ଉପକୂଳ ଓଡିଶା

୬ଶହ ଟଙ୍କା ପାଇଁ ମୃତଦେହ ଛାଡ଼ି ପଳାଇଲା ମହାପ୍ରୟାଣ ଗାଡ଼ି

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ, ୮।୧ (ଡି.ଏନ୍‌.ଏ.)-ମାତ୍ର ୬୦୦ ଟଙ୍କା ପାଇଁ ଅଧା ବାଟରେ ଶବ ଛାଡି ପଳାଇଲା ମହାପ୍ରୟାଣ ଗାଡ଼ି। ବାଧ୍ୟ ହୋଇ ପରିବାର ଲୋକେ ଏକ ବାଇକ୍‌ରେ ଶବକୁ ନେଇ ଗାଁକୁ ଗଲେ। ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ। ଏହି ଘଟଣା ଜଣାପଡିବା ପରେ ଜିଲାର ମାନବାଧିକାର କର୍ମୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅପରପକ୍ଷରେ ସିଡିଏମ୍‌ଓ ଡା. ବୈଷ୍ଣବ ଚରଣ ସାହୁ ଏଭଳି ଘଟଣା ଘଟି ନଥିବା ପ୍ରକାଶ କରୁଥିବା ବେଳେ ମହାପ୍ରୟାଣ ଗାଡିରେ ଶବ ଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ବ୍ୟକ୍ତିମାନେ କହିଛନ୍ତି। ଘଟଣା ମୁତବକ, ମାର୍ଶାଘାଇ ବ୍ଲକ ଅଧୀନ ହିନ୍ଦୁଳିଆ ପଞ୍ଚାୟତ ହାତିଆ ଗ୍ରାମର ଦେବାଶିଷ ମହାପାତ୍ରଙ୍କ ପୁଅ ସତ୍ୟରଞ୍ଜନ(୫) ସୋମବାର ଘର ନିକଟରେ ଖେଳୁଥିଲେ। ଏହି ସମୟରେ ଦେବାଶିଷ ଓ ତାଙ୍କ ସ୍ତ୍ରୀ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ଘରକୁ ଫେରି ସତ୍ୟରଞ୍ଜନଙ୍କୁ ଖୋଜିଥିଲେ। ଅପରାହ୍ନ ୧ଟାରେ ଘର ନିକଟ ପୋଖରୀରୁ ସତ୍ୟରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରେ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ମହାପ୍ରୟାଣ ଗାଡିରେ ହାତିଆ ଗ୍ରାମକୁ ନେଉଥିଲେ। ଏହି ଗାଡିରେ ମୃତ ଶିଶୁ ସହ ଦାଦା ଶୁଭାଶିଷ ଏବଂ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ଥିଲେ। ଚିକିତ୍ସାଳୟରୁ ଗାଡି ଛାଡିବା ପରେ ଶୁଭାଶିଷଙ୍କୁ ମହାପ୍ରୟାଣ ଗାଡି ଡ୍ରାଇଭର ୬ଶହ ଟଙ୍କା ମାଗିଥିଲେ। ପାଖରେ ଟଙ୍କା ନଥିବା ଓ ଗ୍ରାମରେ ଭଡ଼ା ଟଙ୍କା ଦେବାକୁ ଶୁଭାଶିଷ କହିବାରୁ ତୁଳସୀ ମହିଳା ମହାବିଦ୍ୟାଳୟ ନିକଟରେ ଗାଡି ଅଟକାଇ ଡ୍ରାଇଭର ସମସ୍ତଙ୍କୁ ଗାଡିରୁ ଓହ୍ଲାଇ ଦେଇଥିଲେ। ଏପରିକି ଶିଶୁ ମୃତଦେହକୁ ତଳକୁ ଫୋପାଡି ଦେଇଥିବା ଦାଦା ଶୁଭାଶିଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ମହାପ୍ରୟାଣ ଗାଡି ପଛରେ ଆସୁଥିବା ଗାଁର ପିଲାମାନଙ୍କ ବାଇକରେ ମୃତଦେହ ଧରି ସେମାନେ ଘରକୁ ଫେରିଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଏହି ଘଟଣା ଜାଣିବା ପରେ ସ୍ଥାନୀୟ ପୂର୍ବତନ ସମିତି ସଭ୍ୟ ମନୋଜ କୁମାର ସ୍ବାଇଁ, ହିନ୍ଦୁଳିଆ ସରପଞ୍ଚ ରଶ୍ମିରେଖା ଜେନା, ସମିତି ସଭ୍ୟା ସ୍ନେହଲତା ଜେନା, ଓ୍ବାର୍ଡସଭ୍ୟ ଦିପୁ ଦାସଙ୍କ ସମେତ ଗ୍ରାମବାସୀ ମହାପ୍ରୟାଣ ଗାଡି ଡ୍ରାଇଭରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ମଙ୍ଗଳବାର ଏ ନେଇ ଟାଉନ ଥାନା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ପ୍ରଦାନ କରାଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି।
All Right Reserved By

ଉପକୂଳ ଓଡିଶା

ମାର୍ଶାଘାଇରେ ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ

ମାର୍ଶାଘାଇରେ ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ

ମାର୍ଶାଘାଇ,୧୮।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ବିଜୁ ଜୁବ ବାହିନୀ ପକ୍ଷରୁ ମୁଁ  ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଶାଳ କାଠ ସହ ୨ ସାଇକେଲ ଜବତ, ୨ ଗିରଫ

ଶାଳ କାଠ ସହ ୨ ସାଇକେଲ ଜବତ, ୨ ଗିରଫ

ଓଡ଼ଗାଁ,୧୮।୯(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ସୋମବାର ବିଳମ୍ବିତ ରାତିରେ ବାଘୁଆ ଛକ ନିକଟରୁ ୨ ଚୋରା କାଠ ବେପାରୀଙ୍କୁ ଗିରଫ କରିଛନ୍ତିି। ସେମାନେ ହେଲେ ରୋହିବାଙ୍କ ପଞ୍ଚାୟତ ହଲନ୍ଦାପଲୀ ଗ୍ରାମର ପ୍ରଫୁଲ୍ଲ ନାହାକ(୩୨) ଓ ପ୍ରତାପ ନାୟକ(୪୫)।

ହାଜତରେ ଯୁବକଙ୍କୁ ମାଡ଼ ମାରିବା ଘଟଣା: ୨ ପୋଲିସ କର୍ମଚାରୀ ନିଲମ୍ବିତ

ହାଜତରେ ଯୁବକଙ୍କୁ ମାଡ଼ ମାରିବା ଘଟଣା: ୨ ପୋଲିସ କର୍ମଚାରୀ ନିଲମ୍ବିତ

ଜଗତ୍‌ସିଂହପୁର ଅଫିସ, ୧୮ା୯: ଗତ ୧୨ ତାରିଖରେ ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ ସରପଞ୍ଚଙ୍କୁ ଗାଳିଗୁଲଜ ହୋଇଥିବା ଅଭିଯୋଗ ହୋଇଥିଲା। 

କର୍ତ୍ତବ୍ୟରେ ଅବହେଳା କାରଣରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା କାରଣରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

ଓଡ଼ଗାଁ,୧୮ା୯(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ବ୍ଲକ ପାଣ୍ଡେରୀପଡା ଶତ୍ରୁଘ୍ନ ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ନବ କିଶୋର ସାହୁଙ୍କୁ କର୍ତ୍ତବ୍ୟରେ ଅବହେଳା କାରଣରୁ ନିଲମ୍ବିତ କରାଯାଇଛି। 

କୋରମ ଅଭାବରୁ ୪ର୍ଥ ଥର ପାଇଁ ପରିଚାଳନା କମିଟି ବୈଠକ ବାତିଲ

ଭାପୁର,୧୮ା୯(ଡି.ଏନ୍‌.ଏ.)-ଭାପୁର ବଜାରରେ ଥିବା ଭାପୁର ନୋଡାଲ ୟୁପି ସ୍କୁଲର ପରିଚାଳନା କମିଟି ଗଠନ ହେବା ପାଇଁ ସୋମବାର ହେବାକୁ ଥିବା ସଭା କୋରମ ଅଭାବରୁ ବାତିଲ କରାଯାଇଛି। 

ଶ୍ରୀରଘୁନାଥ ମନ୍ଦିରରେ ରାଧାଷ୍ଟମୀ

ଶ୍ରୀରଘୁନାଥ ମନ୍ଦିରରେ ରାଧାଷ୍ଟମୀ

ଓଡ଼ଗାଁ,୧୮ା୯(ସ୍ବ.ପ୍ର.)-ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପୀଠରେ ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ରାଧାଷ୍ଟମୀ ଅନ୍ୟତମ ା ସୋମବାର ଭାଦ୍ରବ ଶୁକ୍ଳ ଅଷ୍ଟମୀ ତଥା କନ୍ୟା ସଙ୍କ୍ରାନ୍ତିରେ ରଘୁନାଥଜୀଉଙ୍କ ମନ୍ଦିରରେ ପୂର୍ବାହ୍ନ ୧୦ଟାରେ ଶ୍ରୀରାଧାଙ୍କ ଜନ୍ମ ନୀତି ପାଳନ କରାଯାଇଛି ା 

୧ ଲକ୍ଷ ୩୨ ହଜାର ଟଙ୍କାରେ ଲଡୁ ପ୍ରସାଦ ନିଲାମ

୧ ଲକ୍ଷ ୩୨ ହଜାର ଟଙ୍କାରେ ଲଡୁ ପ୍ରସାଦ ନିଲାମ

ରାଜନଗର, ୧୮ା୯(ଡି.ଏନ୍‌.ଏ.)ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ଅନ୍ତର୍ଗତ ବାଲିକଣା ଗାଁର ମା’ ଜୟଦୁର୍ଗା କ୍ଲବ ପକ୍ଷରୁ ଏକାଦଶତମ ଗଣେଶ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଗଣେଶଙ୍କ ପାଖରେ ପ୍ରସାଦ ରୂପେ ୭ କିଲୋଗ୍ରାମର ଲଡୁ ସମର୍ପଣ କରାଯାଇଥିଲା। 

୩ ଗ୍ରାମକୁ ମୌଳିକ ସୁବିଧା ଯୋଗାଇଦେବାକୁ ଦାବି ତଦନ୍ତ ରିପୋର୍ଟ ମାଗିଲେ ଓଏଚ୍‌ଆର୍‌ସି

୩ ଗ୍ରାମକୁ ମୌଳିକ ସୁବିଧା ଯୋଗାଇଦେବାକୁ ଦାବି ତଦନ୍ତ ରିପୋର୍ଟ ମାଗିଲେ ଓଏଚ୍‌ଆର୍‌ସି

ଆଳି, ୧୮।୯ (ଡି.ଏନ.ଏ.)
ଆଳି ବ୍ଲକ ଏକମାଣିଆ ପଞ୍ଚୟତର ଏକମାଣିଆ, ଦକ୍ଷିଣଡିହା ଓ ନଳପାହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇରହିଛନ୍ତି। 

ଫେରାର ଯୁବକଙ୍କ ମୃତ୍ୟୁ ଘଟଣା :ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡ଼ା ଅଫିସ୍‌, ୧୮।୯
ମହାକାଳପଡା ଥାନା ହାଜତରୁ ଫେରାର ଯୁବକ ଅବିନାଶ ପାଇଟାଳ ଓରଫ ମୂଷା(୨୩) ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ଗିରଫ ଦାବି କରି ପରିବାର ସଦସ୍ୟ ଗତ ବୁଧବାରଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। 

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା : ଡେରାବିଶ ବ୍ଲକକୁ ବନ୍ୟାଞ୍ଚଳ ଘୋଷଣା ଦାବି

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା : ଡେରାବିଶ ବ୍ଲକକୁ ବନ୍ୟାଞ୍ଚଳ ଘୋଷଣା ଦାବି

ଡେରାବିଶ, ୧୮।୯ (ସ୍ବ.ପ୍ର.)
ଗତ ଲଘୁଚାପଜନିତ ଲଗାଣ ବର୍ଷା ଡେରାବିଶ ବ୍ଲକ ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟାଇଥିବା ବେଳେ କ୍ଷେତରେ ପାଣି ଜମି ରହିବା ଯୋଗୁ ଫସଲ ହାନିର ଆଶଙ୍କା ଦେଖାଯାଇଥିଲା। ମାତ୍ର ରବିବାରଠାରୁ କେତେଜ ଚାଷ ଜମିରୁ ପାଣି ଛାଡ଼ିବା ପରେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। 

ମା’ମନଷା ଦେବୀଙ୍କ ପୂଜା ଆରମ୍ଭ

ମା’ମନଷା ଦେବୀଙ୍କ ପୂଜା ଆରମ୍ଭ

ମହାକାଳପଡା,୧୮।୯ (ଡି.ଏନ.ଏ.)
ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ପଞ୍ଚାୟତର ପେଟ୍‌ଛେଲା ଗ୍ରାମର ଗଳିଆ ନଦୀ ପାର୍ଶ୍ୱରେ ସୋମବାରଠାରୁ  ମା’ ମନଷା ଦେବୀଙ୍କ ପୂଜା ଆରମ୍ଭ ହୋଇଛି। ବଙ୍ଗୀୟ ସମ୍ପ୍ରଦାୟ ପକ୍ଷରୁ ୩ଦିନ ଧରି ଆୟୋଜିତ ଉତ୍ସବରେ ସୁସଜ୍ଜିତ କଦଳୀ ଭେଳାରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇଛି। 

ତୋରଣ, ଆଲୋକମାଳାରେ ଝଲସୁଛି ପାରାଦୀପ

ତୋରଣ, ଆଲୋକମାଳାରେ ଝଲସୁଛି ପାରାଦୀପ

ପାରାଦୀପ,୧୮ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ନଗରୀର ସବୁଠାରୁ ବଡ଼ ଗଣପର୍ବ ବିଶ୍ୱକର୍ମା ପୂଜା ସୋମବାର ଆରମ୍ଭ ହୋଇଛି। ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।  ସପ୍ତାହବ୍ୟାପୀ ହେବାକୁ ଥିବା ଏହି ପୂଜାରେ ଚଳିତବର୍ଷ ଆଖି ଝଲସିବା ଭଳି ସାଜସଜା ହୋଇଛି।