ଜୀବନଚର୍ଯ୍ୟା |

ଯନ୍ତ୍ରଣା ଉପଶମକାରୀ ଔଷଧ ସୃଷ୍ଟି କରୁଛି ପାର୍କିନ୍‌ସନ ରୋଗ

ଯନ୍ତ୍ରଣା ଉପଶମକାରୀ ଔଷଧ ସୃଷ୍ଟି କରୁଛି ପାର୍କିନ୍‌ସନ ରୋଗ
ନୂଆଦିଲ୍ଲୀ: ଯନ୍ତ୍ରଣା ଉପଶମକାରୀ ଔଷଧ ସେବନ ଦ୍ୱାରା ମସ୍ତିଷ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଫଳରେ ଖୁବ୍‌ କମ୍‌ ବୟସରେ ପାର୍କିନସନ୍‌ ରୋଗ ସୃଷ୍ଟି ହୋଇଥାଏ ବୋଲି ସ୍ନାୟୁତତ୍ତ୍ୱ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଅଶୋକ ପାଣିଗ୍ରାହୀ କହିଛନ୍ତି। ଆଣ୍ଟି-ଏସିଡିଟି ଔଷଧ ପ୍ୟାନ୍‌-ଡି, ଓମେଜ୍‌-ଡିର ପାର୍ଶ୍ୱପ୍ରତିକ୍ରିୟା ଦ୍ୱାରା ପାର୍କିନସନ୍‌ ରୋଗ କମ୍‌ ବୟସ ବ୍ୟକ୍ତିଙ୍କଠାରେ ଦେଖାଦେଇଥାଏ। ପରିବର୍ତ୍ତିତ ଜୀବନଚର୍ଯ୍ୟାରେ ଭାରତୀୟ ଯୁବପିଢ଼ି କମ୍‌ ବୟସରୁ ଆଣ୍ଟି-ଏସିଡିଟି ଔଷଧ ସେବନ କରିବା ଆରମ୍ଭ କରିଥାନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କଠାରେ ସ୍ନାୟୁଗତ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ। ପରିବେଶୀୟ ପ୍ରଦୂଷଣର ପ୍ରଭାବଯୋଗୁ ମାନସିକ ଓ ଶାରୀରିକସ୍ତର ବିଶେଷ ପ୍ରଭାବିତ ହୋଇଥାଏ। ଚିକିତ୍ସକ ରୋଗର ନିଦାନ ସକାଶେ ଯେଉଁ ଔଷଧ ସେବନ କରିବାକୁ ପରାମର୍ଶ ଦେଉଥାନ୍ତି ତାହାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ମସ୍ତିଷ୍କର ସ୍ନାୟୁ କୋଷ ଉପର ପ୍ରଭାବ ପଡିଥାଏ। ଫଳରେ ସ୍ମରଣ ଶକ୍ତି ହ୍ରାସ ପାଇବାକୁ ଲାଗିଥାଏ। ସମ୍ପୃକ୍ତ ବ୍ୟକ୍ତି ପ୍ରକୃତରେ ନ ଦେଖୁଥିବା ଘଟଣାକୁ ଦେଖିବା ପରି ଅନୁଭବ କରିଥାନ୍ତି। ଏହାକୁ ହାଲୋସିନେସନ୍‌ କୁହାଯାଇଥାଏ। ଔଷଧର ପାର୍ଶ୍ୱପ୍ରତିକ୍ରିୟା ମସ୍ତିଷ୍କର ରେକର୍ଡି ସ୍ନାୟୁ କୋଷିକାକୁ ଅଧିକ ପ୍ରଭାବିତ କରିଥାଏ ବୋଲି ଚିକିତ୍ସକମାନେ ମତପୋଷଣ କରିଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

ତ୍ୱଚାର ଘରୋଇ ଉପଚାର

ତ୍ୱଚାର ଘରୋଇ ଉପଚାର

ବିଶେଷତଃ ମହିଳାମାନେ ନିଜର ସୌନ୍ଦର୍ଯ୍ୟକୁ ନେଇ ବେଶ ସଚେତନ। ଏପରିକି ଅନେକ କୃତ୍ରିମ ଉପାୟ ଅବଲମ୍ବନ ମଧ୍ୟ କରିଥାନ୍ତି। ତେବେ ରାସାୟନିକ ପଦାର୍ଥ ମିଶ୍ରଣରେ ଉତ୍ପାଦ ଗୁଡ଼ିକ ନିର୍ମିତ ହୋଇଥିବାରୁ ଏହା ତ୍ୱଚା ପାଇଁ କ୍ଷତିକାରକ ସାବ୍ୟସ୍ତ ହେବା ସହ ପ୍ରତିକ୍ରିୟା କରିଥାଏ। 

ମେଦବହୁଳତା ଦୂରେଇବାର ସହଜ ଉପାୟ...

ମେଦବହୁଳତା ଦୂରେଇବାର ସହଜ ଉପାୟ...

ପରିବର୍ତ୍ତିତ ଜୀବନଶୈଳୀଯୋଗୁ ଖାଦ୍ୟପେୟରେ ଅନିୟମିତତା ଯୋଗୁ ମେଦବହୁଳତା ସୃଷ୍ଟି ହୋଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପଚାର ସମ୍ପର୍କରେ ଉଲ୍ଲେଖ ରହିଛି। 

ଟ୍ରାଡିଶନାଲ ଲୁକ୍‌

ଟ୍ରାଡିଶନାଲ ଲୁକ୍‌

ଏଥର ପୂଜାରେ ଟ୍ରାଡିଶନାଲ ସହ mଟ୍ରେଣ୍ଡି ଲୁକ୍‌ ପାଇବାକୁ ଚାହୁଁଥିଲେ ଆପଣାଇ ପାରିବେ ନିମ୍ନୋକ୍ତ ଟିପ୍ସ...

ସକାଳେ ଗ୍ଲାସେ ଉଷୁମ ପାଣି...

ସକାଳେ ଗ୍ଲାସେ ଉଷୁମ ପାଣି...

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ନଖ ଉଷୁମ ପାଣି ଗ୍ଲାସେ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ଜାଣନ୍ତୁ ମଧୁମେହ ରୋଗୀ  ସାଗୁ ଖାଇବା କେତେଦୂର ଠିକ୍‌

ଜାଣନ୍ତୁ ମଧୁମେହ ରୋଗୀ ସାଗୁ ଖାଇବା କେତେଦୂର ଠିକ୍‌

ମଧୁମେହ ଏକ ଗମ୍ଭୀର ରୋଗ। ଯେଉଁ ରୋଗରେ ଖାଦ୍ୟପେୟ ଜନିତ   ଅନେକ କଟକଣା କରାଯାଇଥାଏ। କାରଣ ଏହି ରୋଗୀଙ୍କ ଖାଦ୍ୟପେୟରେ ହେଉଥିବା ଛୋଟ ପରିବର୍ତ୍ତନ ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। 
ତେବେ ଆପଣ ଯଦି ମଧୁମେହ ରୋଗୀ ହୋଇଥାନ୍ତି ଏକ୍ସରସାଇଜ କରିବା ସହ ମେଡିଶିନ ଖାଇ ବ୍ଲଡ୍‌ ସୁଗାର ମାତ୍ରା କମାଇପାରିବେ।

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁ ସାଧାରଣତଃ ବର୍ଷାଦିନେ ହୋଇଥାଏ। ଅନ୍ୟପକ୍ଷରେ ଅପରିଷ୍କାର ସ୍ଥାନରେ ଡେଙ୍ଗୁର ବାହକ ଏଡିସ୍‌ ମଶା ବଂଶ ବିସ୍ତାର କରିଥାଏ। ତେଣୁ ନିଜ ଘର ଚତୁଃପାର୍ଶ୍ୱ ଯେପରି ପରିଷ୍କାର ପରିଚ୍ଛନ୍ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘର ଚାରିପଟେ ଅଳିଆ ଆବର୍ଜନା ଜମା ହେବାକୁ ଦିଅନ୍ତୁ ନାହିଁ। 

ଅଲ୍‌ରାଉଣ୍ଡର ରୋବୋ

ଅଲ୍‌ରାଉଣ୍ଡର ରୋବୋ

ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ଉପଯୋଗ ଚିକିତ୍ସା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କର ଖାଇବା ଶୈଳୀରୁ ଜଣାପଡିବ-ଏଭଳି ଏକ ମଜାଦାର ତଥ୍ୟ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ବିଷୟବସ୍ତୁକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ।

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ବେଳେବେଳେ କେତେକ କଥା ଆମ ହାତ ପାଆନ୍ତାରେ ଥାଏ, ହେଲେ ଆମେ ତାକୁ ସହଜରେ ଜାଣି ପାରି ନ ଥାଉ। କୌଣସି ସୂତ୍ରରୁ ସୂଚନା ପାଇବା ମାତ୍ରେ ତାକୁ ଉପଯୋଗ କରି ତାହାର ସୁଫଳ ପାଉ।

ଲେଜର ବିଜ୍ଞାନର ଅବଦାନ

ଲେଜର ବିଜ୍ଞାନର ଅବଦାନ

”ଲେଜର ହେଉଛି ତୀବ୍ର ଉଚ୍ଚ ସଂହତିଯୁକ୍ତ ଏକବର୍ଣ୍ଣୀ  ଆଲୋକ ଉତ୍ସ। ଏହା ୧୯୬୦ ମସିହାରେ ଉଦ୍ଭାବିତ ହେବା ପରେ ପରେ ବୈଜ୍ଞାନିକମାନେ ଏହାର ସଫଳ ପ୍ରୟୋଗ ଉପରେ ଗବେଷଣା କଲେ। ମାନବୋପଯୋଗୀ ଏହାର ଦୁଇଟି ପ୍ରୟୋଗ ସମ୍ବନ୍ଧୀୟ ଉଦ୍ଭାବନ କରିଥିବାରୁ ଏହି ବର୍ଷ ତିନିଜଣ ବୈଜ୍ଞାନିକ-ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଥର ଆସ୍କିନ୍‌, ଫ୍ରାନ୍‌ସର  ଜୋରାର୍ଡ ମୋରୁ ଓ କାନାଡ଼ାର ଡୋନା ଷ୍ଟ୍ରିକ୍‌ଲାଣ୍ଡଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରିବା  ପାଇଁ ରୟାଲ୍‌ ସୁଇଡେନ୍‌ ବିଜ୍ଞାନ ଏକାଡେମୀ  ଘୋଷଣା କରିଛନ୍ତି।“

୧୦୩  ପ୍ରକାର ରୋଗ ଦୂର କରେ ପାଟିର ଲାଳ

୧୦୩ ପ୍ରକାର ରୋଗ ଦୂର କରେ ପାଟିର ଲାଳ

ମୁଖ ଭିତରେ ଏକ ଲକ୍ଷରୁ ଅଧିକ ସ୍ବେଦଗ୍ରନ୍ଥି ଲାଳ ତିଆରି କରିଥାନ୍ତି। ଏଥିରେ ଶରୀରର ୧୦୩ ପ୍ରକାର ରୋଗ ଦୂର ହୋଇଥାଏ। ଏହାକୁ ସକାଳେ ଉଠି ପୁରାତନ ଘାରେ ଲାଗାଇଲେ କିଛି ଦିନ ମଧ୍ୟରେ ଘା ଭଲ ହୋଇଥାଏ।

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା କ୍ଷତିକାରକ

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା କ୍ଷତିକାରକ

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଆଜିକାଲି ସାଧାରଣ ମନେହେଉଥିଲେ ମଧ୍ୟ ଏହା ଏକ ଖରାପ ଅଭ୍ୟାସ।  ଦେଖିବାକୁ ଗଲେ ଏହା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ସାରିଛି।  ତେବେ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ। ପ୍ଲାଷ୍ଟିକରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ଓ ବ୍ୟକ୍ଟେରିଆ ଆଦି ରହିଥାଏ। ଯାହାକି ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଆସନ୍ତୁ ଜାଣିବା ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ହେଉଥିବା କ୍ଷତି ବିଷୟରେ: