Dharitri News
ଖେଳ |

ଚତୁଃ ରାଷ୍ଟ୍ରୀୟ ହକି ପାଇଁ ଭାରତୀୟ ଦଳ ଘୋଷିତ

ଚତୁଃ ରାଷ୍ଟ୍ରୀୟ ହକି ପାଇଁ ଭାରତୀୟ ଦଳ ଘୋଷିତ ନୂଆଦିଲ୍ଲୀ, ୮।୧(ପି.ଟି.)- ନ୍ୟୁଜିଲାଣ୍ଡରେ ହେବାକୁଥିବା ଚତୁଃ ରାଷ୍ଟ୍ରୀୟ ହକି ଟୁର୍ନାମେଣ୍ଟ ପାଇଁ ସୋମବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଦୀର୍ଘ ୮ ମାସ ପରେ ଗୋଲ କିପର ପି.ଆର. ଶ୍ରୀଜେଶ ଜାତୀୟ ଦଳକୁ ଫେରିଥିବାବେଳେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି। ଚଳିତ ମାସ ୧୭ ତାରିଖରେ ଆରମ୍ଭ ହେବାକୁଥିବା ପ୍ରତିଯୋଗିତାର ମ୍ୟାଚ ଗୁଡ଼ିକ ଟୌରଙ୍ଗ ଓ ହାମିଲଟନରେ ଖେଳାଯିବ। ସେଥିରେ ବେଲଜିୟମ, ଜାପାନ ଓ ଆୟୋଜକ ନ୍ୟୁଜିଲାଣ୍ଡ ସହିତ ଭାରତର ମୁକାବିଲା କରିବ। ୨୫ ବର୍ଷୀୟ ମିଡ୍‌ ଫିଲ୍ଡର ମନପ୍ରୀତ ସିଂ ଦଳର ଅଧିନାୟକ ଏବଂ ଚିଙ୍ଗଲେନସାନା ସିଂ ଉପ-ଅଧିନାୟକ ମନୋନୀତ ହୋଇଛନ୍ତି। ଆଣ୍ଠୁରେ ଆଘାତ ଯୋଗୁ ୨୦୧୭ରେ ଅନେକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟରେ ଖେଳିପାରି ନ ଥିବା ଶ୍ରୀଜେଶ ଏବେ ପୁଣି ଆକ୍ସନକୁ ଫେରିବାକୁ ଯାଉଛନ୍ତି। ତାଙ୍କ ସହ ୨୦୧୬ ଜୁନିୟର ବିଶ୍ୱକପ ବିଜୟୀ ଦଳର ଯୁବ ଗୋଲକିପର କ୍ରିଷ୍ଣନ ବାହାଦୂର ପାଠକ ଦଳରେ ରହିଛନ୍ତି। ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ଅଷ୍ଟ୍ରେଲିଆନ ହକି ଲିଗ୍‌ରେ ମଧ୍ୟ ପାଠକ ଭାରତ-ଏ ଦଳର ସଦସ୍ୟ ଥିଲେ। ନୂଆ ମୁହଁଭାବେ ସିନିୟର ଦଳରେ ଫରଓ୍ବାର୍ଡ ଦିଲପ୍ରୀତ ସିଂ ଓ ମିଡ୍‌ଫିଲ୍ଡର ବିବେକ ସାଗର ପ୍ରସାଦ ଦଳରେ ସ୍ଥାନ ପାଇଛନ୍ତି। ଗତବର୍ଷ ଅନୁଷ୍ଠିତ ସୁଲତାନ ଜୋହର କପ୍‌ ହକିରେ ଚମତ୍କାର ପ୍ରଦର୍ଶନର ପୁରସ୍କାର ସ୍ବରୂପ ତାଙ୍କୁ ସିନିୟର ଦଳକୁ ଅଣାଯାଇଛି। ଜୋହର କପ୍‌ରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ବିବେକ ମିଡ୍‌ ଫିଲ୍ଡରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାବେଳେ ଦିଲପ୍ରୀତ ୯ ମ୍ୟାଚରୁ ୯ ଗୋଲ ସ୍କୋର କରି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ। ରୂପିନ୍ଦର ପାଲ ସିଂ, ହରମନପ୍ରୀତ ସିଂ, ବରୁଣ କୁମାର, ବୀରେନ୍ଦ୍ର ଲାକ୍ରା, ସୁରିନ୍ଦର କୁମାର ଓ ଗୁରିନ୍ଦର ସିଂ ଭାରତର ଡିଫେନ୍ସ ବିଭାଗ ଦାୟିତ୍ୱରେ ରହିବେ। ଅଧିନାୟକ ମନପ୍ରୀତ ସିଂ, ଚିଙ୍ଗଲେନସାନା ସିଂ, ହରଜୀତ ସିଂ, ନୀଳକଣ୍ଠ ଶର୍ମା, ସତବୀର ସିଂ, ନବାଗତ ସିମରନଜିତ ସିଂ ଓ ବିବେକ ସାଗର ପ୍ରସାଦ ମିଡ୍‌ଫିଲ୍ଡ ଚ୍ୟାଲେଞ୍ଜ ସମ୍ଭାଳିବାକୁ ଥିବାବେଳେ ରମଣଦୀପ ସିଂ, ଅର୍ମାନ କୁରେସି, ଦିଲପ୍ରୀତ ସିଂ, ମନଦୀପ ସିଂ ଓ ଲଳିତ ଉପାଧ୍ୟାୟଙ୍କ ଉପରେ ଆକ୍ରମଣାତ୍ମକ ବିଭାଗ ଦାୟିତ୍ୱ ରହିବ। ”ଭାରତୀୟ ଦଳ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ସନ୍ତୁଳିତ। ଆଗାମୀ ଟୁର୍ନାମେଣ୍ଟରେ ଟପ୍‌ କ୍ୱାଲିଟି ଟିମ୍‌ ବିପକ୍ଷରେ ସେମାନେ ନିଜ ଦକ୍ଷତା ଦେଖାଇବା ସୁଯୋଗ ପାଇବେ। ଚଳିତ ବର୍ଷ ଆମପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ହକି ବିଶ୍ୱକପ ସମେତ ବହୁ ବଡ଼ ଟୁର୍ନାମେଣ୍ଟରେ ଆମକୁ ଖେଳିବାକୁ ପଡ଼ିବ। ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଦଳ ବିପକ୍ଷରେ ସ୍ଥିର ପ୍ରଦର୍ଶନ ଆମର ମୁଖ୍ୟ ଲକ୍ଷ୍ୟ“ ବୋଲି କୋଚ୍‌ ଜୋର୍ଡ ମାରିଜନେ ପ୍ରକାଶ କରିଛନ୍ତି। ଭାରତୀୟ ଦଳ ଗୋଲକିପର: ପି.ଆର. ଶ୍ରୀଜେଶ, କ୍ରିଷ୍ଣନ ବାହାଦୂର ପାଠକ। ଡିଫେଣ୍ଡର: ହରମନପ୍ରୀତ ସିଂ, ସୁରେନ୍ଦର କୁମାର, ଗୁରିନ୍ଦର ସିଂ, ବରୁଣ କୁମାର, ରୂପିନ୍ଦରପାଲ ସିଂ, ବୀରେନ୍ଦ୍ର ଲାକ୍ରା। ମିଡ୍‌ଫିଲ୍ଡର: ମନପ୍ରୀତ ସିଂ(ଅଧିନାୟକ), ଚିଙ୍ଗଲେନସାନା ସିଂ, ବିବେକ ସାଗର ପ୍ରସାଦ, ହରଜୀତ ସିଂ, ନୀଳକଣ୍ଠ ଶର୍ମା, ସିମରନଜିତ ସିଂ, ସତବୀର ସିଂ। ଫରଓ୍ବାର୍ଡ: ଦିଲପ୍ରୀତ ସିଂ, ରମଣଦୀପ ସିଂ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଅରମାନ କୁରେସି।

ଖେଳ |

ଆଇସିସି ର଼୍ୟାଙ୍କିଙ୍ଗ୍‌: ଟେଷ୍ଟ, ଦିନିକିଆରେ କୋହଲିଙ୍କୁ ୯୦୦ ପଏଣ୍ଟ

ଆଇସିସି ର଼୍ୟାଙ୍କିଙ୍ଗ୍‌: ଟେଷ୍ଟ, ଦିନିକିଆରେ କୋହଲିଙ୍କୁ ୯୦୦ ପଏଣ୍ଟ

ଦୁବାଇ,୨୦।୨,(ପି.ଟି.)- ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତୀୟଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ଅଧିନାୟକ ବିରାଟ କୋହଲିଙ୍କ ସମେତ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଭାରତ ଯଥାକ୍ରମେ ବ୍ୟାଟିଂ, ବୋଲିଂ ଓ ଦଳୀୟ ତାଲିକାର ଶୀର୍ଷସ୍ଥାନରେ ରହିଛନ୍ତି। ଇତିହାସର ଦ୍ୱିତୀୟ ଖେଳାଳିଭାବେ କୋହଲି ଟେଷ୍ଟ ଓ ଦିନିକିଆ ଫର୍ମାଟରେ ୯୦୦ରୁ ଉର୍ଦ୍ଧ୍ୱ ପଏଣ୍ଟ ହାସଲ କରିଛନ୍ତି।

