ଖେଳ |

ପାନପୋଷ, ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲର ବୃହତ୍‌ ବିଜୟ

ପାନପୋଷ, ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲର ବୃହତ୍‌ ବିଜୟ
ଭୁବନେଶ୍ୱର, ୫।୧(କ୍ରୀଡ଼ା ପ୍ରତିନିଧି) ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଚାଲିଥିବା ୩ୟ ମେଜର ଧ୍ୟାନଚାନ୍ଦ ସ୍ମାରକୀ ସର୍ବଭାରତୀୟ ଆମନ୍ତ୍ରଣୀୟ ମହିଳା ହକି ପ୍ରତିଯୋଗିତାର ଶୁକ୍ରବାର ତୃତୀୟ ଦିବସରେ ପାନପୋଷ ସ୍ପୋଟର୍‌ସ ହଷ୍ଟେଲ ଓ ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲ ବୃହତ୍‌ ବିଜୟ ହାସଲ କରିଛନ୍ତି। ପାନପୋଷ ୧୦-୧ ଗୋଲରେ ହକି ଏକାଡେମୀ ନାଗପୁରକୁ ହରାଇଥିବାବେଳେ ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲ ୭-୧ ଗୋଲରେ ଇଷ୍ଟ ସେଣ୍ଟ୍ରାଲ ରେଲଓ୍ବେ ଧାନବାଦକୁ ପରାସ୍ତ କରିଛି। ଅନ୍ୟ ୨ଟି ମ୍ୟାଚରେ ନର୍ଥ ସେଣ୍ଟ୍ରାଲ ରେଲଓ୍ବେ, ଆଲ୍ଲାହାବାଦ ୬-୦ ଗୋଲରେ ୟୁକୋ ବ୍ୟାଙ୍କ ଚଣ୍ଡିଗଡ଼କୁ ଏବଂ ନର୍ଥ ଇଷ୍ଟର୍ନ ରେଲଓ୍ବେ ଗୋରଖପୁର ୯-୦ ଗୋଲରେ ଷ୍ଟିଲପ୍ଲାଣ୍ଟ ସ୍ପୋଟର୍‌ସ ବୋର୍ଡ ଭିଲାଇକୁ ହରାଇ ଦେଇଛି। ପ୍ରତିଯୋଗିତାରେ ଉଭୟ ପାନପୋଷ ଓ ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲର ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରହିଛି।
All Right Reserved By

ଖେଳ |

୫,୦୦୦ କ୍ଲବରେ ଧାଓ୍ବନ

୫,୦୦୦ କ୍ଲବରେ ଧାଓ୍ବନ

ନାପିଏର,୨୩।୧- ଭାରତୀୟ କ୍ରିକେଟ ଟିମ୍‌ ଓପନର ଶିଖର ଧାଓ୍ବନ ୫,୦୦୦ କ୍ଲବରେ ସାମିଲ ହୋଇଛନ୍ତି। ଏଥିସହ ସେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ସହ ସମକକ୍ଷ ହୋଇଛନ୍ତି।

ଭିନ୍ନ କାରଣରୁ ଖେଳ ସ୍ଥଗିତ

ଭିନ୍ନ କାରଣରୁ ଖେଳ ସ୍ଥଗିତ

ନାପିଏର,୨୩।୧- ଖରାପ ପାଗ, ବର୍ଷା କିମ୍ବା ଆଲୋକ ଅଭାବରୁ କ୍ରିକେଟ ମ୍ୟାଚ ବନ୍ଦ ହୁଏ। ହେଲେ ସ୍ଥାନୀୟ ମ୍ୟାକଲିନ ପାର୍କଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଭିନ୍ନ କାରଣରୁ ଖେଳ ବନ୍ଦ ହୋଇଛି।

ଦ୍ରୁତତମ ଭାରତୀୟ ସାମି

ଦ୍ରୁତତମ ଭାରତୀୟ ସାମି

ନାପିଏର,୨୩।୧- ପେସର ମହମ୍ମଦ ସାମି ବୁଧବାର ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୧୦୦ତମ ଉଇକେଟ ନେଇଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ଦେଶର ଦ୍ରୁତତମ ଭାରତୀୟ ପେସର। 

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ନାପିଏର,୨୩।୧- ଭାରତୀୟ ବୋଲରମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଏଠାରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କୁ ଉଚିତ ସମ୍ମୁଖୀନ ହୋଇ ନ ପାରି ଘରୋଇ ନ୍ୟୁଜିଲାଣ୍ଡ ଦଳ ମାତ୍ର ୩୮ ଓଭରରେ ୧୫୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ନୂଆଦିଲ୍ଲୀ, ୨୩।୧ (ପି.ଟି.)- ଭାରତର ପ୍ରାକ୍ତନ ହକି ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ରାଘବୀର ସିଂ ଭୋଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

କଟକ ଅଫିସ,୨୩।୧- ରାଜକୋଟର ଏସ୍‌ସିଏ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ମହିଳା ଟି-୨୦ ଲିଗ୍‌ରେ ଓଡ଼ିଶା ୯ ଉଇକେଟରେ ରେଲୱେଠାରୁ ପରାସ୍ତ ହୋଇଛି।

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଭୁବନେଶ୍ୱର, ୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଇଣ୍ଟର ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ-୨୦୧୯ ଆୟୋଜିତ ହୋଇଯାଇଛି। 

ଭିବିଏସ୍‌ଠାରୁ ହାରିଲା ଉତ୍କଳ

ଭିବିଏସ୍‌ଠାରୁ ହାରିଲା ଉତ୍କଳ

କଟକ ଅଫିସ,୨୩।୧- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ମଙ୍ଗଳବାଠାରୁ ଲିଗ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇଛି। ୪ଟି ପୁଲର ଶୀର୍ଷ ୪ଟି ଦଳକୁ ନେଇ ଏହି ଫାଇନାଲ ପର୍ଯ୍ୟାୟ ହେବ। 

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ମୁଖ୍ୟ ଡ୍ର’ରେ ଶୁଭଙ୍କର

ଜାକର୍ତ୍ତା, ୨୩ା୧ (ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଶୁଭଶଙ୍କର ଦେ ପୁରୁଷ ସିଙ୍ଗଲ୍ସ କ୍ୱାଲିଫାଇଙ୍ଗ ରାଉଣ୍ଡରେ କ୍ରମାଗତ ବିଜୟ ସହ ଏଠାରେ ଚାଲିଥିବା ୩୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ  ଇଣ୍ଡୋନେସିଆ ମାଷ୍ଟର୍ସ ମୁଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି।

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ମୋନାକୋ, ୨୨ା୧ (ପି.ଟି.)- ଫେବୃୟାରୀ ୧୮ରେ ହେବାକୁଥିବା ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ପୁରସ୍କାର ବିତରଣ ଉତ୍ସବରେ ଅନେକ କ୍ରୀଡ଼ା କିମ୍ବଦନ୍ତୀ ଉପସ୍ଥିତ ରହିବେ। 

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ପୁରୁଣା ଭୁବନେଶ୍ୱର,୨୩।୧ (ଡି.ଏନ୍‌.ଏ)- ସ୍ଥାନୀୟ ବାଙ୍କୁଆଳ ଖେଳପଡିଆରେ ଚାଲିଥିବା ଜଗବନ୍ଧୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ କଟକର ଫ୍ରେଣ୍ଡ୍ସ କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି। 

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ପୁରୁଣା ଭୁବନେଶ୍ୱର, ୨୩।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳ ପଡିଆଠାରେ ଚାଲିଥିବା ବିହାରୀଲାଲ ଜେନା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି।