ଅନଗୁଳ-ଢେଙ୍କାନାଳ

ଜହର ହେଲାଣି ଟିକିରା ଜଳ

ଜହର ହେଲାଣି ଟିକିରା ଜଳ

ତାଳଚେର/କଣିହାଁ ୩।୧(ନି.ପ୍ର.)-ଅନୁଗୋଳ ଜିଲା କଣିହାଁସ୍ଥିତ ଏନ୍‌ଟିପିସି ପାଉଁଶ ପୋଖରୀରୁ ପାଉଁଶ ମିଶ୍ରିତ ପାଣି ସିଧାସଳଖ ଟିକିରା ନଦୀରେ ମିଶୁଛି। ବର୍ଷତମାମ୍‌ ଏପରି ପ୍ରକ୍ରିୟା ଜାରି ରହିଥିବାରୁ ନଦୀ ଜଳ ପ୍ରଦୂଷିତ ହେବାରେ ଲାଗିଛି। ଅବସ୍ଥା ଏପରି ସ୍ଥିତିରେ ପହଞ୍ଚିଛି ଯେ ଏବେ ନଦୀ ପାଣି ଓ ବାଲି ଉପରେ ପାଉଁଶର ମୋଟା ଆସ୍ତରଣ ଦେଖିବାକୁ ମିଳୁଛି। ଏଥିଯୋଗୁ ଟିକିରା ଜଳ ଆଉ ବ୍ୟବହାର ଉପଯୋଗୀ ହୋଇ ରହି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ଜଳ ଏକପ୍ରକାର ଜହର ପାଲଟିଗଲାଣି। ଗୋରୁ ପଲ ନଦୀରୁ ଆଉ ପାଣି ପିଉ ନ ଥିବା ବେଳେ ବ୍ୟବହାର କରୁଥିବା ଲୋକଙ୍କ ଦେହ କୁଣ୍ଡେଇ ହେଉଛି। ନାନା ଚର୍ମରୋଗ ଦେଖାଦେଉଛି। ଚାଷ ଜମିରେ ପାଣି ମଡ଼ାଗଲେ ଫସଲ ନଷ୍ଟ ହୋଇଯାଉଛି। ଏହି ପାଉଁଶ ମିଶା ପାଣି ଟିକିରା ଦେଇ ବ୍ରାହ୍ମଣୀକୁ ଯାଉଥିବାରୁ ଉକ୍ତ ନଦୀକୂଳିଆ ଲୋକେ ମଧ୍ୟ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଛି। କିନ୍ତୁ ସେପରି ପଦକ୍ଷେପ ନିଆଯାଉ ନାହିଁ। ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ମଧ୍ୟ ନୀରବ ହୋଇ ବସି ରହିଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀ ବଡ଼ ଦୁର୍ଦ୍ଦଶା ଭୋଗୁଛନ୍ତି। ଗୋଟିଏ ପକ୍ଷରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଥିବା ବେଳେ ଏବେ ନଦୀ ଜଳ ଏପରି ଜହର ପାଲଟିବା ଏଠାକାର ଲୋକଙ୍କ ଜୀବନ ଓ ଜୀବିକାକୁ ଉଜାଡ଼ି ଦେବାକୁ ବସିଛି। ଏପରି ମାତ୍ରାରେ ପାଉଁଶ ପ୍ରବାହିତ ହେଲେ ନଦୀଗର୍ଭ ପୋତି ହେବା ସହ ନିକଟରେ ଥିବା ସମଲ ଆନିକଟ ଉପରେ ମଧ୍ୟ କୁପ୍ରଭାବ ପଡିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି ା ସମସ୍ୟା ସମ୍ପର୍କରେ ଅନୁଗୋଳସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଅଧିକାରୀ ବିନୋଦ ଦାସଙ୍କୁ ଯୋଗାଯୋଗ କରାଯିବାକୁ ବାରମ୍ବାର ଉଦ୍ୟମ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ଅଧିକାରୀ ଫୋନ ଉଠାଇ ନ ଥିଲେ ବି ମେସେଜର କୌଣସି ଉତ୍ତର ମଧ୍ୟ ଦେଇ ନ ଥିଲେ।

All Right Reserved By

Model This Week

Model This Week

ଅନଗୁଳ-ଢେଙ୍କାନାଳ

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’: ସାନତ୍ରିବିଡା ପଞ୍ଚାୟତର ୮ଟି ପ୍ରକଳ୍ପ ଲାଗି ୩୫ ଲକ୍ଷ ଅନୁମୋଦନ