କ୍ରିକେଟ ଦଳରେ ସ୍ଥାନ ନ  ମିଳିବାରୁ ଆତ୍ମହତ୍ୟା

କ୍ରିକେଟ ଦଳରେ ସ୍ଥାନ ନ ମିଳିବାରୁ ଆତ୍ମହତ୍ୟା

ଇସ୍‌ଲାମାବାଦ୍‌, ୨୦ା୨ (ପି.ଟି.)-ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଆମେର ହନିଫ୍‌ଙ୍କ ପୁତ୍ର ମହମ୍ମଦ ଜାରୟାବ ଆତ୍ମହତ୍ୟା କରିଛନ୍ତି। ୧୯ବର୍ଷରୁ କମ୍‌ କ୍ରିକେଟ ଟିମ୍‌ ପାଇଁ ତାଙ୍କ ମନୋନୟନ କରାଯାଇ ନ ଥିବାରୁ ସେ ଏହି ଚରମ ପଦକ୍ଷେପ ନେଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

 କୋଚ୍‌ ପଦବୀ ବଜାୟ ରଖିଲେ କନଷ୍ଟାଣ୍ଟିନ୍‌

କୋଚ୍‌ ପଦବୀ ବଜାୟ ରଖିଲେ କନଷ୍ଟାଣ୍ଟିନ୍‌

ନୂଆଦିଲ୍ଲୀ, ୨୦ା୨ (ପି.ଟି.)-ଇଂଲଣ୍ଡର ଷ୍ଟିଫେନ କନଷ୍ଟାଣ୍ଟିନ ପୂର୍ବଭଳି ଜାତୀୟ ସିନିୟର ଫୁଟ୍‌ବଲ ଦଳର କୋଚ୍‌ ରହିବେ। ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦେଇଥିବା ସାନି ଅଫରକୁ ସେ ଗ୍ରହଣ କରିଛନ୍ତି। ଫଳରେ ଅଧିକ ଦିନ ଧରି ସେ ଭାରତୀୟ ଫୁଟ୍‌ବଲ ଦଳର କୋଚ୍‌ ପଦବୀରେ ରହି ଇତିହାସ ସୃଷ୍ଟି କରିବେ।

ବରୋଦା ଦଳରୁ ୟୁସୁଫ୍‌ ପଠାନ ବାଦ୍‌

ବରୋଦା ଦଳରୁ ୟୁସୁଫ୍‌ ପଠାନ ବାଦ୍‌

ନୂଆଦିଲ୍ଲୀ, ୨୦।୨- ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୨୨ରେ ଅନ୍ତିମ ତଥା ୪ର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ବରୋଦା ଓ ସୌରାଷ୍ଟ୍ର ମଧ୍ୟରେ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ବରୋଦା ଦଳରୁ ଅଭିଜ୍ଞ ଅଲ୍‌ରାଉଣ୍ଡର ୟୁସୁଫ୍‌ ପଠାନଙ୍କୁ ବାଦ୍‌ ଦିଆଯାଇଛି।

ଡେଲରେ ବିଚ୍‌ ଓପନରୁ ରାମକୁମାରଙ୍କ ବିଦାୟ

ଡେଲରେ ବିଚ୍‌ ଓପନରୁ ରାମକୁମାରଙ୍କ ବିଦାୟ

ନୂଆଦିଲ୍ଲୀ, ୨୦।୨(ପି.ଟି.)- ବିଶ୍ୱ ମାନ୍ୟତାର ୧୪୦ତମ ସ୍ଥାନରେ ଥିବା ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଡେଲରେ ବିଚ୍‌ ଓପନ୍‌ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।

ସୁଲତାନ ଆଜଲାନ ଶାହ କପ୍‌ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ସୁଲତାନ ଆଜଲାନ ଶାହ କପ୍‌ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ନୂଆଦିଲ୍ଲୀ, ୨୦।୨(ପି.ଟି.)- ମାର୍ଚ୍ଚ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ମାଲେସିଆର ଇଫୋଠାରେ ୨୭ତମ ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିଲାଗି ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ବ୍ରହ୍ମପୁର ଅଫିସ, ୨୦।୨: ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ସକାଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି।

