ଖେଳ |

ଦୀପ୍‌ସାନଙ୍କୁ ଏକଲବ୍ୟ ପୁରସ୍କାର

ଦୀପ୍‌ସାନଙ୍କୁ ଏକଲବ୍ୟ ପୁରସ୍କାର
ଭୁବନେଶ୍ୱର, ୭।୧(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଇଣ୍ଡିଆନ ମେଟାଲ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏକଲବ୍ୟ ପୁରସ୍କାରର ରୌପ୍ୟ ଜୟନ୍ତୀ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ପୁରୁଷ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ତଥା ଯୁବ ଓଡ଼ିଆ ତାରକା ଦୀପ୍‌ସାନ ତିର୍କୀ ଚଳିତ ବର୍ଷ ଲାଗି ଏହି ସମ୍ମାନଜନକ ପୁରସ୍କାର ବିଜୟୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେହିପରି ଦେଶର ଦ୍ରୁତତମ ଧାବକ ଅମୀୟ ମଲିକ ଓ ଭାରତୀୟ ମହିଳା ହକି ଦଳର ପ୍ରମୁଖ ସଦସ୍ୟା ଦୀପ୍‌ଗ୍ରେସ ଏକ୍କାଙ୍କୁ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳର ମୁଖ୍ୟ କୋଚ୍‌ ତଥା ପଦ୍ମଭୂଷଣ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜୟୀ କିମ୍ବଦନ୍ତୀ ସଟ୍‌ଲର ପୂଲେଲା ଗୋପୀଚାନ୍ଦ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦୀପ୍‌ସାନଙ୍କୁ ଏକଲବ୍ୟ ଟ୍ରଫି ସମେତ ମାନପତ୍ର ଓ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିଥିଲେ। ସେହିପରି ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଅମୀୟ ମଲିକ ଓ ଦୀପ୍‌ଗ୍ରେସ୍‌ଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରି ସମ୍ମାନିତ କରିଥିଲେ। ମହିଳା ହକି ତାରକା ଦୀପ୍‌ଗ୍ରେସ୍‌ ବର୍ତ୍ତମାନ ଜାତୀୟ କ୍ୟାମ୍ପ୍‌ରେ ବ୍ୟସ୍ତ ଥିବାରୁ ତାଙ୍କ ଅନୁପସ୍ଥିତିରେ ଭାଇ ଦୀନେଶ ଏକ୍କା ଏହି ପୁରସ୍କାର ଗ୍ରହଣ କରିଥିଲେ। ପୂର୍ବତନ ଏକଲବ୍ୟ ପୁରସ୍କାର ବିଜେତା ଦେବାଶିଷ ମହାନ୍ତି, ରଶ୍ମୀରଞ୍ଜନ ପରିଡ଼ା, ଓ୍ବିଲିୟମ ଖାଲକୋ, ପ୍ରତିମା ପୁହାଣ, ଅନୁରାଧା ବିଶ୍ୱାଳ, ଲାଜରୁସ ବାର୍ଲା, ରଚିତା ମିସ୍ତ୍ରି, ପଦ୍ମିନୀ ରାଉତଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଜୟ କୁମାର ଶର୍ମା (ରାଜ୍ୟ ଫାୟାର ସର୍ଭିସ ଆଣ୍ଡ୍‌ କମାଣ୍ଡାଣ୍ଟ ଜେନେରାଲ, ହୋମଗାଡର୍‌ସ ଆଣ୍ଡ୍‌ ଡିରେକ୍ଟର ସିଭିଲ ଡିଫେନ୍ସ), ବୈଜୟନ୍ତ ପଣ୍ଡା (ଏମ୍‌ପି), ଅଶୋକ ବେହେରା (କନ୍‌ଭେନର), ଏସ୍‌. ମକ୍‌ବୁଲ ଅଲି (ଜୁରି ମେମ୍ବର) ପ୍ରମୁଖ ଉପସ୍ଥିତ ରହିଥିଲେ। କ୍ରୀଡ଼ା ପାଇଁ ଭୁବନେଶ୍ୱରର ପରିଚୟ ଓଡ଼ିଶାରୁ ଅନେକ ହକି ତାରକା ବାହାରିଛନ୍ତି। ଓଡ଼ିଶା ହେଉଛି ହକିର ଏକ ଐତିହାସିକ ପୃଷ୍ଠଭୂମି। ସେହିପରି ରଚିତା ମିସ୍ତ୍ରି, ଦୂତୀ ଚାନ୍ଦ ଓ ଅମିୟ ମଲିକଙ୍କ ପରି ଦେଶର ଦ୍ରୁତତମ ସ୍ପ୍ରିଣ୍ଟରଙ୍କ ଲାଗି ଓଡ଼ିଶା ପୂର୍ବରୁ ପରିଚିତ ଥିଲା। ଏବେ ଏସିଆନ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଓ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲ୍ସ ପରି ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରି ଭୁବନେଶ୍ୱର ବର୍ତ୍ତମାନ କ୍ରୀଡ଼ା ପାଇଁ ବିଶ୍ୱରେ ପରିଚିତି ଲାଭ କରିଛି ବୋଲି ଏକଲବ୍ୟ ପୁରସ୍କାର ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେବା ଅବସରରେ ବ୍ୟାଡ୍‌ମିଣ୍ଟନ କିମ୍ବଦନ୍ତୀ ପୂଲେଲା ଗୋପୀଚାନ୍ଦ କହିଛନ୍ତି। ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ଲାଗି ଯେପରି ଜାମାଇକା ପରିଚିତ, କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଲାଗି ଯେଉଁଭଳି ଝାଡ଼ଖଣ୍ଡ ପରିଚିତ ସେହିଭଳି ଭୁବନେଶ୍ୱର କ୍ରୀଡ଼ା ପାଇଁ ସାରା ବିଶ୍ୱରେ ଧୀରେ ଧୀରେ ପରିଚିତ ହେବାରେ ଲାଗିଛି ବୋଲି ଭାରତୀୟ ବ୍ୟାଡ୍‌ମିଣ୍ଟର ମହାନ ତାରକା ଗୋପୀଚାନ୍ଦ ଏହି ଅବସରରେ ପ୍ରକାଶ କରିଥିଲେ। ସେହିଭଳି ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତିବା ପରେ ଯେଉଁ ଖୁସି ମିଳିଥିଲା ତାହା କୌଣସି ଅର୍ଥ ମାଧ୍ୟମରେ ମିଳିବ ନାହିଁ ବୋଲି ଗୋପୀଚାନ୍ଦ କହିଥିଲେ। ଇମ୍ପାକ୍ଟର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ କ୍ରୀଡ଼ା ଦ୍ୱାରା କିଭଳି ଶାରୀରିକ ସୁସ୍ଥତା ମିଳେ ତାହା ଉପରେ ଗୋପୀଚାନ୍ଦ ଗୁରୁତ୍ୱ ଆରୋପ କରିଥିଲେ।
All Right Reserved By

ଖେଳ |

 ଏସିଆନ ଗେମ୍ସ: ଆଥଲେଟିକ୍ସ ଭିଲେଜ୍‌ରେ ଉଡ଼ିଲା ତ୍ରିରଙ୍ଗା

ଏସିଆନ ଗେମ୍ସ: ଆଥଲେଟିକ୍ସ ଭିଲେଜ୍‌ରେ ଉଡ଼ିଲା ତ୍ରିରଙ୍ଗା

ଜାକର୍ତ୍ତା, ୧୬ା୮(ପି.ଟି.)-ଏସିଆନ ଗେମ୍ସ ଆଥଲେଟିକ୍ସ ଭିଲେଜ୍‌ରେ ଗୁରୁବାର ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ଭାରତୀୟ ପୁରୁଷ ହକି ଷ୍ଟାର ଏବଂ ରେସଲରମାନେ ଉପସ୍ଥିତ ଥିଲେ। ଆଥଲେଟିକ୍ସ ଭିଲେଜରେ ହକି ଖେଳାଳି ଓ ରେସ୍‌ଲରମାନେ ପ୍ରଥମେ ପହଞ୍ଚତ୍ସାରିଥିବାରୁ ସେମାନେ ଏହି ଉତ୍ସବରେ ଯୋଗଦାନ କରି ପାରିଥିଲେ। ବ୍ୟାଡ୍‌ମିଣ୍ଟନ ଓ କବାଡ଼ି ଖେଳାଳିମାନେ ଗୁରୁବାର ଅପରାହ୍ନରେ ସିଙ୍ଗାପୁର ବାଟ ଦେଇ ଇଣ୍ଡୋନେସିଆ ରାଜଧାନୀରେ ପହଞ୍ଚତ୍ଛନ୍ତି।

ଏସିଆନ ଗେମ୍ସ : ଆଜାମ ସଫ୍ଟ ଟେନିସ ଟେକ୍ନିକାଲ ଅଫିସିଆଲ

ଏସିଆନ ଗେମ୍ସ : ଆଜାମ ସଫ୍ଟ ଟେନିସ ଟେକ୍ନିକାଲ ଅଫିସିଆଲ

ଭୁବନେଶ୍ୱର, ୧୬।୮(କ୍ରୀଡ଼ା ପ୍ରତିନିଧି)-
ଚଳିତମାସ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ହେବାକୁ ଯାଉଥିବା ଏସିଆନ ଗେମ୍ସର ସଫ୍ଟ ଟେନିସ ଇଭେଣ୍ଟ ପାଇଁ ଓଡ଼ିଶାର ମହମ୍ମଦ ଆଜମ ଟେକ୍ନିକାଲ ଅଫିସିଆଲ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତାର ସଫ୍ଟ ଟେନିସ ଇଭେଣ୍ଟ ଆଗାମୀ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ରେ ଶେଷ ହେବ। ନିଜ ଦାୟିତ୍ୱ ତୁଲାଇବା ପାଇଁ ଆଜମ ୨୪ ତାରିଖରେ ଇଣ୍ଡୋନେସିଆ ଯିବେ।

ଏସିଆନ୍‌ ଗେମ୍ସ: ପେସ୍‌ଙ୍କ ଖେଳିବା ନେଇ ଅନିଶ୍ଚିତତା

ଏସିଆନ୍‌ ଗେମ୍ସ: ପେସ୍‌ଙ୍କ ଖେଳିବା ନେଇ ଅନିଶ୍ଚିତତା

ପାଲେମ୍ବାଙ୍ଗ,୧୬।୮(ପି.ଟି.)- ଆସନ୍ତା ୧୮ ତାରିଖରୁ ଏସିଆନ୍‌ ଗେମ୍ସ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଟେନିସ୍‌ ଦଳ ଗୁରୁବାର ଏଠାରେ ପହଞ୍ଚତ୍ୟାଇଛି। ମାତ୍ର ଘୋଷିତ ଟେନିସ୍‌ ଦଳରେ ସ୍ଥାନ ପାଇଥିବା ଭେଟେରାନ ଲିଆଣ୍ଡର ପେସ ଏଠାରେ ଅନୁପସ୍ଥିତ ରହିଛନ୍ତି। 

ଫିଫା ର଼୍ୟାଙ୍କିଙ୍ଗ୍‌:  ଶୀର୍ଷରେ ଫ୍ରାନ୍ସ, ୧୫କୁ ଖସିଲା ଜର୍ମାନୀ

ଫିଫା ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ଫ୍ରାନ୍ସ, ୧୫କୁ ଖସିଲା ଜର୍ମାନୀ

ଜୁରିଖ,୧୬।୮- ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଫିଫା ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷକୁ ଉଠିଛି। ଏହା ଦର୍ଶାଇଛି ଗୁରୁବାର ପ୍ରକାଶ ପାଇଥିବା ନୂଆ ଫିଫା ର଼୍ୟାଙ୍କିଙ୍ଗ୍‌। ଅନ୍ୟପକ୍ଷରେ ପୂର୍ବରୁ ଶୀର୍ଷରେ ଥିବା ଜର୍ମାନୀ ଦଳ ବିଶ୍ୱକପ୍‌ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ଯୋଗୁ ଏବେ ୧୫ତମ ସ୍ଥାନକୁ ଖସିଛି। 

ଆଟଲେଟିକୋ ମାଡ୍ରିଡ୍‌ ଜିତିଲା ସୁପର କପ୍‌

ଆଟଲେଟିକୋ ମାଡ୍ରିଡ୍‌ ଜିତିଲା ସୁପର କପ୍‌

ଟାଲିନ୍ନ,୧୬।୮- ସାଉଲ ନିଗୁଏଜ ଓ କୋକେଙ୍କ ମ୍ୟାଚ୍‌ର ଅତିରିକ୍ତ ସମୟରେ ଗୋଲ ଯୋଗୁ ଆଟଲେଟିକୋ ମାଡ୍ରିଡ୍‌ ୟୁଫା ସୁପର କପ୍‌ ଟାଇଟଲ ଜିତିଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଆଟଲେଟିକୋ ମାଡ୍ରିଡ୍‌ ୪-୨ ଗୋଲ୍‌ରେ ରିଅଲ ମାଡ୍ରିଡ୍‌କୁ ହରାଇ ଏହି ସଫଳତା ପାଇଛି। 

ଭିକ୍ଟର ମୋଜେସଙ୍କ ଅବସର

ଭିକ୍ଟର ମୋଜେସଙ୍କ ଅବସର

ଆବୁଜା,୧୬।୮- ଚେଲସି ଖେଳାଳି ଭିକ୍ଟର ମୋଜେସ ବୁଧବାର ଅନ୍ତର୍ଜାତୀୟ ଫୁଟ୍‌ବଲ ଅବସର ନେଇଛନ୍ତି। ସେ ଏ ନେଇ ଟୁଇଟର ଜରିଆରେ ସୂଚନା ଦେଇଛନ୍ତି। ତାଙ୍କ ଅବସର ନାଇଜେରିଆ ଫୁଟ୍‌ବଲ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି। କାରଣ ମୋଜେସଙ୍କୁ ଏବେ ମାତ୍ର ୨୭ ବର୍ଷ ହୋଇଛି।

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌

ଅକ୍‌ଲାଣ୍ଡ,୧୬।୮- ପୂର୍ବତନ କ୍ରିକେଟର ଗ୍ୟାରୀ ଷ୍ଟିଡ ନ୍ୟୁଜିଲାଣ୍ଡ ଦଳ ମୁଖ୍ୟ କୋଚ୍‌ ପଦରେ ନିଯୁକ୍ତ ହୋଇଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ତାଙ୍କୁ ଦୁଇ ବର୍ଷ ଲାଗି ଏହି ଗୁରୁଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ପଦରେ ମାଇକ ହାସନ ଥିଲେ। ହାସନ ଚଳିତ ବର୍ଷ ଜୁନରେ ପଦତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ।

କୋହଲିଙ୍କୁ ପଛରେ ପକାଇଲେ ସର୍ଦ୍ଦାର ସିଂ

କୋହଲିଙ୍କୁ ପଛରେ ପକାଇଲେ ସର୍ଦ୍ଦାର ସିଂ

ଜାକର୍ତ୍ତା,୧୬।୮- ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ୟୋ ୟୋ ଟେଷ୍ଟ ତଥା ଫିଟ୍‌ନେସ ପରୀକ୍ଷାରେ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। 

ପୂର୍ବତନ ଅଧିନାୟକ ଅଜିତ ଓ୍ବାଦେକରଙ୍କ ପରଲୋକ

ପୂର୍ବତନ ଅଧିନାୟକ ଅଜିତ ଓ୍ବାଦେକରଙ୍କ ପରଲୋକ

ନୂଆଦିଲ୍ଲୀ,୧୬।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡରେ ଭାରତୀୟ ଦଳକୁ ଐତିହାସିକ ବିଜୟ ଆଣି ଦେଇଥିବା ଅଧିନାୟକ ଅଜିତ ଓ୍ବାଦେକରଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। 

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ଲଣ୍ଡନ, ୧୫।୮(ପି.ଟି.)- ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ଭାରତୀୟ ଦଳ ଦୁର୍ବଳ ହୋଇଯାଇଥାଇପାରେ। କିନ୍ତୁ ଇଂଲଣ୍ଡ ୫-୦ରେ ସିରିଜ କ୍ଲିନ ସୁଇପ୍‌ କରିବା କହିବା ଏବେଠୁ ଠିକ୍‌ ନୁହେଁ ବୋଲି ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଜନ୍ନୀ ବେୟାରଷ୍ଟୋ କହିଛନ୍ତି। 

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ବାର୍ସିଲୋନା, ୧୫।୮(ପି.ଟି.)- ବାର୍ସିଲୋନା ‘ବି’ ଦଳଠାରୁ ପରାଜୟବରଣ କରିବା ସହ ବେଙ୍ଗାଲୁରୁ ଦଳ ତା’ର ସ୍ପେନ ଗସ୍ତ ସମାପ୍ତ କରିଛି। ସ୍ଥାନୀୟ ମିନି ଏଷ୍ଟାଡି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ‘ବି’ ଦଳ ୩-୦ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା।

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ମାଡ୍ରିଡ୍‌, ୧୫।୮- ଦୁଇଥର ବିଶ୍ୱ ଚାମ୍ପିୟନ ସ୍ପାନିଶ ଡ୍ରାଇଭର ଫର୍ନାଣ୍ଡୋ ଆଲୋନସୋ ଫର୍ମୁଲା-୧ରୁ ଅବସର ଘୋଷଣା କରିଛନ୍ତି। ଚଳିତ ସିଜନ ସମାପ୍ତ ପରେ ସେ ଫର୍ମୁଲା-୧ରୁ ସନ୍ନ୍ୟାସ ନେବେ ବୋଲି ବୁଧବାର ଘୋଷଣା କରିଛନ୍ତି।