ଉପକୂଳ ଓଡିଶା

ଅଦାଲତଙ୍କ ନିର୍ଦ୍ଦେଶ ପରେ ବି ମିଳୁନି ନ୍ୟାୟ

ବରୀ,୭।୧(ସ୍ବ.ପ୍ର.) ଯୌତୁକ ନିର୍ଯାତନାର ଶିକାର ହୋଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବା ଜଣେ ମହିଳା ନ୍ୟାୟ ପାଇବାରୁ ବଞ୍ଚତ୍ତ। ଅଦାଲତଙ୍କ ଆଦେଶ ପରେ ମଧ୍ୟ ପୋଲିସର କୋହଳ କାର୍ଯ୍ୟାନୁଷ୍ଠାନ ଯୋଗୁ ଅଭିଯୁକ୍ତମାନେ ନ୍ୟାୟ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି। ପୋଲିସର କୋହଳ କାର୍ଯ୍ୟାନୁଷ୍ଠାନ ବିରୋଧରେ ମହିଳା ଜଣଙ୍କ ନିକଟରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି। ପ୍ରକାଶ ଯେ, ଯାଜପୁର ସଦର ଥାନା ରେକାବୀ ବଜାରସ୍ଥିତ ସଗୁପ୍ତା ଖାତୁନଙ୍କର କୋରେଇ ପଠାଣ ମହଲାସ୍ଥିତ ସେକ୍‌ ସଇମୁଦ୍ଦିନଙ୍କ ସହିତ ମୁସଲମାନ ପ୍ରଥା ଅନୁଯାୟୀ ୨୦୧୩ ମାର୍ଚ୍ଚ ୧୭ରେ ବିବାହ ହୋଇଥିଲା। ବରପକ୍ଷଙ୍କ ଦାବି ଅନୁଯାୟୀ ଯୌତୁକ ଦିଆଯାଇଥିଲା। ଏହାସତ୍ତ୍ୱେ ବିବାହର ମାସକ ପରେ ଅଧିକ ୩ ଲକ୍ଷ ଯୌତୁକ ଦାବି କରି ସଗୁପ୍ତାଙ୍କୁ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଘରୁ ବାହାର କରିଦେଲେ । ସଗୁପ୍ତା ୨ଟି ଯାଆଁଳା କନ୍ୟା ସନ୍ତାନର ଜନନୀ ହେବାପରେ ମଧ୍ୟ ସ୍ବାମୀ ଓ ଶାଶୁଘର ଲୋକେ ୩ ଲକ୍ଷ ଟଙ୍କା ନ ଦେଲେ ଝିଅକୁ ଘରକୁ ନେବେ ନାହିଁ ବୋଲି କହିଥିଲେ। ଶେଷରେ ନିରୂପାୟ ହୋଇ ସଗୁପ୍ତା ନ୍ୟାୟ ଆଶାରେ ପରିବାର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ (୧୯୨/୧୫)ରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାର ବିଚାର କରି ସଗୁପ୍ତାଙ୍କୁ ମାସିକ ୫ ହଜାର ଟଙ୍କା ଏବଂ ତାଙ୍କର ଯାଆଁଳା କନ୍ୟାଦ୍ୱୟଙ୍କୁ ପ୍ରତ୍ୟେକ ମାସରେ ୩ ହଜାର ଟଙ୍କା ଦେବାପାଇଁ ଅଦାଲତ ଆଦେଶ ଦେଇଥିଲେ। ମାତ୍ର ସଗୁପ୍ତାଙ୍କ ସ୍ବାମୀ ଓ ତାଙ୍କ ଶାଶୁ ଘର ଲୋକେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି କୌଣସି ଖର୍ଚ୍ଚ ବହନ କରି ନ ଥିଲେ। ଏହା ପ୍ରତିବାଦରେ ସଗୁପ୍ତା ପରିବାର ଅଦାଲତରେ ଏକ ଏକଜିକ୍ୟୁସନ କେସ୍‌ (ନଂ. ୬୪/୨୦୧୬) କରିଥିଲେ। ଏଥିରେ ବିଚାର କରି ଅଦାଲତ କୋରେଇ ଥାନାଧିକାରୀ ସୀମାରାଣୀ ମିଶ୍ରଙ୍କୁ ୨୦୧୭ ମେ’ ୧ରେ ସଗୁପ୍ତାଙ୍କ ସ୍ବାମୀଙ୍କୁ ଗିରଫ କରିବା ପାଇଁ ଏକ ଜାମିନ ବିହୀନ ପରୱାନା ଜାରି କରିଥିଲେ। ଏହାସତ୍ତ୍ୱେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଏ ନେଇ ସଗୁପ୍ତା ତାଙ୍କର ଦୁଇ ଶିଶୁ କନ୍ୟାଙ୍କୁ ଧରି ଯାଜପୁର ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଏଯାବତ୍‌ ସଗୁପ୍ତାଙ୍କୁ କୌଣସି ଫଳ ମିଳିନାହିଁ। ଅନ୍ୟପଟେ ସଗୁପ୍ତାଙ୍କ ସ୍ବାମୀ ଓ ତାଙ୍କ ପରିବାର ଲୋକେ ଗ୍ରାମରେ ରହୁଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରୁ ନ ଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଗୁପ୍ତା ଓ ତାଙ୍କ ଦୁଇ ଶିଶୁ କନ୍ୟା ନ୍ୟାୟ ଅପେକ୍ଷାରେ ରହି ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ କୋରେଇ ଥାନାଧିକାରୀ ମିଶ୍ରଙ୍କୁ ପଚାରିବାରେ ଏହି ମାମଲାଟି ୩ମାସ ପୂର୍ବରୁ ଆସିଥିଲା। ଜାମିନ୍‌ ବିହୀନ ପରଓ୍ବାନା ଲାଗୁ ହେବା ପରେ ଗିରଫ ପାଇଁ ସଇମୁଦ୍ଦିନ୍‌ଙ୍କୁ ଖୋଜାଯାଇଥିଲେ ମଧ୍ୟ ସେ ଫେରାର ଅଛନ୍ତି ବୋଲି କହିଛନ୍ତି।
All Right Reserved By

ଉପକୂଳ ଓଡିଶା

ଗ୍ରାମ୍ୟ ନିର୍ମାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଗ୍ରାମ୍ୟ ନିର୍ମାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟାଙ୍ଗୀ(ଖୋର୍ଦ୍ଧା),୧୫ା୧୨(ଡି.ଏନ.ଏ.)-ରାଜ୍ୟ ଭାଜପାର ଟାଙ୍ଗୀ ମଣ୍ଡଳ ତରଫରୁ ଟାଙ୍ଗୀ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଧାରଣା ଦିଆଯଇଛି । ବିଜେଡି ଦଳକୁ ସହାୟତା କରିବା ଆଳରେ ବିଭିନ୍ନ ଉନ୍ନୟନ କାମକୁ ଜାଣିଶୁଣି ନିମ୍ନମାନର କରାଯିବା, ମଞ୍ଜୁର ଅର୍ଥର ସିଂହଭାଗ ଦଳୀୟନେତାଙ୍କୁ ପ୍ରଦାନ କରାଯିବା ଆଦି ବିଭିନ୍ନ ଦାବି ନେଇ ଧାରଣା ଦିଆଯାଇଥିବା ଭାଜପା ସୂତ୍ରରୁ ଜଣାପଡିଛି। 

ଶକ୍ତି ସଂରକ୍ଷଣ ଦିବସ ପାଳିତ

ଶକ୍ତି ସଂରକ୍ଷଣ ଦିବସ ପାଳିତ

ଟାଙ୍ଗୀ(ଖୋର୍ଦ୍ଧା),୧୫ା୧୨(ଡି.ଏନ.ଏ.)-ସ୍ଥାନୀୟ ବଳରାମଦେବ ବିଦ୍ୟାପୀଠ ଆନୁକୂଲ୍ୟରେ ବୁଧବାର ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରମାନେ ଏକ ଶୋଭାଯାତ୍ରାରେ ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ଜନସଚେତନତା ନିମନ୍ତେ ଟାଙ୍ଗୀ ଗ୍ରାମ ପରିକ୍ରମା କରିଥିଲେ।

ଲଘୁଚାପଜନିତ ବର୍ଷା ଆଶଙ୍କା, ଧାନ ଫସଲ ସୁରକ୍ଷା ଚିନ୍ତାରେ ଚାଷୀ

ଲଘୁଚାପଜନିତ ବର୍ଷା ଆଶଙ୍କା, ଧାନ ଫସଲ ସୁରକ୍ଷା ଚିନ୍ତାରେ ଚାଷୀ

ବୋଲଗଡ଼,୧୫ା୧୨(ଡି.ଏନ.ଏ.)-ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟିି ହୋଇଛି ଏକ ଲଘୁଚାପ। ଏହା ଅବପାତରେ ପରିଣତ ହେବାପରେ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବର୍ଷାର ସୂଚନା ମିଳିଛି। ତେଣୁ ବର୍ଷା ଆଶଙ୍କାରେ ଧାନ ଫସଲର ସୁରକ୍ଷା ନେଇ ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। 

