ସମ୍ବଲପୁର

ଗାଡି ଚେକିଂ ନାମରେ ବୌଦ୍ଧ ମହୋତ୍ସବକୁ ପୋଲିସର ଅସହଯୋଗ: ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା

 ଗାଡି ଚେକିଂ ନାମରେ ବୌଦ୍ଧ ମହୋତ୍ସବକୁ ପୋଲିସର ଅସହଯୋଗ: ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା

ବୌଦ୍ଧ,୭।୧(ସ୍ବ.ପ୍ର.)-ବୌଦ୍ଧ ଜିଲା ସ୍ବନକ୍ଷତ୍ର ଦିବସ ଅବସରରେ ଜିଲା ମହୋତ୍ସବ ଦୀର୍ଘ ୫ ଦିନ ଧରି ବହୁ ଆଡମ୍ବର ସହକାରେ ଆୟୋଜିତ ହୋଇଆସୁଛି। ଏହି ମହୋତ୍ସବ ଜିଲାର ସଂସ୍କୃତି, କଳା ଓ ହସ୍ତଶିଳ୍ପର ପ୍ରଚାରପ୍ରସାର ସହିତ ଜିଲାବାସୀଙ୍କ ମଧ୍ୟରେ ଭାଇଚାରାର ବାର୍ତ୍ତା ପ୍ରଦାନ କରିଥାଏ। ମହୋତ୍ସବ ପାଳନ ଜିଲାର ଗୌରବଗାଥା ବହନ କରିଥାଏ। ଯେଉଁଥିରେ ସାମିଲ ହେବା ପାଇଁ ଜିଲାବାସୀ ଅନାଇ ରହିଥାନ୍ତି। ମହୋତ୍ସବକୁ ଦେଖିବା ସହ ସାମିଲ ହେବା ପାଇଁ ପ୍ରତିଦିନ ଜିଲାର ବିଭିନ୍ନ ଅଞ୍ଚଳ ଓ ପଡୋଶୀ ଜିଲାଗୁଡିକରୁ ଲୋକେ ପରିବାର ସହ ବହୁ ସଂଖ୍ୟାରେ ଆସିଥାନ୍ତି। ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଖୋଦ ଜିଲାପାଳ ଥିବାବେଳେ ପ୍ରଶାସନ ଦ୍ୱାରା ବ୍ୟବସ୍ଥିତ ଢଙ୍ଗରେ ମହୋତ୍ସବ ଆୟୋଜିତ ହୋଇଥାଏ। ମହୋତ୍ସବର ସୁରକ୍ଷା, ଟ୍ରାଫିକ୍‌ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ପୋଲିସ ପକ୍ଷରୁ ପରିଚାଳନା କରାଯାଇଥାଏ। ଉଦ୍‌ଘାଟନୀ ଦିବସରେ ଅତିଥି ଭାବରେ ଯୋଗଦେଇ ଜିଲାର ଯୁବ ଏସ୍‌ପି ମହୋତ୍ସବ ପାଳନରେ ଜିଲା ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ମଞ୍ଚରୁ ଘୋଷଣା କରିଥିଲେ। କିନ୍ତୁ ଚଳିତ ମହୋତ୍ସବ ବହୁ ଆଡମ୍ବର ସହକାରେ ପ୍ରଥମ ତିନିଦିନ ପାଳନ ହେବାପରେ ଚତୁର୍ଥ ଦିନଠାରୁ ଜିଲା ପୋଲିସର ଅସହଯୋଗ ସ୍ପଷ୍ଟ ବାରି ହୋଇପଡିଥିଲା। ବର୍ଷସାରା ନିରବ ରହୁଥିବା ପୋଲିସ ହଠାତ୍‌ ମହୋତ୍ସବର ଚତୁର୍ଥ ଦିବସରେ ଆବଶ୍ୟକତାଠାରୁ ଅଧିକ ଚଳଚଞ୍ଚଳ ହୋଇପଡିଥିଲା। ସନ୍ଧ୍ୟା ହେଉ ହେଉ ମହୋତ୍ସବ ପଡିଆରେ ଜନଗହଳି ବୃଦ୍ଧି ପାଇଆସୁଥିବାବେଳେ ବୌଦ୍ଧ ଥାନା ପକ୍ଷରୁ ମହାନଦୀ ବ୍ରିଜ୍‌ ଛକ,ଏନଏସି ଛକ ଓ ବୁଟୁପାଲି ରାସ୍ତାରେ ହାତୀଶାଳ ଛକଠାରେ ପୋଲିସ ପକ୍ଷରୁ ଗାଡି ଚେକିଂ ଆରମ୍ଭ ହୋଇଥିଲା। ଦୂର ଦୂରାନ୍ତରୁ ମହୋତ୍ସବ ବୁଲିବାକୁ ଆସୁଥିବା ପରିବାରମାନେ କାହା ପାଖରେ ହେଲମେଟ୍‌ ନ ଥିଲା ତ ଆଉ କିଏ ପଡୋଶୀର ଗାଡି ନେଇ ଆସିଥିଲେ। କିନ୍ତୁ ପୋଲିସ ପକ୍ଷରୁ କାହାର ଅନୁରୋଧକୁ ଶୁଣାଯାଇ ନ ଥିଲା। ଗାଡି ଚେକିଂ ନାମରେ ପୋଲିସ ସାଧାରଣଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଉପର ଅଧିକାରୀଙ୍କ ନିର୍ଦ୍ଦେଶ କହି ଗାଡି ଚେକିଂ କରୁଥିଲେ। ସେମାନେ କାହାର ଅନୁରୋଧକୁ ମଧ୍ୟ ଶୁଣି ନ ଥିଲେ। ଶେଷରେ ଅଭିଯୋଗ ଯାଇ ଜିଲାପାଳଙ୍କ ନିକଟରେ ପହଞ୍ଚିବା ପରେ ତାଙ୍କରି ନିର୍ଦ୍ଦେଶକ୍ରମେ ଉପଜିଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ପହଞ୍ଚି ଚେକିଂ ନାମରେ ମହେତ୍ସବକୁ ଆସୁଥିବା ଲୋକଙ୍କୁ ହଇରାଣ ନ କରିବାକୁ ଅନୁରୋଧ କରିଥିଲେ। ପୋଲିସ ଅଧିକାରୀମାନେ ଗାଡି ଚେକିଂ ପାଇଁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି କହି ଉପଜିଲାପାଳଙ୍କ ଅନୁରୋଧକୁ ମଧ୍ୟ ଶୁଣି ନ ଥିଲେ। ରାତି ସୁଦ୍ଧା ମହୋତ୍ସବ ଦେଖି ଆସୁଥିବା ଲୋକଙ୍କ ନିକଟରୁ ୩୫୯୦୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଥିବା ଜଣାଯାଇଛି। ଅନେକ ଲୋକ ପରିବାର ସହ ଶୀତ କାକରରେ ବର୍ଷକୁ ଥରେ ହେଉଥିବା ମହୋତ୍ସବ ଦେଖିବାକୁ ଆସୁଥିବାବେଳେ ରାତି ପର୍ଯ୍ୟନ୍ତ ପୋଲିସ ଦ୍ୱାରା ହଇରାଣ ହୋଇ ଫେରିଯାଇଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୋଲିସ ପକ୍ଷରୁ ଗାଡି ଚେକିଂ ଏକ ସ୍ବାଗତଯୋଗ୍ୟେ ପଦକ୍ଷେପ କିନ୍ତୁ ଜିଲା ମହୋତ୍ସବ ଚାଲିଥିବାବେଳେ ପୋଲିସ ପକ୍ଷରୁ ଗାଡି ଚେକିଂ ବୋଧହୁଏ ଆଇନ ନାମରେ ପୋଲିସ ମାନବିକତା ହରାଇଥିବା ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଉପଜିଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକଙ୍କୁ ପଚାରିବାରୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳକୁ ଯାଇଥିଲି, କିଛି ସମୟ ପରେ ଗାଡି ଚେକିଂ ବନ୍ଦ କରିଥିବା ପ୍ରକାଶ କରିଥିଲେ। ଆହୁରୀ ମଧ୍ୟ ଜିଲା ପରିବହନ ଅଧିକାରୀ ଭାଗିରଥି ନାଏକଙ୍କୁ ପଚାରିବାରୁ ପୋଲିସ ଶନିବାର ୩୫୯୦୦ ଟଙ୍କା ଆଣି କାର୍ଯ୍ୟାଳୟରେ ଡିପୋଜିଟ କରିଥିବା ପ୍ରକାଶ କରିଥିଲେ।

All Right Reserved By
I&PR

Model This Week

ସନ୍ତୋଷ

ସମ୍ବଲପୁର

ଅଙ୍ଗନଦୀ ବନ୍ଧ ଯୋଜନାକୁ ବିରୋଧ

ଅଙ୍ଗନଦୀ ବନ୍ଧ ଯୋଜନାକୁ ବିରୋଧ

ପଦ୍ମପୁର, ୨୪।୫ (ଡି.ଏନ.ଏ) ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପୂଝାରୀପାଲିଠାରେ ପ୍ରସ୍ତାବିତ ଅଙ୍ଗନଦୀ ବନ୍ଧ ଯୋଜନାକୁ ବିରୋଧ କରାଯାଇଛି । ଏହି କ୍ରମରେ ଗୁରୁବାର ଲଖମରା, ଚର୍ଦ୍ଧାପାଲି ଅଞ୍ଚଳର ପ୍ରାୟ ୨୮ଟି ଗ୍ରାମର ଶହ ଶହ ମହିଳା ପୁରୁଷ ବିରାଟ ଶୋଭାଯାତ୍ରାରେ ପଦ୍ମପୁର ଉପଜିଲାପାଳଙ୍କ ଅଫିସ୍‌କୁ ଆସିଥିଲେ ।

ଅଦିନିଆ ବର୍ଷା, ଶ୍ରମିକ ଅଭାବ: ଅମଳ ହୋଇପାରୁନି ରବି ଧାନ

ଅଦିନିଆ ବର୍ଷା, ଶ୍ରମିକ ଅଭାବ: ଅମଳ ହୋଇପାରୁନି ରବି ଧାନ

ଅତାବିରା, ୨୪।୫ (ଡି.ଏନ.ଏ) କାଳବୈଶାଖୀ ଜନିତ ବର୍ଷା, ଝଡବତାଶ, କୁଆପଥର ମାଡ ଯୋଗୁ ବରଗଡ ଜିଲା ଅତାବିରା ଓ ଭେଡେନ ବ୍ଲକ ଅଞ୍ଚଳରେ ରବିଧାନ ଫସଲ ନଷ୍ଟ ହୋଇଛି ।

ତୃତୀୟ ଦିନରେ ଗ୍ରାମୀଣ ଡାକ କର୍ମଚାରୀଙ୍କ ଧର୍ମଘଟ

ତୃତୀୟ ଦିନରେ ଗ୍ରାମୀଣ ଡାକ କର୍ମଚାରୀଙ୍କ ଧର୍ମଘଟ

ବଲାଙ୍ଗୀର ଅଫିସ, ୨୪ା୫ ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘ(ଏଆଇଜିଡିଏସ୍‌ୟୁ) ଏବଂ ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ(ଏନ୍‌ୟୁଜିଡିଏସ୍‌) ମିଳିତ କ୍ରିୟାନୁଷ୍ଠାନ କମିଟି ବଲାଙ୍ଗୀର ଡାକ ମଣ୍ଡଳ ତରଫରୁ ୩ଦିନ ହେଲା ଧର୍ମଘଟ ଜାରି ରହିଛି। ଗୁରୁବାର ତୃତୀୟ ଦିନରେ ଡାକ କର୍ମଚାରୀମାନେ ବଲାଙ୍ଗୀର ଜିଲା ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଜାରି ରଖିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଡିଏସ୍‌ ସଭାପତି ଲଳିତ କୁମାର କର, ସମ୍ପାଦକ ଦଶରଥ ଦାଶ, ଡିଏସ୍‌ୟୁ ସଭାପତି ଜୟକୃଷ୍ଣ ସାହୁ ଓ ସମ୍ପାଦକ ନୀଳାମ୍ବର ପାଣିଗ୍ରାହୀଙ୍କ ନେତୃତ୍ୱରେ ଡାକ କର୍ମଚାରୀମାନେ ଧାରଣା ଦେବା ସହ କେନ୍ଦ୍ର ସରକାରଙ୍କ ବାଛବିଚାର ନୀତିକୁ ନେଇ ନାରାବାଜି କରିଥିଲେ ା ଧାରଣାରତ ଡାକ କମ;ଚାରୀମାନେ ଅଭିଯୋଗ କରିଥିଲେ ଯେ, ଭାରତ ସରକାର ସମସ୍ତ ବିଭାଗ କର୍ମଚାରୀ ତଥା ରାଜ୍ୟସ୍ତରୀୟ ସମସ୍ତ କର୍ମଚାରୀମାନେ ସପ୍ତମ ବେତନ କମିଶନ୍‌ର ପ୍ରାପ୍ୟ ପାଇ ସାରିଛନ୍ତି ା ଗ୍ରାମୀଣ ଡାକସେବକ କର୍ମଚାରୀମାନଙ୍କ ପାଇଁ ଭାରତ ସରକାର ସ୍ବତନ୍ତ୍ର ଭାବେ କମଲେଶ ଚନ୍ଦ୍ର କମିଟି ବସାଇଥିଲେ। ଏହି କମିଟି ୧ବର୍ଷ ପୂର୍ବରୁ ସମସ୍ତ ରିପୋର୍ଟ ସରକାରଙ୍କୁ ଦେଇସାରିଲାଣି। ଏଥିପାଇଁ ରିଭ୍ୟୁ କମିଟି ବସି ରିପୋର୍ଟ ଦାଖଏ କରିସାରିଲେଣି।

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ରାସ୍ତାକାମରେ ଅନିୟମିତତା

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ରାସ୍ତାକାମରେ ଅନିୟମିତତା

ଖପ୍ରାଖୋଲ, ୨୪ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଓଡିଆପାଲି ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗାଁରୁ ଖଲାବାହାଲ ପଡାଯାଏଁ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି ା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କରାଯାଇଥବା ଏହି ରାସ୍ତା କାମରେ ନିୟୋଜିତ ନ ହୋଇ ମଧ୍ୟ କେତେକଙ୍କ ପାସ୍‌ ବହିରେ ଟଙ୍କା ଜମା ହୋଇଛି ା ସେହିପରି ଏହି କାମ ହୋଇଥିବା ରାସ୍ତାଟି ଘରୋଇ ଜମି ଉପରେ ଥିଲେ ବି କିଭଳି ଲକ୍ଷଲକ୍ଷ ଟଙ୍କା ବିଲ ହୋଇଛି ତାହା ପଶ୍ନବାଚୀ ସୃଷ୍ଟି କରିଛି।

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ରାଉରକେଲା ଅଫିସ, ୨୪।୫-ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ। ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି।

ବଢ଼ୁଛି ସଡକ ଦୁର୍ଘଟଣା: ଗୋଡଭଗା-ତୁରୁମ ରାଜ୍ୟ ରାଜପଥ ଅସୁରକ୍ଷିତ

ବଢ଼ୁଛି ସଡକ ଦୁର୍ଘଟଣା: ଗୋଡଭଗା-ତୁରୁମ ରାଜ୍ୟ ରାଜପଥ ଅସୁରକ୍ଷିତ

ଅତାବିରା, ୨୪।୫ (ଡି.ଏନ.ଏ)- ଜାତୀୟ ରାଜପଥ ୫୩ ସମ୍ବଲପୁର-ବରଗଡ ଓ ଗୋଡଭଗା-ତୁରୁମ-ସୋନପୁର ୫୪ ନମ୍ବର ରାଜ୍ୟ ରାଜପଥରେ ପ୍ରତିଦିନ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ବେପରୁଆ ଗାଡି ଚାଲାଣ, ଅଣତାଲିମପ୍ରାପ୍ତ ଡ୍ରାଇଭର, ନାବାଳକ ଡ୍ରାଇଭର ବିଭିନ୍ନ ଯାନବାହାନ ଚଳାଚଳ, ନିଶାଶକ୍ତ ଅବସ୍ଥାରେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ବଢ଼ୁଛି ସଡକ ଦୁର୍ଘଟଣା।

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ଅତାବିରା, ୨୪।୫ (ଡି.ଏନ.ଏ)- ବରଗଡ ଜିଲା ଗୋଡଭଗା-ତୁରୁମ ୫୪ନମ୍ବର ରାଜ୍ୟ ରାଜପଥ ଦେଶଭଟିଲି- ଦେଶପର୍ଥଲା ମଝିରେ ବୁଧବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭେଡେନ ଥାନା ତଥା ରୁଷୁଡା ଫାଣ୍ଡି ଅଧିନସ୍ଥ ଦେଶଭଟିଲି ଗ୍ରାମର ବିଷ୍ଣୁ ସେଣ (୪୦)।

ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ଦନ୍ତାହାତୀ ମୃତ, କାରଣ ଅସ୍ପଷ୍ଟ

ଜମନକିରା,୨୪।୫(ଡି.ଏନ୍‌.ଏ) ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ରମା ରେଞ୍ଜ ଅନ୍ତର୍ଗତ ଟନସରା ଗାଁ ନିକଟ ନାଳାରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଗୁରୁବାର ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ।

ପୋଲିସ ନାଁରେ ୪୨୦ ମାମଲା: ରାଜନୈତିକ ଚାପରେ ନିରପେକ୍ଷତା ନଷ୍ଟ

ପୋଲିସ ନାଁରେ ୪୨୦ ମାମଲା: ରାଜନୈତିକ ଚାପରେ ନିରପେକ୍ଷତା ନଷ୍ଟ

ଝାରସୁଗୁଡା ଅଫିସ,୨୪।୫- ଅନେକ ସମୟରେ ପୋଲିସ ବିଭାଗ ଟଙ୍କା, ମାରଣାସ୍ତ୍ର, ମୂଲ୍ୟବାନ ସାମଗ୍ରୀ ଜବତ କରୁଛି। ଜବତ କରିବା ପରେ ସେଗୁଡିକ କୋର୍ଟରେ ଜିମା ମଧ୍ୟ ଦେଉଛି। କିନ୍ତୁ ଝାରସୁଗୁଡା ଜିଲା ଲଇକେରା ଥାନାରେ ଘଟିଥିବା ଏକ ଘଟଣାରେ ତତ୍କାଳୀନ ଥାନା ଅଧିକାରୀ ଜବତ୍‌ ଟଙ୍କା ହଡପ କରି ନେଇଛନ୍ତି।

ମହାରାଣୀ ସାଗରରେ ଲାଟ୍ରିନ୍‌ ଟାଙ୍କି, ଡ୍ରେନ୍‌ ପାଣି: ଜବରଦଖଲ ଉଚ୍ଛେଦକୁ ନେଇ ମ୍ୟୁନିସିପାଲିଟି ନରମ

ମହାରାଣୀ ସାଗରରେ ଲାଟ୍ରିନ୍‌ ଟାଙ୍କି, ଡ୍ରେନ୍‌ ପାଣି: ଜବରଦଖଲ ଉଚ୍ଛେଦକୁ ନେଇ ମ୍ୟୁନିସିପାଲିଟି ନରମ

ବଲାଙ୍ଗୀର ଅଫିସ,୨୪।୫- ବଲାଙ୍ଗୀର ସହରର ବୃହତ୍‌ ଜଳାଶୟ ମହାରାଣୀ ସାଗରରେ ପ୍ରତ୍ୟହ ହଜାର ହଜାର ଲୋକ ସ୍ନାନ କାର୍ଯ୍ୟ ସମାପନ କରିଥାନ୍ତି। ଜଳାଶୟରୁ ପୂଜାର୍ଚ୍ଚନା ପାଇଁ କଳସ ଶୋଭାଯାତ୍ରା କରାଯାଇଥାଏ।

ଫୁର୍ଲିଝରଣ ଜଳପ୍ରପାତ: ପ୍ରାୟ ଏକ ବର୍ଷ ହେବ ବନ୍ଦ ପଡ଼ିଛି, ପୁନରୁଦ୍ଧାର ପାଇଁ କାହାରି ଦୃଷ୍ଟିନାହିଁ

ଫୁର୍ଲିଝରଣ ଜଳପ୍ରପାତ: ପ୍ରାୟ ଏକ ବର୍ଷ ହେବ ବନ୍ଦ ପଡ଼ିଛି, ପୁନରୁଦ୍ଧାର ପାଇଁ କାହାରି ଦୃଷ୍ଟିନାହିଁ

ଭବାନୀପାଟଣା,୨୪।୫(ଡି.ଏନ.ଏ.)- ପର୍ଯ୍ୟାଟନସ୍ଥଳି ଫୁର୍ଲିଝରଣର ପୁନରୁଦ୍ଧାର ପାଇଁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୧୧ ଦଫା ଦାବିପତ୍ର ଦେବା ସହ ବୁଧବାର ସାଇନିଙ୍ଗ କଳାହାଣ୍ଡିର ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ ଭୁବନେଶ୍ୱରରେ ପିସିସିଏଫଙ୍କୁ ଭେଟି ଉକ୍ତ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି।

୨୫ରୁ ଘରୋଇ ହସ୍ପିଟାଲ ସଂଘର ଧର୍ମଘଟ

୨୫ରୁ ଘରୋଇ ହସ୍ପିଟାଲ ସଂଘର ଧର୍ମଘଟ

ଝାରସୁଗୁଡା ଅଫିସ,୨୪।୫- ସାତ ଦଫା ଦାବି ପୂରଣ ପାଇଁ ଅଲ ଓଡ଼ିଶା ଘରୋଇ ମେଡିକାଲ ସଂଘ ୨୫ ତାରିଖ ଶୁକ୍ରବାର ଠାରୁ ଧର୍ମଘଟକୁ ଓହ୍ଲାଇବ। ୨୪ ତାରିଖ ସୁଦ୍ଧା ସରକାର ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ସଂଘ ଧର୍ମଘଟ କରିବ।