ଫୁରସତ |

ମାଧ୍ୟାକର୍ଷଣ ତରଙ୍ଗ ଯୋଗୁ ସୁନା ସୃଷ୍ଟି ହୋଇଛି

ମାଧ୍ୟାକର୍ଷଣ ତରଙ୍ଗ ଯୋଗୁ ସୁନା ସୃଷ୍ଟି ହୋଇଛି

ଓ୍ବାଶିଂଟନ: ପୃଥିବୀ ସୃଷ୍ଟି ସମୟରେ ଏକ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡଥିଲା। ନିୟୁତ ନିୟୁତ ବର୍ଷ ପରେ ଏହାର ଉପର ଭାଗ ଶୀତଳ ହୋଇ କ୍ରମଶଃ କଠିନ ହୋଇଥିଲା। ଏହାପରେ ପୃଥିବୀରେ ମହାଜାଗତିକ ରଶ୍ମୀ ମଧ୍ୟରେ ପ୍ରଚଣ୍ଡ ଧକ୍କା ହୋଇଥିଲା। ଏହା ପ୍ରାୟ ୧୩୦ ନିୟୁତ ବର୍ଷ ପୂର୍ବେ ହୋଇଥିବା ଆକଳନ କରାଯାଉଛି। ୨ଟି ନ୍ୟୁଟ୍ରନ୍‌ ତାରକା ମଧ୍ୟରେ ଧକ୍କା ଯୋଗୁ ମହାଜାଗତିକ ରଶ୍ମୀ ସୃଷ୍ଟି ହୋଇଥିବା ମହାକାଶ ବିଜ୍ଞାନୀ ଜାଣିପାରିଛନ୍ତି। ରଶ୍ମୀ ଗୁଡିକ ପରସ୍ପର ମଧ୍ୟରେ ପିଟି ହୋଇଥିଲେ ବୋଲି କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେଭିଡ୍‌ ଏଚ୍‌. ରିଜ୍‌ କହିଛନ୍ତି। ଏହାଦ୍ୱାରା ପୃଥିବୀର ମାଧ୍ୟାକର୍ଷଣ ତରଙ୍ଗ ସୃଷ୍ଟି ହେବା ସହିତ ପ୍ଳାଟିନମ୍‌ ଓ ସୁନା ଭଳି ଧାତୁ ସୃଷ୍ଟି ହୋଇଥିଲା। ପ୍ରଚଣ୍ଡ ଧକ୍କାରୁ ଗାମା ରଶ୍ମୀର ବିକିରଣ ହୋଇଥିବା ଗବେଷକ ଆକଳନ କରୁଛନ୍ତି। ଧକ୍କା ହୋଇଥିବା ନ୍ୟୁଟ୍ରନ୍‌ ତାରକା ମିଶି ଗୋଟିଏ ତାରକାରେ ପରିଣତ ହୋଇଥିଲେ। ଏହାକୁ କିଲୋନୋଭା ଭାବେ ନାମିତ କରାଯାଇଛି। ଏହି ଗବେଷଣାରେ ୪ ହଜାରରୁ ଅଧିକ ମହାକାଶ ବିଜ୍ଞାନୀ ଅଂଶ ଗ୍ରହଣ କରିଥିଲେ। ପୂର୍ବରୁ ସୁନା ସୃଷ୍ଟିର ରହସ୍ୟ ନେଇ ଗବେଷଣା ଜାରି ରହିଥିଲା। ଏହି ଧାତବ ପଦାର୍ଥ ସହଜରେ ଅକ୍ସାଇଡ୍‌ କାହିଁକି ସୃଷ୍ଟି କରୁ ନାହିଁ ତାହା ନେଇ ନାନା ରାସାୟନିକ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ତେବେ ଏହି ଗବେଷଣାଗତ ତଥ୍ୟରୁ ସେସବୁ ପ୍ରଶ୍ନର ଉତ୍ତର ମିଳିପାରିବ ବୋଲି ବୈଜ୍ଞାନିକ କହିଛନ୍ତି।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ଫୁରସତ |

ବିବାହ ପରେ ପୁଅ ଯାଏ ଶାଶୁଘର...

ବିବାହ ପରେ ପୁଅ ଯାଏ ଶାଶୁଘର...

ସାଧାରଣତଃ ବାହାଘର ପରେ ଝିଅ ଶାଶୁଘର ଯାଇଥାଏ। ତେବେ ଇଣ୍ଡୋନେସିଆର ସୁମାତ୍ରାରେ ବାସ କରୁଥିବା ନଇ ମିନାଙ୍ଗ୍‌କାବାଉ ସମ୍ପ୍ରଦାୟରେ ବାହାଘର ପରେ ପୁଅକୁ ଶାଶୁଘର ଯିବାକୁ ପଡ଼ିଥାଏ। ଏହି ସମ୍ପ୍ରଦାୟରେ ଲୋକେ ପୁଅ ଅପେକ୍ଷା ଝିଅ ଜନ୍ମ ହେଲେ ଅଧିକ ଖୁସି ହୋଇଥାନ୍ତି।

ମନ୍ଦିରରେ ପୂଜା ପାଆନ୍ତି ଛେଳି ମୂର୍ତ୍ତି

ମନ୍ଦିରରେ ପୂଜା ପାଆନ୍ତି ଛେଳି ମୂର୍ତ୍ତି

ମନ୍ଦିରରେ ଦେବତାଙ୍କ ମୂର୍ତ୍ତି ପୂଜା ପାଇବା କଥା ଜଣା ଅଛି। ତେବେ ମଧ୍ୟପ୍ରଦେଶ ଜବଲପୁରଠାରୁ କିଛି ଦୂରରେ ଥିବା ଏକ ମନ୍ଦିରରେ ଛେଳି ମୂର୍ତ୍ତିଙ୍କୁ ପୂଜା କରାଯାଇଥାଏ। କଟନି ଜିଲା ବଡ଼ଓ୍ବାରା ତହସିଲ ଅର୍ନ୍ତଗତ ରୋହନିଆ ଗାଁରେ ରହିଛି ‘ବକରା ଦେବ’ଙ୍କ ମନ୍ଦିର।

ସ୍ମୃତିଶକ୍ତି ହ୍ରାସ କରେନାହିଁ ପରିଣତ ବୟସରେ ଯୌନ ସମ୍ପର୍କ

ସ୍ମୃତିଶକ୍ତି ହ୍ରାସ କରେନାହିଁ ପରିଣତ ବୟସରେ ଯୌନ ସମ୍ପର୍କ

ସିଡ୍‌ନୀ: ପରିଣତ ବୟସରେ ଯୌନସାଥୀ ସହିତ ସମ୍ପର୍କ ରଖିଲେ ସ୍ମୃତିଶକ୍ତି ହ୍ରାସ ହୁଏନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଧୂମପାନ, ସୁରାପାନ ଭଳି ଖରାପ ଅଭ୍ୟାସ ଏବଂ ଅନ୍ୟାନ୍ୟ ଜୀବନ ଶୈଳୀ ବୟସ ବୃଦ୍ଧି ଜନିତ ସ୍ମୃତିଶକ୍ତି ଅବକ୍ଷୟ ପାଇଁ ଦାୟୀ। କିନ୍ତୁ ଯୌନ କାର୍ଯ୍ୟକଳାପ ସହିତ ବୌଦ୍ଧିକ ଅବକ୍ଷୟ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ଏହି ଅଧ୍ୟୟନରେ କୁହାଯାଇଛି।

ଏମିତି ଏକ ମନ୍ଦିର ଯେଉଁଠି ୫୫୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ

ଏମିତି ଏକ ମନ୍ଦିର ଯେଉଁଠି ୫୫୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ଉତ୍ତର ଆଧୁନିକ ବିଜ୍ଞାନ ଦେବାକୁ ସକ୍ଷମ ହୋଇ ନଥାଏ। ସେହିପରି ମଧ୍ୟପ୍ରଦେଶ ମନାସା ସହରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅହ୍ଲେଡଠାରେ ରହିଛି ‘ଆଈ ଜୀ ମାତା’ଙ୍କ ମନ୍ଦିର। ମନ୍ଦିରରେ ୫୫୦ ବର୍ଷ ଧରି ଏକ ଦୀପ ଜଳୁଛି।

୧୩ବର୍ଷରେ ପାଦ ଦେଲେ ମହିଳାଙ୍କ ସହିତ ରଖନ୍ତି ଶାରିରୀକ ସମ୍ପର୍କ

୧୩ବର୍ଷରେ ପାଦ ଦେଲେ ମହିଳାଙ୍କ ସହିତ ରଖନ୍ତି ଶାରିରୀକ ସମ୍ପର୍କ

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଅନେକ ପରମ୍ପରା ସଭ୍ୟ ସମାଜ ଅନୁକୁଳ ହୋଇ ନ ଥାଏ। ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ମଙ୍ଗିୟା ଦ୍ୱୀପରେ ବାସ କରୁଥିବା ଜନଜାତିଙ୍କ ମଧ୍ୟରେ ରହିଛି ଏକ ଅଜବ ପରମ୍ପରା। ଏଠାରେ ୧୩ ବର୍ଷ ହେବା ପରେ ନାବାଳକଙ୍କୁ ମହିଳାମାନଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିବାର ପରମ୍ପରା ରହିଛି। ଏହାଦ୍ୱାରା ନାବାଳକ ଜଣକ ଭବିଷ୍ୟତରେ ଜୀବନସାଥିକୁ ଖୁସିରେ ରଖିପାରିଥାଏ ବୋଲି ବିଶ୍ୱାସ କରାଯାଇଥାଏ।

ହସ୍ତରେଖାରୁ ଜଣାପଡେ କେଉଁ ଦିଗରେ ହେବ ବିବାହ

ହସ୍ତରେଖାରୁ ଜଣାପଡେ କେଉଁ ଦିଗରେ ହେବ ବିବାହ

ହସ୍ତରେଖାରୁ ବିବାହ କେଉଁ ଦିଗରେ ହେବ ତାହାର ସୂଚନା ମିଳିଥାଏ। ହାତରେ ମଣିବନ୍ଧ ରେଖା ସହିତ ବିବାହ ରେଖା ସମ୍ପର୍କ ସ୍ଥାପନ କରୁଥିଲେ ବିବାହ ଉତ୍ତର ଦିଗରେ ହୋଇଥାଏ। ସେହିପରି ବିବାହ ରେଖା ଆଙ୍ଗୁଳିର ମୂଳଭାଗରେ ଥିଲେ ବିବାହ ଦକ୍ଷିଣ ଦିଗରେ ହୋଇଥାଏ ବୋଲି ସାମୁଦ୍ରିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ବିବାହ ରେଖା ପାପୁଲିର ମଧ୍ୟ ଭାଗରେ ପ୍ରବେଶ କରିଥିଲେ ବିବାହ ପୂର୍ବ ଦିଗରେ ହୋଇଥାଏ।

ଓଜନ କମାଏ ଯୁଆଣି ପାଣି

ଓଜନ କମାଏ ଯୁଆଣି ପାଣି

ମେଦବହୁଳତା ଏବେ ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି। ମେଦବହୁଳତା ଫଳରେ ଅନେକେ ବ୍ୟକ୍ତି ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛନ୍ତି। ହେଲେ ନିତିଦିନ ବ୍ୟବହାର କରୁଥିବା କିଛି ଜିନିଷ ଅଛି ଯାହାକୁ ଠିକ୍‌ ଭାବେ ଖାଇଲେ ସହଜରେ ମେଦ ହ୍ରାସ ହେବ। ପ୍ରତ୍ୟେକ ଘରେ ଯୁଆଣିି ନିୟମିତ ବ୍ୟବହାର କରାଯାଏ। ବିଶେଷ କରି ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ଯୁଆଣିର ବ୍ୟବହାର କରାଯାଏ। ଯୁଆଣିରେ ରହିଛି ଭରପୂର ମାତ୍ରାରେ ଔଷଧୀୟ ଗୁଣ। ତେଣୁ ଏହାକୁ ନିୟମିତ ଖାଇଲେ ଅନେକ ରୋଗ ଦୂର ହୋଇଥାଏ।

ଦୈନିକ ୧୫୦ଥର ସ୍ମାର୍ଟଫୋନ୍‌ ଦେଖନ୍ତି ଭାରତୀୟ ଛାତ୍ର

ଦୈନିକ ୧୫୦ଥର ସ୍ମାର୍ଟଫୋନ୍‌ ଦେଖନ୍ତି ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ଭାରତର ପ୍ରତି କଲେଜ ଛାତ୍ର ଦୈନିକ ହାରାହାରି ୧୫୦ଥର ସ୍ମାର୍ଟଫୋନ୍‌ ଦେଖି ଥାଆନ୍ତି। ଆଲିଗଡ ମୁସଲିମ୍‌ ୟୁନିଭର୍ସିଟି ଏବଂ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜାଣିବାକୁ ମିଳିଛି।

ମହିଳାଙ୍କୁ ବ୍ଲାଉଜ୍‌ ପିନ୍ଧିବା ମନା

ମହିଳାଙ୍କୁ ବ୍ଲାଉଜ୍‌ ପିନ୍ଧିବା ମନା

ରାଏପୁର: ଭାରତର ଅନେକ ଅଞ୍ଚଳରେ ସାମାଜିକ ଚଳଣୀ ଅତି କଠୋର ହୋଇଥିବା ଦେଖିବାକୁ ମିଳିଥାଏ। ଚଳଣୀ ବିରୋଧରେ କୌଣସି କାର୍ଯ୍ୟ କରାଗଲେ ସମାଜରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାସନ୍ଦ କରାଯିବା ସହିତ ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯାଇଥାଏ। ଛତିଶଗଡ଼ର ଜନଜାତି ଅଞ୍ଚଳରେ ମହିଳାଙ୍କୁ ବ୍ଲାଉଜ୍‌ ପିନ୍ଧିବା ମନା ହୋଇଥାଏ।

ଜୀବନ ପାଇଁ ଜୈବ ବିବିଧତା

ଜୀବନ ପାଇଁ ଜୈବ ବିବିଧତା

“ବଡ଼ ପରିତାପର ବିଷୟ ଏହି ଯେ ପ୍ରଗତିର ଦ୍ୱାହିଦେଇ, ସୃଷ୍ଟି କରିବା ପରିବର୍ତ୍ତେ ମଣିଷ ଏବେ ଧ୍ୱଂସ କରିବାରେ ପ୍ରୟାସୀ। ମଣିଷର ଅବିବେକିତାର ପରିଣାମରେ ସମ୍ପ୍ରତି ଲୋପ ପାଇଚାଲିଛି ଜଙ୍ଗଲ, ଶୁଖିଗଲାଣି ସୁନାବ୍ୟା ନଦୀ, ବିଲୁପ୍ତ ହୋଇଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଲାଣି ତା’ର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡ଼ିଲାଣି ବାଉଳା। ମଣିଷ ଉଭା ହୋଇପଡ଼ିଲାଣି ପ୍ରକୃତିର ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ରୂପେ। ପ୍ରକୃତି ସହ ସେ ଚଳେଇଛି ତୁମୁଳ ସଂଘର୍ଷ। ସେ ସଂଘର୍ଷରତ ଉଦ୍ଭିଦଜଗତ, ପ୍ରାଣିଜଗତ ସହ ଏବଂ ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଇତ୍ୟାଦି ନିର୍ଜୀବ ଜଗତ ସହ ମଧ୍ୟ। ଫଳରେ ପୃଥିବୀର ଜୈବ ବିବିଧତା ଏବେ ଗୁରୁତର ଭାବରେ ଅସୁସ୍ଥ।”

ସ୍ମାର୍ଟ ବ୍ରେନ୍‌

ସ୍ମାର୍ଟ ବ୍ରେନ୍‌

ମନୁଷ୍ୟ ଶରୀରରେ ଆଜିକାଲି କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଲଗାଯାଇ ପାରୁଛି। ଏ କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ୟୁନିଭର୍ସିଟି ଅଫ ଲଣ୍ଡନର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ। ଦୀର୍ଘ ପାଞ୍ଚବର୍ଷର ଗବେଷଣା ପରେ ସେମାନେ ଏକ ସ୍ମାର୍ଟ ବ୍ରେନ୍‌ ପ୍ରସ୍ତୁତ କରିଛନ୍ତି।

ଏଠାରେ କାହିଁକି ହୁଏ ଭାଇ ଭଉଣୀଙ୍କ ମଧ୍ୟରେ ବିବାହ

ଏଠାରେ କାହିଁକି ହୁଏ ଭାଇ ଭଉଣୀଙ୍କ ମଧ୍ୟରେ ବିବାହ

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ଏହାପଛରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ବାର୍ଥ ନିହିତ ଥାଏ। ଭାରତର ସଟେ ନେପାଳ ଅଞ୍ଚଳରେବାସ କରୁଥିବା କେତେକ ଜନଜାତି ପରିବାରର ଭାଇ ଭଉଣୀ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ କରାଯିବା ପରମ୍ପରା ରହିଛି।