Dharitri News
ଅନ୍ତର୍ଜାତୀୟ |

କିମ୍‌ଙ୍କ ସହ ଆଲୋଚନା ପାଇଁ ଟ୍ରମ୍ପ୍‌ ଆଗ୍ରହୀ

କିମ୍‌ଙ୍କ ସହ ଆଲୋଚନା ପାଇଁ ଟ୍ରମ୍ପ୍‌ ଆଗ୍ରହୀ ଓ୍ବାଶିଂଟନ, ୭।୧: ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗୁ ଉନ୍‌ଙ୍କ ସହିତ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ୍‌ ଆଗ୍ରହୀ ଥିବା ସୂଚିତ କରିଛନ୍ତି। ଇତିମଧ୍ୟରେ ଉତ୍ତରକୋରିଆ ଓ ଦକ୍ଷିଣକୋରିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ବୃଦ୍ଧି ହେବାର ପ୍ରୟାସ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶାନ୍ତି ପ୍ରୟାସ ନିମନ୍ତେ ଟ୍ରମ୍ପ ଏପରି କହିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଉତ୍ତରକୋରିଆ ଅନ୍ତର୍ଜାତୀୟ ସମୁଦାୟର ବାରଣ ସତ୍ତ୍ୱେ ଆଣବିକ ପରୀକ୍ଷଣ କରୁଥିବାରୁ ଆମେରିକା ଚିନ୍ତା ବୃଦ୍ଧି ପାଇଥିଲା। ପରବର୍ତ୍ତୀ ସମୟରେ ଉତ୍ତରକୋରିଆ ଓ ଆମେରିକା ମଧ୍ୟରେ ସମ୍ପର୍କ ବ୍ୟାହତ ହୋଇଥିଲା।

ଅନ୍ତର୍ଜାତୀୟ |

ନାବାଳିକା ବଳାତ୍କାରୀଙ୍କୁ ୪ ଥର ଫାଶୀ ଦିଆଯାଉ: ଲାହୋର ହାଇକୋର୍ଟ

ନାବାଳିକା ବଳାତ୍କାରୀଙ୍କୁ ୪ ଥର ଫାଶୀ ଦିଆଯାଉ: ଲାହୋର ହାଇକୋର୍ଟ

ଲାହୋର,୧୭।୨: ପାକିସ୍ତାନର ପଞ୍ଜାବରେ ଜଣେ ୭ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା କରାଯିବା ମାମଲାରେ ଲାହୋର ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି।

ଆଇଏସ୍‌ର ଗୁପ୍ତସ୍ଥାନକୁ ଟାର୍ଗେଟ କରୁଛି ଆମେରିକା ଡ୍ରୋନ୍‌

ଆଇଏସ୍‌ର ଗୁପ୍ତସ୍ଥାନକୁ ଟାର୍ଗେଟ କରୁଛି ଆମେରିକା ଡ୍ରୋନ୍‌

କାବୁଲ,୧୭।୨: ଆଫଗାନିସ୍ତାନରେ ଥିବା ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ସଙ୍ଗଠନର ଗୁପ୍ତ ଶିବିରକୁ ଏବେ ଟାର୍ଗେଟ କରିଛି

ଭାରତୀୟ ବଂଶୋଦ୍ଭବ ଶିକ୍ଷୟିତ୍ରୀ ବଞ୍ଚାଇଥିଲେ ଛାତ୍ରୀଛାତ୍ରଙ୍କ ଜୀବନ

ଭାରତୀୟ ବଂଶୋଦ୍ଭବ ଶିକ୍ଷୟିତ୍ରୀ ବଞ୍ଚାଇଥିଲେ ଛାତ୍ରୀଛାତ୍ରଙ୍କ ଜୀବନ

ନ୍ୟୁୟର୍କ,୧୭।୨: ଫ୍ଲୋରିଡା ସ୍କୁଲ ଗୁଳିକାଣ୍ଡରେ କେତେ ଜଣ ପିଲାଙ୍କ ଜୀବନ ବଞ୍ଚାଇଥିବା ଜଣେ ଭାରତୀୟ ବଂଶୋଦ୍ଭବ ଶିକ୍ଷୟିତ୍ରୀଙ୍କ ଚର୍ଚ୍ଚା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ରୋଷେୟା ବନିଲେ ବ୍ରିଟେନ୍‌ ରାଜକୁମାର

