ସମ୍ବଲପୁର

ବିଦ୍ୟୁତ୍‌ ଆଘାତରେ ପାଚିକାଙ୍କ ମୃତ୍ୟୁ

ବିଦ୍ୟୁତ୍‌ ଆଘାତରେ ପାଚିକାଙ୍କ ମୃତ୍ୟୁ

ଜୟପାଟଣା,୮।୧(ଡି.ଏନ୍‌.ଏ.)- ରବିବାର ବିଦ୍ୟୁତ୍‌ ଆଘାତରେ ଗୁରୁତର ଆହତ ହୋଇଥିବା କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ପ୍ରତାପପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପାଚିକା ତିଲେ ମାଝି (୪୫)ଙ୍କର ସୋମବାର ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ରବିବାର ତିଲେ ପ୍ରତାପପୁରସ୍ଥିତ ନିଜ ଘର ଛାତରେ ବଡ଼ି ତିଆରି କରୁଥିବାବେଳେ ଛାତ ଉପର ଦେଇ ଯାଇଥିବା ୧୧ କେ.ଭି. ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜୟପାଟଣା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସୋମବାର ମଧ୍ୟାହ୍ନରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

All Right Reserved By
I&PR

Model This Week

ସନ୍ତୋଷ

ସମ୍ବଲପୁର

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ରାଉରକେଲା ଅଫିସ, ୨୪।୫-ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ। ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି।

ବଢ଼ୁଛି ସଡକ ଦୁର୍ଘଟଣା: ଗୋଡଭଗା-ତୁରୁମ ରାଜ୍ୟ ରାଜପଥ ଅସୁରକ୍ଷିତ

ବଢ଼ୁଛି ସଡକ ଦୁର୍ଘଟଣା: ଗୋଡଭଗା-ତୁରୁମ ରାଜ୍ୟ ରାଜପଥ ଅସୁରକ୍ଷିତ

ଅତାବିରା, ୨୪।୫ (ଡି.ଏନ.ଏ)- ଜାତୀୟ ରାଜପଥ ୫୩ ସମ୍ବଲପୁର-ବରଗଡ ଓ ଗୋଡଭଗା-ତୁରୁମ-ସୋନପୁର ୫୪ ନମ୍ବର ରାଜ୍ୟ ରାଜପଥରେ ପ୍ରତିଦିନ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ବେପରୁଆ ଗାଡି ଚାଲାଣ, ଅଣତାଲିମପ୍ରାପ୍ତ ଡ୍ରାଇଭର, ନାବାଳକ ଡ୍ରାଇଭର ବିଭିନ୍ନ ଯାନବାହାନ ଚଳାଚଳ, ନିଶାଶକ୍ତ ଅବସ୍ଥାରେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ବଢ଼ୁଛି ସଡକ ଦୁର୍ଘଟଣା।

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ଅତାବିରା, ୨୪।୫ (ଡି.ଏନ.ଏ)- ବରଗଡ ଜିଲା ଗୋଡଭଗା-ତୁରୁମ ୫୪ନମ୍ବର ରାଜ୍ୟ ରାଜପଥ ଦେଶଭଟିଲି- ଦେଶପର୍ଥଲା ମଝିରେ ବୁଧବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭେଡେନ ଥାନା ତଥା ରୁଷୁଡା ଫାଣ୍ଡି ଅଧିନସ୍ଥ ଦେଶଭଟିଲି ଗ୍ରାମର ବିଷ୍ଣୁ ସେଣ (୪୦)।

ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ଜମନକିରା,୨୪।୫(ଡି.ଏନ୍‌.ଏ) ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ରମା ରେଞ୍ଜ ଅନ୍ତର୍ଗତ ଟନସରା ଗାଁ ନିକଟ ନାଳାରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଗୁରୁବାର ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ।

ପୋଲିସ ନାଁରେ ୪୨୦ ମାମଲା: ରାଜନୈତିକ ଚାପରେ ନିରପେକ୍ଷତା ନଷ୍ଟ

ପୋଲିସ ନାଁରେ ୪୨୦ ମାମଲା: ରାଜନୈତିକ ଚାପରେ ନିରପେକ୍ଷତା ନଷ୍ଟ

ଝାରସୁଗୁଡା ଅଫିସ,୨୪।୫- ଅନେକ ସମୟରେ ପୋଲିସ ବିଭାଗ ଟଙ୍କା, ମାରଣାସ୍ତ୍ର, ମୂଲ୍ୟବାନ ସାମଗ୍ରୀ ଜବତ କରୁଛି। ଜବତ କରିବା ପରେ ସେଗୁଡିକ କୋର୍ଟରେ ଜିମା ମଧ୍ୟ ଦେଉଛି। କିନ୍ତୁ ଝାରସୁଗୁଡା ଜିଲା ଲଇକେରା ଥାନାରେ ଘଟିଥିବା ଏକ ଘଟଣାରେ ତତ୍କାଳୀନ ଥାନା ଅଧିକାରୀ ଜବତ୍‌ ଟଙ୍କା ହଡପ କରି ନେଇଛନ୍ତି।

ମହାରାଣୀ ସାଗରରେ ଲାଟ୍ରିନ୍‌ ଟାଙ୍କି, ଡ୍ରେନ୍‌ ପାଣି: ଜବରଦଖଲ ଉଚ୍ଛେଦକୁ ନେଇ ମ୍ୟୁନିସିପାଲିଟି ନରମ

ମହାରାଣୀ ସାଗରରେ ଲାଟ୍ରିନ୍‌ ଟାଙ୍କି, ଡ୍ରେନ୍‌ ପାଣି: ଜବରଦଖଲ ଉଚ୍ଛେଦକୁ ନେଇ ମ୍ୟୁନିସିପାଲିଟି ନରମ

ବଲାଙ୍ଗୀର ଅଫିସ,୨୪।୫- ବଲାଙ୍ଗୀର ସହରର ବୃହତ୍‌ ଜଳାଶୟ ମହାରାଣୀ ସାଗରରେ ପ୍ରତ୍ୟହ ହଜାର ହଜାର ଲୋକ ସ୍ନାନ କାର୍ଯ୍ୟ ସମାପନ କରିଥାନ୍ତି। ଜଳାଶୟରୁ ପୂଜାର୍ଚ୍ଚନା ପାଇଁ କଳସ ଶୋଭାଯାତ୍ରା କରାଯାଇଥାଏ।

ଫୁର୍ଲିଝରଣ ଜଳପ୍ରପାତ: ପ୍ରାୟ ଏକ ବର୍ଷ ହେବ ବନ୍ଦ ପଡ଼ିଛି, ପୁନରୁଦ୍ଧାର ପାଇଁ କାହାରି ଦୃଷ୍ଟିନାହିଁ

ଫୁର୍ଲିଝରଣ ଜଳପ୍ରପାତ: ପ୍ରାୟ ଏକ ବର୍ଷ ହେବ ବନ୍ଦ ପଡ଼ିଛି, ପୁନରୁଦ୍ଧାର ପାଇଁ କାହାରି ଦୃଷ୍ଟିନାହିଁ

ଭବାନୀପାଟଣା,୨୪।୫(ଡି.ଏନ.ଏ.)- ପର୍ଯ୍ୟାଟନସ୍ଥଳି ଫୁର୍ଲିଝରଣର ପୁନରୁଦ୍ଧାର ପାଇଁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୧୧ ଦଫା ଦାବିପତ୍ର ଦେବା ସହ ବୁଧବାର ସାଇନିଙ୍ଗ କଳାହାଣ୍ଡିର ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ ଭୁବନେଶ୍ୱରରେ ପିସିସିଏଫଙ୍କୁ ଭେଟି ଉକ୍ତ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି।

୨୫ରୁ ଘରୋଇ ହସ୍ପିଟାଲ ସଂଘର ଧର୍ମଘଟ

୨୫ରୁ ଘରୋଇ ହସ୍ପିଟାଲ ସଂଘର ଧର୍ମଘଟ

ଝାରସୁଗୁଡା ଅଫିସ,୨୪।୫- ସାତ ଦଫା ଦାବି ପୂରଣ ପାଇଁ ଅଲ ଓଡ଼ିଶା ଘରୋଇ ମେଡିକାଲ ସଂଘ ୨୫ ତାରିଖ ଶୁକ୍ରବାର ଠାରୁ ଧର୍ମଘଟକୁ ଓହ୍ଲାଇବ। ୨୪ ତାରିଖ ସୁଦ୍ଧା ସରକାର ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ସଂଘ ଧର୍ମଘଟ କରିବ।

ପାଉଁଶ କାରବାରରେ ଶାସକ-ବିରୋଧୀ ବିଧାୟକ

ଝାରସୁଗୁଡା ଅଫିସ,୨୪।୫- ଝାରସୁଗୁଡା ବଡମାଲ ଥାନା ପଣ୍ଡରୀପଥର ଠାରେ ପାଉଁଶ ଡମ୍ପିଂରେ ରାଜନେତାଙ୍କ ସମ୍ପୃକ୍ତି ଧିରେ ଧିରେ ପଦାକୁ ଆସୁଛି। ଏହି ଘଟଣାରେ ଦୁଇଜଣ ବିଧାୟକଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି। ସେଥିପାଇଁ ଚାପର ବଶବର୍ତ୍ତୀ ହୋଇ ପ୍ରଶାସନର ସ୍ବର ମଧ୍ୟ ବଦଳି ଯାଇଛି।

ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ଜାତୀୟ ରାଜପଥ: ସର୍ଭେକରଣରେ ତ୍ରୁ୍ରଟି ପରିଲକ୍ଷିତ

ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ଜାତୀୟ ରାଜପଥ: ସର୍ଭେକରଣରେ ତ୍ରୁ୍ରଟି ପରିଲକ୍ଷିତ

ନୂଆପଡ଼ା ଅଫିସ,୨୪।୫ ନୂଆପଡ଼ା ସହର ଦେଇ ଯାଇଥିବା ଜାତୀୟ ରାଜପଥ ୩୫୩ନିର୍ମାଣ କାମ ହେବ । ଏଥିରେ ରାସ୍ତାର ପ୍ରଶସ୍ତୀକରଣ ହେବା ପରେ ସହରର ସୌନ୍ଦର୍ଯ୍ୟକରଣ ହେବା ସହ ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ସହରବାସୀ କେତେ ସ୍ବପ୍ନ ଦେଖିଥିଲେ ।

ଗଞ୍ଜେଇ ସହ ୨ ବାଇକ ଜବତ,୪ ଗିରଫ

ଗଞ୍ଜେଇ ସହ ୨ ବାଇକ ଜବତ,୪ ଗିରଫ

କଣ୍ଟାମାଳ, ୨୪।୫ (ଡି.ଏନ.ଏ.) ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି ରାସ୍ତାର ବୁଢାଖୋଲ ଘାଟି ଛକରେ ବୁଧବାର ସକାଳୁ ସ୍ଥାନୀୟ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ଦୁଇଟି ବାଇକ୍‌କୁ ଜେରା ବେଳେ ସେମାନଙ୍କ ନିକଟରୁ ଗଞ୍ଜେଇ ସହ ଗାଡି ଜବତ କରିଛନ୍ତି ।

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ଝାରସୁଗୁଡ଼ା ଅଫିସ,୨୪।୫- ଝାରସୁଗୁଡ଼ା କଲେକ୍ଟରେଟ୍‌ ରୋଡ୍‌ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୂତ ଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭୂତଟି ହସ୍ପିଟାଲ ପରିସର ଏକ କାନ୍ଥରେ ଚଢ଼ି ତଳ ମହଲାରୁ ଉପର ମହଲାକୁ ଉଠୁଥିବା ଭିଡିଓରେ ଦେଖାଯାଉଛି।