ଅନ୍ତର୍ଜାତୀୟ |

ପାକିସ୍ତାନରେ ଚାଇନା କରିବ ଦ୍ୱିତୀୟ ବିଦେଶୀ ନାଭାଲ୍‌ ବେସ୍‌

ପାକିସ୍ତାନରେ ଚାଇନା କରିବ ଦ୍ୱିତୀୟ ବିଦେଶୀ ନାଭାଲ୍‌ ବେସ୍‌
ବେଜିଂ,୬।୧: ଜିବୌଟି ପରେ ଚାଇନା ପୁଣିଥରେ ପାକିସ୍ତାନରେ ତା’ର ଦ୍ୱିତୀୟ ବିଦେଶୀ ନାଭାଲ୍‌ ବେସ୍‌ ନିର୍ମାଣ କରିବାର ଯୋଜନା କରୁଛି। ପାକିସ୍ତାନର ଗଦ୍ୱାର ପୋର୍ଟ ନିକଟରେ ଚାଇନା ଏହି ନାଭାଲ୍‌ ବେସ୍‌ ପ୍ରତିଷ୍ଠା କରିବ ବୋଲି ସୂଚନା ମିଳିଛି। ଉକ୍ତ ନାଭାଲ୍‌ ବେସ୍‌ ନିର୍ମାଣ କରାଗଲେ ଭାରତର ଚିନ୍ତା ବଢିଯିବ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଆମେରିକା ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରୁ ଚାଇନା ଫାଇଦା ଉଠାଇବା ପାଇଁ ଏହି ଯୋଜନା କରିଥିବା କୁହାଯାଉଛି।
All Right Reserved By

ଅନ୍ତର୍ଜାତୀୟ |

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍‌ ହେଲିକପ୍ଟର ମାମଲା: ମିଶେଲ୍‌ଙ୍କୁ ପ୍ରତ୍ୟାର୍ପଣ ଆଦେଶ

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍‌ ହେଲିକପ୍ଟର ମାମଲା: ମିଶେଲ୍‌ଙ୍କୁ ପ୍ରତ୍ୟାର୍ପଣ ଆଦେଶ

ନୂଆଦିଲ୍ଲୀ/ଦୁବାଇ,୧୯।୯: ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ମାମଲାରେ ଭାରତକୁ ମିଳିଛି ସଫଳତା। ଏହି ବିବାଦୀୟ ୩୬ ଶହ କୋଟି ଡିଲ୍‌ରେ ବ୍ରିଟିଶ୍‌ ବିକ୍ରେତା କ୍ରିଶ୍ଚିୟନ ମିଶେଲ୍‌ଙ୍କୁ ପ୍ରତ୍ୟାର୍ପଣ ଲାଗି ଦୁବାଇର ଏକ ଆଦାଲତ ଦେଇଛନ୍ତି ଆଦେଶ।

ତଲାକ୍‌ ପାଇଁ ବାଧ୍ୟ କରୁଛି ଅନ୍‌ଲାଇନ୍‌ ଗେମ୍‌: ଭାରତରେ ୨ଶହ ତଲାକ୍‌ ଘଟଣା

ତଲାକ୍‌ ପାଇଁ ବାଧ୍ୟ କରୁଛି ଅନ୍‌ଲାଇନ୍‌ ଗେମ୍‌: ଭାରତରେ ୨ଶହ ତଲାକ୍‌ ଘଟଣା

ଲଣ୍ଡନ/ନୂଆଦିଲ୍ଲୀ,୧୯।୯: ତଲାକ୍‌ ପାଇଁ ଏକ ଅନ୍‌ଲାଇନ୍‌ ଗେମ୍‌ ବାଧ୍ୟ କରୁଛି। ଏନେଇ ବ୍ରିଟେନ୍‌ରେ ଜାରି କରାଯାଇଛି ହାଇ ଆର୍ଲଟ। ଫୋର୍ଟ ନାଇଟ୍‌ ବ୍ୟାଟେଲ ରୟାଲ ନାମକ ଏହି ଅନ୍‌ଲାଇନ୍‌ ଗେମ୍‌ ଯୋଗୁ ତଲାକ୍‌ ଘଟଣା ବଢ଼ୁଥିବା କୁହାଯାଇଛି। 

ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଚାଲିବ ୨୦ ବର୍ଷ: ଆଲିବାବା ମୁଖ୍ୟ

ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଚାଲିବ ୨୦ ବର୍ଷ: ଆଲିବାବା ମୁଖ୍ୟ

ବେଜିଂ,୧୯।୯: ଆମେରିକା ଚାଇନା ମଧ୍ୟରେ ଆରମ୍ଭ ହୋଇଛି ବାଣିଜ୍ୟ ଯୁଦ୍ଧ। ଏହା ୨୦ ବର୍ଷ ଧରି ଚାଲିବାର ଆଶଙ୍କା ରହିଛି ବୋଲି ଇ-କମର୍ସ ବ୍ୟବସାୟ କରୁଥିବା କମ୍ପାନୀ ଆଲିବାବାର ମୁଖ୍ୟ ଜ୍ୟାକ୍‌ ମା ସତର୍କ ସୂଚନା ଦେଇଛନ୍ତି।

୨୦୧୭ରେ ୫୦ ହଜାର ଭାରତୀୟ ଗ୍ରହଣ କରିଛନ୍ତି ଆମେରିକା ନାଗରିକତ୍ୱ

୨୦୧୭ରେ ୫୦ ହଜାର ଭାରତୀୟ ଗ୍ରହଣ କରିଛନ୍ତି ଆମେରିକା ନାଗରିକତ୍ୱ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୯: ଧୀରେଧୀରେ ଆମେରିକାରେ ଭାରତୀୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୭ରେ ଆମେରିକା ୫୦ ହଜାର ୮ ଶହ ୨ ଜଣ ଭାରତୀୟଙ୍କୁ ନାଗରିକତା ପ୍ରଦାନ କରିଛି।

ରୋହିଙ୍ଗ୍ୟାଙ୍କ ପାଇଁ ସହାୟତା ପଠାଇଲା ଭାରତ

ରୋହିଙ୍ଗ୍ୟାଙ୍କ ପାଇଁ ସହାୟତା ପଠାଇଲା ଭାରତ

ଢ଼ାକା/ନୂଆଦିଲ୍ଲୀ,୧୮।୯: ମ୍ୟାନମାର୍‌ରେ ହିଂସା ଯୋଗୁ ବାଂଲାଦେଶ ପଳାୟନ କରିଥିବା ରୋହିଙ୍ଗ୍ୟାଙ୍କ ପାଇଁ ଭାରତ ୧୧ ଲକ୍ଷ ଲିଟର କିରାସିନି ଓ ୨୦ ହଜାର ଷ୍ଟୋଭ୍‌ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପଠାଇଛି। 

ପାକିସ୍ତାନରେ ନିଲାମ ହେଲା ସୌଖିନ କାର୍‌

ପାକିସ୍ତାନରେ ନିଲାମ ହେଲା ସୌଖିନ କାର୍‌

ଇସ୍‌ଲାମାବାଦ,୧୮।୯: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ସୌଖିନ କାର୍‌ଗୁଡିକର ନିଲାମି ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏଠାରେ ଥିବା କାର୍‌ ମଧ୍ୟରୁ ୭୦ଟିର ନିଲାମି ସରିଛି।

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ୧୩ ହଜାର ଫୁଟ ଉଚ୍ଚରୁ ଲମ୍ଫ ଦେଲେ ଯୁବତୀ

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ୧୩ ହଜାର ଫୁଟ ଉଚ୍ଚରୁ ଲମ୍ଫ ଦେଲେ ଯୁବତୀ

ସିକାଗୋ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶରୁ ତାଙ୍କୁ ମିଳିଛି ଅନେକ ଶୁଭେଚ୍ଛା। ହେଲେ ଜଣେ ଭାରତୀୟ ପାରାଜମ୍ପର ଶିତଲ ମହାଜନ ଭିନ୍ନ ଢଙ୍ଗରେ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଥମ ଯାତ୍ରୀ ଭାବେ ଚନ୍ଦ୍ରକୁ ଯିବେ ମେଜାଓ୍ବା

ପ୍ରଥମ ଯାତ୍ରୀ ଭାବେ ଚନ୍ଦ୍ରକୁ ଯିବେ ମେଜାଓ୍ବା

ଓ୍ବାଶିଂଟନ,୧୮।୯: ପ୍ରଥମ ଯାତ୍ରୀ ଭାବେ ଜାପାନର ୟୋସାକୁ ମେଜାଓ୍ବା ଚନ୍ଦ୍ରକୁ ଯିବେ। ଏନେଇ ସ୍ପେସ୍‌ ଏକ୍ସ୍‌ କମ୍ପାନୀର ସିଇଓ ଏଲନ୍‌ ମସ୍କ୍‌ ଘୋଷଣା କରିଛନ୍ତି। ଏଥିଲାଗି ୯୦ ମିନିଟ୍‌ର ଉଡ଼ାଣ ପାଇଁ ପ୍ରାୟ ୨୫୦ ହଜାର ଡଲାର ଖର୍ଚ୍ଚ ହେବ।

୧୫ ଘଣ୍ଟାର ବିପଦପୂର୍ଣ୍ଣ ଯାତ୍ରା: ପାଇଲଟଙ୍କ ସମେତ ଆତଙ୍କିତ ଥିଲେ ୩୭୦ ଯାତ୍ରୀ

୧୫ ଘଣ୍ଟାର ବିପଦପୂର୍ଣ୍ଣ ଯାତ୍ରା: ପାଇଲଟଙ୍କ ସମେତ ଆତଙ୍କିତ ଥିଲେ ୩୭୦ ଯାତ୍ରୀ

ନୂଆଦିଲ୍ଲୀ/ନ୍ୟୁୟର୍କ,୧୮।୯: ନୂଆଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ବୋଇଙ୍ଗ୍‌ ୭୭୭-୩୦୦ ବିମାନ ଏଆଇ-୧୦୧ରେ ୩୭୦ ଯାତ୍ରୀ ସବାର ଥିଲେ। ବିମାନର କେତେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ କାମ କରୁ ନ ଥିଲା।

୨୦୧୭ରେ ଦେଶରେ ୮ ଲକ୍ଷରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି

୨୦୧୭ରେ ଦେଶରେ ୮ ଲକ୍ଷରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି

ଜେନେଭା/ନୂଆଦିଲ୍ଲୀ,୧୮।୯: ଭାରତରେ ୨୦୧୭ରେ ୮ ଲକ୍ଷ ୨ ହଜାର ଶିଶୁଙ୍କୁ ମୃତ୍ୟୁ ଘଟିଛି। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏହି ସମୟ ମଧ୍ୟରେ ଶିଶୁକନ୍ୟାଙ୍କ ମୃତ୍ୟୁହାର ହ୍ରାସ ପାଇଛି।

୨୦୧୭ରେ ଆତଙ୍କବାଦୀ ନେଇଛନ୍ତି ୮୪ ହଜାରରୁ ଅଧିକ ଜୀବନ

୨୦୧୭ରେ ଆତଙ୍କବାଦୀ ନେଇଛନ୍ତି ୮୪ ହଜାରରୁ ଅଧିକ ଜୀବନ

ଲଣ୍ଡନ/ନୂଆଦିଲ୍ଲୀ,୧୮।୯: ପୃଥିବୀର ୬୬ଟି ଦେଶରେ ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି। ୧୨୧ଟି ଆତଙ୍କବାଦୀ ସଂଗଠନ ୨୦୧୭ରେ ୮୪ ହଜାର ୨୩ ଜଣଙ୍କ ଜୀବନ ନେଇଛନ୍ତି। 

ତାଲିବାନ ଆତଙ୍କବାଦୀ ଆକ୍ରମଣରେ ୧୦ ସୁରକ୍ଷାକର୍ମୀ ମୃତ

ତାଲିବାନ ଆତଙ୍କବାଦୀ ଆକ୍ରମଣରେ ୧୦ ସୁରକ୍ଷାକର୍ମୀ ମୃତ

କାବୁଲ,୧୭।୯: ଆଫଗାନିସ୍ତାନର ସେନା କ୍ୟାମ୍ପ ଉପରେ ସୋମବାର ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ଅତିକମରେ ୧୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ସୂଚନାମିଳିଛି।