ଉପକୂଳ ଓଡିଶା

ଆସୁନାହାନ୍ତି ମିଲର: ଧାନ ଫେରାଇ ନେଉଛନ୍ତି ଚାଷୀ

ଧର୍ମଶାଳା,୭।୧(ଡିଏନଏ) ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ମିଲରମାନେ ଧାର୍ଯ୍ୟ ତାରିଖରେ ସମବାୟ ସମିତିକୁ ଆସୁ ନ ଥିବାରୁ ଧାନ କିଣା ବାଧାପ୍ରାପ୍ତ ହେଉଛି। କେତେଜଣ ଚାଷୀ ଧାନ ଆଣି ପୁନଶ୍ଚ ଫେରାଇ ନେବାକୁ ବାଧ୍ୟ ହେଉଛନ୍ତି। ଧର୍ମଶାଳା ବ୍ଲକର ୧୩ଟି ସମବାୟ ସମିତିର ଚାଷୀଙ୍କଠାରୁ ଧାନ କିଣିବା ପାଇଁ ନିଯୁକ୍ତ ୭ଜଣ ମିଲର ରବିବାର ସୁଦ୍ଧା ୩ଟି ସମବାୟ ସମିତିରୁ ଗତ ୧୪ ଦିନରେ ମାତ୍ର ୧୪୧୬.୨୦ କୁଇଣ୍ଟାଲ ଧାନ ସଂଗ୍ରହ କରିଛନ୍ତି। ୧୦ଟି ସମବାୟ ସମିତିରେ ମଣ୍ଡି ଆଜିଯାଏ ଖୋଲାଯାଇ ନାହିଁ। ଧର୍ମଶାଳା ବ୍ଲକରେ ୧୩ ସମବାୟ ସମିତିର ୨୮ଶହରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକିବା ପାଇଁ ଅନ୍‌ଲାଇନରେ ଆବେଦନ କରିଛନ୍ତି। ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଜିଲା ପ୍ରଶାସନ ମିଲରଙ୍କ ନାମ ଘୋଷଣା କରିବା ସହ ସପ୍ତାହରେ ୨ଥର ଦିନଧାର୍ଯ୍ୟ କରିଥିଲେ ହେଁ ମିଲରମାନେ ଆସୁ ନ ଥିବାରୁ ଧାନ କିଣା ହୋଇପାରୁ ନାହିଁ। ଧର୍ମଶାଳା ବ୍ଲକର ୧୩ଟି ସମବାୟ ସମିତିରୁ ପ୍ରଥମ ଦଫାରେ ୨୨ହଜାର କୁଇଣ୍ଟାଲ ଧାନ ୭ଜଣ ମିଲର କିଣିବାକୁ ସ୍ଥିର କରାଯାଇଛି। ଚୋରମୁହାଁ ସମବାୟ ସମିତିରୁ ମହାବଳି, ସୋମଟୁକା ଫୁଡ, ଚଣ୍ଡିଖୋଲ ରାଇସ୍‌ ମିଲର ମାଲିକମାନେ ଡିସେମ୍ବର ୨୫ରୁ ଏପ୍ରିଲ ମଧ୍ୟରେ ସୋମବାର ଓ ଶୁକ୍ରବାର ମୋଟ ୨୫ଶହ କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଛି। ସେହିପରି ଅରେଇକଣା ସମିତିରୁ ମହାବଳି, ସୋମଟୁକା ଫୁଡ, ମହାବିରଫୁଡ, ଚଣ୍ଡିଖୋଲ ରାଇସ୍‌ ମିଲ ଶୁକ୍ରବାର ଓ ମଙ୍ଗଳବାର ମୋଟ ୨୫ ଶହ କୁଇଣ୍ଟାଲ ଧାନ କିଣିବା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଦେଓଦା ସମିତିର ଚାଷୀଙ୍କଠାରୁ ମହାବଳି ଓ ଚଣ୍ଡିଖୋଲ ରାଇସମିଲ ଶନିବାର ଓ ବୁଧବାର ୧୦୦୦କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଛି। ମଧୁପୁରଗଡ ସମିତିରୁ ମହାବଳି, ଚଣ୍ଡିଖୋଲ, ଶ୍ରୀ ସାଇ ଅଗ୍ରୋ ରାଇସିମିଲ୍‌ ସୋମ ଓ ଶୁକ୍ରବାର ୧୫ ଶହ କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ କରାଯାଇଛି। ସେହିପରି ମଧୁପୁର ସମିତିରୁ ମହାବଳି ଓ ସୋମଟୁକା ଫୁଡ ରାଇସ୍‌ମିଲ୍‌ ଶୁକ୍ରବାର ଓ ମଙ୍ଗଳବାର ୧ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଛି। ମହିଶରା ସମିତିରୁ ୧ହଜାର, କଣ୍ଟିଗାଡିଆରୁ ୩ହଜାର, ଆରୁହାରୁ ୧ହଜାର, ଅଭୟପୁରରୁ ୩୫ଶହ, ରେଖିଦେଇପୁରରୁ ୧୫ଶହ, ଜେନାପୁରରୁ ୧ହଜାର, ମିର୍ଜାପୁରରୁ ୫ଶହ, କୋତପୁର ସମବାୟ ସମିତିରୁ ୨ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଛି। ଏହି ବ୍ଲକର ୧୩ ସମବାୟ ସମିତିର ୨୮ଶହ ଚାଷୀ ୫୭ହଜାର ୭୯୬କୁଇଣ୍ଟାଲ ଧାନ ବିକିବା ପାଇଁ ଆବେଦନ କରିଛନ୍ତି। ତେବେ ରବିବାର ସୁଦ୍ଧା ଅଭୟପୁର ସମବାୟ ସମିତିରୁ ୩୮୯.୨୪ କୁଇଣ୍ଟାଲ, ଅରେଇକଣାର ୭୨୫.୭୫ ଓ ରେଖଇଦେଇପୁର ସମବାୟ ସମିତିରୁ ୩୦୧.୨୧ ମୋଟ ୧୪୧୬.୨୦ କୁଇଣ୍ଟାଲ ଧାନ କ୍ରୟ ହୋଇଛି। ଧାନ କିଣିବା ପାଇଁ ଯେଉଁ ୭ଜଣ ମିଲରଙ୍କ ନାମ ସ୍ଥିର କରାଯାଇଛି ସେମାନେ ଧାର୍ଯ୍ୟ ଦିନ ଓ ତାରିଖରେ କିଣିବା ପାଇଁ ଆସୁ ନ ଥିବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲା ପ୍ରଶାସନ ଧାର୍ଯ୍ୟ କରିଥିବା ମିଲରମାନେ ନିର୍ଦ୍ଧାରିତ ଦିନ ଓ ତାରିଖରେ ସମବାୟ ସମିତିକୁ ଆସି ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଧର୍ମଶାଳା କୃଷକ ନେତା ବସନ୍ତ ପରିଡା ଦାବି କରିଛନ୍ତି।
All Right Reserved By

ଉପକୂଳ ଓଡିଶା

ମାର୍ଶାଘାଇରେ ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ

ମାର୍ଶାଘାଇରେ ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ

ମାର୍ଶାଘାଇ,୧୮।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ବିଜୁ ଜୁବ ବାହିନୀ ପକ୍ଷରୁ ମୁଁ  ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଶାଳ କାଠ ସହ ୨ ସାଇକେଲ ଜବତ, ୨ ଗିରଫ

ଶାଳ କାଠ ସହ ୨ ସାଇକେଲ ଜବତ, ୨ ଗିରଫ

ଓଡ଼ଗାଁ,୧୮।୯(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ସୋମବାର ବିଳମ୍ବିତ ରାତିରେ ବାଘୁଆ ଛକ ନିକଟରୁ ୨ ଚୋରା କାଠ ବେପାରୀଙ୍କୁ ଗିରଫ କରିଛନ୍ତିି। ସେମାନେ ହେଲେ ରୋହିବାଙ୍କ ପଞ୍ଚାୟତ ହଲନ୍ଦାପଲୀ ଗ୍ରାମର ପ୍ରଫୁଲ୍ଲ ନାହାକ(୩୨) ଓ ପ୍ରତାପ ନାୟକ(୪୫)।

ହାଜତରେ ଯୁବକଙ୍କୁ ମାଡ଼ ମାରିବା ଘଟଣା: ୨ ପୋଲିସ କର୍ମଚାରୀ ନିଲମ୍ବିତ

ହାଜତରେ ଯୁବକଙ୍କୁ ମାଡ଼ ମାରିବା ଘଟଣା: ୨ ପୋଲିସ କର୍ମଚାରୀ ନିଲମ୍ବିତ

ଜଗତ୍‌ସିଂହପୁର ଅଫିସ, ୧୮ା୯: ଗତ ୧୨ ତାରିଖରେ ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ ସରପଞ୍ଚଙ୍କୁ ଗାଳିଗୁଲଜ ହୋଇଥିବା ଅଭିଯୋଗ ହୋଇଥିଲା। 

କର୍ତ୍ତବ୍ୟରେ ଅବହେଳା କାରଣରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା କାରଣରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

ଓଡ଼ଗାଁ,୧୮ା୯(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ବ୍ଲକ ପାଣ୍ଡେରୀପଡା ଶତ୍ରୁଘ୍ନ ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ନବ କିଶୋର ସାହୁଙ୍କୁ କର୍ତ୍ତବ୍ୟରେ ଅବହେଳା କାରଣରୁ ନିଲମ୍ବିତ କରାଯାଇଛି। 

କୋରମ ଅଭାବରୁ ୪ର୍ଥ ଥର ପାଇଁ ପରିଚାଳନା କମିଟି ବୈଠକ ବାତିଲ

ଭାପୁର,୧୮ା୯(ଡି.ଏନ୍‌.ଏ.)-ଭାପୁର ବଜାରରେ ଥିବା ଭାପୁର ନୋଡାଲ ୟୁପି ସ୍କୁଲର ପରିଚାଳନା କମିଟି ଗଠନ ହେବା ପାଇଁ ସୋମବାର ହେବାକୁ ଥିବା ସଭା କୋରମ ଅଭାବରୁ ବାତିଲ କରାଯାଇଛି। 

ଶ୍ରୀରଘୁନାଥ ମନ୍ଦିରରେ ରାଧାଷ୍ଟମୀ

ଶ୍ରୀରଘୁନାଥ ମନ୍ଦିରରେ ରାଧାଷ୍ଟମୀ

ଓଡ଼ଗାଁ,୧୮ା୯(ସ୍ବ.ପ୍ର.)-ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପୀଠରେ ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ରାଧାଷ୍ଟମୀ ଅନ୍ୟତମ ା ସୋମବାର ଭାଦ୍ରବ ଶୁକ୍ଳ ଅଷ୍ଟମୀ ତଥା କନ୍ୟା ସଙ୍କ୍ରାନ୍ତିରେ ରଘୁନାଥଜୀଉଙ୍କ ମନ୍ଦିରରେ ପୂର୍ବାହ୍ନ ୧୦ଟାରେ ଶ୍ରୀରାଧାଙ୍କ ଜନ୍ମ ନୀତି ପାଳନ କରାଯାଇଛି ା 

୧ ଲକ୍ଷ ୩୨ ହଜାର ଟଙ୍କାରେ ଲଡୁ ପ୍ରସାଦ ନିଲାମ

୧ ଲକ୍ଷ ୩୨ ହଜାର ଟଙ୍କାରେ ଲଡୁ ପ୍ରସାଦ ନିଲାମ

ରାଜନଗର, ୧୮ା୯(ଡି.ଏନ୍‌.ଏ.)ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ଅନ୍ତର୍ଗତ ବାଲିକଣା ଗାଁର ମା’ ଜୟଦୁର୍ଗା କ୍ଲବ ପକ୍ଷରୁ ଏକାଦଶତମ ଗଣେଶ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଗଣେଶଙ୍କ ପାଖରେ ପ୍ରସାଦ ରୂପେ ୭ କିଲୋଗ୍ରାମର ଲଡୁ ସମର୍ପଣ କରାଯାଇଥିଲା। 

୩ ଗ୍ରାମକୁ ମୌଳିକ ସୁବିଧା ଯୋଗାଇଦେବାକୁ ଦାବି ତଦନ୍ତ ରିପୋର୍ଟ ମାଗିଲେ ଓଏଚ୍‌ଆର୍‌ସି

୩ ଗ୍ରାମକୁ ମୌଳିକ ସୁବିଧା ଯୋଗାଇଦେବାକୁ ଦାବି ତଦନ୍ତ ରିପୋର୍ଟ ମାଗିଲେ ଓଏଚ୍‌ଆର୍‌ସି

ଆଳି, ୧୮।୯ (ଡି.ଏନ.ଏ.)
ଆଳି ବ୍ଲକ ଏକମାଣିଆ ପଞ୍ଚୟତର ଏକମାଣିଆ, ଦକ୍ଷିଣଡିହା ଓ ନଳପାହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇରହିଛନ୍ତି। 

ଫେରାର ଯୁବକଙ୍କ ମୃତ୍ୟୁ ଘଟଣା :ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡ଼ା ଅଫିସ୍‌, ୧୮।୯
ମହାକାଳପଡା ଥାନା ହାଜତରୁ ଫେରାର ଯୁବକ ଅବିନାଶ ପାଇଟାଳ ଓରଫ ମୂଷା(୨୩) ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ଗିରଫ ଦାବି କରି ପରିବାର ସଦସ୍ୟ ଗତ ବୁଧବାରଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। 

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା : ଡେରାବିଶ ବ୍ଲକକୁ ବନ୍ୟାଞ୍ଚଳ ଘୋଷଣା ଦାବି

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା : ଡେରାବିଶ ବ୍ଲକକୁ ବନ୍ୟାଞ୍ଚଳ ଘୋଷଣା ଦାବି

ଡେରାବିଶ, ୧୮।୯ (ସ୍ବ.ପ୍ର.)
ଗତ ଲଘୁଚାପଜନିତ ଲଗାଣ ବର୍ଷା ଡେରାବିଶ ବ୍ଲକ ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟାଇଥିବା ବେଳେ କ୍ଷେତରେ ପାଣି ଜମି ରହିବା ଯୋଗୁ ଫସଲ ହାନିର ଆଶଙ୍କା ଦେଖାଯାଇଥିଲା। ମାତ୍ର ରବିବାରଠାରୁ କେତେଜ ଚାଷ ଜମିରୁ ପାଣି ଛାଡ଼ିବା ପରେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। 

ମା’ମନଷା ଦେବୀଙ୍କ ପୂଜା ଆରମ୍ଭ

ମା’ମନଷା ଦେବୀଙ୍କ ପୂଜା ଆରମ୍ଭ

ମହାକାଳପଡା,୧୮।୯ (ଡି.ଏନ.ଏ.)
ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ପଞ୍ଚାୟତର ପେଟ୍‌ଛେଲା ଗ୍ରାମର ଗଳିଆ ନଦୀ ପାର୍ଶ୍ୱରେ ସୋମବାରଠାରୁ  ମା’ ମନଷା ଦେବୀଙ୍କ ପୂଜା ଆରମ୍ଭ ହୋଇଛି। ବଙ୍ଗୀୟ ସମ୍ପ୍ରଦାୟ ପକ୍ଷରୁ ୩ଦିନ ଧରି ଆୟୋଜିତ ଉତ୍ସବରେ ସୁସଜ୍ଜିତ କଦଳୀ ଭେଳାରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇଛି। 

ତୋରଣ, ଆଲୋକମାଳାରେ ଝଲସୁଛି ପାରାଦୀପ

ତୋରଣ, ଆଲୋକମାଳାରେ ଝଲସୁଛି ପାରାଦୀପ

ପାରାଦୀପ,୧୮ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ନଗରୀର ସବୁଠାରୁ ବଡ଼ ଗଣପର୍ବ ବିଶ୍ୱକର୍ମା ପୂଜା ସୋମବାର ଆରମ୍ଭ ହୋଇଛି। ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।  ସପ୍ତାହବ୍ୟାପୀ ହେବାକୁ ଥିବା ଏହି ପୂଜାରେ ଚଳିତବର୍ଷ ଆଖି ଝଲସିବା ଭଳି ସାଜସଜା ହୋଇଛି।