ଖେଳ |

ଚେନ୍ନାଇନ୍‌ ଏଫ୍‌ସି କୋଚ୍‌ ୩ ମ୍ୟାଚ୍‌ରୁ ବାସନ୍ଦ

ଚେନ୍ନାଇନ୍‌ ଏଫ୍‌ସି କୋଚ୍‌ ୩ ମ୍ୟାଚ୍‌ରୁ ବାସନ୍ଦ
ମାଡ୍ରାସ, ୬।୧(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଚେନ୍ନାଇନ ଏଫ୍‌ସି ଫ୍ରାଞ୍ଚାଇଜ୍‌ର ମୁଖ୍ୟ କୋଚ୍‌ ଜନ ଗ୍ରେଗୋରୀଙ୍କୁ ଆଗାମୀ ୩ଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ଗତ ୨୮ ତାରିଖରେ ଜାମଶେଦପୁର ଏଫ୍‌ସି ଓ ଚେନ୍ନାଇନ୍‌ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ସେ ମ୍ୟାଚ୍‌ ରେଫରିଙ୍କ ପ୍ରତି ଅନାବଶ୍ୟକ ଟିପ୍ପଣୀ ଦେଇଥିଲେ। ଏଥିଯୋଗୁ ତାଙ୍କୁ ଲିଗ୍‌ର ଆଗାମୀ ୩ଟି ମ୍ୟାଚ୍‌ରୁ ଆଇଏସ୍‌ଏଲ୍‌ ପକ୍ଷରୁ ବାସନ୍ଦ କରାଯାଇଛି। ଏଥିସହ ତାଙ୍କୁ ଜରିମାନା ବାବଦକୁ ୪ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ପଡ଼ିବ। ଉକ୍ତ ଘଟଣାରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘର (ଏଆଇଏଫ୍‌ଏଫ୍‌)ର ଶୃଙ୍ଖଳା କମିଟି ଗ୍ରେଗୋରୀଙ୍କ ତ୍ରୁଟି ଥିବା ଦର୍ଶାଇଛି। ଏହା ବ୍ୟତୀତ ଆଇଏସ୍‌ଏଲ୍‌ ପକ୍ଷରୁ ପ୍ରକାଶ ପାଇଥିବା ଅନ୍ୟ ଏକ ବିଜ୍ଞପ୍ତିରେ ଦିଲ୍ଲୀ ଡାଇନାମୋସ କୋଚ୍‌ କ୍ଲାଉଡିଆ ମାଟିଆସ ଓ ମୁମ୍ବାଇ ସିଟି ଏଫ୍‌ସି ଦଳର କୋଚ୍‌ ଶେହନାଜ ସିଂଙ୍କୁ ଯଥାକ୍ରମେ ୪ ଓ ୨ଟି ମ୍ୟାଚ୍‌ ବାସନ୍ଦ କରାଯାଇଛି। ସେହିଭଳି ଉଭୟ କୋଚ୍‌ଙ୍କୁ ୩ ଓ ୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ କୁହାଯାଇଛି। ଜରିମାନା ବାବଦକୁ ଅର୍ଥରାଶି ଆଗାମୀ ୧୦ ଦିନ ମଧ୍ୟରେ ଏଆଇଏଫ୍‌ଏଫ୍‌ ପୈଠ କରା ନ ଗଲେ ବାସନ୍ଦାଦେଶର ସମୟସୀମା ବୃଦ୍ଧି କରାଯିବ ବୋଲି ତାଗିଦ୍‌ କରାଯାଇଛି।
All Right Reserved By

ଖେଳ |

୫,୦୦୦ କ୍ଲବରେ ଧାଓ୍ବନ

୫,୦୦୦ କ୍ଲବରେ ଧାଓ୍ବନ

ନାପିଏର,୨୩।୧- ଭାରତୀୟ କ୍ରିକେଟ ଟିମ୍‌ ଓପନର ଶିଖର ଧାଓ୍ବନ ୫,୦୦୦ କ୍ଲବରେ ସାମିଲ ହୋଇଛନ୍ତି। ଏଥିସହ ସେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ସହ ସମକକ୍ଷ ହୋଇଛନ୍ତି।

