ଉପକୂଳ ଓଡିଶା

ଅନ୍ଧାରରେ ୫୭ ଆଦିବାସୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଅନ୍ଧାରରେ ୫୭ ଆଦିବାସୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ
ଡୁବୁରୀ,୮।୧(ଡିଏନଏ)- ସୁକିନ୍ଦା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ସଂସାଇଲୋ ପଞ୍ଚାୟତର ସୋରିଷିଆପଦାଠାରେ ହୋ ମୁଣ୍ଡା ଡେଭଲଭମେଣ୍ଟ ସୋସାଇଟି ଆନୁକୂଲ୍ୟରେ ଗତ ଦୁଇବର୍ଷ ଧରି ଚାଲିଥିଲା ବୀର ଆଦିବାସୀ ବିର୍ସା ମୁଣ୍ଡା ସେବାଶ୍ରମ ନାମରେ ଏକ ସ୍କୁଲ। ମାତ୍ର ଉକ୍ତ ସ୍କୁଲଟି ଗତ ୪ମାସ ହେଲା ବନ୍ଦ ହୋଇଯାଇଛି। ଫଳରେ ସମ୍ପୃକ୍ତ ସ୍କୁଲରେ ଅଧ୍ୟୟନ କରୁଥିବା ୫୭ଜଣ ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଡୋରୀ ଲାଗିଯାଇଥିବା ବେଳେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି। ସୋସାଇଟି ପକ୍ଷରୁ ଆବଶ୍ୟକ ଅର୍ଥ ଯୋଗାଇ ଦେବା ବନ୍ଦ କରିଦିଆଯିବାରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଛି ବୋଲି ସ୍କୁଲ କର୍ତ୍ତୃପକ୍ଷ କହୁଥିବା ବେଳେ ସ୍କୁଲ ପରିଚାଳନା ଦାୟିତ୍ୱରେ ଥିବା କମିଟି ଅର୍ଥ ହେରଫେର କରିବାରୁ ସ୍କୁଲଟି ବନ୍ଦ ହୋଇଯାଇଛି ବୋଲି ସ୍ଥାନୀୟ ଲୋକେ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଅଭିଭାବକମାନେ ସୁକିନ୍ଦା ଥାନା ସମେତ ଜିଲା ଓ ରାଜ୍ୟ ପ୍ରଶାସକଙ୍କ ନିକଟରେ ଶନିବାର ଗୁହାରି କରିଛନ୍ତି। ଆଦିବାସୀ ତଥା ପଛୁଆ ଅଞ୍ଚଳରେ ଶିକ୍ଷାର ବିକାଶ ଲକ୍ଷ୍ୟରେ ହୋ ମୁଣ୍ଡା ଡେଭଲପମେଣ୍ଟ ସୋସାଇଟି ପକ୍ଷରୁ ବୀର ଆଦିବାସୀ ବିର୍ସା ମୁଣ୍ଡା ନାମରେ ଏକ ଆଦିବାସୀ ସେବାଶ୍ରମ ପ୍ରତିଷ୍ଠା କରାଯାଇଥିଲା। ଏହି ସଂସ୍ଥା ମଧ୍ୟ ଜିଲା ପ୍ରଶାସନ ଦ୍ୱାରା ପଞ୍ଜୀକୃତ କରାଯାଇଛି। ଯାହାର ରେଜିଷ୍ଟେଶନ ନମ୍ବର ୨୩୮୧୬/୫୦/୨୦୧୬-୧୭। ସମ୍ପୃକ୍ତ ଅଞ୍ଚଳର କିଛି ବ୍ୟକ୍ତିଙ୍କୁ ନେଇ ଏକ କମିଟି ଗଠନ କରାଯିବା ସହ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଉକ୍ତ ସ୍କୁଲରେ ଯାଜପୁର ଓ କେନ୍ଦୁଝର ଜିଲାର ୯ଜଣ ବାଳିକାଙ୍କ ସମେତ ମୋଟ ୨୫ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ। ସେଠାରେ ବିଦ୍ୟାର୍ଥୀଙ୍କ ପାଇଁ ମାଗଣାରେ ପାଠପଢ଼ା ସହ ଖାଇବା ଓ ରହିବାର ବ୍ୟବସ୍ଥା ଥିଲା। ଚଳିତ ବର୍ଷ ୬ଷ୍ଠ ଶ୍ରେଣୀରେ ୨୫ଜଣ ଓ ୭ମ ଶ୍ରେଣୀରେ ୩୨ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ। ହେଲେ ଗତ ଦଶହରା ଛୁଟି ପରେ ସମ୍ପୃକ୍ତ ସ୍କୁଲଟି ଆଉ ଖୋଲା ଯାଉନାହଁି। ଫଳରେ ଅଭିଭାବକଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଏ ନେଇ ପରିଚାଳନା କମିଟି ସହ କଥା କଟାକଟି ହୋଇଆସୁଥିଲା। କମିଟିର କେତେକ ସଦସ୍ୟ ଅର୍ଥ ତୋଷାରପାତ କରିଥିବା ଅଭିଭାବକମାନେ ଅଭିଯୋଗ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏ ନେଇ ଅଭିଭାବକମାନେ କଳିଙ୍ଗନଗର ଅତିରିକ୍ତ ଏସପି, ଜିଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ, ସୁକିନ୍ଦା ବିଧାୟକ, ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ, ହୋ ମୁଣ୍ଡା ଡେଭଲପମେଣ୍ଟ ସୋସାଇଟି ପକ୍ଷରୁ ଅଚାନକ ଆର୍ଥତ୍କ ଅନୁଦାନ ବନ୍ଦ କରିଦିଆ ଯିବାରୁ ସ୍କୁଲ ଚଳାଇବା ସମ୍ଭବ ହେଲାନାହିଁ। ତେଣୁ ତାହାକୁ ବନ୍ଦ କରିଦିଆଯାଇଛି ବୋଲି କହିଛନ୍ତି।
All Right Reserved By

ଉପକୂଳ ଓଡିଶା

କଣିଆ-ଥାଇଳୋ ରାସ୍ତାରେ ଗୁଳିକାଣ୍ଡ : ଅଭିଯୁକ୍ତଙ୍କୁ ଗିରଫ ନ କଲେ ଥାନା ଘେରାଉ

କଣିଆ-ଥାଇଳୋ ରାସ୍ତାରେ ଗୁଳିକାଣ୍ଡ : ଅଭିଯୁକ୍ତଙ୍କୁ ଗିରଫ ନ କଲେ ଥାନା ଘେରାଉ

ବାଲିକୁଦା,୨୫ା୩(ସ୍ବ.ପ୍ର.): ବାଲିକୁଦା ଥାନା କଣିଆ-ଥାଇଳୋ ରାସ୍ତାରେ ୫ଦିନ ତଳେ ହୋଇଥିବା ଗୁଳିମାଡ଼ ଘଟଣାରେ ପୋଲିସ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। 

ପିଡିଏର ଜାଗା ବିକ୍ରିକୁ ନେଇ ତୀବ୍ର ଉତ୍ତେଜନା : ନିର୍ମାଣ ବନ୍ଦ କଲେ ତହସିଲଦାର

ପିଡିଏର ଜାଗା ବିକ୍ରିକୁ ନେଇ ତୀବ୍ର ଉତ୍ତେଜନା : ନିର୍ମାଣ ବନ୍ଦ କଲେ ତହସିଲଦାର

କୁଜଙ୍ଗ,୨୫ା୩(ସ୍ବ.ପ୍ର.): କୁଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଏକ ସରକାରୀ ଜାଗାକୁ ପିଡିଏ(ପାରାଦୀପ ଡେଭଲପ୍‌ମେଣ୍ଟ ଅଥରିଟି) ପକ୍ଷରୁ ବେଆଇନ ଭାବରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। 

ଠକାମୀ: ରେଲ୍‌ୱେ ଟିକେଟ୍‌ ଟଙ୍କା ଫେରସ୍ତ ଘଟଣା, ଜମାଖାତାରୁ ଲୁଟି ନେଲେ ୧ଲକ୍ଷ ୭ହଜାର ଟଙ୍କା

ଠକାମୀ: ରେଲ୍‌ୱେ ଟିକେଟ୍‌ ଟଙ୍କା ଫେରସ୍ତ ଘଟଣା, ଜମାଖାତାରୁ ଲୁଟି ନେଲେ ୧ଲକ୍ଷ ୭ହଜାର ଟଙ୍କା

ରଣପୁର,୨୪ା୩(ସ୍ବ.ପ୍ର.)-ଠକମାନେ ବିଭିନ୍ନ ଉପାୟରେ ବ୍ୟାଙ୍କ ଜମାଖାତାରୁ ଅନ୍ୟଜଣଙ୍କ ଟଙ୍କା ଉଠାଇ ଦେଇଥିବାବେଳେ ଏବେ ଏକ ଭିନ୍ନ ଉପାୟରେ ଠକାମୀର ଶିକାର ହୋଇଛନ୍ତି ଜଣେ ଜମାକାରୀ। ରେଲ୍‌ୱେ ଟିକେଟ୍‌ ଟଙ୍କା ତୁମ ଆକାଉଣ୍ଟରେ ଫେରସ୍ତ କରିବାକୁ କହି ନୟାଗଡ ଜିଲା ରଣପୁର ଥାନା ଲେଖନପୁର ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଜମାଖାତାରୁ ଶନିବାର ୧ଲକ୍ଷ ୭ହଜାର ୮୧୭ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। 

