ରାଜ୍ୟ | ସମ୍ବଲପୁର

ସର୍ବଭାରତୀୟ ୱାଇଏମସି କପ୍‌ ଉଦ୍‌ଘାଟିତ: ବଲାଙ୍ଗୀରକୁ ହରାଇଲା ସମ୍ବଲପୁର

ସର୍ବଭାରତୀୟ ୱାଇଏମସି କପ୍‌ ଉଦ୍‌ଘାଟିତ: ବଲାଙ୍ଗୀରକୁ ହରାଇଲା ସମ୍ବଲପୁର

ନୂଆପଡା ଅଫିସ, ୭।୧-
୨୬ତମ ସର୍ବଭାରତୀୟ ୱାଇଏମସି କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ନୂଆପଡା ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ଜିଲାପାଳ ଡା. ପୋମା ଟୁଡୁ ମୁଖ୍ୟ ଅତିଥି ଏବଂ ଏସ୍‌ପି ସ୍ମିମ ପରମାର ବିଶେଷ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ମ୍ୟାଚ ସମ୍ବଲପୁର ଏବଂ ନବକ ିଶୋର କ୍ଲବ ବଲାଙ୍ଗୀର ମଧ୍ୟରେ ହୋଇଥିଲା। ଟସ୍‌ ହାରି ବଲାଙ୍ଗୀର ପ୍ରଥମେ ବ୍ୟାଟିଂ କରି ୨୪ଓଭରରେ ସମସ୍ତ ଉଇକେଟ ହରାଇ ୧୧୬ରନ କରିଥିଲା। ଦଳ ପକ୍ଷରୁ ସବ୍ୟସାଚୀ ସିଂବାବୁ ସର୍ବାଧିକ ୪୪ରନ ସଂଗ୍ରହ କରିଥିଲେ। ସମ୍ବଲପୁରର ଏସ.କେ. ଜାହାଙ୍ଗୀର ୫ ଓଭରରେ ୨୮ରନ ଦେଇ ୪ଟି ଉଇକେଟ ଅକ୍ତିଆର କରିଥିଲେ। ଏହାର ଜବାବରେ ସମ୍ବଲପୁର ଦଳ ୬ ଉଇକେଟ ହରାଇ ୨୩ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଦଳ ପକ୍ଷରୁ ଅବିନାଶ ନନ୍ଦ ସର୍ବାଧିକ ୬୨ରନ କରିଥିଲେ। ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରି ୬୨ରନ ସହ ୨ଟି ଉଇକେଟ ହାସଲ କରିଥିବା ସମ୍ବଲପୁରର ଅବିନାଶ ନନ୍ଦଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବକୁ ଜିଲା କ୍ରିକେଟ ଆସୋସିଏଶନ ସଭାପତି ପ୍ରକାଶ କୁମାର ସାହୁ ପରିଚାଳନା କରିଥିବାବେଳେ ୱାଇଏମସି କ୍ଲବର ସଭାପତି ବାପି ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏଥିପୂର୍ବରୁ ପୂର୍ବାହ୍ନ ୧୧ଟାରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଥିଲା ଚଳିତ ବର୍ଷର ୱାଇଏମସି କପ୍‌ କ୍ରିକେଟ ଟୁର୍ନାମେଣ୍ଟ। କ୍ରୀଡାପ୍ରେମୀଙ୍କ ଦ୍ୱାରା ଭରପୁର ଷ୍ଟାଡିୟମ ବାଜା ଏବଂ ଆତସବାଜୀରେ କମ୍ପି ଉଠିଥିଲା। ଜିଲା କ୍ରିକେଟ ଆସୋସିଏସନ ସଭାପତି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ଡା. ଟୁଡୁ, ଏସପି ପରମାରଙ୍କ ସହ ରାଜ୍ୟ କ୍ରିକେଟ ଆସୋସିଏସନ ଉପସଭାପତି ତଥା ୱାଇଏମସିର ଆବାହକ ସରୋଜ କୁମାର ସାହୁ, ଅନ୍ୟତମ ଉପସଭାପତି ଦୁଲାଲ ପ୍ରଧାନ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ଅତିଥିଭାବେ ଯୋଗଦେଇଥିଲେ। ନୂଆପଡା ଭଳି ଏକ ଉପାନ୍ତ ଅଞ୍ଚଳରେ ଏହି କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବା ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

All Right Reserved By
Karnatak Exit Poll

Model This Week

ସଂଗୀତ

ରାଜ୍ୟ | ସମ୍ବଲପୁର

ଗ୍ରାହକଙ୍କ ଇଚ୍ଛାରେ ଜଳଖିଆ ଦର ବଢ଼େ

ଗ୍ରାହକଙ୍କ ଇଚ୍ଛାରେ ଜଳଖିଆ ଦର ବଢ଼େ

ହିଞ୍ଜିଳିକାଟୁ,୨୧ା୫(ଡି.ଏନ୍‌.ଏ.) ଘନ ଭାଇନାଙ୍କ କୁଡ଼ିଆ ହୋଟେଲକୁ ହିଞ୍ଜିଳିକାଟୁ ସହରର ପ୍ରାୟ ସମସ୍ତେ ଜାଣନ୍ତି। ହୋଟେଲ ମାଲିକ ଘନଶ୍ୟାମ ସାହୁ, ବୟସ ୬୫ ଛୁଇଁଲାଣି। ତଥାପି ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଘନ ଭାଇନା ଭାବେ ଡାକନ୍ତି। ୧୦ବର୍ଷରୁ ବାପା ଭୀମସେନଙ୍କୁ ହୋଟେଲରେ ସାହାଯ୍ୟ କରୁଥିଲେ ସେ। ବାପାଙ୍କ ପରଲୋକ ପରେ ସାନଭାଇ ଓ ପୁଅମାନଙ୍କୁ ନେଇ ୫୫ ବର୍ଷ ହେଲା ଘନଙ୍କ ହୋଟେଲ ଚାଲିଛି।

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ୩ ଦିନ ପରେ ଗାଁକୁ ଫେରିଲା ମୃତଦେହ

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ୩ ଦିନ ପରେ ଗାଁକୁ ଫେରିଲା ମୃତଦେହ

ଭଞ୍ଜନଗର,୨୧।୫(ଡି.ଏନ.ଏ) ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଛେଦାଭୂମିର ଜଣେ ଦାଦନ ଶ୍ରମିକଙ୍କର କେରଳରେ ମୃତ୍ୟୁ ଘଟିଛି। ସେ ହେଲେ ରାଜେନ୍ଦ୍ର ସେଠୀ (୩୨)। ବିଦ୍ୟୁତ୍‌ ଆଘାତରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବାବେଳେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

ପାଙ୍ଗିଡିରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ଘଟଣା, ଶାନ୍ତି କମିଟି ଗଠିତ

ପାଙ୍ଗିଡିରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ଘଟଣା, ଶାନ୍ତି କମିଟି ଗଠିତ

ବୁଗୁଡ଼ା,୨୧ା୫(ଡି.ଏନ.ଏ.) ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗିଡ଼ି ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞକୁ ନେଇ ହୋଇଥିବା ସବର୍ଣ୍ଣ ଅସବର୍ଣ୍ଣ ବିବାଦର ସମାଧାନ ପାଇଁ ରବିବାର ଏକ ବୈଠକ ନିକଟସ୍ଥ ମା’ ବାଙ୍କେଶ୍ୱରୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଶ୍ରୀକାନ୍ତ ସାହୁ ସଭାପତିତ୍ୱ କରିଥିଲେ।

ଗ୍ରାହକଙ୍କ ଇଚ୍ଛାରେ ଜଳଖିଆ ଦର ବଢ଼େ ହିଞ୍ଜିଳିକାଟୁ,୨୧ା୫(ଡି.ଏନ୍‌.ଏ.)

ଗ୍ରାହକଙ୍କ ଇଚ୍ଛାରେ ଜଳଖିଆ ଦର ବଢ଼େ ହିଞ୍ଜିଳିକାଟୁ,୨୧ା୫(ଡି.ଏନ୍‌.ଏ.)

ଘନ ଭାଇନାଙ୍କ କୁଡ଼ିଆ ହୋଟେଲକୁ ହିଞ୍ଜିଳିକାଟୁ ସହରର ପ୍ରାୟ ସମସ୍ତେ ଜାଣନ୍ତି। ହୋଟେଲ ମାଲିକ ଘନଶ୍ୟାମ ସାହୁ, ବୟସ ୬୫ ଛୁଇଁଲାଣି। ତଥାପି ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଘନ ଭାଇନା ଭାବେ ଡାକନ୍ତି। ୧୦ବର୍ଷରୁ ବାପା ଭୀମସେନଙ୍କୁ ହୋଟେଲରେ ସାହାଯ୍ୟ କରୁଥିଲେ ସେ। ବାପାଙ୍କ ପରଲୋକ ପରେ ସାନଭାଇ ଓ ପୁଅମାନଙ୍କୁ ନେଇ ୫୫ ବର୍ଷ ହେଲା ଘନଙ୍କ ହୋଟେଲ ଚାଲିଛି।

ଦାହ ବଦଳରେ ଦାନ

ଦାହ ବଦଳରେ ଦାନ

ବ୍ରହ୍ମପୁର ଅଫିସ୍‌,୨୧ା୫ ହିନ୍ଦୁ ହେଉ କି ମୁସଲମାନ୍‌ ଅବା ଖ୍ରୀଷ୍ଟିଆନ୍‌। ମୃତ୍ୟୁ ପରେ ଶରୀର ପୋଡ଼ି ଦେବା କିମ୍ବା ପୋତିଦେବାର ପରମ୍ପରା ରହିଛି ସବୁ ଧର୍ମରେ। ମରଶରୀର ବିଲୀନ ହୋଇଯାଏ ମାଟିରେ କିମ୍ବା ନଅଁାରେ। କିନ୍ତୁ ମୃତ୍ୟୁ ପରେ ଅଙ୍ଗଦାନ ଓ ଶରୀର ଦାନ ସାଧାରଣରେ ଗ୍ରହଣୀୟ ହୋଇପାରିନି।

ଜିଲାପାଳଙ୍କ ନିକଟରେ ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ

ଭଦ୍ରକ ଅଫିସ,୨୧ା୫- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତରେ ‘ମୋ ପୋଖରୀ ଯୋଜନା’ରେ ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଚନ୍ଦନପୁର ରତାଙ୍ଗ, ବିଷ୍ଣୁବିନ୍ଧା ଓ ବରଣ୍ଡୁଆ ଗ୍ରାମର କେତେକ ହିତାଧିକାରୀ ଏହି ଯୋଜନାରେ ଜେସିବି ସାହାଯ୍ୟରେ ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର

ବସ୍‌ଷ୍ଟାଣ୍ଡକୁ ବସ୍‌ ନ ଗଲେ ଆନ୍ଦୋଳନ

ବସ୍‌ଷ୍ଟାଣ୍ଡକୁ ବସ୍‌ ନ ଗଲେ ଆନ୍ଦୋଳନ

ବନ୍ତ,୨୧ା୫(ସ୍ବ.ପ୍ର.)- ଭଦ୍ରକ, କେନ୍ଦୁଝର ଓ ବାଲେଶ୍ୱର ଜଲା ସୀମାନ୍ତରେ ଅବସ୍ଥିତ ଆଗରପଡା ଦେଇ ଦୈନିକ ଅନେକ ବସ ଚଳାଚଳ କରିଥାଏ ା ଏସବୁ ବସ ନୂତନ ବସଷ୍ଟାଣ୍ଡକୁ ନଯାଇ ବଜାର ମୁଖ୍ୟ ଛକ ରାସ୍ତାରେ ଅଟକି ରହି ଯାତ୍ରୀଙ୍କୁ ଚଢାଇବା ଓହ୍ଲାଇବା କାମ କରୁଥିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଉଛି

ଟ୍ରକରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

ଟ୍ରକରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

ଚାନ୍ଦବାଲି,୨୧ା୫(ଡି.ଏନ,ଏ.)-ଭଦ୍ରକ ଜିଲା ତୋଟାପଡା ପଞ୍ଚାୟତର ଗଭେଇ ପୋଖରୀ ଛକ ନିକଟରେ ଠିଆ ହୋଇଥିବା ଏକ ଟ୍ରକ ମଧ୍ୟରୁ ଡ୍ରାଇଭରଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି। ତାଙ୍କ ଘର ଭଦ୍ରକ ଚରମ୍ପା ଅଞ୍ଚଳରେ। ଗଭେଇ ପୋଖରୀର ଏକ ସିମେଣ୍ଟ ଗୋଦାମ ପାଇଁ ଶନିବାର ରାତିରେ ଏହି ଟ୍ରକରେ ସିମେଣ୍ଟ ଅଣାଯାଇଥିଲା

କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଶୃଙ୍ଖଳା ରହିଲେ ସ୍ଥିତି ବଦଳିବ

କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଶୃଙ୍ଖଳା ରହିଲେ ସ୍ଥିତି ବଦଳିବ

ତିହିଡ଼ି, ୨୧।୫(ଡି.ଏନ.ଏ.)- କଂଗ୍ରେସ ଦଳରେ ଶୃଙ୍ଖଳାର ଅଭାବ ବିପର୍ଯ୍ୟୟ ଆଣଇଛି। ଦଳରେ ଶୃଙ୍ଖଳା ରହିଲେ ଦଳର ସ୍ଥିତି ସୁଦୃଢ଼ ହେବ ବୋଲି ରବିବାର ଭଦ୍ରକ ଜିଲା ତିହିଡ଼ି ଟାଉନହଲରେ ଅନୁଷ୍ଠିତ ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକରେ ନେତାମାନେ ଗୁରୁତ୍ୱାରୋପ କରିଛନ୍ତି।

ଲସି ଦୋକାନ ଲୁଟ ଓ ଭଙ୍ଗାରୁଜା ଘଟଣା: ୩ ଗିରଫ ପୋଲିସ ଜୁଲମ ନେଇ ଲୋକେ ଏସପିଙ୍କ ଦ୍ୱାରସ୍ଥ

ଲସି ଦୋକାନ ଲୁଟ ଓ ଭଙ୍ଗାରୁଜା ଘଟଣା: ୩ ଗିରଫ ପୋଲିସ ଜୁଲମ ନେଇ ଲୋକେ ଏସପିଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ,୨୧ା୫- ଭଦ୍ରକ ପୌରାଞ୍ଚଳ ରାଜଘାଟ ପୋଲ ଗୋଶାଳା ଛକ ନିକଟରେ ଥିବା ଲିଙ୍ଗରାଜ ଲସି ଦୋକାନରୁ ଶନିବାର ସକାଳେ ଲୁଟ ଓ ଭଙ୍ଗାରୁଜା କରାଯିବା ଘଟଣାରେ ଭଦ୍ରକ ଟାଉନପୋଲିସ ଏକ ମାମଲା (ନଂ.୧୧୧/୧୮) ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ପଲିଥିନ ତଳେ ଦିନ କାଟୁଛନ୍ତି ୩ ପରିବାର

ପଲିଥିନ ତଳେ ଦିନ କାଟୁଛନ୍ତି ୩ ପରିବାର

ଭଦ୍ରକ ଅଫିସ,୨୧ା୫- ସମସ୍ତଙ୍କୁ ପକ୍କା ଘର ଯୋଗାଇବାକୁ ସରକାର ଯୋଜନା କରୁଥିବା ବେଳେ ଅନେକ ଅସହାୟ ପରିବାର ଆଜି ବି ପଲିଥିନ ତଳେ ଜୀବନ ବିତାଛନ୍ତି। ସେମାନଙ୍କ ପ୍ରତି କାହାରି ନଜର ପଡୁନାହିଁ ା ଭଦ୍ରକ ଜିଲା ବାସୁଦେବପୁର ବ୍ଳକ ବାଲିମେଦ ପଞ୍ଚାୟତର ଦାମୋଦରପୁରରେ ୩ ପରିବାର ଚାଳଘରକୁ ପଲିଥିନ ଓ ପିନ୍ଧା ଶାଢୀ ଘେରାଇ ବସବାସ କରୁଛନ୍ତି।

‘ସଂସ୍କୃତି, ପରମ୍ପରା ବଞ୍ଚତ୍ଲେ ଜାତି ବଞ୍ଚିବ’ ବନ୍ତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

‘ସଂସ୍କୃତି, ପରମ୍ପରା ବଞ୍ଚତ୍ଲେ ଜାତି ବଞ୍ଚିବ’ ବନ୍ତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ବନ୍ତ,୨୧ା୫-ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ମହାନ। ଏହାକୁ ଉଜ୍ଜୀବୀତ ରଖିବା ପାଇଁ ସବୁ ସ୍ତରରୁ ଉଦ୍ୟମ ହେବା ଦରକାର। ସଂସ୍କୃତି ବଞ୍ଚିଲେ ଜାତି ବଞ୍ଚିବ ବୋଲି ଭଦ୍ରକ ଜିଲା ବନ୍ତସ୍ଥିତ ହାଟ ପଡିଆଠାରେ ଅନୁଷ୍ଠିତ ବନ୍ତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ବନ୍ତ ମହୋତ୍ସବ ଭଳି ଗ୍ରାମୀଣ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ୍ଷେତ୍ରରେ ଜାଗରଣ ଆଣିବ ବୋଲି ସେମାନେ ଉଲ୍ଲେଖ କରିଥିଲେ।