ଉପକୂଳ ଓଡିଶା

ଗ୍ରାମକୁ ପଶିଆସିଲା ଦନ୍ତାହାତୀ: ଲୋକେ ଭୟଭୀତ

ଖଣ୍ଡପଡା, ୭।୧(ସ୍ବ.ପ୍ର.)- ଭାପୁର ବ୍ଲକ ପଥରଚକଡା ପଞ୍ଚାୟତ ଅନ୍ତର୍ଗତ ମାଧବପୁର ଗ୍ରାମ ନିକଟସ୍ଥ ଜଞ୍ଜପଦାକୁ ଗୋଟିଏ ଦନ୍ତାହାତୀ ରବିବାର ପୂର୍ବାହ୍ନରେ ପଶିଆସିଛି। ହାତୀକୁ ଦେଖି ସ୍ଥାନୀୟ ଲୋକେ ଭୟରେ ଦୌଡାଦୌଡି କରି ଖଣ୍ଡିଆଖାବରା ହୋଇଛନ୍ତି। ଏଥିରେ ହାତୀର କୌଣସି କ୍ଷୟକ୍ଷତି ହୋଇନାହିଁ। ଲୋକେ ମିଳିମିଶି ଘଉଡାଇବା ପରେ ହାତୀ ନିକଟସ୍ଥ ହନ୍ତୁମନ୍ତ ପ୍ରସାଦ ପାହାଡକୁ ଚାଲିଯାଇଛି।

All Right Reserved By

ଉପକୂଳ ଓଡିଶା

୫୫ ଲିଟର ମଦ ଜବତ, ୫ ଗିରଫ

୫୫ ଲିଟର ମଦ ଜବତ, ୫ ଗିରଫ

ନିଶ୍ଚିନ୍ତକୋଇଲି,୨୨ା୬(ଡି.ଏନ୍‌.ଏ.): କଟକ ଜିଲା ସାଲେପୁର ଓ ନେମାଳ ଥାନା ଅଞ୍ଚଳର ୫ ସ୍ଥାନରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫୫ ଲିଟର ମଦ ଜବତ କରାଯାଇଛି।

ବନ୍ୟପ୍ରାଣୀଙ୍କୁ ସଂକ୍ରମଣମୁକ୍ତ ରଖିବାକୁ ଗୃହପାଳିତଙ୍କୁ ଟୀକା କରଣ

ବନ୍ୟପ୍ରାଣୀଙ୍କୁ ସଂକ୍ରମଣମୁକ୍ତ ରଖିବାକୁ ଗୃହପାଳିତଙ୍କୁ ଟୀକା କରଣ

ଓଡ଼ଗାଁ,୨୨ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ ଆନୁକୂଲ୍ୟରେ ଜଙ୍ଗଲ ନିକଟସ୍ଥ ବିଭିନ୍ନ ଗ୍ରାମରେ ଥିବା ଗୃହପାଳିତଙ୍କୁ ବଜବଜିଆ ଓ ଫାଟୁଆ ରୋଗ ନିରାକରଣ ନିମନ୍ତେ ବିଭାଗ ପକ୍ଷରୁ ଶୁକ୍ରବାର ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି।

ହାଇଓ୍ବା ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ହାଇଓ୍ବା ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ପଟ୍ଟାମୁଣ୍ଡାଇ,୨୨।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅଧୀନ ଜଗନ୍ନାଥପୁର-ଦାମୋଦର ପାଟଣା ରାସ୍ତାର ତରଡିପାଳ ବାଳିକା ହାଇସ୍କୁଲ ନିକଟରେ ଏକ ବାଲିବୋଝେଇ ହାଇଓ୍ବା ଧକ୍କାରେ ଗୁରୁବାର ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

ଅଜଣା ଜନ୍ତୁ ଆକ୍ରମଣରେ ବୃଦ୍ଧ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଅଜଣା ଜନ୍ତୁ ଆକ୍ରମଣରେ ବୃଦ୍ଧ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ନୟାଗଡ଼ ଅଫିସ,୨୨।୬: ଅଜଣା ଜନ୍ତୁ ଆକ୍ରମଣରେ ନୟାଗଡ଼ ଜିଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଡମସାହି ଗ୍ରାମରେ ଜଣେ ବୃଦ୍ଧଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଜଗନ୍ନାଥ ପରିଡ଼ା ଓରଫ୍‌ ଯୋଗୀ(୬୫)।

ଆହାର କେନ୍ଦ୍ରରେ ଟଙ୍କିକିଆ ଚାଉଳ, ଗହମ ବଣ୍ଟନ

ଆହାର କେନ୍ଦ୍ରରେ ଟଙ୍କିକିଆ ଚାଉଳ, ଗହମ ବଣ୍ଟନ

ଓଡ଼ଗାଁ,୨୨ା୬(ସ୍ବ.ପ୍ର.)-ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରାୟ ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଆହାର କେନ୍ଦ୍ରରେ ୫ ଟଙ୍କାରେ ସୁଲଭ ରନ୍ଧା ଖାଦ୍ୟ ବଦଳରେ ଟଙ୍କିକିଆ ଚାଉଳ ଓ ଗହମ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି ା ନିର୍ମାଣ ସରିଥିବା ଆହାର କେନ୍ଦ୍ର କାର୍ଯ୍ୟକ୍ଷମ କିମ୍ବା ଆନୁଷ୍ଠାନିକ ଭାବେ ଊଦ୍‌ଘାଟନ ହୋଇ ନ ଥିବାବେଳେ ହଠାତ୍‌ କେନ୍ଦ୍ର ଆଗରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା ା ଲୋକେ ୫ ଟଙ୍କାରେ ସୁଲଭ ରନ୍ଧା ଖାଦ୍ୟ ପାଇବା ଆଶାରେ ଯିବାବେଳେ ସେଠାରେ ଟଙ୍କିକିଆ ଚାଉଳ ଓ ଗହମ ମିଳୁଥିବା ଦ୍ୱନ୍ଦ୍ୱରେ ପଡିଥିଲେ ା ଏପରି କି ଡାକ୍ତରଖାନାକୁ ଆସିଥିବା କେତେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମଧ୍ୟ ଜାଣିପାରି ନ ଥିଲେ ା

ମହଙ୍ଗା ପଡିଲା ଭିଜିଲାନ୍ସ ହାତରେ ଧରାଇବା :ସଭା ମଝିରେ ସ୍ବାସ୍ଥ୍ୟକର୍ମୀଙ୍କୁ ଗାଳିଗୁଲଜ, ମାର୍‌ପିଟ

ନୟାଗଡ଼ ଅଫିସ,୨୨ା୬- ବିଏଏମ୍‌ (ବ୍ଲକ ଆକାଉଣ୍ଟସ୍‌ ମ୍ୟାନେଜର)ଙ୍କୁ ଭିଜିଲାନ୍ସ ହାତରେ ଧରାଇଦେବା ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମହଙ୍ଗା ପଡିଛି। ଆଉ ଏଥିପାଇଁ ଗୁରୁବାର ତାଙ୍କୁ ସଭା ମଝିରେ ଗାଳିଗୁଲଜ ସହ ମାଡ଼ ମରାଯାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଚଢ଼େୟାପଲ୍ଲୀ ଉପ ସ୍ବାସ୍ଥ୍ୟକେନ୍ଦ୍ରର ପୁରୁଷ ସ୍ବାସ୍ଥ୍ୟକର୍ମୀ ସଞ୍ଜୀବ ପଣ୍ଡା।

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ଘଟଣା :ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ନୟାଗଡ଼ ଅଫିସ,୨୨ା୬- ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲାର ଶୁଣାଣି କରି ଜିଲା ଓ ଦୌରାଜଜ୍‌ ଅଶାନ୍ତ କୁମାର ଦାଶ ଗୁରୁବାର ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତ ସ୍ବାମୀ ହେଲେ ଶରଣକୁଳ ଥାନା ଭାଲିଆଡ଼ିହି ଗ୍ରାମର ଯୁଗଳ ପଲେଇ। ମାମଲା ବିବରଣୀରୁ ପ୍ରକାଶ ଯେ, ୧୬ ଜୁଲାଇ ୨୦୧୬ ସକାଳ ୮ଟା ସମୟରେ ଚରିତ୍ରକୁ ସନ୍ଦେହ କରି ଯୁଗଳ ସ୍ତ୍ରୀ ହାସିନା ପଲେଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ସେହି ଦିନ ସନ୍ଧ୍ୟାରେ ଶରଣକୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଯୁଗଳଙ୍କୁ ଗିରଫ କରିଥିଲା। ପରେ ଥାନାରେ ୮୯/୧୬ରେ ମାମଲା ରୁଜୁ କରି ଯୁଗଳଙ୍କୁ କୋର୍ଟ ଚାଲାଣ କରିଥିଲା। ଯୁଗଳ ନୟାଗଡ ଖୁଣ୍ଟୁବନ୍ଧସ୍ଥିତ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହିଆସୁଥଲେ। ଗୁରୁବାର ଜିଲା ଓ ଦୌରାଜଜ୍‌ ଦାଶ ପ୍ରତ୍ୟକ୍ଷଦଶୀ ଭାବେ ତାଙ୍କ ୯ବର୍ଷର ପୁଅ ସମେତ ୧୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଯୁଗଳଙ୍କୁ ଆଜୀବନ କାରାଦଣ୍ଡ ସହ ୧ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ। ସରକାରୀ ଓକିଲ ବିପିନ କୁମାର ଧଳ ମାମଲା ପରିଚାଳନା କରିଥିଲେ।

ରଣପୁରରେ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍‌ ଘଟଣା :ଏସ୍‌ପିଙ୍କୁ ଅଭିଯୋଗ କଲେ ନାବାଳିକା

ରଣପୁରରେ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍‌ ଘଟଣା :ଏସ୍‌ପିଙ୍କୁ ଅଭିଯୋଗ କଲେ ନାବାଳିକା

ନୟାଗଡ଼ ଅଫିସ,୨୨ା୬- ରଣପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକାଙ୍କ ଭିଡ଼ିଓ ଭାଇରାଲ୍‌ ଘଟଣାରେ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଶେଷରେ ବାଧ୍ୟ ହୋଇ ନାବାଳିକାଙ୍କ ପରିବାର ଲୋକେ ଗୁରୁବାର ଏସ୍‌ପିଙ୍କୁ ଭେଟି ଏ ନେଇ ଅଭିଯୋଗ କରିଛନ୍ତି। ଏସ୍‌ପିଙ୍କଠାରେ ହୋଇଥିବା ଅଭିଯୋଗ ଅନୁସାରେ ଡମସାହିର ସର୍ବେଶ୍ୱର ନାମକ ଜଣେ ଯୁବକ ବିଭିନ୍ନ ସମୟରେ ନାବାଳିକାଙ୍କୁ ହଇରାଣ କରନ୍ତି।

ଅଙ୍ଗନୱାଡି କର୍ମୀଙ୍କୁ ନିର୍ଯାତନା ଜିଲାପାଳଙ୍କଠାରେ ଅଭିଯୋଗ କଲେ କର୍ମୀ

ଅଙ୍ଗନୱାଡି କର୍ମୀଙ୍କୁ ନିର୍ଯାତନା ଜିଲାପାଳଙ୍କଠାରେ ଅଭିଯୋଗ କଲେ କର୍ମୀ

ନୟାଗଡ଼ ଅଫିସ,୨୨ା୬- ଜଣେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀଙ୍କୁ ଗ୍ରାମବାସୀ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଓଡ଼ଗାଁ ବ୍ଲକ ବଡ଼ଗୋରଡ଼ା ପଞ୍ଚାୟତ ସାନଗୋରଡ଼ା ଗ୍ରାମର ଅଙ୍ଗନୱାଡ଼ି କର୍ମୀ ସଙ୍ଗୀତା କର ଏ ନେଇ ବୁଧବାର ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ତୁରନ୍ତ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଜିଲାପାଳଙ୍କଠାରେ ସଙ୍ଗୀତା କରିଥିବା ଅଭିଯୋଗ ଅନୁସାରେ ୨୦୧୫ ମସିହାରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବାରୁ ଏହି କେସ୍‌ ସମାଧାନ ପାଇଁ ଗ୍ରାମବାସୀ ସଙ୍ଗୀତାଙ୍କୁ ୪୦ ହଜାର ଟଙ୍କା ଓ ୨ମାଣ ଜମି ମାଗିଥିଲେ। ମାତ୍ର ଏଥିରେ ରାଜି ନ ହେବାରୁ ଗ୍ରାମବାସୀ ବିଭିନ୍ନ ସମୟରେ ସଙ୍ଗୀତାଙ୍କୁ ହଇରାଣ କରୁଛନ୍ତି।

ଶାସନ ପଞ୍ଚାୟତ କାର୍ଯ୍ୟ ଅନ୍ୟ ପଞ୍ଚାୟତରେ: ଜିଲାପାଳଙ୍କୁ ଅଭିଯୋଗ

ଶାସନ ପଞ୍ଚାୟତ କାର୍ଯ୍ୟ ଅନ୍ୟ ପଞ୍ଚାୟତରେ: ଜିଲାପାଳଙ୍କୁ ଅଭିଯୋଗ

ଭାପୁର,୨୨ା୬(ଡି.ଏନ୍‌.ଏ.)- ଭାପୁର ବ୍ଲକ ଶାସନ ପଞ୍ଚାୟତ ପାଇଁ ମଞ୍ଜୁର ହୋଇଥିବା କଲ୍ୟାଣ ମଣ୍ଡପ ଏବେ ପଦ୍ମାବତୀ ପଞ୍ଚାୟତ ଅଞ୍ଚଳରେ ନିର୍ମାଣ ହେଉଛି। ଏ ନେଇ ଶାସନ ପଞ୍ଚାୟତବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ପଞ୍ଚାୟତର ଜନସାଧାରଣଙ୍କ ବିବାହ, ବ୍ରତ, ଧାର୍ମିକ କାର୍ଯ୍ୟ ବା ଅନ୍ୟାନ୍ୟ ସାମୂହିକ କାର୍ଯ୍ୟ ସୁବିଧାରେ କରିବା ପାଇଁ ରାଜ୍ୟ ସରକାର ପ୍ରତି ପଞ୍ଚାୟତ ପାଇଁ କଲ୍ୟାଣ ମଣ୍ଡପ ମଞ୍ଜୁର କରିଛନ୍ତି।

ସ୍ବାମୀଙ୍କ ବଦଳରେ ଅନ୍ୟ ଜଣଙ୍କ ଫଟୋ ଲଗାଇ ମହିଳାଙ୍କୁ ବ୍ଲାକ୍‌ମେଲ ଅଭିଯୁକ୍ତ ଯୁବକ ଗିରଫ

ବାଲୁଗାଁ, ୨୨।୬(ଡି.ଏନ.ଏ.)- ଦମ୍ପତିଙ୍କ ଫଟୋରେ ଜାଲିଆତି କରି ସ୍ବାମୀଙ୍କ ସ୍ଥାନରେ ଅନ୍ୟ ଜଣେ ଯୁବକଙ୍କ ଫଟୋ ଲଗାଇ ଜଣେ ମହିଳାଙ୍କୁ ବ୍ଲାକ୍‌ମେଲ କରୁଥିବା ଅଭିଯୋଗରେ ବାଣପୁର ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ମନଇଚ୍ଛାପୁର ଗ୍ରାମର ଲକ୍ଷ୍ମୀକାନ୍ତ ବରାଳ। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ବାଲୁଗାଁ,୨୨।୬(ଡି.ଏନ.ଏ.)- ବାଣପୁର ଅନ୍ତରକିଆରି ଛକରେ ଗୁରୁବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡିର କୌଣସି ସନ୍ଧାନ ପାଇନାହିଁ ା ମୃତକ ହେଲେ ବାଣପୁର ଥାନା ମାଳିଗୋବିନ୍ଦପୁର ଗ୍ରାମର ସାଧୁ ନାୟକ(୪୭)। ସାଧୁ ବାଲୁଗାଁ ବଜାରରେ ଆଖୁରସ ବିକ୍ରୟ କରି ପରିବାର ପ୍ରତିପୋଷଣ କରନ୍ତି ା

Model This Week

ପ୍ରଭାତ