ସମ୍ବଲପୁର

ବାଗମୁଣ୍ଡା ଧନୁଯାତ୍ରା ଷଷ୍ଠ ସଂଧ୍ୟା, କଂସର ସରଗ୍‌ପୁରୀ ଆକ୍ରମନ୍‌, ଇନ୍ଦ୍ର ପରାସ୍ତ

ବାଗମୁଣ୍ଡା ଧନୁଯାତ୍ରା ଷଷ୍ଠ ସଂଧ୍ୟା, କଂସର ସରଗ୍‌ପୁରୀ ଆକ୍ରମନ୍‌, ଇନ୍ଦ୍ର ପରାସ୍ତ
ତରବୋଡ଼,୮।୧(ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ସିଆଲଲଟି ପନ୍‌ଚେତ ବାଗମୁଣ୍ଡା ଗାଁରେ ଦୁତୀୟ ବଛର ଅନୁଷ୍‌ଠିତ୍‌ ଧନୁଯାତ୍ରା ସୋମବାର ଥିଲା ଷଷ୍ଠ ସଂଧ୍ୟା। ସଂଧ୍ୟାର କାର୍ଯ୍ୟକ୍ରମରେ ମୁଖିଆ କୁନୁଆଁ ହିସାବେ ରାଜ୍ୟ ସଭା ସଦସ୍ୟ ଏ.ଭି. ସ୍ବାମୀ, ସାମାଜିକ୍‌ କର୍ମୀ ସୁରେଶ କୁମାର ଆଚାରୀ, ନୂଆପଡ଼ା ଉକିଲ୍‌ ସଂଘର ସଭାପତି ପ୍ରସନ୍ନ କୁମାର ପାଢ଼ୀ, ଜିଲା ପରିଷଦ ଅଧ୍ୟକ୍ଷ ନମିତା ପ୍ରଧାନ, ଜିଲା ପରିଷଦ ସଭ୍ୟ ରାମନରେଶ ଅହିର, ଭୁଗଲି ସୁନାନୀ ଆର୍‌ ସାମାଜିକ୍‌ କର୍ମୀ ଉପାସୁ ସୁନାନୀ ଯୋଗଦେଇଥିଲେ। ଷଷ୍ଠ ସଂଧ୍ୟାରେ କଂସ ମହାରାଜ ସରଗ୍‌ପୁରୀ ଆକ୍ରମନ କରି ଇନ୍ଦ୍ରକୁଁ ଲଢ଼େଇରେ ପରାସ୍ତ କରିଛନ ଆର୍‌ ସବୁ ଦେବତାକୁ ମଥୁରା ନଗରକେ ବାଂଧି ଆନିଛନ। ମଗଧ ରାଜ୍ୟ ଆକ୍ରମନରେ ଜରାସନ୍ଧ ପରାସ୍ତ ହେଇଛନ୍‌, ପଦ୍ମାବତୀ ସମେତ ୬୪ ରାଜ କନ୍ୟାକର ବିହା ଉତ୍‌ରୁ ଗୋପ୍‌ପୁରକେ ଫିରିଛନ, କାଲିୟକେ ଆଦେଶ ଦେଇଛନ କଂସ ମହାରାଜ। ଇତାର ଉତ୍‌ରୁ ସାଁସ୍‌କୁର୍‌ତିକ୍‌ କାର୍ଯ୍ୟକ୍ରମ ଅନୁଷ୍‌ଠିତ୍‌ ହେଇଥିଲା। ସମ୍ବଲପୁରୀ ନାଚଗୀତ, ଲୋକ୍‌ବାଦ୍ୟରେ ଦର୍ଶକ୍‌ ନାଚି ପକେଇଥିଲେ। ମଁଚାନ ପରିଚାଲ୍‌ନାରେ ସେତମ ମଟାରୀ ଥିଲାବେଲକେ ଅନୁଷ୍‌ଠାନର ସଭାପତି ଶାନ୍ତିଲାଲ ମଟାରୀ, ସଂପାଦକ୍‌ ଭୂବନ ସତନାମୀ, ସହସଂପାଦକ ରିଖି ସତନାମୀ, କୋଷାଧ୍ୟକ୍ଷ ଗଜିନ ମଟାରୀ ଆର କେଶବ ଦୁରିଆ, ଆୟୋଜକ୍‌ ମିଟୁ ମଟାରୀ, ଦେଉଲାଲ ବାଗ୍‌, ପ୍ୟାରୀ ମଟାରୀ, ଅନାଦି ବଢ଼େଇ, ରବିଶଙ୍କର ସାହୁ, କାନ୍ତୁସ ମଟାରୀ ପର୍‌ମୁଖ ସହଯୋଗ କରିଥିଲେ।
All Right Reserved By

ସମ୍ବଲପୁର

ଜିଲା ବିଜ୍ଞାନ କୁଇଜ୍‌ରେ କରିସ୍ମା ଶ୍ରେଷ୍ଠ

ଜିଲା ବିଜ୍ଞାନ କୁଇଜ୍‌ରେ କରିସ୍ମା ଶ୍ରେଷ୍ଠ

ବୀରମହାରାଜପୁର, ୨୧।୧୧(ଡି.ଏନ୍‌.ଏ)

ସୁବର୍ଣ୍ଣପୁର ଜିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଆୟୋଜିତ ଜିଲାସ୍ତରୀୟ ବିଜ୍ଞାନ କୁଇଜ୍‌ ପ୍ରତିଯୋଗିତାରେ ବୀରମହାରାଜପୁର ବ୍ଳକକୁ ୨ଟି ସଫଳତା ମିଳିଛି। ଏହି ବ୍ଳକର କେରିଆପାଲି ପଞ୍ଚାୟତ ଅନ୍ତଗତ ତେଲିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ କରିସ୍ମା ପଧାନ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି। 

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ୨୫ ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି ଉଦ୍ୟମ

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ୨୫ ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି ଉଦ୍ୟମ

ସୁନ୍ଦରଗଡ଼, ୨୧।୧୧ (ଡି.ଏନ୍‌.ଏ.) -ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆଦିବାସୀ ଦମ୍ପତିଙ୍କୁ ପ୍ରଲୋଭିତ କରି ଏକ ଘରୋଇ ନର୍ସିଂହୋମର  ଜଣେ ନର୍ସ ୨୫ହଜାର ଟଙ୍କାରେ ଶିଶୁପୁତ୍ର କିଣିବା ପାଇଁ ଉଦ୍ୟମ କରିଥିଲେ।

ସହରୀ ଗ୍ୟାସ୍‌ ବିତରଣ ନେଇ ପ୍ରୟାସ ଆରମ୍ଭ

ସହରୀ ଗ୍ୟାସ୍‌ ବିତରଣ ନେଇ ପ୍ରୟାସ ଆରମ୍ଭ

ରାଉରକେଲା ଅଫିସ,୨୧।୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ରେ ଦିଲୀ ବିଜ୍ଞାନ ଭବନରେ ସହରୀ ଗ୍ୟାସ ବିତରଣ ପ୍ରକଳ୍ପ (ସିଜିଡି)ର ଭତ୍ତିପ୍ରସ୍ତର ସ୍ଥାପନ ତଥା ଶୁଭାରମ୍ଭ କରିବେ।

କର୍ମଚାରୀ ଅଭାବରୁ ଆରଏମସିରେ ଅଚଳାବସ୍ଥା

କର୍ମଚାରୀ ଅଭାବରୁ ଆରଏମସିରେ ଅଚଳାବସ୍ଥା

ରାଉରକେଲା ଅଫିସ,୨୧।୧୧- ରାଉରକେଲା ମହାନଗର ନିଗମ(ଆରଏମସି)ରେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ଅଭାବ ଏହାକୁ ଅଚଳାବସ୍ଥାରେ ରଖିଛି। ପରିମଳ ବ୍ୟବସ୍ଥା ସମେତ ଅନ୍ୟ କାର୍ଯ୍ୟଗୁଡିକ ଆଗେଇ ପାରୁନି। 

ଲୋକଙ୍କୁ ପରାମର୍ଶ ଦେଲେ, ନିଜେ କିନ୍ତୁ ଭୁଲ୍‌ କଲେ

ଲୋକଙ୍କୁ ପରାମର୍ଶ ଦେଲେ, ନିଜେ କିନ୍ତୁ ଭୁଲ୍‌ କଲେ

ରାଉରକେଲା ଅଫିସ,୨୧।୧୧- ସରକାରୀ ସ୍ତରରେ ସ୍ବଚ୍ଛତା ଉପରେ ଗୁରୁତ୍ୱାରୋପ କରାଯାଉଛି। ହେଲେ କାମରେ ପାଳନ କରା ଯାଉନି। ଲୋକ ଦେଖାଣିଆ ଭାବେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ କେବଳ ପରାମର୍ଶ ପ୍ରଦାନ କରାଯାଉଛି। 

ବିପାସାଙ୍କୁ ଭାରୋତ୍ତଳନରେ ସ୍ବର୍ଣ୍ଣ

ବିପାସାଙ୍କୁ ଭାରୋତ୍ତଳନରେ ସ୍ବର୍ଣ୍ଣ

ରାଉରକେଲା ଅଫିସ,୨୧।୧୧-ବାସନ୍ତୀ କଲୋନୀ ବାସିନ୍ଦା ମଧୁମିତା ଦାସ ଓ ମନୋଜ ଦାସଙ୍କ ଝିଅ ବିପାଶା(୮ମ ଶ୍ରେଣୀ)ଙ୍କୁ ଭାରୋତ୍ତଳନରେ ସଫଳତା ମିଳିଛି।

କୋଶଳ ରାଜ୍ୟ ଦାବିର ସମାଧାନ କରାଯାଉ

କୋଶଳ ରାଜ୍ୟ ଦାବିର ସମାଧାନ କରାଯାଉ

ରାଉରକେଲା ଅଫିସ,୨୧।୧୧: କୋଶଳ ଜନତା ଦଳ (କେଜେଡି) ବରଗଡରେ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଛି। କୋଶଳ ପ୍ରଦେଶ ଦାବି ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଛି। କେଜେଡିର ରାଜ୍ୟ ସଭାପତି ବୈଦ୍ୟନାଥ ମିଶ୍ର ଓ ସାଧାରଣ ସମ୍ପାଦକ ଚକ୍ରାନ୍ତ ଜେନା ଆଚାର୍ଯ୍ୟଙ୍କୁ ଭେଟିଥିଲେ।

ଚୋରି ଅଭିଯୋଗରେ୨୩ ଗିରଫ

ଚୋରି ଅଭିଯୋଗରେ୨୩ ଗିରଫ

ରାଉରକେଲା ଅଫିସ,୨୧।୧୧: ରାଉରକେଲାର ବିଭିନ୍ନ ଥାନା ପୋଲିସ ୫ଜଣ ବାଇକ୍‌ ଲୁଟେରା, ୨ ସୁନା ଚୋର ଓ ମାଷ୍ଟର ମାଇଣ୍ଡ ସହ ୨୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୨ଜଣ ଅଟୋ ଚୋର ରହିଛନ୍ତି। ୩୧ଟି ବାଇକ, ଗୋଟିଏ ଅଟୋ ଓ ୮ଟି ସୁନା ଚେନ ଜବତ କରାଯାଇଛି।

ଲଖନପୁର ତହସିଲ ଅଫିସ ଘେରିଲେ ଚାଷୀ

ଲଖନପୁର ତହସିଲ ଅଫିସ ଘେରିଲେ ଚାଷୀ

ଲଖନପୁର,୨୧।୧୧(ଡି.ଏନ୍‌.ଏ.)-ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଖରିଫ ଧାନ ଫସଲ କ୍ଷତିଗ୍ରସ୍ତ ହୋଇ ମରୁଡି ପରିସ୍ଥିତି ଦେଖା ଦେଇଛି । ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଲଖନପୁର ବ୍ଲକ୍‌ ଅଞ୍ଚଳର ଚାଷଜମି ଅଣ ଜଳସେଚିତ। ସ୍ବ

 କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ଚାମ୍ପିୟନ

କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ଚାମ୍ପିୟନ

ଉଲୁଣ୍ଡା, ୨୦ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସାନ ଅଙ୍କରିଆଠାରେ ଗତ ତିନିଦିନ ଧରି ଚାଲିଥିବା ମା’ କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ କୋଟସମଲାଇକୁ ହରାଇ ସୋନପୁର ଜୟ ଦୁର୍ଗା କ୍ଲବ ଚାମ୍ପିୟନ ହୋଇଛି। ସ୍ଥାନୀୟ ମା’ କନ୍ଧେନ ବୁଢୀ କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲରେ ସୋନପୁର ଖେମାଲୋଏକୁ ହରାଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ପାତ୍ରପାଲିକୁ  ହରାଇ କୋଟସମଲାଇ ଦଳ ଫାଇନାଲରେ ପ୍ରବେଶ କରିଥିଲା।

କଠିନ ପରିଶ୍ରମ କଲେ ସଫଳତା ସୁନିଶ୍ଚିତ

କଠିନ ପରିଶ୍ରମ କଲେ ସଫଳତା ସୁନିଶ୍ଚିତ

 ସୋନପୁର,୨୦।୧୧(ନି.ପ୍ର.): ସୋନପୁର ବ୍ଲକ ଖମ୍ବେଶ୍ୱରୀପାଲିସ୍ଥିତ ମା’ ମାହେଶ୍ୱରୀ ଜୁନିୟର କଲେଜର ରୌପ୍ୟ ଜୟନ୍ତୀ ଉତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରହଲ୍ଲାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ସଭା ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଏମ୍‌ପି କଲିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥିଭାବେ ଯୋଗଦେଇ ବର୍ତ୍ତମାନର ପ୍ରତିଯୋଗିତାମୂଳକ ଦୁନିଆରେ ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଓକିଲଙ୍କ ଆନ୍ଦୋଳନ, କୋର୍ଟ ବନ୍ଦ

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଓକିଲଙ୍କ ଆନ୍ଦୋଳନ, କୋର୍ଟ ବନ୍ଦ

  ସୋନପୁର,୨୦।୧୧(ନି.ପ୍ର.): ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଜୋର ଧରିଛି। ଆଇନଜୀବୀମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।