ଅନ୍ତର୍ଜାତୀୟ |

ଗୁପ୍ତରେ ବାହାହେଲେ ଇମ୍ରାନ୍‌

ଗୁପ୍ତରେ ବାହାହେଲେ ଇମ୍ରାନ୍‌

ଇସ୍‌ଲାମାବାଦ,୬।୧: ପାକିସ୍ତାନର ତେହରିକ-ଏ-ଇନ୍‌ସାଫ୍‌ର ମୁଖ୍ୟ ଇମ୍ରାନ୍‌ ଖାନ୍‌ ତୃତୀୟ ବିବାହ କରି ଏବେ ପୁଣିଥରେ ଚର୍ଚ୍ଚାରେ। ନୂଆବର୍ଷରେ ଇମ୍ରାନ୍‌ ଲାହୋରରେ ଲୁଚିଛପି ବିବାହ କରିଥିବା କୁହାଯାଉଛି। ଏହା ତାଙ୍କର ତୃତୀୟ ବିବାହ। ଏଥର ସେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କୁ ବିବାହ କରିଛନ୍ତି। ଜାନୁୟାରୀ ୧ ରାତିରେ ସେ ବିବାହ କରିବା ପରେ ନୂଆବର୍ଷ ପାଳନ କରିଥିଲେ। ତା’ପରଦିନ ଇସ୍‌ଲାମାବାଦରେ ଥିବା ଆତଙ୍କବାଦ ବିରୋଧୀ ଅଦାଲତରେ ହାଜର ହୋଇଥିଲେ। ୨୦୧୪ରୁ ଚାଲିଥିବା ଏକ ମାମଲାର ଶୁଣାଣି ପାଇଁ ସେ ଅଦାଲତ ଯାଇଥିଲେ। ପରେ ତାଙ୍କୁ ଜାମିନ ମିଳିଯାଇଥିଲା। ହେଲେ ତାଙ୍କର ଏହି ବିବାହକୁ ଇମ୍ରାନ୍‌ଙ୍କ ରାଜନୈତିକ ସଚିବ ଅବିନ ଚୌଧୁରୀ ଖଣ୍ଡନ କରିଛନ୍ତି। ଯଦି ଇମ୍ରାନ୍‌ ବିବାହ କରନ୍ତି, ତେବେ ୨୦୧୮ ସାଧାରଣ ନିର୍ବାଚନ ପରେ ବୋଲି ଅବିନ କହିଛନ୍ତି

All Right Reserved By

Model This Week

ସନ୍ତୋଷ

ଅନ୍ତର୍ଜାତୀୟ |

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ନୂଆଦିଲ୍ଲୀ,୨୬।୫: ଆଫ୍ରିକାନ୍‌ ୟୁନିୟନ ପକ୍ଷରୁ ଶୁକ୍ରବାର ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଇ କେତେଜଣ ପ୍ରବାସୀ ଆଫ୍ରିକୀୟ ନୂଆଦିଲ୍ଲୀରେ ଏକାଠି ହୋଇଥିଲେ। ଏହି ଉତ୍ସବରେ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ।

ଜୁଭେନାଇଲ୍‌ ଜେଲ୍‌ରେ ନିଆଁ: ୯ ନାବାଳିକା ମୃତ

ଜୁଭେନାଇଲ୍‌ ଜେଲ୍‌ରେ ନିଆଁ: ୯ ନାବାଳିକା ମୃତ

ରିଓ ଡି ଜେନେରିଓ,୨୬।୫: ବ୍ରାଜିଲର ଗୋଏନିଆସ୍ଥିତ ଏକ ଜୁଭେନାଇଲ୍‌ ଜେଲ୍‌ରେ ଶୁକ୍ରବାର ନିଆଁ ଲାଗିଯିବା ଫଳରେ ୯ ଜଣ ନାବାଳିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅସ୍ଥାୟୀ ଭାବେ ୧୩ରୁ ୧୭ ବର୍ଷ ବୟସର ନାବାଳିକା କଏଦୀଙ୍କୁ ସେଠାରେ ରଖାଯାଇଥିଲା।

ପାକିସ୍ତାନରେ ମିଳିମିଳା ଭୂତାଣୁ ନେଲା ୭ଶିଶୁଙ୍କ ଜୀବନ

ପାକିସ୍ତାନରେ ମିଳିମିଳା ଭୂତାଣୁ ନେଲା ୭ଶିଶୁଙ୍କ ଜୀବନ

ସିନ୍ଧ୍‌,୨୬।୫: ପାକିସ୍ତାନ ସିନ୍ଧ୍‌ର କାଶ୍ମୋର-ଖଣ୍ଡକୋଟ ଏବଂ ଘୋଟ୍‌କି ଜିଲାରେ ମିଳିମିଳା ଭୂତାଣୁ ବ୍ୟାପୀ ୭ଶିଶୁଙ୍କ ପ୍ରାଣହାନି ଘଟିଛି। ଦ ଟ୍ରିବ୍ୟୁନର ସୂଚନାନୁଯାୟୀ, ଉକ୍ତ ଭୂତାଣୁ ଦ୍ୱାରା ପାଖାପାଖି ଏକ ସପ୍ତାହ ଆକ୍ରାନ୍ତ ହୋଇ ରହିବା ପରେ ଶୁକ୍ରବାର ରିଆଜ୍‌ ମଲିକ(୨), ସଦୋରି ମଲିକ(୩) ଏବଂ ଆୟାସା ମାର୍‌ଓ୍ବାରି(୪) ନାମକ ୩ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

ପାକିସ୍ତାନରେ ଭାରତୀୟ ଫିଲ୍ମ ଉପରେ ଲାଗିଲା ପ୍ରତିବନ୍ଧକ

ପାକିସ୍ତାନରେ ଭାରତୀୟ ଫିଲ୍ମ ଉପରେ ଲାଗିଲା ପ୍ରତିବନ୍ଧକ

ଇସ୍‌ଲାମାବାଦ,୨୫।୫: ଇଦ୍‌ ସମୟରେ ପାକିସ୍ତାନରେ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନକୁ ନେଇ ପାକିସ୍ତାନ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ମେ ୨୪ରେ ପାକିସ୍ତାନ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଅଧିସୂଚନା ଅନୁଯାୟୀ, ଇଦ୍‌ର ୨ ଦିନ ପୂର୍ବରୁ ଏବଂ ଛୁଟିର ୨ ସପ୍ତାହ ପର୍ଯ୍ୟନ୍ତ ପାକିସ୍ତାନରେ କୌଣସି ଭାରତୀୟ ଅବା ବିଦେଶୀ ଫିଲ୍ମ ଚାଲି ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ମେ’୩୦ରୁ ଭାରତ-ନେପାଳ ମିଳିତ ସମରାଭ୍ୟାସ

ମେ’୩୦ରୁ ଭାରତ-ନେପାଳ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୫।୫ : ଭାରତ-ନେପାଳ ମିଳିତ ସମରାଭ୍ୟାସ ସୂର୍ଯ୍ୟକିରଣ-୧୩ ମେ’୩୦ ତାରିଖଠାରୁ ଆରମ୍ଭ ହେବ। ଏହା ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏହା ଅନୁଷ୍ଠିତ ହେବ।

କନାଡାରେ ଥିବା ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ: ୧୫ ଆହତ

କନାଡାରେ ଥିବା ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ: ୧୫ ଆହତ

ଓଣ୍ଟାରିଓ/ନୂଆଦିଲ୍ଲୀ,୨୫।୫: କାନାଡାର ଟରଣ୍ଟୋରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରେ ଗୁରୁବାର ହୋଇଥିବା ଏକ ବିସ୍ଫୋରଣରେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।

ରୋନାଲ୍ଡିହ୍ନୋ ଗୋଟିଏ ଦିନରେ ଦୁଇ ମହିଳାଙ୍କୁ କରିବେ ବିବାହ

ରୋନାଲ୍ଡିହ୍ନୋ ଗୋଟିଏ ଦିନରେ ଦୁଇ ମହିଳାଙ୍କୁ କରିବେ ବିବାହ

ନୂଆଦିଲ୍ଲୀ/ବ୍ରାସିଲିଆ,୨୫।୫ : ବ୍ରାଜିଲ୍‌ର ପୂର୍ବତନ ଷ୍ଟାର ଫୁଟବଲ ତାରକା ରୋନାଲ୍ଡିହ୍ନୋଙ୍କ ବିବାହ ନେଇ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। ରୋନାଲ୍ଡିହ୍ନୋ ଆସନ୍ତା ଅଗଷ୍ଟ ମାସରେ ଦୁଇ ଜଣ ମହିଳାଙ୍କୁ ଗୋଟିଏ ଦିନରେ ବିବାହ କରିବାକୁ ଯାଉଛନ୍ତି। ଗତ ୬ମାସ ଧରି ସେମାନେ ୩ଜଣ ଲିଭ୍‌ଇନ୍‌ରେ ରହୁଛନ୍ତି। ରୋନାଲ୍ଡିହ୍ନୋଙ୍କ ଦୁଇ ପ୍ରେମିକା ହେଉଛନ୍ତି ପ୍ରିସ୍କିଲ୍‌ କୋଏଲୋ ଏବଂ ବିଟ୍ରିଜ୍‌ ସୁଜା।

ସଦ୍ଦାମ ହୁସେନ୍‌ଙ୍କ ଜାହାଜ ହେଲା ହୋଟେଲ

ସଦ୍ଦାମ ହୁସେନ୍‌ଙ୍କ ଜାହାଜ ହେଲା ହୋଟେଲ

ବସ୍ରା,୨୪।୫: ଇରାକ୍‌ର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ସଦ୍ଦାମ ହୁସେନ୍‌ଙ୍କ ୩୦ ମିଲିୟନ୍‌ ଡଲାରର ଜାହାଜ ‘ବସ୍ରା ବ୍ରିଜ୍‌’କୁ ହୋଟେଲ ରୂପେ ପୁନଃ ନିର୍ମାଣ କରାଯାଇଛି। ଏହାକୁ ବସ୍ରା ଆସୁଥିବା ଏବଂ ଯାଉଥିବା ସାମୁଦ୍ରିକ ପାଇଲଟ୍‌ଙ୍କ ରହଣି ପାଇଁ ବ୍ୟବହାର କରାଯିବ।

ଇଟାଲୀରେ ରେଳ ଦୁର୍ଘଟଣା: ୨ ମୃତ

ଇଟାଲୀରେ ରେଳ ଦୁର୍ଘଟଣା: ୨ ମୃତ

ରୋମ୍‌,୨୪।୫: ଉତ୍ତର ଇଟାଲୀର ପିଡ୍‌ମଣ୍ଟ ଅଞ୍ଚଳରେ ଟ୍ରକ୍‌କୁ ଧକ୍କା ଦେଇ ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଅନୂ୍ୟନ ୧୮ଜଣ ଆହତ ହୋଇଛନ୍ତି।

ଓମାନ୍‌ମୁହାଁ ‘ମେକୁନୁ’

ଓମାନ୍‌ମୁହାଁ ‘ମେକୁନୁ’

ମସ୍କାଟ/ନୂଆଦିଲ୍ଲୀ,୨୪।୫: ‘ମେକୁନୁ’ ଘୂର୍ଣ୍ଣିଝଡ଼ ଏବେ ସୋକୋତ୍ରା ଦ୍ୱୀପର ନିକଟତର ହୋଇଛି। ଚଳିତ ସପ୍ତାହ ଶେଷସୁଦ୍ଧା ଏହା ଓମାନରେ ତାଣ୍ଡବ ରଚିବ ବୋଲି ସୂଚନା ମିଳିଛି।

ବାଗଦାଦ କାଫେ ବିସ୍ଫୋରଣ: ୪ ମୃତ

ବାଗଦାଦ କାଫେ ବିସ୍ଫୋରଣ: ୪ ମୃତ

ବାଗଦାଦ,୨୪।୫: ବାଗଦାଦର ଏକ କାଫେରେ ରୋଜା ଭାଙ୍ଗିବା ପାଇଁ କେତେକ ଲୋକେ ଏକାଠି ହୋଇଥିଲେ। ଏହି ସମୟରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଫଳରେ ଅତିକମ୍‌ରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୧୬ରୁ ଅଧିକ ଆହତ ହୋଇଥିବା ବାଗଦାଦ ପୋଲିସ ଗୁରୁବାର ସୂଚନା ଦେଇଛି।

ପାକ୍‌ ବିଶ୍ୱବିଦ୍ୟାଳୟ ନିୟମ: ଛାତ୍ରୀଛାତ୍ରଙ୍କ ମଧ୍ୟରେ ରହିବ ୬ ଇଞ୍ଚ ଦୂରତା

ପାକ୍‌ ବିଶ୍ୱବିଦ୍ୟାଳୟ ନିୟମ: ଛାତ୍ରୀଛାତ୍ରଙ୍କ ମଧ୍ୟରେ ରହିବ ୬ ଇଞ୍ଚ ଦୂରତା

ଇସ୍‌ଲାମାବାଦ,୨୪।୫: ପାକିସ୍ତାନର ବାହାରିଆ ୟୁନଭରସିଟିରେ ଏକ ଅଜବ ନିୟମ ଘୋଷଣା କରାଯାଇଛି। କ୍ୟାମ୍ପସ୍‌ରେ ଥିବା ସମୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୬ ଇଞ୍ଚର ଦୂରତା ରହିବା ଉଚିତ।