Dharitri News
ସମ୍ବଲପୁର

କାରରୁ ଲୁଟ ଘଟଣା: ୩ ଗିରଫ

କାରରୁ ଲୁଟ ଘଟଣା: ୩ ଗିରଫ ଲହୁଣୀପଡ଼ା,୮।୧(ଡି.ଏନ୍‌.ଏ.)- ୧୪୩ନଂ ଜାତୀୟ ରାଜପଥର ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରଣଠାରେ ବିଳମ୍ବିତ ରାତିରେ କାର୍‌କୁ ଅଟକାଇ ଲୁଟ ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରିଛି। ଏଥିରେ ସମ୍ପୃକ୍ତ ୫ରୁ ୬ ଦୁର୍ବୃତ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ରାତିରେ ରାଉରକେଲା ସେକ୍ଟର ୮ର ସନାତନ ସୁନା ନିଜ କାର ଯୋଗେ ବଣେଇ ପଟୁ ରାଉରକେଲା ଯାଉଥିଲାବେଳେ ଚମ୍ପାଝରଣ ମନ୍ଦିର ନିକଟରେ ୫/୬ଜଣ ଦୁବୃର୍ତ୍ତ ତାଙ୍କୁ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ତାଙ୍କଠାରୁ ୧୫ଶହ ଟଙ୍କା, ମୋବାଇଲ ଫୋନ, ଏଟିଏମ୍‌ କାର୍ଡ, ୩ଟି ଭୋଟର କାର୍ଡ, ସ୍ମାଟ୍‌ କାର୍ଡ ଲୁଟି ନେଇଥିଲେ। ଏ ସଂକ୍ରାନ୍ତରେ ସନାତନ ଚାନ୍ଦିପୋଷ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଲାଠିକଟା ବ୍ଳକ ନୂଆଗାଁର ୟୁସୁଫ ମମତାଜ ଆନସାରୀ, ଏମ୍‌.ଡି. ଇକ୍‌ବାଲ, ସୁରେଶ ତିର୍କିୀଙ୍କୁ ସୋମବାର ଗିରଫ କରି କୋର୍ଟଚାଲାଣ କରାଯାଇଛି। ଫେରାର୍‌ ଅଭିଯୁକ୍ତ ଶୀଘ୍ର ଧରାପଡ଼ିବେ ବୋଲି ପୋଲିସ କହିଛି।

ସମ୍ବଲପୁର

ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

ତାଳଚେର ହାଣ୍ଡିଧୁଆ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

ତାଳଚେର, ୨୨।୨(ନି.ପ୍ର.): ତାଳଚେର ହାଣ୍ଡିଧୁଆ ଛକ ନିକଟରେ ଗୁରୁବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ କାରଚାଳକଙ୍କ ବେପରୁଆ ଗାଡିଚାଳନା ଯୋଗୁ ଦୁର୍ଘଟଣା ଘଟି ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ସ୍ଥାନୀୟ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲା ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ବଦଳି ହୋଇଛି। ଏ ନେଇ ଗୁରୁବାର ଡିଜିପି ଆର୍‌ ପି ଶର୍ମା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତାମାଡ଼ ଘଟଣା ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସରକାରୀ ସହାୟତା ସାତସପନ

କୋଳିମାଟି, ୨୧।୨-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମଡ଼ ଗ୍ରାମରେ ଅନେକ ଗରିବ ଆଦିବାସୀ ଲୋକ ସରକାରୀ ସହାୟତାରୁ ବଞ୍ଚିତ ହୋଇଛି। ସେମାନଙ୍କ ଲାଗି ରାଶନ କାର୍ଡ ସାତସପନ ହୋଇଛି।

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ଜୁନାଗଡ, ୨୧।୨(ଡି.ଏନ୍‌.ଏ/ସ୍ବ.ପ୍ର.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ନିକଟରେ ୨୬ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ବ୍ୟାଣ୍ଡପାର୍ଟି ସହ ବରଯାତ୍ରୀକୁ ଧରି ନେଉଥିବା ପିକ୍‌ଅପ୍‌ ଭ୍ୟାନ ସହ ଏକ ଟ୍ରକର ମୁହଁ।ମୁହଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଜୟପାଟଣା ବ୍ଲକ ମୁଖିଗୁଡା ପଞ୍ଚାୟତ ମଇପାଣି ଗ୍ରାମର ଗୌତମ ଚଣ୍ଡୀ ଓ ହୃଦାନନ୍ଦ ପୁଟେଲ। ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବରଗଡ ଅଫିସ, ୨୧।୨: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗାଇସିଲଟ ପହଞ୍ଚିଛନ୍ତି। ସ୍ଥାନୀୟ ଗଣେଶ ଦାସ ପଡିଆଠାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥିନୀ ରିତା ସାହୁଙ୍କ ଉଦ୍ଦେଶ୍ୟରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇଛନ୍ତି। ଏହି ଅବସରରେ ନବୀନ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ରିତା ସାହୁଙ୍କୁ ତାଙ୍କର ସମର୍ଥନ ଅଛି। ଏବେ ବିଜେପୁରବାସୀଙ୍କର ସହଯୋଗ ଦରକାର। ବିଜେପୁର ବିକାଶ ନିମନ୍ତେ ଚଳିତ ନିର୍ବାଚନରେ ବିଜେଡିକୁ ସୁଯୋଗ ଦିଆଯାଉ।

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ଜୁନାଗଡ଼, ୨୧।୨(ସ୍ବ.ପ୍ର.): ବିଜେପୁର ଉପ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କୁମ୍ଭାରୀଠାରେ କରାଯାଇଥିବା ଆକ୍ରମଣକୁ ବିରୋଧକରି ବିଜେଡି ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତିଠାରେ ବୁଧବାର ନିରବ ପ୍ରତିବାଦ କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିଲେ ଯୁବକ

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିଲେ ଯୁବକ

ବରଗଡ଼ ଅଫିସ୍‌/ବରପାଲି,୨୦।୨(ଡି.ଏନ.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ନିର୍ବାଚନୀ ପ୍ରଚାରରେ ଆସିଥିବା ବେଳେ ବୁଧବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି । ନିର୍ବାଚନୀ ସଭାମଞ୍ଚ ଉପରେ ଥାଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ଜଣେ ଯୁବକ ସଭାମଞ୍ଚକୁ ଜୋତା ଫିଙ୍ଗିଥିଲେ। ସମ୍ପୃକ୍ତ ଯୁବକ ଜଣକ ପଦ୍ମପୁର ଥାନା ବୁଧାପାଲି ଗ୍ରାମର କାର୍ତ୍ତିକ ମେହେର ବୋଲି ପୋଲିସ କହିଛି।

ପିଇଲା ପାଏନ୍‌ ଯୁଗାବାରେ ବିଭାଗ୍‌ ବିଫଲ୍‌

ପିଇଲା ପାଏନ୍‌ ଯୁଗାବାରେ ବିଭାଗ୍‌ ବିଫଲ୍‌

ଭେଡ଼େନ,୨୦।୨(ଡି.ଏନ୍‌.ଏ.)-ବରଗଡ଼ ଜିଲା ଭେଡ଼େନ ବ୍ଲକ୍‌ର ଲୁହାଖଣ୍ଡି ଗାଁକେ ଆଏଜ୍‌ତକ୍‌ ପାଇପ୍‌ରେ ପିଇଲା ପାଏନ୍‌ ନାଇଁ ପୁହୁଁଚିପାରି। ଗଲା ତିନ୍‌ ବଛର୍‌ରୁ ଅଧ୍‌କା ହେଲା ଇ ଗାଁକେ ପାଇପ୍‌ ବିଛା ସରିଛେ। ପନ୍‌ଚେତ ଅଫିସ ଆଘେ, ତେନ୍ତୁଲିପଡ଼ା, ଏଲ୍‌ଆଇ ସେଣ୍ଟର ଆଘେ ଆର୍‌ ଗାଁର ଶେଷମୁଡ଼ସାନେ ଷ୍ଟାଣ୍ଡପୋଷ୍ଟ ତିଆରି ସରିଛେ। ପାଖାପାଖି ୮୬

ପରିବାର, ସମାଜ ଲାଗି ଅଦର୍‌କାରି ‘ରାମେ’

ପରିବାର, ସମାଜ ଲାଗି ଅଦର୍‌କାରି ‘ରାମେ’

ଲୋଇସିଂହା,୨୦।୨(ଡି.ଏନ୍‌.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ନୂଆପଡ଼ାର ହେଉଛନ୍‌ ରାମେ କାଣ୍ଡ (୫୫)। ଗଲା ୬ ବଛର ହେଲା ସେ ପକ୍ଷାଘାତରେ ପୀଡ଼ିତ୍‌। ରୁଜ୍‌ଗାର କର୍‌ବାରେ ଅକ୍ଷମ୍‌। ସେଥିର୍‌ଲାଗି ଗଲା ବଛ୍‌ରେ ହେଲା ଘରର୍‌ ଲୋକ ତାହାକୁ ନାନାଦି କେଚ୍‌ କେଚା କରି ଘରୁ ଖେଦି ଦେଇଥିବାର ସେ କହିଛନ୍‌। ନିଏର ଲାଗି ରାମେ ଲୋଇସିଂହା

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବରଗଡ଼ ଅଫିସ,୨୦।୨: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବରପାଲି ବ୍ଲକ ବଡ଼ଗାଁ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ପହଞ୍ଚିଛନ୍ତି।

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ରାଉରକେଲା ଅଫିସ, ୨୦।୨: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଗୁରୁତର ହୋଇଥିବା ୭ ଦିନର ଶିଶୁପୁତ୍ର ସୋମବାର ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ୧୭ ତାରିଖ ଭୋର ୫ଟାରେ ସିଭିଲ୍‌ ଟାଉନ୍‌ରେ ଥିବା ଓମ୍‌ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା।

ମିନି ଟ୍ରକ୍‌ ଓଲଟି ୩ ମୃତ, ୭ ଗୁରୁତର

ମିନି ଟ୍ରକ୍‌ ଓଲଟି ୩ ମୃତ, ୭ ଗୁରୁତର

କଲମପୁର, ୨୦।୨(ଡି.ଏନ୍‌.ଏ.): ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା କଲମପୁର ରାସ୍ତାର ବନ୍ଧକନା ମଣ୍ଡି ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମିନି ଟ୍ରକ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ୭ ଗୁରୁତର ହୋଇଛନ୍ତି।