Dharitri News
ଖେଳ |

ରିଦ୍ଧିମାନଙ୍କ ରେକର୍ଡ

ରିଦ୍ଧିମାନଙ୍କ ରେକର୍ଡ କେପ୍‌ ଟାଉନ, ୮।୧(ପି.ଟି.)- ରିଦ୍ଧିମାନ ଶାହ ପ୍ରଥମ ଭାରତୀୟ ଉଇକେଟ କିପରଭାବେ ଗୋଟିଏ ଟେଷ୍ଟରେ ୧୦ ଡିସ୍‌ମିଶାଲ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ସେ ୧୦ ଡିସ୍‌ମିଶାଲ କରି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। ୨୦୧୪ରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୯ଟି ଡିସ୍‌ମିଶାଲ କରି ଭାରତୀୟ ରେକର୍ଡର ଅଧିକାରୀ ଥିଲେ। ଦକ୍ଷିଣ ଆଫ୍ରିକାର ଉଭୟ ଇନିଂସରେ ସେ ୫ଟି ଲେଖାଏ କ୍ୟାଚ ନେଇଥିଲେ। ଫଳରେ ଓଭରଅଲ ତାଙ୍କର ଡିସମିଶାଲ ସଂଖ୍ୟା ୮୫ରେ ପହଞ୍ଚତ୍ଛି। ଏହା ମଧ୍ୟରେ ୧୦ ଷ୍ଟମ୍ପିଂ ସାମିଲ। ୩୨ ବର୍ଷୀୟ ରିଦ୍ଧିମାନ ଫାରୁଖ ଇଞ୍ଜିନିୟର(୮୨ ଡିସମିଶାଲ)ଙ୍କୁ ପଛରେ ପକାଇ ସଫଳ ଭାରତୀୟ ଉଇକେଟ କିପର ତାଲିକାର ୫ମ ସ୍ଥାନରେ ପହଞ୍ଚତ୍ଛନ୍ତି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ଖେଳ |

ଟି୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ଟି୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

କେପ୍‌ ଟାଉନ୍‌, ୨୪।୨(ପି.ଟି.)- ଦମ୍‌ଦାର ବିଜୟ ସହ ଭାରତ ତା’ର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିଛି। ଟେଷ୍ଟ ସିରିଜ ପରାଜୟକୁ ପଛରେ ପକାଇ ଭାରତ ଉଭୟ ଦିନିକିଆ ଓ ଟି୨୦ ସିରିଜ୍‌କୁ ହାତେଇ ନେଇଛି। ଦିନିକିଆ ସିରିଜକୁ ୫-୧ ଓ ପରେ ଟି୨୦ ସିରିଜକୁ ଭାରତ ୨-୧ରେ ଜିତି ନେଇଛି। ଏଥି ସହିତ ଭାରତ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଦୁଇଟି ସିରିଜରେ ବାଜି ମାରିଛି। ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମୁକାବିଲାରେ ଭାରତ ୭ ରନରେ ବିଜୟୀ ହୋଇଛି। ଏହି ଗ୍ରୀନ୍‌ ପିଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା। ଜବାବରେ ଘରୋଇ ଦଳ ୬ ଉଇକେଟ ହରାଇ ୧୬୫ ରନରେ ସୀମିତ ରହି ମ୍ୟାଚ ହାତଛଡା କରିଥିଲା। ଦ୍ରୁତ ୪୩ ରନ କରିବା ସହ ଡେଭିଡ ମିଲରଙ୍କୁ ଆଉଟ କରିଥିବା ସୁରେଶ ରାଇନା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରିଜରେ ବେଶ୍‌ ପ୍ରଭାବୀ ବୋଲିଂ କରିଥିବା ଭୁବନେଶ୍ୱର କୁମାର ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଛନ୍ତି।

ଜିମ୍ନାଷ୍ଟିକ ବିଶ୍ୱକପ୍‌: ଅରୁଣାଙ୍କୁ ସଫଳତା

ଜିମ୍ନାଷ୍ଟିକ ବିଶ୍ୱକପ୍‌: ଅରୁଣାଙ୍କୁ ସଫଳତା

ମେଲବୋର୍ନ, ୨୪।୨(ପି.ଟି.)- ଭାରତୀୟ ମହିଳା ଜିମ୍ନାଷ୍ଟ ଅରୁଣା ବୁଡ୍ଡା ରେଡୀ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଜିମ୍ନାଷ୍ଟିକ୍‌ ବିଶ୍ୱକପ୍‌ରେ ବ୍ୟକ୍ତିଗତ ପଦକ ହାସଲ କରିଛନ୍ତି। ଶନିବାର ସେ ମହିଳା ଭଲ୍ଟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରି ଏହି ସଫଳତା ଅର୍ଜନ କରିଛନ୍ତି।

ମହିଳା କ୍ରିକେଟ: ଭାରତ ୩-୧ରେ ସିରିଜ ବିଜୟୀ

ମହିଳା କ୍ରିକେଟ: ଭାରତ ୩-୧ରେ ସିରିଜ ବିଜୟୀ

କେପ୍‌ ଟାଉନ୍‌, ୨୪ା୨ (ପି.ଟି.)- ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ୫୪ ରନରେ ଜିତି ନେଇଛି। ଏଥିସହିତ ଭ୍ରମଣକାରୀ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତିନେଇଛି।

କୋହଲିଙ୍କୁ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ

କୋହଲିଙ୍କୁ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ

ଦୁବାଇ, ୨୪ା୨ (ପି.ଟି.)-କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଗଦା ପ୍ରଦାନ କରାଯାଇଛି।

କ୍ୱାର୍ଟରରେ ଓଡ଼ିଶା ପୁରୁଷ, ମହିଳା ଦଳ

ଭୁବନେଶ୍ୱର, ୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ମହାରାଷ୍ଟ୍ରର ଲାଥୁରଠାରେ ଚାଲିଥିବା ୧୯ତମ ସିନିୟର ଟେନିସ ଭଲିବଲ (ପୁରୁଷ/ମହିଳା) ପ୍ରତିଯୋଗିତାରେ ଓଡ଼ିଶା ଡବଲ ବିଜୟ ହାସଲ କରିଛି। ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ବିଜୟ ସହ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ଫାଇନାଲରେ ସୀମା ପୁନିଆ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ଫାଇନାଲରେ ସୀମା ପୁନିଆ

ସୋଫିଆ(ବୁଲଗେରିଆ),୨୪।୨(ପି.ଟି.)- ଚଳିତ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟର୍ନୁାମେଣ୍ଟରେ ଏସିଆନ୍‌ ଚାମ୍ପିୟନ୍‌ଶିପ୍‌ ବ୍ରୋଞ୍ଜ ପଦକଧାରୀ ସୀମା ପୁନିଆ ମହିଳା ବିଭାଗର ୮୧ କିଗ୍ରାରୁ ଅଧିକ ବର୍ଗର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରେ ଖେଳାଯାଇଥିବା ସେମିଫାଇନାଲରେ ସୀମା ବାଇ ପାଇ ସ୍ବର୍ଣ୍ଣ ପଦକ ମୁକାବିଲାକୁ ଉନ୍ନୀତ ହୋଇଛନ୍ତି।

ସୁଇସ୍‌ ଓପନ୍‌: ସେମିରେ ସମୀର

ସୁଇସ୍‌ ଓପନ୍‌: ସେମିରେ ସମୀର

ବାସେଲ (ସୁଇଜରଲାଣ୍ଡ),୨୪।୨(ପି.ଟି.)- ଭାରତୀୟ ଶଟଲର ସମୀର ବର୍ମା ଏଠାରେ ଚାଲିଥିବା ଏକ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ସୁଇଓ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତିି। ସେ ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ୨ୟ ର଼୍ୟାଙ୍କଧାରୀ ଜାପାନିଜ୍‌ ଖେଳାଳି କେଣ୍ଟୋ ମୋମୋତାଙ୍କୁ ୨୧-୧୭, ୨୧-୧୬ ଗେମ୍‌ରେ ହରାଇଛନ୍ତି।

ଜାତୀୟ ନେଟ୍‌ବଲ୍‌ କ୍ରିକେଟ୍‌: ଓଡ଼ିଶା ଚାମ୍ପିୟନ

କଟକ ଅଫିସ,୨୩।୨- ଡ୍ରିମ୍‌ସ ଗ୍ରାଉଣ୍ଡରେ ଚାଲିଥିବା ୩ୟ ଜାତୀୟ ନେଟବଲ୍‌ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ୭ ଉଇକେଟରେ ତାମିଲନାଡୁକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ତାମିଲନାଡୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୧୫ ଓଭରରରେ ୮ ଉଇକେଟ ହରାଇ ୧୨୨ରନ୍‌ କରିଥିଲା। ଜବାବରେ ଘରୋଇ ଓଡ଼ିଶା ୩ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ମେରିକମ୍‌ ଫାଇନାଲରେ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ମେରିକମ୍‌ ଫାଇନାଲରେ

ସୋଫିଆ (ବୁଲ୍‌ଗେରିଆ), ୨୩।୨(ପି.ଟି.)- ଏଠାରେ ଚାଲିଥିବା ୬୯ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟର ମହିଳା ୪୮ କିଗ୍ରା ବର୍ଗରେ ଭାରତର ଏମ୍‌.ସି. ମେରିକମ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ପ୍ରାକ୍ତନ ଏସିଆନ ସ୍ବର୍ଣ୍ଣ ପଦକ ବିଜେତା ବିକାଶ କ୍ରିଷ୍ଣା (୭୫ କିଗ୍ରା) ଓ ଗୌରବ ସୋଲାଙ୍କି (୫୨ କିଗ୍ରା) ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ମାଷ୍ଟର ଟ୍ରେନର ଟ୍ରେନିଂରେ ୫୨ ଜଣ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୩।୨(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ ତରଫରୁ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୫୨ଜଣ ବାଳିକା ୧୧ଟି ଜିଲାରୁ ଭାଗ ନେଇଥିଲେ।

କେଜିଏନ୍‌ ଟ୍ରଷ୍ଟ ଫୁଟ୍‌ବଲ: ଫାଇନାଲରେ ରାଜକନିକା

ଭଦ୍ରକ ଅଫିସ,୨୩।୨ ପୁରୁଣା ବଜାର କେଜିଏନ୍‌ ଟ୍ରଷ୍ଟ (ବାଙ୍କାବଜାର) ଆନୁକୂଲ୍ୟରେ ମହାବୀର ପଡ଼ିଆଠାରେ ଚାଲିଥିବା କେଜିଏନ୍‌ ଟ୍ରଷ୍ଟ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରଥମ ଦଳ ଭାବେ ରାଜକନିକାର ଏସ୍‌ଏନ୍‌ କ୍ଲବ୍‌ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଏସ୍‌ଏନ୍‌ କ୍ଲବ୍‌ ୨-୧ ଗୋଲରେ ବିଗ୍‌ବସ୍‌ କ୍ଲବ୍‌ ରୁପ୍‌ସାକୁ ପରାସ୍ତ କରି ଏହି ସଫଳତା ପାଇଛି।

ବିଦେଶୀ କ୍ଲବକୁ ଖେଳାଳି ବିକିବାରେ ବିଏଫ୍‌ସି ପ୍ରଥମ ଭାରତୀୟ କ୍ଲବ

ବିଦେଶୀ କ୍ଲବକୁ ଖେଳାଳି ବିକିବାରେ ବିଏଫ୍‌ସି ପ୍ରଥମ ଭାରତୀୟ କ୍ଲବ

ବାଙ୍ଗାଲୋର,୨୩।୨(ପି.ଟି.) ବେଙ୍ଗାଲୁରୁ ଏଫ୍‌ସି ଦଳର ସ୍ପାନିଶ ଖେଳାଳି ଇଡୁ ଗାର୍ସିଆ ଆଗାମୀ ଦିନରେ ଚାଇନିଜ୍‌ ଲିଗ୍‌ ଓ୍ବାନ ସାଇଡ୍‌ର ଝେଜିଆଙ୍ଗ ଲୁଚାଙ୍ଗ ଦଳ ପକ୍ଷରୁ ଖେଳିବେ। ଏ ନେଇ ଉଭୟ ଦଳ ମଧ୍ୟରେ ଶୁକ୍ରବାର ଚୁକ୍ତି କରାଯାଇଛି। ଏଥିସହ ଦେଶର ପ୍ରଥମ କ୍ଲବ ଭାବେ ବେଙ୍ଗାଲୁରୁ ଏଫ୍‌ସି ବିଦେଶୀ ଦଳ ସହ ଖେଳାଳି ଆଦନପ୍ରଦାନ କରିଛି। ଚଳିତ ବର୍ଷର ଲିଗ୍‌ ଓ୍ବାନ ସିଜନ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି।