ସମ୍ବଲପୁର

ପରିତ୍ୟକ୍ତ କୂଅରୁ ଗୁରୁକୁଳ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପରିତ୍ୟକ୍ତ କୂଅରୁ ଗୁରୁକୁଳ ଛାତ୍ରଙ୍କ ମୃତଦେହ ଉଦ୍ଧାର

ନୂଆପଡା ଅଫିସ, ୭।୧-ନୂଆପଡା ଜିଲା ସଦର ମହକୁମାଠାରୁ ମାତ୍ର ୭ କି.ମି .ଦୂର ହରିପୁର- ଜୁନାନୀ ମଧ୍ୟବର୍ତ୍ତୀ ଏକ ପରିତ୍ୟକ୍ତ କୂଅରୁ ଉଜ୍ଜ୍ୱଳ ଆର୍ଯ୍ୟ (୧୩) ନାମକ ଜନୈକ ଗୁରୁକୁଳ ଛାତ୍ର (ବ୍ରହ୍ମଚାରୀ)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ପଡୋଶୀ ଛତିଶଗଡର ଡୁଙ୍ଗରଗଡରୁ ଆସି ସ୍ଥାନୀୟ ହରିପୁର ଗୁରୁକୁଳ ଆଶ୍ରମରେ ଅଧ୍ୟୟନ କରୁଥିଲେ। କୌଣସି କାରଣବଶତଃ ଆତ୍ମହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ନୂଆପଡା ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।
ଗତ ୪ତାରିଖ ଉଜ୍ଜ୍ୱଳ କୁଆଡେ ନିଖୋଜ ହୋଇଯାଇଥିଲେ। ସେହିଦିନ ପ୍ରାର୍ଥନା ଶ୍ରେଣୀରେ ଜଣାପଡିବା ପରେ ତାଙ୍କୁ ଆଶ୍ରମ ତରଫରୁ ତନାଘନା ଖୋଜାଚାଲିଥିଲା। ପରିବାରବର୍ଗ ଖବର ପାଇ ଏଠାକୁ ଆସି ଖୋଜିଥିଲେ। ହେଲେ ସେ ମିଳି ନ ଥିଲେ। ଶନିବାର ସକାଳେ ସ୍ଥାନୀୟ ଲୋକ ମୃତଦେହକୁ ଏକ କୂଅରେ ପଡିଥିବା ଦେଖି ଆଶ୍ରମ ଏବଂ ଥାନାକୁ ଖବର ଦେଇଥିଲେ। ଖବରପାଇ ପୋଲସି ଆସି ପହଞ୍ଚିଥିଲା। ହେଲେ ସ୍ଥାନୀୟ ଗ୍ରାମବାସୀ ଏହା ହତ୍ୟା କି ଆତ୍ମହତ୍ୟା ଠିକ୍‌ ଭାବରେ ତଦନ୍ତ କରିବା ଦାବିରେ କିଛି ସମୟ ମୃତଦେହକୁ ଛାଡି ନ ଥିଲେ। ପୋଲିସ ତରଫରୁ ଠିକ୍‌ ତଦନ୍ତର ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ଲୋକେ ମୃତଦେହକୁ ଛାଡିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ଜଣାପଡିବ ବୋଲି ଥାନା ଅଧିକାରୀ ଦୁର୍ଗାମାଧବ ପ୍ରଧାନ କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ସମ୍ବଲପୁର

ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ଜମନକିରା,୨୪।୫(ଡି.ଏନ୍‌.ଏ) ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ରମା ରେଞ୍ଜ ଅନ୍ତର୍ଗତ ଟନସରା ଗାଁ ନିକଟ ନାଳାରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଗୁରୁବାର ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ।

ପୋଲିସ ନାଁରେ ୪୨୦ ମାମଲା: ରାଜନୈତିକ ଚାପରେ ନିରପେକ୍ଷତା ନଷ୍ଟ

ପୋଲିସ ନାଁରେ ୪୨୦ ମାମଲା: ରାଜନୈତିକ ଚାପରେ ନିରପେକ୍ଷତା ନଷ୍ଟ

ଝାରସୁଗୁଡା ଅଫିସ,୨୪।୫- ଅନେକ ସମୟରେ ପୋଲିସ ବିଭାଗ ଟଙ୍କା, ମାରଣାସ୍ତ୍ର, ମୂଲ୍ୟବାନ ସାମଗ୍ରୀ ଜବତ କରୁଛି। ଜବତ କରିବା ପରେ ସେଗୁଡିକ କୋର୍ଟରେ ଜିମା ମଧ୍ୟ ଦେଉଛି। କିନ୍ତୁ ଝାରସୁଗୁଡା ଜିଲା ଲଇକେରା ଥାନାରେ ଘଟିଥିବା ଏକ ଘଟଣାରେ ତତ୍କାଳୀନ ଥାନା ଅଧିକାରୀ ଜବତ୍‌ ଟଙ୍କା ହଡପ କରି ନେଇଛନ୍ତି।

