ୬ମାସ ଧରି ସେମାନେ ୩ଜଣ ଲିଭ୍‌ଇନ୍‌ରେ ରହୁଛନ୍ତି। ରୋନାଲ୍ଡିହ୍ନୋଙ୍କ ଦୁଇ ପ୍ରେମିକା ହେଉଛନ୍ତି ପ୍ରିସ୍କିଲ୍‌ କୋଏଲୋ ଏବଂ ବିଟ୍ରିଜ୍‌ ସୁଜା।

ସଦ୍ଦାମ ହୁସେନ୍‌ଙ୍କ ଜାହାଜ ହେଲା ହୋଟେଲ

ସଦ୍ଦାମ ହୁସେନ୍‌ଙ୍କ ଜାହାଜ ହେଲା ହୋଟେଲ

ବସ୍ରା,୨୪।୫: ଇରାକ୍‌ର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ସଦ୍ଦାମ ହୁସେନ୍‌ଙ୍କ ୩୦ ମିଲିୟନ୍‌ ଡଲାରର ଜାହାଜ ‘ବସ୍ରା ବ୍ରିଜ୍‌’କୁ ହୋଟେଲ ରୂପେ ପୁନଃ ନିର୍ମାଣ କରାଯାଇଛି। ଏହାକୁ ବସ୍ରା ଆସୁଥିବା ଏବଂ ଯାଉଥିବା ସାମୁଦ୍ରିକ ପାଇଲଟ୍‌ଙ୍କ ରହଣି ପାଇଁ ବ୍ୟବହାର କରାଯିବ।

ଇଟାଲୀରେ ରେଳ ଦୁର୍ଘଟଣା: ୨ ମୃତ

ଇଟାଲୀରେ ରେଳ ଦୁର୍ଘଟଣା: ୨ ମୃତ

ରୋମ୍‌,୨୪।୫: ଉତ୍ତର ଇଟାଲୀର ପିଡ୍‌ମଣ୍ଟ ଅଞ୍ଚଳରେ ଟ୍ରକ୍‌କୁ ଧକ୍କା ଦେଇ ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଅନୂ୍ୟନ ୧୮ଜଣ ଆହତ ହୋଇଛନ୍ତି।