‘ଆତ୍ମଜୀବନୀ ସଂଘର୍ଷ, ସଂଗ୍ରାମ ପାଇଁ ଉତ୍ସାହ’

‘ଆତ୍ମଜୀବନୀ ସଂଘର୍ଷ, ସଂଗ୍ରାମ ପାଇଁ ଉତ୍ସାହ’

ଧର୍ମଶାଳା,୨୪।୩ (ଡି.ଏନ୍‌.ଏ.)-  ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାସ୍ଥିତ କଳ୍ପତରୁ ଦାସ ଇଣ୍ଡୋର ଷ୍ଟାଡିୟମ ପରିସରରେ ରବିବାର କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଗୋକର୍ଣ୍ଣିକା ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ଏକ ଜାତୀୟ ଆଲୋଚନାଚକ୍ର ଓ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ଓଡ଼ିଆ ଜୀବନୀ ଓ ଆତ୍ମଜୀବନ ସାହିତ୍ୟ ଶୀର୍ଷକ’ ଆଲୋଚନା ସଭାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ଅବସରପ୍ରାପ୍ତ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଉଦ୍‌ଘାଟନ କରିଥିଲେ। 

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବରୀ,୨୪ା୩(ସ୍ବ.ପ୍ର.)- ବରୀ ଥାନା ଅଧୀନ ମେଦୁଆକୂଳ ଗ୍ରାମର ଏକ ନାଳରୁ ରବିବାର ଜଣେ ନିଖୋଜ ବୃଦ୍ଧ ଉଦ୍ଧାର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଅଲେଖ ଚନ୍ଦ୍ର ଦାସ (୬୦)। ରବିବାର ସକାଳେ ଗ୍ରାମ ନିକଟ ଏକ ନାଳରେ ବୃଦ୍ଧା ଜଣକ ଭାସୁଥିବାର ଗ୍ରାମଲୋକେ ଦେଖିଥିଲେ। 

ଅଢଙ୍ଗଗଡ଼ ବରିଷ୍ଠ ନାଗରିକ ମଞ୍ଚ ଅଧିବେଶନ: ସାମାଜିକ ବିକାଶକୁ ଗୁରୁତ୍ୱ

ଅଢଙ୍ଗଗଡ଼ ବରିଷ୍ଠ ନାଗରିକ ମଞ୍ଚ ଅଧିବେଶନ: ସାମାଜିକ ବିକାଶକୁ ଗୁରୁତ୍ୱ

ବିରିଡି,୨୪।୩(ଡି.ଏନ.ଏ): ବିରିଡ଼ି ବ୍ଲକ ଅଢଙ୍ଗଗଡ଼ ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ସାଧାରଣ ଅଧିବେଶନ ମହାପୁରୁଷ ଯଶୋବନ୍ତ ଦାସଙ୍କ ଦର୍ଶନ ମଣ୍ଡପଠାରେ ରବିବାର ଅନୁଷ୍ଠିତ ହୋଇଛି। ମଞ୍ଚର ସଭାପତି ପଦ୍ମନାଭ ଭୋଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଜଗତସିଂହପୁର ଜିଲା ବରିଷ୍ଠ ନାଗରିକ ସଂଘ ସେଲର ଆଇନ ଉପଦେଷ୍ଟା ଧୀରେନ୍ଦ୍ର ନାଥ ଆଚାର୍ଯ୍ୟ ଯୋଗ ଦେଇଥିଲେ। 

ଶ୍ୟାମସୁନ୍ଦରପୁର ଦୋଳ ମେଳଣ

ଶ୍ୟାମସୁନ୍ଦରପୁର ଦୋଳ ମେଳଣ

କେନ୍ଦ୍ରାପଡା ଅଫିସ, ୨୪ା୩- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ପ୍ରସିଦ୍ଧ ମହାନ୍ତି ସାହି ମେଳଣ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ୯ଟି ସୁସଜ୍ଜିତ ବିମାନରେ ଶ୍ରୀଜୀଉମାନେ ପ୍ରତ୍ୟୁଷରେ ବାହାରି ବାଜା ଓ ରୋଷଣୀ ସହ ମେଳଣ ପଡିଆରେ ପହଞ୍ଚତ୍ଥିଲେ ।

ଚଉଦକୁଲାଟ ଛାମୁ ମେଳଣ ଶେଷ

ଚଉଦକୁଲାଟ ଛାମୁ ମେଳଣ ଶେଷ

କେନ୍ଦ୍ରାପଡା ଅଫିସ, ୨୪ା୩- କେନ୍ଦ୍ରାପଡାର ଚଉଦକୁଲାଟସ୍ଥିତ ଶ୍ରୀ ଦଧିବାମନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରବିବାର ଛାମୁ ମେଳଣ ଶେଷ ହୋଇଛି ା ଏହି ମେଳଣରେ ଆଖପାଖ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସାମିଲ ହୋଇଥିଲେ ା 

ଶ୍ରୀଶ୍ରୀ ଗାଦିଶ୍ୱରଦେବଙ୍କ ଦଣ୍ଡ ଉତ୍ସବ: ବାହ୍ୟ ଭ୍ରମଣରେ ବାହାରିବେ ଠାକୁର

ଶ୍ରୀଶ୍ରୀ ଗାଦିଶ୍ୱରଦେବଙ୍କ ଦଣ୍ଡ ଉତ୍ସବ: ବାହ୍ୟ ଭ୍ରମଣରେ ବାହାରିବେ ଠାକୁର

କୃଷ୍ଣପ୍ରସାଦ,୨୪ା୩(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଆରାଧ୍ୟ ଦେବତା ଦଳବେହେରା ସାହିସ୍ଥିତ ଶ୍ରୀଶ୍ରୀ ଗାଦିଶ୍ୱରଦେବଙ୍କ ଦଣ୍ଡଯାତ୍ରା ଉତ୍ସବ ରବିବାରଠାରୁ ଆରମ୍ଭ ହୋଇଯାଇଛି। ନିଶାର୍ଦ୍ଧରେ ଠାକୁରଙ୍କୁ କୋଠୀ ଭଗତାମାନଙ୍କ ଦ୍ୱାରା ଆବାହନ କରାଯାଇଥିଲା ।

୨ ଲୁଟେରାଙ୍କୁ  କୋର୍ଟ ଚାଲାଣ

୨ ଲୁଟେରାଙ୍କୁ କୋର୍ଟ ଚାଲାଣ

ଚଣ୍ଡିଖୋଲ,୨୪।୩ (ଡି.ଏନ୍‌.ଏ.)- ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଶନିବାର ରାତିରେ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଥାନା ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମର  ରଶ୍ମୀରଞ୍ଜନ ମହାଲା ଓ କୁନ୍ଦଳ ଗ୍ରାମର ଜୟ କିଷାନ ଜେନା। ରବିବାର ସେମାନଙ୍କୁ  କୋର୍ଟ ଚାଲାଣ କରାଯାଇଛି। ଉଭୟ ପୂର୍ବରୁ ଅନେକ  ଲୁଟ୍‌ ଘଟଣାରେ ସମ୍ପୃକ୍ତି ଥିବା ଜଣାପଡିଛି। ସେମାନଙ୍କ ନାମରେ ବିଭିନ୍ନ ଥାନାରେ ୧୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ବେଳେ ଦୀର୍ଘ ଦିନ ହେବ ପୋଲିସକୁ ଚକମା ଦେଇ ବୁଲୁଥିଲେ। 

 ନୟାଗଡ଼ରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ  ମୁଖ୍ୟମନ୍ତ୍ରୀ: କହିଲେ ଆମ ରିମୋର୍ଟ  ସାଢ଼େ ୪ କୋଟି ଓଡ଼ିଆଙ୍କ ହାତରେ

ନୟାଗଡ଼ରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ: କହିଲେ ଆମ ରିମୋର୍ଟ ସାଢ଼େ ୪ କୋଟି ଓଡ଼ିଆଙ୍କ ହାତରେ

ନୟାଗଡ଼ ଅଫିସ,୨୪।୩: ଆସନ୍ତା ସାଧାରଣ ନିର୍ବାଚନ ପଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୟାଗଡ଼ ଷ୍ଟାଡିୟମରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।  ମଧ୍ୟାହ୍ନରେ ମୁଖମନ୍ତ୍ରୀ  ଷ୍ଟାଡିୟମଠାରେ ଆୟୋଜିତ  ଦଳୀୟ ସମାବେଶରେ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି।

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ୧ ମୃତ, ଡ୍ରାଇଭରଙ୍କୁ ଗିରଫ ଦାବିରେ କୁଆଖିଆ-ଯାଜପୁର ମୁଖ୍ୟ ରାସ୍ତା ଅବରୋଧ

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ୧ ମୃତ, ଡ୍ରାଇଭରଙ୍କୁ ଗିରଫ ଦାବିରେ କୁଆଖିଆ-ଯାଜପୁର ମୁଖ୍ୟ ରାସ୍ତା ଅବରୋଧ

ରସୁଲପୁର,୨୪।୩: ଯାଜପୁର ସଦର ଥାନା ଅନ୍ତର୍ଗତ ୨୦ନଂ. ଜାତୀୟ ରାଜପଥ ମହେଶ୍ୱରପୁର ପଞ୍ଚାୟତ ନିକଟରେ ରବିବାର ଦୁର୍ଘଟଣା ଘଟିଛି।  


Model This Week

ରଶ୍ମି
Why Dharitri