ରୋଷେୟା ବନିଲେ ବ୍ରିଟେନ୍‌ ରାଜକୁମାର

ଲଣ୍ଡନ,୧୭।୨: ବ୍ରିଟେନ୍‌ ରାଜକୁମାର ହ୍ୟାରିଙ୍କର ପିଲାମାନଙ୍କ ପ୍ରତି ଥିବା ଭଲପାଇବା ପୁଣିଥରେ ସାମ୍ନାକୁ ଆସିଛି। ଲଣ୍ଡନର ସାଉଥ ୟୁଥ ସେଣ୍ଟରରେ ଥିବା ଏକ ସ୍କୁଲରେ ପହଞ୍ଚି ପିଲାମାନଙ୍କୁ ଖାଇବାକୁ ଦେବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ମେକ୍ସିକୋରେ ଭୂକମ୍ପ

ମେକ୍ସିକୋରେ ଭୂକମ୍ପ

ମେକ୍ସିକୋ ସିଟି,୧୭।୨: ଦକ୍ଷିଣ ଓ ମଧ୍ୟ ମେକ୍ସିକୋରେ ଶୁକ୍ରବାର ସନ୍ଧ୍ୟାରେ ୭.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ପ୍ରଥମେ ଏହା ୭.୫ ତୀବ୍ରତାର କୁହାଯାଉଥିବା ବେଳେ ୟୁଏସ୍‌ ଭୂବିଜ୍ଞାନ ବିଭାଗ ୭.୨ ତୀବ୍ରତାର ଥିବା ସ୍ପଷ୍ଟ କରିଥିଲା।

 ଏସିଆରେ ଚାଇନାର ଦାଦାଗିରିକୁ ଆମେରିକା ସହ୍ୟ କରିବ ନାହିଁ

ଏସିଆରେ ଚାଇନାର ଦାଦାଗିରିକୁ ଆମେରିକା ସହ୍ୟ କରିବ ନାହିଁ

ଓ୍ବାଶିଂଟନ, ୧୬।୨: ଏସିଆରେ ଚାଇନାର ଦାଦାଗିରିକୁ ଆମେରିକା ସହ୍ୟ କରିବ ନାହିଁ ବୋଲି ସୂଚିତ କରିଛି। ଚାଇନା ଆମେରିକା ସହିତ ଭଲ ସମ୍ପର୍କ ରଖିବାକୁ ହେଲେ ନିଜର ମନୋଭାବରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଏସିଆ ରାଷ୍ଟ୍ରଗୁଡିକର ରାଜନୈତିକ ପରିସ୍ଥିତିରୁ ଚାଇନା ଫାଇଦା ନେବାକୁ ଚାହୁଁଛି।

ପାକିସ୍ତାନ ତୀର୍ଥଯାତ୍ରୀଙ୍କ ଭିଜା ସମୟ ବୃଦ୍ଧି

ପାକିସ୍ତାନ ତୀର୍ଥଯାତ୍ରୀଙ୍କ ଭିଜା ସମୟ ବୃଦ୍ଧି

ଅମୃତସର, ୧୬।୨: ଭାରତ ସରକାର ପାକିସ୍ତାନରୁ ଆସିଥିବା ହିନ୍ଦୁ ତୀର୍ଥଯାତ୍ରୀଙ୍କ ଭିଜା ସମୟସୀମା ବୃଦ୍ଧି କରିଛନ୍ତି। ଏସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସୂଚିତ କରାଯାଉଛି। ଭାରତ ଆସିଥିବା ୧୪୨ ତୀର୍ଥଯାତ୍ରୀଙ୍କ ଭିଜା ସମୟ ବଢ଼ାଇ ଦିଆଯାଇଛି। ସେମାନେ ଅମୃତସର ସହିତ ଦିଲ୍ଲୀ ଏବଂ ହରିଦ୍ୱାର ବୁଲି ପାରିବେ ବୋଲି ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି।

ଆମେରିକାକୁ ଖୁସି କରିବାକୁ ଚାହୁଁଛି ପାକିସ୍ତାନ ସରକାର: ହାଫିଜ୍‌

ଆମେରିକାକୁ ଖୁସି କରିବାକୁ ଚାହୁଁଛି ପାକିସ୍ତାନ ସରକାର: ହାଫିଜ୍‌

ଇସଲାମାବାଦ୍‌, ୧୬।୨: ପାକିସ୍ତାନ ସରକାର ଆମେରିକାର ଆର୍ଥିକ ଅନୁଦାନ ପାଇଁ କୃତଜ୍ଞତା ଜଣାଉଛନ୍ତି। ଆମେରିକାକୁ ଖୁସିରଖିବା ପାଇଁ ପାକିସ୍ତାନ ଚାହୁଁଛି ବୋଲି ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସଂସ୍ଥାପକ ହାଫିଜ୍‌ ସଇଦ୍‌ ସୂଚିତ କରିଛନ୍ତି। ଆମେରିକା ଚାପରେ ପାକିସ୍ତାନ ଏପରି କରିବା ଅନୁଚିତ।

ମିଶର ସେନାର ସର୍ଚ୍ଚ ଅପରେଶନ୍‌: ୭ ଦିନରେ ୫୩ ଆଇଏସ୍‌ ଆତଙ୍କବାଦୀ ନିହତ, ୬୮୦ ଗିରଫ

ମିଶର ସେନାର ସର୍ଚ୍ଚ ଅପରେଶନ୍‌: ୭ ଦିନରେ ୫୩ ଆଇଏସ୍‌ ଆତଙ୍କବାଦୀ ନିହତ, ୬୮୦ ଗିରଫ

କାଏରୋ, ୧୬।୨: ମିଶରରେ ଜାରି ରହିଥିବା ଆତଙ୍କବାଦୀ ବିରୋଧୀ ଅପରେଶନ୍‌ରେ ୭ ଦିନରେ ୫୩ ଜଣ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌)ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ୬୮୦ ଜଣଙ୍କୁ ଗିରଫ କରାଯାଇଛି। ସିନାଇ ଅଞ୍ଚଳରେ ଯୁଦ୍ଧ ବିମାନରୁ ଆତଙ୍କବାଦୀ ଶିବିର ଉପରେ ଲଗାତର ଆକ୍ରମଣ ଜାରି ରହିଛି ବୋଲି ମିଶର ସେନା କହିଛି। ଗୁରୁବାର ହୋଇଥିବା ଆକ୍ରମଣରେ ଏକ ହଜାର କିଲୋଗ୍ରାମ୍‌ ବିସ୍ଫୋରକ ନଷ୍ଟ କରାଯାଇଥିବାବେଳେ ୩୭୮ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ଦେଓବା ଦେଲେ ଇସ୍ତଫା: ଡୋର ସମ୍ଭାଳିଲେ ଓଲି

ଦେଓବା ଦେଲେ ଇସ୍ତଫା: ଡୋର ସମ୍ଭାଳିଲେ ଓଲି

କାଠମାଣ୍ଡୁ, ୧୫।୨: ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ରାଜନୈତିକ ସଙ୍କଟ କାରଣରୁ ଗୁରୁବାର ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବେ କେ.ପି. ଶର୍ମା ଓଲି ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି।

୨୨ ପ୍ରତିଶତ ମହିଳା ଗରିବ ରେଖା ତଳେ: ଜାତିସଂଘ ରିପୋର୍ଟ

୨୨ ପ୍ରତିଶତ ମହିଳା ଗରିବ ରେଖା ତଳେ: ଜାତିସଂଘ ରିପୋର୍ଟ

ଜେନେଭା, ୧୫।୨: ପୃଥିବୀରେ ୨୨ ପ୍ରତିଶତ ମହିଳା ଗରିବ ରେଖାତଳେ ବାସ କରୁଛନ୍ତି। ଅନେକ ମହିଳା ପୁରୁଷଙ୍କ ତୁଳନାରେ ଅଧିକ ଗରିବ। ସେମାନ ବର୍ଷର ଅନେକ ସମୟ ଭୋକରେ କାଳତିପାତ କରୁଥିବା ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି। ପ୍ରତି ୧୦୦ଜଣ ପୁରୁଷଙ୍କ ତୁଳନାରେ ୧୨୨ ଜଣ ମହିଳାଙ୍କ ପାଖରେ ଜୀବନ ଧାରଣର ଆବଶ୍ୟକ ସାମଗ୍ରୀ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ୨୦୩୦ ସୁଦ୍ଧା ଲିଙ୍ଗଗତ ପାର୍ଥକ୍ୟ ଦୂରୀକରଣ ପାଇଁ ଜାତିସଂଘ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ମହିଳା ଓ ପୁରୁଷଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମାନତା ସୃଷ୍ଟି ହେବାର ସମ୍ଭାବନା ରହିବ ବୋଲି ଏହି ରିପୋର୍ଟରେ କୁହାଯାଇଛି।

କାନ୍ଦାହାର ଯୁଦ୍ଧବିମାନ ବୋମାମାଡ: ୩୫ ତାଲିବାନ ଆତଙ୍କବାଦୀ ମୃତ

କାନ୍ଦାହାର ଯୁଦ୍ଧବିମାନ ବୋମାମାଡ: ୩୫ ତାଲିବାନ ଆତଙ୍କବାଦୀ ମୃତ

କାବୁଲ, ୧୫।୨: ଆଫଗାନୀସ୍ତାନ କାନ୍ଦାହାରର ଦକ୍ଷିଣ ଅଞ୍ଚଳରେ ସୁରକ୍ଷାବଳଙ୍କ ବୋମାମାଡରେ ୩୫ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏନେଇ ଆଫଗାନୀସ୍ତାନ ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି।