ଖେଳ |

ଧୂପରଙ୍କ ୯୦ ସତ୍ତ୍ୱେ ଓଡ଼ିଶା ପରାସ୍ତ

ଧୂପରଙ୍କ ୯୦ ସତ୍ତ୍ୱେ ଓଡ଼ିଶା ପରାସ୍ତ
କଟକ ଅଫିସ,୮ା୧- ରାଞ୍ଚି ଜେଏସ୍‌ସିଏ ଅନ୍ତର୍ଜାତୀୟ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ପୂର୍ବାଞ୍ଚଳ ଲିଗ୍‌ର ଓଡ଼ିଶା-ବେଙ୍ଗଲ ମ୍ୟାଚ୍‌ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ରାଜେଶ ଧୂପରଙ୍କ ୯୦ ରନ ସତ୍ତ୍ୱେ ଓଡ଼ିଶା ୭ ଉଇକେଟରେ ପରାସ୍ତ ହୋଇଛି। ଅନୁରାଗ ଷଡ଼ଙ୍ଗୀଙ୍କ ନେତୃତ୍ୱାଧୀନ ଓଡ଼ିଶା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍‌ ଖେଳିଥିବା ଓଡ଼ିଆ ଖେଳାଳି ଅଭିଷେକ ରାଉତଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। ଅଧିନାୟକ ଷଡ଼ଙ୍ଗୀ ଓ ଉଇକେଟ କିପର ଧୂପର ଓପନିଂ ଭାର ସମ୍ଭାଳିଥିବା ବେଳେ ୫ ଓଭରରେ ଦଳର ସ୍କୋରକୁ ବିନା ଉଇକେଟରେ ୫୦ରନ୍‌ ଛୁଆଇଁଥିଲେ। ପ୍ରାରମ୍ଭରୁ ଧୁଆଁଧାର ବ୍ୟାଟିଂ ପ୍ରଦର୍ଶନ କରୁଥିବା ଓଡ଼ିଶା ଏହି ମ୍ୟାଚ୍‌ରେ ଦର୍ଶନୀୟ ସ୍କୋର କରିବ ବୋଲି ଆଶା ରହିଥିଲା। ମାତ୍ର ୬.୫ ଓଭରରେ ଅଧିନାୟକ ଅନୁରାଗ ୧୮ବଲ୍‌ରୁ ୫ଟି ଚୌକା ବଳରେ ୨୩ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ସେ ଡାହାଣହାତୀ ଅଫ ସ୍ପିନର ଋତିକ୍‌ ଚାଟାର୍ଜୀଙ୍କ ବଲରେ ଅନସ୍ତୁପ ମଜୁମଦାରଙ୍କ ହାତରେ କ୍ୟାଚ୍‌ ହୋଇଥିଲେ। ସେହି ସମୟରେ ଦଳର ସ୍କୋର ୫୬ ହୋଇଥିଲା। ୩ ନମ୍ବରରେ କ୍ରିଜକୁ ଆସିଥିବା ପରେଶ ପଟେଲ ବିଫଳ ହେବାପରେ ଓଡ଼ିଶାର ରନ୍‌ ସଂଗ୍ରହ ହାର ଧୀମା ହୋଇ ଯାଇଥିଲା। ପରେଶ ୬ଟି ବଲ ସମ୍ମୁଖୀନ ହୋଇ ୧ରନ୍‌ରେ ଋତିକ୍‌ଙ୍କ ଦ୍ୱିତୀୟ ଶିକାର ପାଲଟିଥିଲେ। ପରେ କ୍ରିଜ୍‌କୁ ଆସିଥିବା ଦେବାଶିଷ ସାମନ୍ତରାୟଙ୍କ ସହ ମିଶି ଧୂପର ଓଡ଼ିଶାର ସ୍କୋରକୁ ୧୩.୩ ଓଭରରେ ୧୦୦ ଅତିକ୍ରମ କରାଇଥିଲେ। ତେବେ ଦେବାଶିଷ ୧୯ ଏବଂ ଶୁଭ୍ରାଶୁଂ ସେନାପତି ଖାତା ଖୋଲିବା ପୂର୍ବରୁ ବେଙ୍ଗଲ ଅଧିନାୟକ ମନୋଜ ତିୱାରୀଙ୍କ ବଲ୍‌ରେ ଆଉଟ ହୋଇ ଯାଇଥିଲେ। ରାଜେଶ ଧୂପର ଅନ୍ତିମ ବଲ୍‌ରେ ରନ୍‌ଆଉଟ୍‌ ହୋଇଥିଲେ। ଶେଷ କିଛି ଓଭରରୁ ବଡ଼ ଶଟ୍‌ ଖେଳି ଧୂପର ୬୪ବଲ୍‌ରୁ ୮ଟି ଚୌକା ଓ ୨ଟି ଛକା ବଳରେ ମୋଟ୍‌ ୯୦ରନ୍‌ କରିଥିଲେ। ପ୍ରୟାସ ସିଂ ୧୪ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୨୦ରନ୍‌ରେ ଅପରାଜିତ ଥିଲେ। ଓଡ଼ିଶା ୫ ଉଇକେଟ ହରାଇ ୧୫୭ରନ୍‌ କରିଥିଲା। ୧୫୮ରନ୍‌ର ବିଜୟ ଲକ୍ଷ୍ୟକୁ ବେଙ୍ଗଲ ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ଦୁଇ ଓପ୍‌ନର ଶ୍ରୀବତ୍ସ ଗୋସ୍ବାମୀ ଓ ଭି. ସିଂ ୧୦ ଓଭରରେ ଦଳୀୟ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ପରେ ଜୟନ୍ତ ବେହେରାଙ୍କ ବଲରେ ଶ୍ରୀବତ୍ସ(୭୯ରନ୍‌) ଓ ଅଭିଷେକଙ୍କ ବଲରେ ଅଧିନାୟକ ମନୋଜ(୩ରନ୍‌) କମ୍‌ ରନ୍‌ ବ୍ୟବଧାନରେ ଆଉଟ୍‌ ହୋଇଥିଲେ। ଭି.ସିଂ ୬୪ରନ୍‌ରେ ଶୁଭ୍ରାଂଶୁଙ୍କ ଦ୍ୱାରା ରନ୍‌ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ସୁଦୀପ ଚାଟାର୍ଜୀ(୬ରନ୍‌) ଓ ଅନସ୍ତୁପ ମଜୁମଦାର(୧ରନ୍‌) ଅପରାଜିତ ରହି ବେଙ୍ଗଲକୁ ବିଜୟୀ କରାଇଥିଲେ। ସଂକ୍ଷିପ୍ତ ସ୍କୋର- ଓଡ଼ିଶା ୨୦ ଓଭରରେ ୧୫୭/୫(ରାଜେଶ ଧୂପର-୯୦, ଅନୁରାଗ ଷଡ଼ଙ୍ଗୀ-୨୩, ପ୍ରୟାସ ସିଂ-୨୦*, ରିତିକ୍‌ ଚାଟାର୍ଜୀ-୨/୨୫, ମନୋଜ ତିଓ୍ବାରୀ-୨/୨୩)। ବେଙ୍ଗଲ ୧୮.୪ ଓଭରରେ ୧୫୮/୩(ଶ୍ରୀବତ୍ସ ଗୋସ୍ବାମୀ-୭୯, ବିବେକ ସିଂ-୬୪, ଜୟନ୍ତ ବେହେରା-୧/୧୮, ଅଭିଷେକ ରାଉତ-୧/୩୧)।
All Right Reserved By

ଖେଳ |

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ମୁମ୍ବାଇ,୨୨।୧(ପି.ଟି.)- ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତି ରେକର୍ଡ କରିଛି। ଏଥିନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଚୟନ କମିଟି ସଦସ୍ୟଙ୍କୁ ପୁରସ୍କୃତ କରିବା ଲାଗି ନିଷ୍ପତ୍ତି ନେଇଛି। 

ପନ୍ତ ଆଇସିସି ଏମର୍ଜିଂ କ୍ରିକେଟର

ପନ୍ତ ଆଇସିସି ଏମର୍ଜିଂ କ୍ରିକେଟର

ଦୁବାଇ,୨୨।୧(ପି.ଟି.)- ଭାରତର ଉଦୀୟମାନ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନାମ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟର ପରିଷଦ (ଆଇସିସି) ପକ୍ଷରୁ ଏମିର୍ଜିଂ ପ୍ଲେୟର ଅଫ୍‌ ଇୟର ପୁରସ୍କାର ଲାଗି ଘୋଷଣା କରାଯାଇଛି। 

‘ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି’

‘ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି’

କରାଚୀ,୨୨।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମସ୍ତ ରେକର୍ଡକୁ ବିରାଟ କୋହଲି ଭାଙ୍ଗି ଦେବେ। ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନ ପୂର୍ବତନ ବ୍ୟାଟ୍ସମ୍ୟାନ ଜାହିର ଆବାସ। 

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ଭଦୋଦରା, ୨୨।୧- ମୃତ୍ୟୁ ସହ ସଂଘର୍ଷ କରୁଥିବା ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନଙ୍କୁ ଆର୍ଥିକ ସହାୟତା କରିବା ଲାଗି ବହୁ  ବର୍ତ୍ତମାନ ଓ ପୂର୍ବତନ ଭାରତୀୟ କ୍ରିକେଟର ହାତ ବଢ଼ାଇଛନ୍ତି। 

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା ଆଜି ବି କାଏମ ରହିଛି। ସେମିତି କିଛି ରେକର୍ଡ ସମ୍ପର୍କରେ....

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ହେକି ଖଳାଳି ଭାବେ ମେଜର ଧ୍ୟାନ ଚାନ୍ଦ ଜଣାଶୁଣା। ଏହି କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କୁ କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ହକି ଗୁରୁ ଭାବେ ଗ୍ରହଣ କରାଯାଏ।

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଦୁବାଇ,୨୨।୧(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଆଇସିସି ବାର୍ଷିକ ପୁରସ୍କାରରେ କ୍ଲିନ ସୁଇପ୍‌ କରିଛନ୍ତି।

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଦୁବାଇ,୨୨।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୧୮ ବର୍ଷର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ ବିରାଟ କୋହଲିଙ୍କୁ ଉଭୟ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି।  

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ମେଲବୋର୍ନ,୨୨।୧- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରୋଜର ଫେଡରର ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ।

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ (୫,୮୯୫ ମି/୧୯,୩୪୦ ଫୁଟ) ଆରୋହଣ କରିବେ ଓଡ଼ିଶାର ଦୁଇ ପର୍ବତାରୋହି ପ୍ରତିଭା କୁଶ ଆର୍ଲବ ଓ ଲିପିକା ସେଠ୍‌। ଏହି ଅଭିଯାନରେ କୋରାପୁଟ ଜିଲାର କୁଶ ଓ ବରଗଡ଼ର ଲିପିକା ସୋମବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି। କୁଶ ଓ ଲିପିକାଙ୍କୁ ବିଦାୟ ଜଣାଇବା ପାଇଁ ଏଠାରେ ଏକ ଫ୍ଲାଗ୍‌ ଅଫ୍‌ ସେରିମନି ଆୟୋଜନ ହୋଇଥିଲା। 

ହକି ସିରିଜ ଫାଇନାଲ୍ସରେ ଭାରତ:  ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ହକି ସିରିଜ ଫାଇନାଲ୍ସରେ ଭାରତ: ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଗତବର୍ଷ ହକି ବିଶ୍ୱକପ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ସମ୍ପନ୍ନ ହୋଇଥିବାବେଳେ ଚଳିତ ବର୍ଷ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ସିରିଜ ଫାଇନାଲ୍ସ। ୨୦୧୯ରେ ହକି ସିରିଜ ଫାଇନାଲ୍ସର ମୋଟ ୩ଟି ଚରଣ ଅନୁଷ୍ଠିତ ହେବ। ପୁରୁଷ ବିଭାଗର ଦ୍ୱିତୀୟ ଚରଣ ଜୁନ ୬ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବ। 

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା:  ତିନି ଜଣିଆ କମିଟି ତଦନ୍ତ କରିବ

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା: ତିନି ଜଣିଆ କମିଟି ତଦନ୍ତ କରିବ

କୋଲକାତା, ୨୨ା୧ (ପି.ଟି.)-ଏକ ମ୍ୟାଚ ହାରିବା ପରେ ରାଜ୍ୟ ୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ ମୁଣ୍ଡନ ପାଇଁ କୁହାଯାଇଥିବା ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯିବ। ବେଙ୍ଗଲ ହକି ଆସୋସିଏଶନ (ବିଏଚ୍‌ଏ) ସମ୍ପାଦକ ସପନ ବାନାର୍ଜୀ ସୋମବାର ସୂଚନା ଦେଇଛନ୍ତି।