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’: ସାନତ୍ରିବିଡା ପଞ୍ଚାୟତର ୮ଟି ପ୍ରକଳ୍ପ ଲାଗି ୩୫ ଲକ୍ଷ ଅନୁମୋଦନ

କଣିହାଁ,୨୭।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକର ସାନତ୍ରିବିଡା ପଞ୍ଚାୟତ ଶୁକ୍ରବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ସ୍ଥାନୀୟ ହାଇସ୍କୁଲ ପଡିଆଠାରେ ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତବାସୀଙ୍କ ସମସ୍ୟା ପଚାରି ବୁଝିଥିଲେ। ଏଥିସହ ସରପଞ୍ଚ ବାବୁଲା ସେଠୀଙ୍କ ପ୍ରସ୍ତାବଗୁଡିକ ମଧ୍ୟରୁ ୮ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ।

ଭୁବନ ପୋଲିସ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳିତ

ଭୁବନ ପୋଲିସ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳିତ

ଢେଙ୍କାନାଳ ଅଫିସ,୨୭।୪: ଢେଙ୍କାନାଳ ଜିଲା ଭୁବନ ପୋଲିସ ପକ୍ଷରୁ ଶୁକ୍ରବାର ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳିତ ହୋଇଯାଇଛି। ଏଥିରେ ଭୁବନ ଥାନାଧିକାରୀ ପ୍ରୀତି ମଞ୍ଜରୀ ମାଣ୍ଡୁଲୀ ଅଧ୍ୟକ୍ଷତା କରିଥିବା ବେଳେ ଏନ୍‌ଏସି ଅଧ୍ୟକ୍ଷା ସ୍ବର୍ଣ୍ଣ ମଞ୍ଜରୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଡିଓ ବସନ୍ତ କୁମାର ମାଝୀ, ଅଧ୍ୟାପକ ପ୍ରଭାତ ଜେନା, ନନ୍ଦ କିଶୋର ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ସରକାରୀ ନିୟମକୁ ବେଖାତିର: ସ୍କୁଲ ବନ୍ଦ ନିର୍ଦ୍ଦେଶର ୩ ଦିନ ପରେ ବି ଚାଲିଛି ପାଠପଢ଼ା

ସରକାରୀ ନିୟମକୁ ବେଖାତିର: ସ୍କୁଲ ବନ୍ଦ ନିର୍ଦ୍ଦେଶର ୩ ଦିନ ପରେ ବି ଚାଲିଛି ପାଠପଢ଼ା

ବଅଁରପାଳ,୨୭।୪(ଡି.ଏନ୍‌.ଏ.): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଯୋଗୁ ବୁଧବାରଠାରୁ ରାଜ୍ୟର ପ୍ରାୟ ସମସ୍ତ ସ୍କୁଲ ବନ୍ଦ ରହିଛି। ମାତ୍ର ସରକାରୀ ନିୟମକୁ ବେଖାତିର କରି ଅନୁଗୋଳ ଜିଲା ନାଲ୍‌କୋ ଦିଲ୍ଲୀ ପବ୍ଲିକ ସ୍କୁଲରେ ପାଠପଢ଼ା ଚାଲିଛି।

ବଅଁରପାଳରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଅଁରପାଳରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଅଁରପାଳ,୨୭।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ଖୁମ୍ବେଶ୍ୱରୀ ବିଦ୍ୟାଳୟ ପରିସରରେ ଶୁକ୍ରବାର ଲାୟନ୍ସ କ୍ଲବ ହାର୍ମୋନୀ ପକ୍ଷରୁ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି।

ସଡ଼କ ସୁରକ୍ଷା ସପ୍ତାହ: ଗାଡ଼ି ଚାଳକଙ୍କୁ ଗୋଲାପ ଦେଇ ସଚେତନ

ସଡ଼କ ସୁରକ୍ଷା ସପ୍ତାହ: ଗାଡ଼ି ଚାଳକଙ୍କୁ ଗୋଲାପ ଦେଇ ସଚେତନ

କାମାକ୍ଷାନଗର, ୨୭।୪(ଡି.ଏନ୍‌.ଏ.): ୨୯ ତମ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ କାମାକ୍ଷାନଗର ପୋଲିସ ପକ୍ଷରୁ ଶୁକ୍ରବାର ଗାଡି ଚାଳକମାନଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରାଯାଇଛି। ଏଥିରେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଡ୍ରଇଭର, ପୋଲିସ ଅଧିକାରୀ ଓ କର୍ମଚାରୀ, ସାଧାରଣ ଲୋକ ପ୍ରମୁଖ ସାମିଲ ହୋଇଥିଲେ।

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ଗର୍ଭନଷ୍ଟ:ଚପାଇ ଦେବାକୁ ହୋଇଥିଲା ଉଦ୍ୟମ,ଅଭିଯୁକ୍ତ ଯୁବକ ଗିରଫ,ପ୍ରଧାନ ଶିକ୍ଷକ ନିଲମ୍ବିତ

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ଗର୍ଭନଷ୍ଟ:ଚପାଇ ଦେବାକୁ ହୋଇଥିଲା ଉଦ୍ୟମ,ଅଭିଯୁକ୍ତ ଯୁବକ ଗିରଫ,ପ୍ରଧାନ ଶିକ୍ଷକ ନିଲମ୍ବିତ

ଢେଙ୍କାନାଳ ଅଫିସ, ୨୭।୪-ସେବାଶ୍ରମ ବିଦ୍ୟାଳୟରେ ପଢୁଥିବା ଜନୈକା ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର। ସେ ଅନ୍ତଃସତ୍ତ୍ୱା ହେବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରରୋଚନାରେ ଗର୍ଭ ନଷ୍ଟ କରାଯାଇଥିବା ପରି ସମ୍ବେଦନଶୀଳ ଘଟଣା ଢେଙ୍କାନାଳ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଜାନୁୟାରୀ ୨୦ରେ ଏହା ଘଟିଥିବାବେଳେ ୩ମାସ ପରେ ପୀଡ଼ିତାଙ୍କ ଅଭିଯୋଗକ୍ରମେ ବୁଧବାର କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ ହୋଇଛି। ଏହାପରେ ପ୍ରସଙ୍ଗକୁ ଅତି ଗମ୍ଭୀରତାର ସହ ନେଇଛି ଜିଲା ପ୍ରଶାସନ। ବଳାତ୍କାର ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ଗିରଫ କରାଯାଇଥିବାବେଳେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ବେହେରାଙ୍କୁ ନିଲମ୍ବିତ କରାଯାଇଛି। ପ୍ରଧାନ ଶିକ୍ଷକଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପୋଲିସ ପଚରାଉଚୁରା କରୁଛି। ସେହିପରି ଜିଲା ଶିଶୁ ସୁରକ୍ଷା ବିଭାଗ ଏବଂ ମଙ୍ଗଳ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

ମଦ ଜବତ,ଜଣେ ଗିରଫ

ମଦ ଜବତ,ଜଣେ ଗିରଫ

ଢେଙ୍କାନାଳ ଅଫିସ,୨୭।୪:ଢେଙ୍କାନାଳ ସହରସ୍ଥିତ ସିମିଳିଆ ଅଞ୍ଚଳରୁ ଗୁରୁବାର ଟାଉନ ଥାନା ପୋଲିସ ଚଢ଼ାଉ କରି ୩୦ ପାଉଚ୍‌ ଦେଶୀମଦ ଜବତ କରିଛି। ଘଟଣାରେ ସମ୍ପୃକ୍ତ ସୂର୍ଯ୍ୟ ସାହୁଙ୍କୁ ଗିରଫ କରାଯାଇଛି। ଏ ନେଇ କେସ୍‌ ନଂ. ୧୦୭/୧୮ରେ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି।

ବାଇକ୍‌ ଧକ୍କାରେ ଜଣେ ଗୁରୁତର

ଭୁବନ,୨୭। ୪ (ଡି.ଏନ.ଏ.):ଭୁବନ ଥାନା ଅଧୀନ ୫୩ନଂ. ଜାତୀୟ ରାଜପଥ ବାଉଁଶକଣ ଛକରେ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ଦୁଇ ବାଇକ୍‌ ମଧ୍ୟରେ ମୁହଁ। ମୁହିଁ ଧକ୍କା ହୋଇଛି। ଏଥିରେ ଲକ୍ଷ୍ମୀଧର ବାରିକ (୨୨) ଗୁରୁତର ହୋଇଛନ୍ତି। ତାଙ୍କ ଘର ଯାଜପୁର ଜିଲା ସୁକିନ୍ଦା ଥାନା ଜାମୁପଶି ଗ୍ରାମରେ। ଲକ୍ଷ୍ମୀଧର ଭୁବନ ଆଡୁ ଘରକୁ ଯାଉଥିବାବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍‌ ସହିତ ଧକ୍କା ହୋଇଥିଲା। ତାଙ୍କ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ପ୍ରଥମେ ଭୁବନ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣାରେ ଗୁରୁତର ବୃଦ୍ଧ ମୃତ

ଦୁର୍ଘଟଣାରେ ଗୁରୁତର ବୃଦ୍ଧ ମୃତ

ପରଜଙ୍ଗ,୨୭।୪ (ଡି.ଏନ୍‌.ଏ.):ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାରେ ବୁଧବାର ରାତିରେ ଦୁର୍ଘଟଣାର ଶିକାର ହୋଇଥିବା ଅଁଳାକଟା ଗ୍ରାମର ଜଳଧର ନାୟକ(୭୦)ଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ବୃଦ୍ଧଜଣକ ବଗିଚାରେ ପଶିଥିବା ଏକ ଷଣ୍ଢକୁ ଘଉଡ଼ାଇବାକୁ ଯାଇ ରାସ୍ତା ପାର ହେଉଥିବାବେଳେ ତାଙ୍କୁ ଏକ ବାଇକ୍‌ ଧକ୍କା ଦେଇଥିଲା। ଏଥିରେ ତାଙ୍କ ବାମ ଗୋଡ଼ ଭାଙ୍ଗି ଦୁଇଖଣ୍ଡ ହୋଇଯିବା ସହ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

୩ ନାବାଳକଙ୍କୁ ପୋଲିସ ଜିମା ଦେଲେ ଲୋକେ

୩ ନାବାଳକଙ୍କୁ ପୋଲିସ ଜିମା ଦେଲେ ଲୋକେ

କଣିହାଁ, ୨୭।୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳର ଜଣେ ୬ ବର୍ଷର ଶିଶୁକନ୍ୟାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖି ସମ୍ପୃକ୍ତ ଗ୍ରାମବାସୀ ଗୁରୁବାର ରାତିରେ ପୋଲିସ ଜିମା ଦେଇଛନ୍ତି। ଅଟକ ୩ ଜଣ ନାବାଳକ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଝିଅଙ୍କ ପୋଷାକ ପିନ୍ଧି ଆସିଥିବା ଜଣାପଡିଛି। ସେମାନଙ୍କୁ ପୋଲିସ ଥାନାକୁ ନେଇ ପଚରାଉଚୁରା ଚଳାଇଛି। ଏଥିରେ ସମ୍ପୃକ୍ତ ଅନ୍ୟଜଣେ ଫେରାର ହୋଇଯାଇଥିବା ଜଣାଯାଇଛି।

ଛଦେଶ ଅଞ୍ଚଳରେ ଏମ୍‌ପି

ଛଦେଶ ଅଞ୍ଚଳରେ ଏମ୍‌ପି

ଭାପୁର, ୨୬।୪(ଡି.ଏନ୍‌.ଏ.)-ଢେଙ୍କାନାଳ-ଏମ୍‌ପି ତଥାଗତ ସତପଥୀ ଗୁରୁବାର ଛଦେଶ ଅଞ୍ଚଳର ବିଭିନ୍ନ ଗ୍ରାମ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ଏହି ଅବସରରେ ଏମ୍‌ପି ଚଷାପଡ଼ା ଗ୍ରାମରେ ନବନିର୍ମିତ ପାଲା ମଣ୍ଡପ ଉଦ୍‌ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଧୀରପାଟଣା ସରପଞ୍ଚ ବିସ୍ମିତା ବେହେରା, ଗ୍ରାମ ସଭାପତି ଗଙ୍ଗାଧର ସାହୁ, ଓ୍ବାର୍ଡସଭ୍ୟ ପୂଜାରିଣୀ ସାହୁ, ଇନ୍ଦୁମତି ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହାପରେ ଏମ୍‌ପି ବାଲ୍ୟାମ୍ବା, ରାଇଡ଼ିହି, ଓଡ଼ାପଡ଼ା ବ୍ଲକର ରାଣୀପାଳ ଓ ବୃନ୍ଦାବନପୁର ଗ୍ରାମ ପରିଦର୍ଶନ କରି ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ।

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୋଳ ଅଫିସ,୨୬।୪- ଅନୁଗୋଳ ସହରର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଗୁରୁବାର ସକାଳେ କେହି ଅପହରଣ କରିନେଇଥିବା ପରିବାର ପକ୍ଷରୁ ସନ୍ଧ୍ୟାରେ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି।