ଉପକୂଳ ଓଡିଶା

ନିଯୁକ୍ତି ମେଳାକୁ ଶିଳ୍ପ କମ୍ପାନୀର ବେଖାତିର

ନିଯୁକ୍ତି ମେଳାକୁ ଶିଳ୍ପ କମ୍ପାନୀର ବେଖାତିର
ଯାଜପୁର ଅଫିସ,୮।୧- ରାଜ୍ୟରେ ଦ୍ରୁତ ବିକାଶ ଓ ନିଯୁକ୍ତି ଆଳରେ ରାଜ୍ୟ ସରକାର ଶିଳ୍ପାୟନ ପ୍ରତି ଗୁରୁତ୍ୱାରୋପ କରୁଛନ୍ତି। ହେଲେ ନିଯୁକ୍ତି ମେଳା ଉପରେ କଳିଙ୍ଗନଗର ଶିଳ୍ପାଞ୍ଚଳର କୌଣସି ଶିଳ୍ପ କମ୍ପାନୀ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଫଳସ୍ବରୁପ ଦୀର୍ଘ ୪ବର୍ଷ ପରେ ସୋମବାର ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଆୟୋଜିତ ନିଯୁକ୍ତି ମେଳା ଏକ ପ୍ରକାର ଫସର ଫାଟିଛି। ମେଳାକୁ ଶିଳ୍ପ କମ୍ପାନୀଗୁଡ଼ିକର ବେଖାତିର ମନୋଭାବ ଯୋଗୁ ନିଯୁକ୍ତି ଆଶାରେ ଆସିଥିବା ଶତାଧିକ ଉଚ୍ଚଶିକ୍ଷିତ ଯୁବତୀଯୁବକ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଛନ୍ତି। ଶିଳ୍ପ ବହୁଳ ଯାଜପୁର ଜିଲାରେ କମ୍ପାନୀଗୁଡ଼ିକର ଏଭଳି ମନୋଭାବକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି। ଆଉ ଏହା ଆଗାମୀ ଦିନରେ ଏଅଞ୍ଚଳର ରାଜନୀତିକୁ ବହୁଳ ଭାବରେ ପ୍ରଭାବିତ କରିବ ବୋଲି ଅନେକ ମତପ୍ରକାଶ କରିଛନ୍ତି। ଯାଜପୁର ବ୍ଲକ ଅନ୍ତର୍ଗତ ବରୁଆଁସ୍ଥିତ ସରକାରୀ ଆଇଟିଆଇ ପରିସରରେ ୮ ତାରିଖ ସୋମବାର ଏବଂ ରଗଡ଼ିସ୍ଥିତ ସରକାରୀ ପଲିଟେକ୍‌ନିକ୍‌ କଲେଜଠାରେ ୯ତାରିଖରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ ବୋଲି ଗତ ୨୭ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏଥିରେ ବିଭିନ୍ନ ନିଯୁକ୍ତିଦାତା ସଂସ୍ଥା, ଶିଳ୍ପାନୁଷ୍ଠାନ ଯୋଗଦେଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବେ ବୋଲି ପ୍ରଶାସନ ଘୋଷଣା କରିଥିଲା। ୨୦୧୩ରେ ଯାଜପୁରରୋଡ ରାଜୀବଗାନ୍ଧୀ ଷ୍ଟାଡିୟମରେ ଶେଷଥର ପାଇଁ ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା। ଦୀର୍ଘ ୪ବର୍ଷ ପରେ ମେଳାର ଆୟୋଜନ ହେଉଥିବାରୁ ଯାଜପୁର, ଦଶରଥପୁର, ବରୀ, ବିଞ୍ଝାରପୁର, ରସୁଲପୁର ଓ ଯାଜପୁର ପୌରାଞ୍ଚଳର ପ୍ରାୟ ୩ ହଜାର ଯୁବତୀଯୁବକ ସୋମବାର ନିଯୁକ୍ତି ମେଳାକୁ ଆସିଥିଲେ । ଏଥିରେ ୧୦ଟି ତାଲିମ ସଂସ୍ଥା ଏବଂ ୭ଟି ସିକ୍ୟୁରିଟି ସଂସ୍ଥା ଯଥା, ଭାରତ ସିକ୍ୟୁରିଟୀ, ଜି-ଫୋକସ, ଏସଏଲ୍‌ସି ସୁକ୍ୟୁରିଟି, ଗ୍ରୀସ୍‌କୋ ସିକ୍ୟୁରିଟି, ୟୁରିକା ଫୋକସ, ସନ୍‌ସିଡ ଏଗ୍ରୋ ଓ ମେଟ୍ରୋ କେମିକାଲ ଯୋଗ ଦେଇଥିଲେ। ୮୬୫ଜଣ ଯୁବତୀଯୁବକ ବିଭିନ୍ନ ତାଲିମ ପାଇଁ ଚୟନ ହୋଇଥିବାବେଳେ ୨୧୫ଜଣଙ୍କୁ ସିଧାସଳଖ ନିଯୁକ୍ତି ମିଳିଥିଲା । ତେବେ କଳିଙ୍ଗନଗର ଓ ଜାରକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର କୌଣସି ଶିଳ୍ପସଂସ୍ଥା ଆସି ନ ଥିବାରୁ ସ୍ନାତକ, ସା୍ନତୋକତ୍ତର, ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଯୁବତୀଯୁବକଙ୍କୁ କୌଣସି ପ୍ରକାରେ ଚୟନ କରାଯାଇ ନ ଥିଲା। ୧ହଜାରରୁ ଊର୍ଦ୍ଧ୍ୱ ଉଚ୍ଚଶିକ୍ଷିତ ଓ ବୈଷୟିକ ଡିଗ୍ରୀଧାରୀ ଯୁବତୀ ଯୁବକ ମେଳାରେ ପଞ୍ଜିକରଣ କରି ନିଯୁକ୍ତି ପାଇବାକୁ ଆଶା ରଖିଥିଲେ। ନିଯୁକ୍ତି ମେଳାରେ ବିଭିନ୍ନ ଅବ୍ୟବସ୍ଥା ଏବଂ ନିଯୁକ୍ତି ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରି ବହୁ ଯୁବତୀଯୁବକ ଫେରିଯାଇଥିଲେ। ମେଳାର ପ୍ରସ୍ତୁତି ବୈଠକରେ ଆଶାୟୀ ପ୍ରାର୍ଥୀଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଜିଲା ପ୍ରଶାସନ କର୍ମନିୟୋଜନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମେଳା ସ୍ଥଳରେ ପାନୀୟଜଳ, ସ୍ବାସ୍ଥ୍ୟସେବା, ଆଇନଶୃଙ୍ଖଳା, ଅଗ୍ନି ନିର୍ବାପକ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବାକୁ କୁହାଯାଇଥିଲା। ହେଲେ କୌଣସି ବ୍ୟବସ୍ଥା ଠିକ୍‌ଢଙ୍ଗରେ ହୋଇ ପାରି ନ ଥିଲା। କଳିଙ୍ଗନଗର ଶିଳ୍ପାୟନ ଦ୍ୱାରା ଜିଲାରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି ବିଭିନ୍ନ ସଭାସମିତିରେ ବିଧାୟକ, ମନ୍ତ୍ରୀ, ଜିଲା ପ୍ରଶାସନ ପକ୍ଷରୁ କେବଳ ଭାଷଣବାଜି ଚାଲିଥିବା ଏଥିରୁ ସ୍ପଷ୍ଟ ମନେ ହୋଇଛି। କଳିଙ୍ଗନଗରରେ ଘରୋଇ ପୁଞ୍ଜି ନିବେଶରେ ବହୁ ଶିଳ୍ପ କାରଖାନା ଗଢି ଉଠିଛି। ଏବେବି ବହୁ କମ୍ପାନୀ କଳିଙ୍ଗନଗର ମୁହାଁ ହେଉଛନ୍ତି। ମାତ୍ର ସ୍ଥାନୀୟ ଯୁବତୀଯୁବକଙ୍କୁ ଚାକିରି ତ ଦୂରର କଥା, ଅସ୍ଥାୟୀ ଠିକା ସଂସ୍ଥାରେ ବି ଠିକ୍‌ ଭାବେ ନିଯୁକ୍ତି ମିଳୁନାହିଁ। ଅଭିଜ୍ଞତାକୁ ଆଳ କରି ଶିକ୍ଷିତ ଯୁବତୀଯୁବକଙ୍କୁ ବଡ଼ବଡ଼ ଶିଳ୍ପ କମ୍ପାନୀ ଉପେକ୍ଷା କରି ଚାଲିଛନ୍ତି। ଏଠାରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ବାହାର ରାଜ୍ୟର ଲୋକଙ୍କୁ ଅଧିକ ନିଯୁକ୍ତି ମିଳୁଛି। ସେହିପରି ବାହାର ରାଜ୍ୟର ଠିକାସଂସ୍ଥାଙ୍କୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ହେଲେ ସ୍ଥାନୀୟ ବାସିନ୍ଦା ଜମିବାଡି, ଘରଦ୍ୱାରା ହରାଇ କେବଳ ଧୂଳିଧୁଆଁ ଖାଇ ଅକାଳରେ ବିଭିନ୍ନ ରୋଗରେ ପଡ଼ି ମୃତ୍ୟୁବରଣ କରୁଛନ୍ତି। କାଁଭାଁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ଦାବି, ଆନ୍ଦୋଳନ ହେଉଥିଲେ ହେଁ ଲୋକ ପ୍ରତିନିଧିମାନେ ନୀରବ ରହୁଛନ୍ତି । ସବୁଠାରୁ ବିଡମ୍ବନା ବିଷୟ ଯେ, ବିରୋଧୀ ଦଳ ଭୂମିକା ନେଉଥିବା ଭାଜପା ଓ କଂଗ୍ରେସ ନେତାମାନେ ମଧ୍ୟ କମ୍ପାନୀ ପାଖରେ ବିକ୍ରି ହୋଇଯାଇଥିବା ମନେ ହେଉଛି। ତେଣୁ ପ୍ରଶାସନର ନିଯୁକ୍ତି ମେଳାକୁ ବି ଶିଳ୍ପକମ୍ପାନୀଗୁଡ଼ିକ ମାନୁନାହାନ୍ତି । ଏସଂକ୍ରାନ୍ତରେ ଜିଲା ନିୟୋଜନ ଅଧିକାରୀ ଗତିକୃଷ୍ଣ ବେହେରାଙ୍କୁ ପଚାରିବାରେ କଳିଙ୍ଗନଗର ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ଭିସା ଷ୍ଟିଲ ଆଦି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେମାନେ ନିଯୁକ୍ତି ନାହିଁ ବୋଲି କହି ମେଳାରେ ଯୋଗଦେଇ ନାହାନ୍ତି ବୋଲି ବେହେରା କହିଛନ୍ତି।
All Right Reserved By

ଉପକୂଳ ଓଡିଶା

 ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ପଟ୍ଟାମୁଣ୍ଡାଇ,୨୦।୯(ସ୍ବ.ପ୍ର.)-ଲଘୁଚାପଜନିତ ଗତ ଲଗାଣ ବର୍ଷାରେ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବହୁ ଚାଳଘର ଭାଗିଂ ଯାଇଛି । ଡାମରପୁର ଘେରିବନ୍ଧ ଭିତରେ ଥିବା ୮ ଶହ ଏକର ଭେଡାରେ ଧାନ ଫସଲ ବୁଡି ନଷ୍ଟ ହୋଇଯାଇଛି।

ଲଘୁଚାପ ବର୍ଷା ଯୋଗୁ ଜୀବନଯାତ୍ରା ବ୍ୟାହତ

ଲଘୁଚାପ ବର୍ଷା ଯୋଗୁ ଜୀବନଯାତ୍ରା ବ୍ୟାହତ

ମହାକାଳପଡା,୨୦।୯(ଡି.ଏନ.ଏ.)-ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା, ପବନ ବୁଧବାର ରାତି ଠାରୁ ଲାଗି ରହିଛି । ସମୁଦ୍ରର ଉଚ୍ଚ ଜୁଆର ଓ  ତୁହାକୁ ତୁହା ବର୍ଷା  ଯୋଗୁ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି ।

ମାର୍ଶାଘାଇରେ ମୁଁ  ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ

ମାର୍ଶାଘାଇରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ

ମାର୍ଶାଘାଇ,୨୦।୯(ଡିଏନଏ)-ଯୁବ ପ୍ରତିଭା ଅନ୍ବେଷଣ ନିମନ୍ତେ ମାର୍ଶାଘାଇ ବ୍ଲକ ବିଜୁ ଯୁବ ବାହିନୀ ସହଯୋଗରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା କ୍ରୀଷ୍ଣା ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ ।

ଗୁଲନଗରରେ ଗଣେଶ ମେଲଣ

ଗୁଲନଗରରେ ଗଣେଶ ମେଲଣ

କେନ୍ଦ୍ରାପଡା ଅଫିସ, ୨୦।୯- କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତରେ ଗଣେଶ ମେଲଣ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛ। ଏଥିରେ ପଞ୍ଚାୟତର ୭ଟି ଗଣେଶଙ୍କ ମୁଣ୍ମୟ ପ୍ରତିମା ସାମିଲ ହେବା ସହିତ ଏକତ୍ର ଭୋଗ ଲାଗି ହୋଇଥିଲା ।

କୃଷିଋଣ ଛାଡ ପାଇଁ ଦାବିପତ୍ର

କୃଷିଋଣ ଛାଡ ପାଇଁ ଦାବିପତ୍ର

କେନ୍ଦ୍ରାପଡା ଅଫିସ, ୨୦।୯- ଡେରାବିଶ ବ୍ଲକ ଗଣିଆମୁହଁ ଗ୍ରାମର ପାର୍ବତୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୃଷିଋଣ ଛାଡ ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ବୁଧବାର ପ୍ରଦାନ କରିଛନ୍ତି। 

 ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

କେନ୍ଦ୍ରାପଡା ଅଫିସ, ୨୦।୯-ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୫୦ ଜଣ କୁଶଳୀ ଶ୍ରମିକଙ୍କୁ ବୁଧବାର ପରିଚୟ ପତ୍ର ପ୍ରଦାନ କରାଯାଇଛି। ।ଜିଲା ଶ୍ରମ ଅଧିକାରୀ କଳ୍ପନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏଥିପାଇଁ କେନ୍ଦ୍ରାପଡା ବ୍ଲକ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। 

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଆଳି,୨୦।୯(ଡି.ଏନ୍‌.ଏ.): ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମର ସୁକାନ୍ତି  ଘଡେଇ (୮୦)ବର୍ଷ ବୁଧବାର ବିଳମ୍ବିତ ରାତିରେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ଓଡଗାଁ,୨୦।୯(ସ୍ବ.ପ୍ର.)-ନୂଆଗାଁ ବ୍ଲକ ହରିପୁର ପ୍ରାଥମିକ ବିଦ୍ୟାଳୟରୁ  ଚୋରି ହୋଇଥିବା ନଥିପତ୍ର ଉଦ୍ଧାର କରିବା ଦାବି ନେଇ ଗ୍ରାମବାସୀ ଗୁରୁବାର ଓଡଗାଁ-ବାହାଡାଝୋଲା ମୁଖ୍ୟ ରାସ୍ତାରେ କାଠ ପକାଇ ରାସ୍ତାରୋକୋ କରିଛନ୍ତି ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଗୁହାଳ ପୋଡ଼ି ଗାଇ ବାଛୁରୀ ଜୀବନ୍ତ ଦଗ୍ଧ

ଡେରାବିଶ,୨୦।୯(ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତର ପଣ୍ଡିତପାଟଣା ଗ୍ରାମର ବେଣୁଧର ମଲ୍ଲିକଙ୍କ ଗୁହାଳ ଘରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଇ ଓ ଗୋଟିଏ ବାଛୁରୀ  ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବରପାଇ ସ୍ଥାନୀୟ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ । 

 ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ରଣପୁର,୨୦।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ଠାରେ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ମାଛ ବେପାରୀଙ୍କଠାରୁ ଲୁଟ ହୋଇଛି। ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବେପାରୀ ନବ କିଶୋର ରାଉତଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଦ୍ରୁତ ଗତିରେ ପଳାଉଥିଲେ। ଏହି ସମୟରେ ସେମାନେ କୁଳାସର ଗ୍ରାମରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲେ। ଗାଡ଼ିଟି ଅଟକି ଯିବାପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ।

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ରାଜନଗର,୨୦।୯(ଡିଏନଏ)-ଓଡିଶା ଜୀବିକା ମିଶନ ରାଜନଗର ଶାଖା ପକ୍ଷରୁ ଜୀବିକା ସମନ୍ବୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।