ଆଜିଠୁ ନୟାଗଡ଼ ଜିଲାରେ ପିଠା ଶିବିର ଆରମ୍ଭ, ପ୍ରଥମ ଦିନରେ ୮ ବ୍ଲକର ୩୨ ପଞ୍ଚାୟତରେ ପାଳନ ହେବ

ଆଜିଠୁ ନୟାଗଡ଼ ଜିଲାରେ ପିଠା ଶିବିର ଆରମ୍ଭ, ପ୍ରଥମ ଦିନରେ ୮ ବ୍ଲକର ୩୨ ପଞ୍ଚାୟତରେ ପାଳନ ହେବ

ନୟାଗଡ଼ ଅଫିସ,୧୫ା୧୨- ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ସହାୟତା ରାଶି ବଣ୍ଟନ ଓ ସରକାରୀ ଯୋଜନାଗୁଡ଼ିକ ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଶନିବାରଠାରୁ ନୟାଗଡ଼ ଜିଲାରେ ଆରମ୍ଭ ହେଉଛି ପିଠା ଶିବିର। ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲାର ୮ ବ୍ଲକର ୧୯୪ ପଞ୍ଚାୟତରେ ଏହା ପାଳନ କରାଯିବ। 

ଦଶପଲ୍ଲା ଏନ୍‌ଏସିରେ ବିପର୍ଯ୍ୟସ୍ତ ମୌଳିକ ସୁବିଧା: ସମାଧାନ ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବିପତ୍ର ପ୍ରଦାନ

ଦଶପଲ୍ଲା ଏନ୍‌ଏସିରେ ବିପର୍ଯ୍ୟସ୍ତ ମୌଳିକ ସୁବିଧା: ସମାଧାନ ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବିପତ୍ର ପ୍ରଦାନ

ଦଶପଲ୍ଲା,୧୫ା୧୨(ଡି.ଏନ.ଏ.): ଦଶପଲ୍ଲା ଏନ୍‌ଏସିରେ ବିପର୍ଯ୍ୟସ୍ତ ହୋଇପଡିଛି ମୌଳିକ ସୁବିଧା। ପରିମଳ ବ୍ୟବସ୍ଥାଠାରୁ ଆରମ୍ଭ କରି ପାନୀୟ ଜଳ, ବିଦ୍ୟୁତ୍‌, ଡ୍ରେନେଜ୍‌ ପ୍ରଭୃତି ସମସ୍ୟା ଲାଗିରହିଛି। ଏହାର ସମାଧାନ ପାଇଁ ଜୟମହାବୀର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ଏନ୍‌ଏସି ଅଧ୍ୟକ୍ଷାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

ବାଟ ହୁଡ଼ିଛି ସୌଭାଗ୍ୟ ଯୋଜନା: ୩ମାସ ପରେ ବି ଦିଆଯାଇନି ବିଦ୍ୟୁତ୍‌ ସଂଯୋଗ

ବାଟ ହୁଡ଼ିଛି ସୌଭାଗ୍ୟ ଯୋଜନା: ୩ମାସ ପରେ ବି ଦିଆଯାଇନି ବିଦ୍ୟୁତ୍‌ ସଂଯୋଗ

ନୟାଗଡ଼ ଅଫିସ,୧୫ା୧୨- ପ୍ରତି ଘରେ ଯେପରି ବିଜୁଳି ପହଞ୍ଚତ୍ବ ସେହି ଲକ୍ଷ୍ୟରେ  ସୌଭାଗ୍ୟ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଡିସେମ୍ବର ୨୦୧୮ ସୁଦ୍ଧା ସମସ୍ତ ଘରକୁ ମାଗଣାରେ ବିଜୁଳି ସଂଯୋଗୀକରଣ କରାଯିବା ପାଇଁ ଘୋଷଣା ହୋଇଛି। ହେଲେ ନୟାଗଡ଼ ଜିଲାର ସ୍ଥିତି ଦେଖିଲେ ଏହି ଯୋଜନା ବାଟ ହୁଡ଼ିଥିବା କୁହାଯାଇପାରିବ।

ପିଠା ଯୋଜନା କାର୍ଯ୍ୟକାରୀ ପାଇଁ କର୍ମଶାଳା

ପିଠା ଯୋଜନା କାର୍ଯ୍ୟକାରୀ ପାଇଁ କର୍ମଶାଳା

ରାଜନଗର,୧୪।୧୨(ଡି.ଏନ.ଏ.)-ରାଜନଗର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରତି ପଞ୍ଚାୟତରେ ନୂତନ କରି ପିଠା ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। 

ଆମ୍ବ ତୋଟାରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠାକୁ କଇଥପଲ୍ଲୀ ଗ୍ରାମବାସୀଙ୍କ ବିରୋଧ

ଆମ୍ବ ତୋଟାରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠାକୁ କଇଥପଲ୍ଲୀ ଗ୍ରାମବାସୀଙ୍କ ବିରୋଧ

