ଉପକୂଳ ଓଡିଶା

ଶିବିରରେ ସୀମିତ ସ୍ବାସ୍ଥ୍ୟ ସେବା

କାଳିଆପାଣି,୭।୧(ଡି.ଏନ.ଏ) କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷ କରି ଖଣି ଓ କାରଖାନା ଥିବା ଅଞ୍ଚଳରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଅଧିକରୁ ଅଧିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ନିଯୁକ୍ତ କରିବା ସହ ସ୍ବାସ୍ଥ୍ୟ ଶିବିର କରି ସେବା ଯୋଗାଇବା ପାଇଁ ପଦକ୍ଷେପ ନେବାକୁ ଜିଲା ସ୍ବାସ୍ଥ୍ୟ ମୁଖ୍ୟାଳୟକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିସ୍ଥଳେ ସୁକିନ୍ଦା କ୍ରୋମ ଖଣି ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ସୁକିନ୍ଦା ବ୍ଲକରେ ୨୫ ପଞ୍ଚାୟତ ଥିବା ବେଳେ ରାଁସୋଳ, କାଳିଆପାଣି, ଚିଙ୍ଗୁଡ଼ିପାଳ, କଂସ ପରି ୪ଟି ଆଦିବାସୀ ବହୁଳ ପଞ୍ଚାୟତରେ ୯ଟି ଖଣି ରହିଛି। ଏହି ଖଣି ଅଞ୍ଚଳର ୪ ପଞ୍ଚାୟତରେ ଆଦିବାସୀ ଓ ଅନଗ୍ରସର ଲୋକ ୯୫ ପ୍ରତିଶତ ରହିଛନ୍ତି। ୯ଟି ଖଣି ରହିଥିଲେ ବି ସମସ୍ତ ଖଣିରେ ୪ଟି ପଞ୍ଚାୟତର ୨୭ରୁ ୩୦ ପ୍ରତିଶତ ଲୋକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ କର୍ମ ନିଯୁକ୍ତି ପାଇଛନ୍ତି। ଆନୁମାନିକ ୫୭ବର୍ଷରୁ ଊର୍ଦ୍ଧ୍ୱ ହେବ ଖଣି ଖୋଳା ଚାଲିଥିବାରୁ ଦିନକୁ ଦିନ ପାନୀୟ ଜଳ ସଙ୍କଟ ବଢି ଚାଲିଛି। ଫଳରେ ଏହି ଅଞ୍ଚଳର ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚାଲିଛନ୍ତି। ବହୁ ଲୋକ କ୍ୟାନସର, କିଡନୀ, ହୃଦରୋଗରେ ମୃତ୍ୟୁବରଣ କରୁଥିବା ଜଣାପଡ଼ିଛି। ଖଣି ଲିଜଧାରୀମାନେ କୋଟିକୋଟି ଟଙ୍କା ଲାଭ କରୁଥିବା ବେଳେ ବର୍ଷକୁ ଥରେ ଦୁଇଥର ସ୍ବାସ୍ଥ୍ୟ ଶିବିର କରି ହାତଗଣତି କିଛି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ନିଜର କର୍ତ୍ତବ୍ୟ ସାରିଦେଉଥିବା ବେଳେ ଜିଲା ସ୍ବାସ୍ଥ୍ୟ ମୁଖ୍ୟାଳୟରେ ସ୍ବାସ୍ଥ୍ୟ ଶିବିର ହେଉଥିବା ରେକର୍ଡଭୁକ୍ତ କରୁଛନ୍ତି। ଏହିପରି ୫୦ବର୍ଷରୁ ଊର୍ଦ୍ଧ୍ୱ କମ୍ପାନୀ ଲୋକଙ୍କୁ କେବଳ ନାମକୁ ମାତ୍ର ସ୍ବାସ୍ଥ୍ୟ ଶିବିର କରି ସେବା ଯୋଗାଇ ଦେଉଥିବା ବେଳେ ଟାଟା କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଏକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିଛି। ସେଠାକୁ ସ୍ଥାନୀୟ ଲୋକେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଗଲେ ୪୦ଟଙ୍କା ଦେଇ ସେମାନେ କେବଳ ଡାକ୍ତର ପରାମର୍ଶ କରିଥାନ୍ତି। ମାତ୍ର ସେଠାରେ ତାଙ୍କୁ ଚିକିତ୍ସା ମିଳେ ନାହିଁ। ସେହିପରି ଜିନ୍ଦଲ, ବାଲେଶ୍ୱର ଆଲଏଜ, ଇମ୍ଫା, ବିସି ମହାନ୍ତି, ମିଶ୍ରିଲାଲ, ଇଡକଲ ଓ ଫାକର କମ୍ପାନୀ ନିଜ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଟାଟା ମେଡିକା ଉପରେ ନିର୍ଭର କରୁଛନ୍ତି। ଏପରିସ୍ଥଳେ ସେମାନେ ସାଧାରଣ ଲୋକଙ୍କ କଥା କ’ଣ ବୁଝୁଥିବେ ତାହା ସ୍ପଷ୍ଟ ଅନୁମେୟ। ଖଣି ଅଞ୍ଚଳର ଦେଓଗାଁ ଓ କାଳିଆପାଣିଠାରେ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ସହ ଜଣେ ଡାକ୍ତର ସେଠାରେ ୩ଦିନ ଉପସ୍ଥିତ ରହିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ନଗଡ଼ା ଗସ୍ତରେ ଆସିଥିବା ବେଳେ କହିଥିଲେ। ମାତ୍ର ତାହା ଅଦ୍ୟାବଧି ଶୁଭାରମ୍ଭ ହୋଇପାରି ନାହିଁ। ସ୍ବାସ୍ଥ୍ୟସେବା ପାଇବାକୁ ଖଣି ଅଞ୍ଚଳରୁ ଲୋକେ ୨୬ କି.ମି. ଦୂରରେ ଥିବା ସୁକିନ୍ଦା ଡାକ୍ତରଖାନା, ୧୨ କି.ମି. କୁହିକା ଓ ୨୫ କି.ମି. ଢେଙ୍କାନାଳ ଜିଲାର ଭୁବନ ଡାକ୍ତରଖାନାକୁ ଯାଉଛନ୍ତି। ସ୍ଥାନୀୟ ବିଧାୟକ ନଗଡ଼ା ଶିଶୁ ମୃତ୍ୟୁ ଘଟଣା ସମୟରେ ସେଠାରେ ଏକ ଡାକ୍ତରଖାନା ନିର୍ମାଣ କରିବାକୁ ଦାବି କରୁଥିବା ବେଳେ ଏବେ ସେନେଇ କୌଣସି ଚର୍ଚ୍ଚା ମଧ୍ୟ ହେଉନାହିଁ। ଯାହାକି ଉଦ୍‌ବେଗର ବିଷୟ ବୋଲି ସାଧାରଣ ଲୋକେ ପ୍ରକାଶ କରିଛନ୍ତି। ଏ ନେଇ ଜିଲା ସ୍ବାସ୍ଥ୍ୟ ମୁଖ୍ୟ ଫଣୀନ୍ଦ୍ର ପାଣିଗ୍ରାହୀଙ୍କୁ ପଚାରିବାରେ, କାଳିଆପାଣିରେ ଡାକ୍ତରଖାନା ଖୋଲିବା ନେଇ କୌଣସି ଲିଖିତ ନିର୍ଦ୍ଦେଶ ନାହିଁ ବୋଲି କହିଥିଲେ।
All Right Reserved By

ଉପକୂଳ ଓଡିଶା

କୃମିନାଶକ ଦିବସ ପାଇଁ ସଚେତନତା ଶିବିର

କୃମିନାଶକ ଦିବସ ପାଇଁ ସଚେତନତା ଶିବିର

ଗଣିଆ,୨୩ା୯(ଡି.ଏନ୍‌.ଏ.)-ଆସନ୍ତା ସେପ୍ଟେମ୍ବର ୨୬ ଅନ୍ତର୍ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଶନିବାର ଗଣିଆସ୍ଥିତ କିଶୋରଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାପୀଠଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା।

କେନାଲ ବନ୍ଧରେ ୧୦ଫୁଟର ଘାଇ , ବ୍ୟାପକ ଚାଷଜମି ଜଳମଗ୍ନ

କେନାଲ ବନ୍ଧରେ ୧୦ଫୁଟର ଘାଇ , ବ୍ୟାପକ ଚାଷଜମି ଜଳମଗ୍ନ

ରଣପୁର,୨୩ା୯ (ସ୍ବ.ପ୍ର.)- ୧୫ଦିନ ତଳେ ୨ଦିନ ଧରି ଲଗାଣ ବର୍ଷ ଲାଗିରହିବାରୁ ରଣପୁର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ରହିଥଲା। ଏଥିଯୋଗୁ ଅନେକ ଚାଷୀଙ୍କୁ କ୍ଷତି ସହିବାକୁ ପଡିଥିଲା। ଏପରିସ୍ଥଳେ ୨ଦିନ ଧରି ଲଘୁଚାପ ଜନିତ ବର୍ଷା ଅଞ୍ଚଳବାସୀଙ୍କ ଦୁଃଖ ବଢାଇଦେଇଛି। 

ନୟାଗଡ ଜିଲାସ୍ତରୀୟ ଶାରଦୀୟ (ଖୋ ଖୋ) ପ୍ରତିଯୋଗିତା ସମାରୋହ

ନୟାଗଡ ଜିଲାସ୍ତରୀୟ ଶାରଦୀୟ (ଖୋ ଖୋ) ପ୍ରତିଯୋଗିତା ସମାରୋହ

ଓଡ଼ଗଁ।,୨୩।୯(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଶନିବାର ଜିଲାସ୍ତରୀୟ ଶାରଦୀୟ ଖୋ ଖୋ ପ୍ରତିଯୋଗିତା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲା ଶିକ୍ଷା ଅଧିକାରୀ ଡ. ଅଭୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ସ୍ଥାନୀୟ 

ଜିଲା ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ

ଜିଲା ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ

ନୟାଗଡ଼ ଅଫିସ,୨୩ା୯-ନୟାଗଡ଼ ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ ଶନିବାର ଜିଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ଏନ୍‌ ତିରୁମାଲା ନାୟକ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପରିଷଦର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା।

ରାସ୍ତା ଦେଉଛି ଦୁର୍ଦ୍ଦଶା

ରାସ୍ତା ଦେଉଛି ଦୁର୍ଦ୍ଦଶା

ନୟାଗଡ଼ ଅଫିସ,୨୩।୯-ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମକୁ ପକ୍କା ରାସ୍ତା ହୋଇଥିବା କୁହାଯାଉଛି। ହେଲେ ବାସ୍ତବରେ ଏହା ଯେ ସମ୍ପୂର୍ଣ୍ଣ ସତ୍ୟ ନୁହେଁ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି  ନୟାଗଡ଼ ଜିଲା ଭାଟସାହି  ପଞ୍ଚାୟତରେ।  

ମାନବାଧିକାର କମିଟିର ଆଲୋଚନା ଚକ୍ର

ମାନବାଧିକାର କମିଟିର ଆଲୋଚନା ଚକ୍ର

କେନ୍ଦ୍ରାପଡା ଅଫିସ, ୨୩।୯ କେନ୍ଦ୍ରାପଡା ସହରର ଟାଉନହଲଠାରେ ଜାତୀୟ ମାନବାଧିକାର ଜିଲା କମିଟି ପକ୍ଷରୁ ମାନବ ଅଧିକାର ଓ ଆଇନ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଲ

ଜିଲାସ୍ତରୀୟ ରାଜସ୍ବ କମିଟି ବୈଠକ

ଜିଲାସ୍ତରୀୟ ରାଜସ୍ବ କମିଟି ବୈଠକ

କେନ୍ଦ୍ରାପଡା ଅଫିସ,୨୩।୯ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଶନିବାର ଜିଲାସ୍ତରୀୟ ରାଜସ୍ବ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ଦାଶରଥି ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ  ଏହି ବୈଠକରେ ତହସିଲଦାରମାନେ ଯୋଗଦେଇ

ଛାତ୍ର କଂଗ୍ରେସର ପକ୍ଷରୁ ବିଧାୟକଙ୍କ ପୋଷ୍ଟର ପୋଡି

ଛାତ୍ର କଂଗ୍ରେସର ପକ୍ଷରୁ ବିଧାୟକଙ୍କ ପୋଷ୍ଟର ପୋଡି

କେନ୍ଦ୍ରାପଡା ଅଫିସ, ୨୩।୯ ମାର୍ଶାଘାଇ ଥାନା ବାଲଣା ଗ୍ରାମର ଅବିନାଶ ପାଇଟାଳ ଓରଫ ମୂଷାଙ୍କ ହାଜତ ମୃତ୍ୟୁ ଘଟଣାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଛାତ୍ର କଂଗ୍ରେସ କର୍ମୀମାନେ କେନ୍ଦ୍ରାପଡା ସହରର ବସଷ୍ଟାଣ୍ଡରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ପୋଡିଛନ୍ତି ।

ତହସିଲକୁ ପଲିଥିନ ପାଇଁ ଆସିଥିବାବେଳେ ମାଡ଼

ତହସିଲକୁ ପଲିଥିନ ପାଇଁ ଆସିଥିବାବେଳେ ମାଡ଼

ପଟ୍ଟାମୁଣ୍ଡାଇ,୨୩।୯(ସ୍ବ.ପ୍ର.) ପଟ୍ଟାମୁଣ୍ଡାଇ ତହସିଲ ଅଫିସକୁ ପଲିଥିନ ପାଇଁ ଆସିଥିବା ପୌରାଞ୍ଚଳ ଷଣ୍ଢପଲ୍ଳୀ ୧ ନଂ ଓ୍ବାର୍ଡର ପ୍ରଶାନ୍ତ ତ୍ରିପାଠୀ (୩୭)ଙ୍କୁ  ଶନିବାର କେତେକ କର୍ମଚାରୀ ମାଡ ମାରିଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି।ଲଘୁଚାପ ବର୍ଷାରେ ଘର ଭାଙ୍ଗି ଯାଇଥିବା ନେଇ ପ୍ରଶାନ୍ତ  ତହସିଲଦାରଙ୍କ ନିକଟରେ  ଆବେଦନ କରିଥିଲେ ।

ଲଘୁଚାପଜନିତ ବର୍ଷା: ୧୦୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଲଘୁଚାପଜନିତ ବର୍ଷା: ୧୦୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ମହାକାଳପଡା,୨୩।୯(ଡି.ଏନ୍‌.ଏ.) ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ମହାକାଳପଡା ବ୍ଲକ ଜମ୍ବୁ ପଞ୍ଚାୟତ ଅନ୍ତର୍ଗତ ଜମ୍ମୁଗ୍ରାମସ୍ଥିତ ଦକ୍ଷିଣପଡାର ୯,୧୦,୧୧ ନଂ ଓ୍ବାର୍ଡର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଛି। 

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ମହଙ୍ଗା ପଡ଼ିଲା ପ୍ରଶାସନିକ ଆକ୍ରୋଶର ଶିକାର ହେଲେ ଦଳିତ ପରିବାର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ମହଙ୍ଗା ପଡ଼ିଲା ପ୍ରଶାସନିକ ଆକ୍ରୋଶର ଶିକାର ହେଲେ ଦଳିତ ପରିବାର

ଚଣ୍ଡିଖୋଲ,୨୩ା୯(ଡି.ଏନ.ଏ.)- ବଡ଼ଚଣା ବ୍ଲକ ଅନ୍ତର୍ଗତ ଦର୍ପଣୀ ପଞ୍ଚାୟତ ଗୁଲଜାରନଗର ପାଟଣା ଗାଁରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗାଁର ବଳରାମ ମଲିକ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇଥିବାରୁ ପ୍ରଶାସନିକ ଆକ୍ରୋଶର ଶିକାର ହୋଇ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେବା ସହ ଶନିବାର ପୁନଶ୍ଚ ଚିଠି ଲେଖିଥିବା ଜଣାପଡିଛି।

ହାଇଓ୍ବା-ବାଇକ୍‌ ଧକ୍କା, ୨ ଗୁରୁତର

ହାଇଓ୍ବା-ବାଇକ୍‌ ଧକ୍କା, ୨ ଗୁରୁତର

ଯାଜପୁରରୋଡ/ରଗଡି,୨୩।୯(ନି.ପ୍ର./ଡି.ଏନ୍‌.ଏ.)-୨୦ନଂ. ଜାତୀୟ ରାଜପଥର ରଗଡି ଛକଠାରେ ଶନିବାର ଅପରାହ୍ନରେ ହାଇଓ୍ବା-ବାଇକ୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ କୋରେଇ ଥାନା ଅନ୍ତର୍ଗତ କଡମା ଗ୍ରାମର ଚଗୁଲୁ