ଆଇସିସିକୁ ଋଣ ପାଇଁ ନିବେଦନ କଲା ଜିମ୍ବାଓ୍ବେ

କରାଚୀ, ୧୯।୨(ପି.ଟି.)-ଜିମ୍ବାଓ୍ବେ କ୍ରିକେଟ ୟୁନିୟନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଋଣ ପାଇଁ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)କୁ ନିବେଦନ କରିଛି। ଫଳରେ ଏହି ଦେଶକୁ ପାକିସ୍ତାନ ଦଳର ଟୁର୍‌କୁ ନେଇ ସନ୍ଦେହ ଦେଖାଦେଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ନଜାମ ସେଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଜିମ୍ବାଓ୍ବେ ଟୁର୍‌ ବାତିଲ କରାଯାଇ ନାହିଁ।

ଅଶ୍ୱିନ-ଗିବ୍ସ ଟୁଇଟ ଝଡ଼

ଅଶ୍ୱିନ-ଗିବ୍ସ ଟୁଇଟ ଝଡ଼

ନୂଆଦିଲ୍ଲୀ, ୧୯।୨(ପି.ଟି.)- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ପ୍ରାକ୍ତନ ଦକ୍ଷିଣ ଆଫ୍ରିକା କ୍ରିକେଟର ହର୍ସେଲ ଗିବ୍ସଙ୍କ ମଧ୍ୟରେ ସୋମବାର ଟୁଇଟରରେ ବାକ୍‌ ଯୁଦ୍ଧ ଦେଖିବାକୁ ମିଳିଛି। ଏଥିରେ ଅଶ୍ୱିନ ନିଜକୁ ନିୟନ୍ତ୍ରଣରେ ରଖି ନ ପାରି ବହୁଚର୍ଚ୍ଚିତ ମ୍ୟାଚ୍‌ ଫିକ୍ସିଂ ଘଟଣାକୁ ଗିବ୍ସଙ୍କୁ ମନେ ପକାଇ ଦେଇଛନ୍ତି।

ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଆଲେକ୍ସଙ୍କ ଅବସର

ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଆଲେକ୍ସଙ୍କ ଅବସର

ସିଡ୍‌ନୀ, ୧୯।୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉପଅଧିନାୟିକା ତଥା ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ କରିଥିବା ଆଲେକ୍ସ ବ୍ଲାକଓ୍ବେଲ ସୋମବାର ଅନ୍ତର୍ଜାତୀୟ ଓ ଷ୍ଟେଟ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୪ ବର୍ଷୀୟା ଏହି ଡାହାଣହାତୀ ବ୍ୟାଟ୍ସଓମ୍ୟାନ ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ।

୪-୧ରେ ସିରିଜ ଜିତିଲା ଆଫଗାନିସ୍ତାନ

୪-୧ରେ ସିରିଜ ଜିତିଲା ଆଫଗାନିସ୍ତାନ

ଶାରଜା, ୧୯।୨(ଏଏଫ୍‌ପି)- ଯୁବ ଲେଗ୍‌-ସ୍ପିନର ରଶିଦ ଖାଁଙ୍କ ଦମ୍‌ଦାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୫ମ ଦିନିକିଆ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ୧୪୬ ରନର ବୃହତ ରନ ବ୍ୟବଧାନରେ ପରାସ୍ତ କରିଛି।

ଜାମସେଦପୁର ଏଫ୍‌ସି ପହଞ୍ଚିଲା

ଜାମସେଦପୁର ଏଫ୍‌ସି ପହଞ୍ଚିଲା

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି) ହକି, ଆଥଲେଟିକ୍ସ ପରେ ଏବେ ଭୁବନେଶ୍ୱରରେ ଫୁଟବଲ ପାଇଁ ଉଷ୍ମତା ବଢ଼ିଛି। ଚଳିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ସିଜନରେ ଜାମସେଦପୁର ଏଫସି କଳିଙ୍ଗ ଷ୍ଟାଡିୟମକୁ ଏହାର ଦ୍ୱିତୀୟ ହୋମ୍‌ ଭେନ୍ୟୁ କରିଛି। ଫଳସ୍ବରୂପ ଦଳ ଆଗାମୀ ୨୫ ତାରିଖରେ ଏଠାରେ ବେଙ୍ଗାଲୁରୁ ଏଫସି ସହିତ ଏକ ମ୍ୟାଚ ଖେଳିବ ଜାମସେଦପୁର ଏଫ୍‌ସି। ଲିଗ୍‌ କ୍ରମେ ଅନ୍ତିମ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବାରୁ ଏହି ମ୍ୟାଚ ଜାମସେଦପୁର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।