ମହାରାଣୀ ସାଗରରେ ଲାଟ୍ରିନ୍‌ ଟାଙ୍କି, ଡ୍ରେନ୍‌ ପାଣି: ଜବରଦଖଲ ଉଚ୍ଛେଦକୁ ନେଇ ମ୍ୟୁନିସିପାଲିଟି ନରମ

ମହାରାଣୀ ସାଗରରେ ଲାଟ୍ରିନ୍‌ ଟାଙ୍କି, ଡ୍ରେନ୍‌ ପାଣି: ଜବରଦଖଲ ଉଚ୍ଛେଦକୁ ନେଇ ମ୍ୟୁନିସିପାଲିଟି ନରମ

ବଲାଙ୍ଗୀର ଅଫିସ,୨୪।୫- ବଲାଙ୍ଗୀର ସହରର ବୃହତ୍‌ ଜଳାଶୟ ମହାରାଣୀ ସାଗରରେ ପ୍ରତ୍ୟହ ହଜାର ହଜାର ଲୋକ ସ୍ନାନ କାର୍ଯ୍ୟ ସମାପନ କରିଥାନ୍ତି। ଜଳାଶୟରୁ ପୂଜାର୍ଚ୍ଚନା ପାଇଁ କଳସ ଶୋଭାଯାତ୍ରା କରାଯାଇଥାଏ।

ଫୁର୍ଲିଝରଣ ଜଳପ୍ରପାତ: ପ୍ରାୟ ଏକ ବର୍ଷ ହେବ ବନ୍ଦ ପଡ଼ିଛି, ପୁନରୁଦ୍ଧାର ପାଇଁ କାହାରି ଦୃଷ୍ଟିନାହିଁ

ଫୁର୍ଲିଝରଣ ଜଳପ୍ରପାତ: ପ୍ରାୟ ଏକ ବର୍ଷ ହେବ ବନ୍ଦ ପଡ଼ିଛି, ପୁନରୁଦ୍ଧାର ପାଇଁ କାହାରି ଦୃଷ୍ଟିନାହିଁ

ଭବାନୀପାଟଣା,୨୪।୫(ଡି.ଏନ.ଏ.)- ପର୍ଯ୍ୟାଟନସ୍ଥଳି ଫୁର୍ଲିଝରଣର ପୁନରୁଦ୍ଧାର ପାଇଁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୧୧ ଦଫା ଦାବିପତ୍ର ଦେବା ସହ ବୁଧବାର ସାଇନିଙ୍ଗ କଳାହାଣ୍ଡିର ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ ଭୁବନେଶ୍ୱରରେ ପିସିସିଏଫଙ୍କୁ ଭେଟି ଉକ୍ତ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି।

୨୫ରୁ ଘରୋଇ ହସ୍ପିଟାଲ ସଂଘର ଧର୍ମଘଟ

୨୫ରୁ ଘରୋଇ ହସ୍ପିଟାଲ ସଂଘର ଧର୍ମଘଟ

ଝାରସୁଗୁଡା ଅଫିସ,୨୪।୫- ସାତ ଦଫା ଦାବି ପୂରଣ ପାଇଁ ଅଲ ଓଡ଼ିଶା ଘରୋଇ ମେଡିକାଲ ସଂଘ ୨୫ ତାରିଖ ଶୁକ୍ରବାର ଠାରୁ ଧର୍ମଘଟକୁ ଓହ୍ଲାଇବ। ୨୪ ତାରିଖ ସୁଦ୍ଧା ସରକାର ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ସଂଘ ଧର୍ମଘଟ କରିବ।

ପାଉଁଶ କାରବାରରେ ଶାସକ-ବିରୋଧୀ ବିଧାୟକ

ଝାରସୁଗୁଡା ଅଫିସ,୨୪।୫- ଝାରସୁଗୁଡା ବଡମାଲ ଥାନା ପଣ୍ଡରୀପଥର ଠାରେ ପାଉଁଶ ଡମ୍ପିଂରେ ରାଜନେତାଙ୍କ ସମ୍ପୃକ୍ତି ଧିରେ ଧିରେ ପଦାକୁ ଆସୁଛି। ଏହି ଘଟଣାରେ ଦୁଇଜଣ ବିଧାୟକଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି। ସେଥିପାଇଁ ଚାପର ବଶବର୍ତ୍ତୀ ହୋଇ ପ୍ରଶାସନର ସ୍ବର ମଧ୍ୟ ବଦଳି ଯାଇଛି।

ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ଜାତୀୟ ରାଜପଥ: ସର୍ଭେକରଣରେ ତ୍ରୁ୍ରଟି ପରିଲକ୍ଷିତ

ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ଜାତୀୟ ରାଜପଥ: ସର୍ଭେକରଣରେ ତ୍ରୁ୍ରଟି ପରିଲକ୍ଷିତ

ନୂଆପଡ଼ା ଅଫିସ,୨୪।୫ ନୂଆପଡ଼ା ସହର ଦେଇ ଯାଇଥିବା ଜାତୀୟ ରାଜପଥ ୩୫୩ନିର୍ମାଣ କାମ ହେବ । ଏଥିରେ ରାସ୍ତାର ପ୍ରଶସ୍ତୀକରଣ ହେବା ପରେ ସହରର ସୌନ୍ଦର୍ଯ୍ୟକରଣ ହେବା ସହ ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ସହରବାସୀ କେତେ ସ୍ବପ୍ନ ଦେଖିଥିଲେ ।

ଗଞ୍ଜେଇ ସହ ୨ ବାଇକ ଜବତ,୪ ଗିରଫ

ଗଞ୍ଜେଇ ସହ ୨ ବାଇକ ଜବତ,୪ ଗିରଫ

କଣ୍ଟାମାଳ, ୨୪।୫ (ଡି.ଏନ.ଏ.) ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି ରାସ୍ତାର ବୁଢାଖୋଲ ଘାଟି ଛକରେ ବୁଧବାର ସକାଳୁ ସ୍ଥାନୀୟ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ଦୁଇଟି ବାଇକ୍‌କୁ ଜେରା ବେଳେ ସେମାନଙ୍କ ନିକଟରୁ ଗଞ୍ଜେଇ ସହ ଗାଡି ଜବତ କରିଛନ୍ତି ।

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ଝାରସୁଗୁଡ଼ା ଅଫିସ,୨୪।୫- ଝାରସୁଗୁଡ଼ା କଲେକ୍ଟରେଟ୍‌ ରୋଡ୍‌ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୂତ ଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭୂତଟି ହସ୍ପିଟାଲ ପରିସର ଏକ କାନ୍ଥରେ ଚଢ଼ି ତଳ ମହଲାରୁ ଉପର ମହଲାକୁ ଉଠୁଥିବା ଭିଡିଓରେ ଦେଖାଯାଉଛି।

ଆସିଲାନି ନଳକୂପ ଖନନ ଗାଡ଼ି : ଅଧାରେ ରହିଲା ଡୁଣ୍ଡାବାସୀ ସ୍ବପ୍ନ

ଆସିଲାନି ନଳକୂପ ଖନନ ଗାଡ଼ି : ଅଧାରେ ରହିଲା ଡୁଣ୍ଡାବାସୀ ସ୍ବପ୍ନ

ଜୁନାଗଡ,୨୪।୫(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ ବଣପାହାଡ ଘେରରେ ଲୁଚିରହିଥିବା ଡୁଣ୍ଡା ଗ୍ରାମରେ ନଳକୂପ ଖନନ କରାଯିବ ବୋଲି ପଞ୍ଚାୟତ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ  ମହାନଦୀ ମହାସୁରକ୍ଷା ସମାବେଶ

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ ମହାନଦୀ ମହାସୁରକ୍ଷା ସମାବେଶ

ସମ୍ବଲପୁର,୨୪ ା୫(ବ୍ୟୁରୋ) ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ବ୍ୟାପୀ ଜନସମର୍ଥନ ଅଭିଯାନ ଜୋର୍‌ଦାର୍‌ ହୋଇଥିଲା ବେଳେ ମହାନଦୀ ସୁରକ୍ଷା ସମିତି ସମ୍ବଲପୁରର ଆହ୍ବାନ କ୍ରମେ ବୁଧବାର ମହାନଦୀ କୂଳରେ ମହାସମାବେଶ ଆୟୋଜିତ ହୋଇଯାଇଛି। ଏହି ସମାବେଶ ପ୍ରାର୍ଥନାରୁ ଆରମ୍ଭ ହୋଇ ଚେତାବନୀରେ ଶେଷ ହୋଇଛି।

ଗଣବଳତ୍କାର ଶିକାର ନାବାଳିକାଙ୍କ ଆତ୍ମହତ୍ୟା

ଗଣବଳତ୍କାର ଶିକାର ନାବାଳିକାଙ୍କ ଆତ୍ମହତ୍ୟା

ସମ୍ବଲପୁର,୨୪ା୫ (ବ୍ୟୁରୋ) ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ସାହାଯ୍ୟ କରିବା ଆଳରେ ଜଣେ ନାବାଳିକାଙ୍କୁ ଟେକି ନେଇ ଗଣବଳାତ୍କାର କରାଯାଇଥିଲା। ସେହି ପୀଡ଼ିତା ନାବାଳିକାଜଣକ ବୁଧବାର ଘରେ କେହି ନ ଥିବା ସମୟରେ ସନ୍ଧ୍ୟାରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।