ଖଣ୍ଡପଡା,୧୪।୧୨(ସ୍ବ.ପ୍ର.)-ଖଣ୍ଡପଡା ସହର ଉପକଣ୍ଠରେ ଏକ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଅର୍ଥ ମଞ୍ଜୁର ପରେ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଖଣ୍ଡପଡା ତହସିଲ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ୧୫ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜାଗା ଚିହ୍ନଟ କରାଯାଇଛି ।

ଉଦ୍‌ଯାପିତ ହେଲା ବିଶ୍ୱଶାନ୍ତି ମହାଯଜ୍ଞ: ପୌରାଣିକ ଗାଥା ବହନ କରେ ମଣିଭଦ୍ରା

ଉଦ୍‌ଯାପିତ ହେଲା ବିଶ୍ୱଶାନ୍ତି ମହାଯଜ୍ଞ: ପୌରାଣିକ ଗାଥା ବହନ କରେ ମଣିଭଦ୍ରା

ଗଣିଆ,୧୪।୧୨(ଡି.ଏନ.ଏ.)-ନୟାଗଡ଼ ଜିଲା ଗଣିଆ ବ୍ଲକର ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପର୍ବତ ପାଦଦେଶରେ ବିଜେ ମା’ କଳାପାଟ ଠାକୁରାଣୀଙ୍କ ପୀଠରେ ଗତ ୩ ଦିନ ଧରି ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି।  ଉଦ୍‌ଯାପନୀ ଦିବସରେ ପଞ୍ଚକୁଣ୍ଡୀୟ ମହାଯଜ୍ଞରେ ବେଦଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜୁଆଆଡ୍ଡା ଉପରେ ଚଢ଼ାଉ: ୧୪ ଗିରଫ, କାର, ବାଇକ୍‌, ଟଙ୍କା ଜବତ

ଜୁଆଆଡ୍ଡା ଉପରେ ଚଢ଼ାଉ: ୧୪ ଗିରଫ, କାର, ବାଇକ୍‌, ଟଙ୍କା ଜବତ

ଯାଜପୁର ଅଫିସ, ୧୪।୧୨: ଯାଜପୁର ଜିଲା କଳିଙ୍ଗନଗର ଥାନା ପୋଲିସ ଗୁରବାର ବିଲମ୍ବିତ ରାତିରେ ବାରଗାଡିଆର ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୪ ଜୁଆଡିଙ୍କୁ ଗିରଫ କରିଛିି। ସେମାନଙ୍କ ନିକଟରୁ ୨ ଲକ୍ଷ ୩୧ ହଜାର ଟଙ୍କା ସମେତ ୨ କାର ଓ ୯ଟି ବାଇକ ଜବତ କରିଛି। କଳିଙ୍ଗନଗର ଥାନା ଆଇଆଇସି ରାଜେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। 

ଜଳଖିଆ ଦୋକାନ ଉପରେ ମାଡ଼ିଗଲା ଟ୍ରକ, ୨ ଗୁରୁତର, ପ୍ରତିବାଦରେ ରାସ୍ତାରୋକୋ

ଜଳଖିଆ ଦୋକାନ ଉପରେ ମାଡ଼ିଗଲା ଟ୍ରକ, ୨ ଗୁରୁତର, ପ୍ରତିବାଦରେ ରାସ୍ତାରୋକୋ

ନିଶ୍ଚିନ୍ତକୋଇଲି, ୧୪।୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ନିଶ୍ଚିନ୍ତକୋଇଲି ବାଉଳ ବଜାରରେ ମାଲ ବୋଝେଇ ଟ୍ରକ ଏକ ଜଳଖିଆ ଦୋକାନ ଉପରେ ଶୁକ୍ରବାର ସକାଳେ ମାଡିଯିବାରୁ ୨ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ୱେଷ୍ଟବେଙ୍ଗଲ ମେଦିନିପୁର ଜିଲା ଅନ୍ତର୍ଗତ ସବଙ୍ଗ ଥାନା ବରଦା ଗ୍ରାମର ବାବୁଲାଲ ହୁଦଇତ(୪୫) ଓ ଅମାଳିଥ ମଇତି (୪୮)। 

ବିନା ଏନ୍‌ଓସିରେ ଚାଲିଛି ୧୦୪ ଘରୋଇ ବିଦ୍ୟାଳୟ

ନୟାଗଡ଼ ଅଫିସ,୧୪ା୧୨- ନୟାଗଡ଼ ଜିଲାରେ ମାତ୍ର ୨୮ ଘରୋଇ ବିଦ୍ୟାଳୟକୁ  ମିଳିଛି ଏନ୍‌ଓସି (ନୋ ଅବଜେକ୍ସନ ସାର୍ଟିଫିକେଟ)। ଜିଲାରେ ମୋଟ ୧୩୨ ଘରୋଇ ବିଦ୍ୟାଳୟ ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୧୦୪ଟି ବିନା ଏନ୍‌ଓସିରେ ଚାଲୁଛି।