ଖେଳ |

ଆଣ୍ଡରସନ- ସିମନ ଫାଇନାଲ

ଆଣ୍ଡରସନ- ସିମନ ଫାଇନାଲ
ପୁଣେ,୫ା୧(ପି.ଟି.) ଏଠାରେ ଚାଲିଥିବା ଟାଟା ଓପନ ମହାରାଷ୍ଟ୍ର ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଟାଇଟଲ ମୁକାବିଲା ସ୍ପଷ୍ଟ ହୋଇଛି। ଫାଇନାଲ ମ୍ୟାଚରେ ଦ୍ୱିତୀୟ ସିଡ୍‌ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ ଓ ଚତୁର୍ଥ ସିଡ ଫ୍ରାନ୍ସର ଜାଇଲ୍ସ ସିମନ ପରସ୍ପରକୁ ଭେଟିବେ। ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ବିଶ୍ୱର ୧୪ ନମ୍ବର ଖେଳାଳି ଆଣ୍ଡରସନ ୬-୭, ୭-୬, ୬-୧ ସେଟରେ ଫ୍ରାନ୍ସର ବେନୋଇଟ୍‌ ପାଇରେଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ପୂର୍ବରୁ ଅନୁଷ୍ଠିତ ପ୍ରଥମ ସେମିରେ ସିମନ ଟୁର୍ନାମେଣ୍ଟ ଫେଭରାଇଟ୍‌ ବିଶ୍ୱର ୬ ନମ୍ବର ଖେଳାଳି ତଥା ଟପ୍‌ ସିଡ୍‌ କ୍ରୋଏସିଆର ମାରିନ୍‌ ସିଲିକଙ୍କୁ ୧-୬, ୬-୩, ୬-୨ ସେଟରେ ପରାସ୍ତ କରି ପାଖାପାଖି ଦୁଇ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଏଟିପି ଓ୍ବାଲର୍‌ଡ ଟୁର ଫାଇନାଲକୁ ଉଠିଛନ୍ତି। ପୂର୍ବତନ ଟପ୍‌-୧୦ ଖେଳାଳି ସାଇମନ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗର ୮୯ତମ ସ୍ଥାନରେ ରହିଛନ୍ତି। ପ୍ରଥମ ସେଟରେ ପରାସ୍ତ ହୋଇଥିଲେ ମଧ୍ୟ ଦ୍ୱିତୀୟ ଓ ତୃତୀୟ ସେଟରେ ବିଜୟୀ ହୋଇ ସାଇମନ ବାଜି ମାରିଥିଲେ। ବିଜୟୀ ହେବା ପାଇଁ ସାଇମନଙ୍କୁ ଏକ ଘଣ୍ଟା ୫୧ ମିନିଟ ସମୟ ଆବଶ୍ୟକ ହୋଇଥିଲା। ଫାଇନାଲରେ ବିଜୟୀ ହେଲେ ସେ କ୍ୟାରିୟରର ୧୩ତମ ଏଟିପି ଟାଇଟଲ ହାସଲ କରିବେ।
All Right Reserved By

ଖେଳ |

ଦିନିକିଆ ସିରିଜ: ଭାରତ ଆଗରେ ନୂଆ ଚ୍ୟାଲେଞ୍ଜ୍‌

ଦିନିକିଆ ସିରିଜ: ଭାରତ ଆଗରେ ନୂଆ ଚ୍ୟାଲେଞ୍ଜ୍‌

ନାପିୟର, ୨୨।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ଜିତି ଇତିହାସ ସୃଷ୍ଟି କରିବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ  ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଅବତୀର୍ଣ୍ଣ ହେବ।

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌  ସେମିରେ ନାଡ଼ାଲ, କ୍ୱିଟୋଭା

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ନାଡ଼ାଲ, କ୍ୱିଟୋଭା

ମେଲବୋର୍ନ,୨୨।୧(ଏଏଫପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ମଙ୍ଗଳବାର ନବମ ଦିବସରେ ପହଞ୍ଚତ୍ଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଦୁଇ ସିଡେଡ ଖେଳାଳି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ ନଡ଼ାଲ ଓ ଅଷ୍ଟମ ସିଡ ମାନ୍ୟତା ପାଇଥିବା ଚେକ ଗଣରାଜ୍ୟର ପେଟ୍ରା କ୍ୱିଟୋଭା ସେମିଫାଇନାଲ ଟିକେଟ ହାସଲ କରିଛନ୍ତି। 

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ମୁମ୍ବାଇ,୨୨।୧(ପି.ଟି.)- ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତି ରେକର୍ଡ କରିଛି। ଏଥିନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଚୟନ କମିଟି ସଦସ୍ୟଙ୍କୁ ପୁରସ୍କୃତ କରିବା ଲାଗି ନିଷ୍ପତ୍ତି ନେଇଛି। 

ପନ୍ତ ଆଇସିସି ଏମର୍ଜିଂ କ୍ରିକେଟର

ପନ୍ତ ଆଇସିସି ଏମର୍ଜିଂ କ୍ରିକେଟର

ଦୁବାଇ,୨୨।୧(ପି.ଟି.)- ଭାରତର ଉଦୀୟମାନ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନାମ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟର ପରିଷଦ (ଆଇସିସି) ପକ୍ଷରୁ ଏମିର୍ଜିଂ ପ୍ଲେୟର ଅଫ୍‌ ଇୟର ପୁରସ୍କାର ଲାଗି ଘୋଷଣା କରାଯାଇଛି। 

‘ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି’

‘ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି’

କରାଚୀ,୨୨।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମସ୍ତ ରେକର୍ଡକୁ ବିରାଟ କୋହଲି ଭାଙ୍ଗି ଦେବେ। ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନ ପୂର୍ବତନ ବ୍ୟାଟ୍ସମ୍ୟାନ ଜାହିର ଆବାସ। 

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ଜ୍ୟାକବଙ୍କ ସହାୟତା ଲାଗି ବ୍ଲାଙ୍କ ଚେକ୍‌

ଭଦୋଦରା, ୨୨।୧- ମୃତ୍ୟୁ ସହ ସଂଘର୍ଷ କରୁଥିବା ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନଙ୍କୁ ଆର୍ଥିକ ସହାୟତା କରିବା ଲାଗି ବହୁ  ବର୍ତ୍ତମାନ ଓ ପୂର୍ବତନ ଭାରତୀୟ କ୍ରିକେଟର ହାତ ବଢ଼ାଇଛନ୍ତି। 

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା ଆଜି ବି କାଏମ ରହିଛି। ସେମିତି କିଛି ରେକର୍ଡ ସମ୍ପର୍କରେ....

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ଅଷ୍ଟ୍ରିଆରେ ଅଛି ଧ୍ୟାନ ଚାନ୍ଦଙ୍କ ଷ୍ଟାଚ୍ୟୁ

ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ହେକି ଖଳାଳି ଭାବେ ମେଜର ଧ୍ୟାନ ଚାନ୍ଦ ଜଣାଶୁଣା। ଏହି କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କୁ କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ହକି ଗୁରୁ ଭାବେ ଗ୍ରହଣ କରାଯାଏ।

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଦୁବାଇ,୨୨।୧(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଆଇସିସି ବାର୍ଷିକ ପୁରସ୍କାରରେ କ୍ଲିନ ସୁଇପ୍‌ କରିଛନ୍ତି।

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଦୁବାଇ,୨୨।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୧୮ ବର୍ଷର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ ବିରାଟ କୋହଲିଙ୍କୁ ଉଭୟ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି।  

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ମେଲବୋର୍ନ,୨୨।୧- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରୋଜର ଫେଡରର ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ।

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ (୫,୮୯୫ ମି/୧୯,୩୪୦ ଫୁଟ) ଆରୋହଣ କରିବେ ଓଡ଼ିଶାର ଦୁଇ ପର୍ବତାରୋହି ପ୍ରତିଭା କୁଶ ଆର୍ଲବ ଓ ଲିପିକା ସେଠ୍‌। ଏହି ଅଭିଯାନରେ କୋରାପୁଟ ଜିଲାର କୁଶ ଓ ବରଗଡ଼ର ଲିପିକା ସୋମବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି। କୁଶ ଓ ଲିପିକାଙ୍କୁ ବିଦାୟ ଜଣାଇବା ପାଇଁ ଏଠାରେ ଏକ ଫ୍ଲାଗ୍‌ ଅଫ୍‌ ସେରିମନି ଆୟୋଜନ ହୋଇଥିଲା।