Dharitri News
ସମ୍ବଲପୁର

ସଡ଼କ ଦୁର୍ଘଟଣାରେ ୧ମୃତ, ଜଣେ ଆହତ

ସଡ଼କ ଦୁର୍ଘଟଣାରେ ୧ମୃତ, ଜଣେ ଆହତ ବେଲପାହାଡ଼, ୭।୧(ଡ଼ି.ଏନ୍‌.ଏ)-ଝାରସୁଗୁଡ଼ା ଜିଲା ବେଲପାହାଡ଼ ଜୁନାଡ଼ିହି ନିକଟ ଜାତୀୟ ରାଜପଥରେ ଶନିବାର ରାତିରେ ସଡ଼କ ଦୁର୍ଘଟଣାରେ ବାହାଦୁର ସେକ୍‌ (୪୦)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ବାହାଦୁର ବେଲପାହାଡ଼ର ଶ୍ରୀରାମନଗରରେ ରହୁଥିଲେ। ଫେରିକରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ପ୍ରକୃତ ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲା ବେଲଡ଼େଙ୍ଗା ସହରରେ ବୋଲି ଜଣାପଡ଼ିଛି। ତାଙ୍କ ସହିତ ଦୁର୍ଘଟଣାରେ ରଣବିର ସିଂ(୪୨) ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାତ୍ର ସଂଘଟିତ ଦୁର୍ଘଟଣାର ଠିକ୍‌ କାରଣ ଏପର୍ଯ୍ୟନ୍ତ ପୋଲିସ ଖୋଜିପାରିନାହିଁ। କେହି କେହି ଘଟଣା ରାତିରେ ବାହାଦୁର ସେକ୍‌ ଜୁନାଡ଼ିହି ପଟୁ ଚାଲି ଚାଲି ଆସୁଥିବା ସମୟରେ ତାଙ୍କୁ ପଛ ପଟୁ ଏକ ବାଇକ୍‌ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି କହୁଛନ୍ତି। ଧକ୍କା ଦେଇଥିବା ବାଇକ୍‌ରେ ଆହତ ହୋଇଥିବା ରଣବିର ସିଂ ବସିଥିଲେ ବୋଲି କୁହାଯାଉଛି। ମାତ୍ର ଦୁର୍ଘଟଣା ପରେ କେହି ଜଣେ ଘଟଣାସ୍ଥଳରୁ ବାଇକ୍‌କୁ ଉଠାଇ ନେଇ ଯାଇଥିବାରୁ ପ୍ରକୃତ କାରଣ ଖୋଜିବାରେ ବିଳମ୍ବ ଘଟୁଛି ବୋଲି ପୋଲିସ ପ୍ରକାଶ କରିଛି। ଏସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବଲପୁର

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବରଗଡ଼ ଅଫିସ,୨୦।୨: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବରପାଲି ବ୍ଲକ ବଡ଼ଗାଁ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ପହଞ୍ଚିଛନ୍ତି।

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ରାଉରକେଲା ଅଫିସ, ୨୦।୨: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଗୁରୁତର ହୋଇଥିବା ୭ ଦିନର ଶିଶୁପୁତ୍ର ସୋମବାର ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ୧୭ ତାରିଖ ଭୋର ୫ଟାରେ ସିଭିଲ୍‌ ଟାଉନ୍‌ରେ ଥିବା ଓମ୍‌ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା।

ମିନି ଟ୍ରକ୍‌ ଓଲଟି ୩ ମୃତ, ୭ ଗୁରୁତର

ମିନି ଟ୍ରକ୍‌ ଓଲଟି ୩ ମୃତ, ୭ ଗୁରୁତର

କଲମପୁର, ୨୦।୨(ଡି.ଏନ୍‌.ଏ.): ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା କଲମପୁର ରାସ୍ତାର ବନ୍ଧକନା ମଣ୍ଡି ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମିନି ଟ୍ରକ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ୭ ଗୁରୁତର ହୋଇଛନ୍ତି।

ସ୍କୁଲରେ ପହଞ୍ଚତ୍ ପାରିଲେନି ପ୍ରଧାନ ଶିକ୍ଷୟିତ୍ରୀ

ସ୍କୁଲରେ ପହଞ୍ଚତ୍ ପାରିଲେନି ପ୍ରଧାନ ଶିକ୍ଷୟିତ୍ରୀ

ରେଢ଼ାଖୋଲ,୧୯।୨(ଡି.ଏନ.ଏ.) ସୋମବାର ଥିଲା ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ। ରବିବାର ଛୁଟି କଟିଥିଲା। ସକାଳ ୯ଟାରେ ସହକର୍ମୀ ଶିକ୍ଷକଙ୍କ ସହ ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲକୁ ବହାରିଥିଲେ। ଯୋଜନା ଆଉ ଲକ୍ଷ୍ୟ ବହୁତ ଥିଲା। ସ୍କୁଲରେ ପହଞ୍ଚତ୍ବା ପରେ କ’ଣ ହେବ କ’ଣ ନାହିଁ ଏମିତି ସବୁ ରୁଟିନ ରହିଥିଲା। ସହଜେ ଆଗକୁ ପିଲାଙ୍କ ପରୀକ୍ଷା। ହେଲେ ସ୍କୁଲରେ ପହଞ୍ଚତ୍ ପାରିଲେନି। ବାଟରେ ଦୁର୍ଘଟଣା ଜୀବନ ନେଲା। ଅବଶ୍ୟ ସହକର୍ମୀ ଶିକ୍ଷକ ଜଣକ ଆହତ ହୋଇ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ସମ୍ବଲପୁର ଜିଲା ରେଢ଼ାଖୋଲରେ ସୋମବାର ଏମିତି ଏକ ଦୁଃଖଦ ଘଟଣା ଘଟିଛି। ସହର ଉପକଣ୍ଠର ଦଳଖମଣ ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ପୂର୍ବାହ୍ନ ୯ଟା ବେଳେ ଦୁର୍ଘଟଣା ଘଟଥିଲା। ଏକ ଟ୍ରକ୍‌ ଧକ୍କାରେ ଲୁହାପଙ୍କ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ନିକଟସ୍ଥ ମାଳିସାହିର ଜୟନ୍ତୀ ପ୍ରଧାନ(୫୮)ଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କୁ ବାଇକ୍‌ରେ ସ୍କୁଲକୁ ନେଇ ଯାଉଥିବା ତାଙ୍କର ସହକର୍ମୀ ତଥା ସେହି ସ୍କୁଲର ଶିକ୍ଷକ ପ୍ରଣବ ପ୍ରଧାନ(୪୦) ଆହତ ହୋଇଛନ୍ତି। ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ରେଢ଼ାଖୋଲ ପୋଲିସ ପରିବାର ବର୍ଗଙ୍କୁ ମୃତଦେହକୁ ହସ୍ତାନ୍ତର କରିଛି। ଏ ନେଇ ପୋଲିସ ଏକ ମାମଲା (ନଂ. ୨୮/୧୮) ରୁଜୁ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ ଜବତ କରି ଚାଳକଙ୍କୁ ଗିରଫ କରିଛି।

 ପଶ୍ଚିମଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବନ୍ଦ ହେଲା ସବୁ ସରକାରୀ କାର୍ଯ୍ୟାଳୟ

ପଶ୍ଚିମଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବନ୍ଦ ହେଲା ସବୁ ସରକାରୀ କାର୍ଯ୍ୟାଳୟ

ସମ୍ବଲପୁର,୧୯।୨ (ବ୍ୟୁରୋ)- ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ସୋମବାର ସିଏସସି ପକ୍ଷରୁ ଚେତାବନୀ ସପ୍ତାହ ଆରମ୍ଭ ହୋଇଛି । ଏହା ଆସନ୍ତା ୨୪ତାରିଖରେ ଶେଷ ହେବ । ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସସି) ଆହ୍ବାନରେ ସମ୍ବଲପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ ଜିଲାରେ ଓକିଲମାନେ ପିକେଟିଂ କରି କୋର୍ଟ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦପ୍ତର ଏବଂ ବ୍ୟାଙ୍କ ଗୁଡିକ ବନ୍ଦ କରିଛନ୍ତି । ଏହା ଦ୍ୱାରା ଅର୍ଥନୈତିକ ପ୍ରତିବନ୍ଧକ ହେବା ସହ ଜନସାଧାରଣଙ୍କ ବିଭିନ୍ନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହୋଇଛି । ଅପରପକ୍ଷେ ବୌଦ୍ଧ, ସୋନପୁର, ବରଗଡ ଓ ନୂଆଁପଡା ଜିଲାରେ ଓକିଲମାନେ କେବଳ କୋର୍ଟ, କଚେରି ବନ୍ଦ କରିଛନ୍ତି। କିନ୍ତୁ ବଲାଙ୍ଗୀର ଓ କଳାହାଣ୍ଡି ଜିଲାରେ ଏହାର ପ୍ରଭାବ ପଡିନାହିଁ ।

ବ୍ୟାଙ୍କରୁ ଟଙ୍କା ଲୁଟ ଘଟଣା ଅଟକ ଲୁଟେରାଙ୍କୁ କୋର୍ଟ ଚାଲାଣ

ସୁନ୍ଦରଗଡ଼,୧୯।୨(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଭାରତୀୟ ଷ୍ଟେଟବ୍ୟାଙ୍କ ବଜାର ଶାଖା କ୍ୟାସ କାଉଣ୍ଟରରୁ ଦିନ ଦ୍ୱିପ୍ରହରରେ ଟଙ୍କା ଲୁଟ୍‌ ଘଟଣାରେ ବ୍ୟାଙ୍କ ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ଧରାପଡ଼ି ଥାନାରେ ଅଟକ ଥିବା ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଟାଉନଥାନା ପୋଲିସ ରବିବାର କୋର୍ଟଚାଲାଣ କରିଛି।

ରୁବେଲା ଟିକା ନେଇ ଅସୁସ୍ଥ ଛାତ୍ର ମୃତ

ବଡ଼ଗାଁ,୧୯।୨(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଇତମା ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ଜଣେ ନବମ ଶ୍ରେଣୀ ଛାତ୍ର ରୁବେଲା ଟିକା ନେଇ ଅସୁସ୍ଥ ହେବାପରେ ରବିବାର ସକାଳେ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ଠାକୁର ଜୟପୁରିଆ (୧୪) ୨ ତାରିଖ ପୂର୍ବାହ୍ନ ୧୧ଟାରେ ସ୍କୁଲରେ ଟିକା ନେଇଥିଲେ।

ଓଲଟିଲା ବୋଲେରୋ, ୩ ଆହତ

ଲହୁଣୀପଡ଼ା,୧୯।୨(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ କଲେଇପୋଷ-ବରସୁଆଁ ରାସ୍ତା ଟିଙ୍କୋ ଘାଟିଠାରେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଛି।

ଭାଜପା ନେତାଙ୍କ ଘରେ ପୋଲିସ ଚଢାଉ

ଭାଜପା ନେତାଙ୍କ ଘରେ ପୋଲିସ ଚଢାଉ

ପଦ୍ମପୁର,୧୯।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପୂର୍ବରୁ ପୋଲିସ ପଦ୍ମପୁର ଉପକଣ୍ଠ ମହୁଲପାଲି ଚେକ୍‌ପୋଷ୍ଟରେ ୨ ଦିନ ତଳେ ଏକ କାରରୁ ୪୦ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା। ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟ ରଖି ଭାଜପା ସେହି ଟଙ୍କା ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ପୋଲିସ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ବିତ କରିଛି।

ଘରେ ପଶି ମହିଳାଙ୍କୁ ହତ୍ୟା

ଘରେ ପଶି ମହିଳାଙ୍କୁ ହତ୍ୟା

ଜୁନାଗଡ଼, ୧୯।୨(ସ୍ବ.ପ୍ର.): ଜୁନାଗଡ଼ ଥାନା ଅନ୍ତର୍ଗତ ପ୍ରଗତି ନଗରରେ ରବିବାର ରାତି ୮ଟାରେ ଦୁର୍ବୃତ୍ତ ଘରେ ପଶି ଏକାକୀ ଥିବା ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ସ୍ଥାନୀୟ ସୋମେଶ୍ୱର ମେହେରଙ୍କ ସ୍ତ୍ରୀ ସୂର୍ଯ୍ୟ ମେହେର(୪୫)।

ବର୍‌ହା ଆକ୍ରମଣରେ ୪ଜଣ ଆହତ

ସିଂଘିଯୁବା, ୧୮।୨(ଡି.ଏନ୍‌.ଏ.) ସୁବର୍ଣ୍ଣପୁର ଜିଲା ବିନିକା ବନ ବିଭାଗ ଅଧୀନ ଅଞ୍ଚଳରେ ବର୍‌ହା ଉପଦ୍ରବ ଦେଖାଦେଇଛି। ଗାଁ ମୁହାଁ ଏହି ବର୍‌ହାମାନେ ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଶନିବାର ୪ଜଣ ବର୍‌ହା ଆକ୍ରମଣରେ ଆହତ ହୋଇଛନ୍ତି। ସେମାନେ ହେଲେ ଅନ୍ତର୍ଡା ଗ୍ରାମର ପ୍ରହଲ୍ଲାଦ ସୁନା, ଗୁଲୁଣ୍ଡାର ଚଏତୁ ହରିପାଲ, ସାଧବୀ ଜଗଦଳ ଏବଂ ବିଶାଳପାଲି ଗ୍ରାମର ସତ୍ୟବାନ ପଧାନ। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କଳାହାଣ୍ଡି ଜିଲାରେ ମାଟ୍ରିକ ପରୀକ୍ଷା ଦେବେ ୨୨୫୦୯ ଛାତ୍ରୀଛାତ୍ର

କଳାହାଣ୍ଡି ଜିଲାରେ ମାଟ୍ରିକ ପରୀକ୍ଷା ଦେବେ ୨୨୫୦୯ ଛାତ୍ରୀଛାତ୍ର

ଭବାନୀପାଟଣା, ୧୮।୨ (ଡି.ଏନ୍‌.ଏ.)-ଆସନ୍ତା ୨୩ ତାରିଖରୁ ମାଟ୍ରିକ ବୋର୍ଡ଼ ପରୀକ୍ଷା ଆରମ୍ଭ ହେଉଛି। କଳାହାଣ୍ଡି ଜିଲାରେ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ଜିଲା ପ୍ରଶାସନ ଓ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜିଲାପାଳ ଅଞ୍ଜନ କୁମାର ମାଣିକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପଠାରେ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଜିଲାରେ ୨୧,୯୩୭ ଜଣ ରେଗୁଲାର, ୫୭୨ ଜଣ ଏକ୍ସରେଗୁଲାର ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ଏହା ବ୍ୟତୀତ ଓଡିଶା ରାଜ୍ୟ ମୁକ୍ତ ସ୍କୁଲ ଜରିଆରେ ୪୫୩ ଜଣ ପରୀକ୍ଷାର୍ଥତ୍ ମାଟ୍ରିକ ପରୀକ୍ଷା ଦେବେ ବୋଲି ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ପ୍ରକାଶ କରିଛନ୍ତି।