ଭିନ୍ନ କାରଣରୁ ଖେଳ ସ୍ଥଗିତ

ଭିନ୍ନ କାରଣରୁ ଖେଳ ସ୍ଥଗିତ

ନାପିଏର,୨୩।୧- ଖରାପ ପାଗ, ବର୍ଷା କିମ୍ବା ଆଲୋକ ଅଭାବରୁ କ୍ରିକେଟ ମ୍ୟାଚ ବନ୍ଦ ହୁଏ। ହେଲେ ସ୍ଥାନୀୟ ମ୍ୟାକଲିନ ପାର୍କଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଭିନ୍ନ କାରଣରୁ ଖେଳ ବନ୍ଦ ହୋଇଛି।

ଦ୍ରୁତତମ ଭାରତୀୟ ସାମି

ଦ୍ରୁତତମ ଭାରତୀୟ ସାମି

ନାପିଏର,୨୩।୧- ପେସର ମହମ୍ମଦ ସାମି ବୁଧବାର ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୧୦୦ତମ ଉଇକେଟ ନେଇଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ଦେଶର ଦ୍ରୁତତମ ଭାରତୀୟ ପେସର। 

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ନାପିଏର,୨୩।୧- ଭାରତୀୟ ବୋଲରମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଏଠାରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କୁ ଉଚିତ ସମ୍ମୁଖୀନ ହୋଇ ନ ପାରି ଘରୋଇ ନ୍ୟୁଜିଲାଣ୍ଡ ଦଳ ମାତ୍ର ୩୮ ଓଭରରେ ୧୫୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ନୂଆଦିଲ୍ଲୀ, ୨୩।୧ (ପି.ଟି.)- ଭାରତର ପ୍ରାକ୍ତନ ହକି ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ରାଘବୀର ସିଂ ଭୋଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

କଟକ ଅଫିସ,୨୩।୧- ରାଜକୋଟର ଏସ୍‌ସିଏ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ମହିଳା ଟି-୨୦ ଲିଗ୍‌ରେ ଓଡ଼ିଶା ୯ ଉଇକେଟରେ ରେଲୱେଠାରୁ ପରାସ୍ତ ହୋଇଛି।

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଭୁବନେଶ୍ୱର, ୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଇଣ୍ଟର ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ-୨୦୧୯ ଆୟୋଜିତ ହୋଇଯାଇଛି। 

ଭିବିଏସ୍‌ଠାରୁ ହାରିଲା ଉତ୍କଳ

ଭିବିଏସ୍‌ଠାରୁ ହାରିଲା ଉତ୍କଳ

କଟକ ଅଫିସ,୨୩।୧- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ମଙ୍ଗଳବାଠାରୁ ଲିଗ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇଛି। ୪ଟି ପୁଲର ଶୀର୍ଷ ୪ଟି ଦଳକୁ ନେଇ ଏହି ଫାଇନାଲ ପର୍ଯ୍ୟାୟ ହେବ। 

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ମୁଖ୍ୟ ଡ୍ର’ରେ ଶୁଭଙ୍କର

ଜାକର୍ତ୍ତା, ୨୩ା୧ (ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଶୁଭଶଙ୍କର ଦେ ପୁରୁଷ ସିଙ୍ଗଲ୍ସ କ୍ୱାଲିଫାଇଙ୍ଗ ରାଉଣ୍ଡରେ କ୍ରମାଗତ ବିଜୟ ସହ ଏଠାରେ ଚାଲିଥିବା ୩୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ  ଇଣ୍ଡୋନେସିଆ ମାଷ୍ଟର୍ସ ମୁଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି।

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ମୋନାକୋ, ୨୨ା୧ (ପି.ଟି.)- ଫେବୃୟାରୀ ୧୮ରେ ହେବାକୁଥିବା ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ପୁରସ୍କାର ବିତରଣ ଉତ୍ସବରେ ଅନେକ କ୍ରୀଡ଼ା କିମ୍ବଦନ୍ତୀ ଉପସ୍ଥିତ ରହିବେ। 

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ପୁରୁଣା ଭୁବନେଶ୍ୱର,୨୩।୧ (ଡି.ଏନ୍‌.ଏ)- ସ୍ଥାନୀୟ ବାଙ୍କୁଆଳ ଖେଳପଡିଆରେ ଚାଲିଥିବା ଜଗବନ୍ଧୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ କଟକର ଫ୍ରେଣ୍ଡ୍ସ କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି। 

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ପୁରୁଣା ଭୁବନେଶ୍ୱର, ୨୩।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳ ପଡିଆଠାରେ ଚାଲିଥିବା ବିହାରୀଲାଲ ଜେନା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି।