Dharitri News
ଅନଗୁଳ-ଢେଙ୍କାନାଳ

୪ ମାସ ହେଲା ବିଡିଓ ପଦବୀ ଖାଲି

୪ ମାସ ହେଲା ବିଡିଓ ପଦବୀ ଖାଲି ବଅଁରପାଳ/ବନ୍ତଳା,୩।୧ (ଡି.ଏନ.ଏ.)-ଅନୁଗୋଳ ଜିଲା ସଦର ବ୍ଲକରେ ଦୀର୍ଘ ୪ ମାସ ହେଲା ବିଡିଓ ପଦବୀ ଖାଲିପଡ଼ିଛି। ଜିଲା ପ୍ରଶାସନ କିମ୍ବା ଲୋକପ୍ରତିନିଧି ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ବ୍ଲକ ଅଫିସରେ ଫାଇଲ ବଢ଼ୁଥିବା ବେଳେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତହସିଲଦାରଙ୍କୁ ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲେ ବି ସେ ପର୍ଯ୍ୟାପ୍ତ ସମୟ ଦେଇପାରୁ ନ ଥିବାରୁ ସମସ୍ୟା ବଢ଼ିଚାଲିଛି। ଗତ ସେପ୍ଟେମ୍ବରରେ ଏଠାରେ ଥିବା ବିଡିଓଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ସେବେଠାରୁ ଉକ୍ତ ପଦବୀ ଏଯାଏ ପୂରଣ ହୋଇପାରି ନାହିଁ। ୭/୮ଦିନ ପର୍ଯ୍ୟନ୍ତ ବଅଁରପାଳ ବିଡିଓଙ୍କୁ ସଦର ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ପରେ ଅନୁଗୋଳ ତହସିଲଦାର ସରିତା ପ୍ରଧାନ ନିଜ ଦାୟିତ୍ୱ ତୁଲାଇବା ସହ ବିଡିଓ ପଦବୀର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସେ ତହସିଲ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଅନେକ ସମୟରେ ବିଡିଓଙ୍କ ସିଟ୍‌ ଖାଲି ପଡ଼ୁଛି। ବ୍ଲକ କାର୍ଯ୍ୟାଳୟକୁ ସେ କେତେବେଳେ ଆସୁଛନ୍ତି, କେତେବେଳେ ଯାଉଛନ୍ତି, ତାହାର କିଛି ଠିକ୍‌ଠିକଣା ରହୁନାହିଁ। ଏଣେ ବିଭିନ୍ନ କାମ ପାଇଁ ବିଡିଓଙ୍କ ନିକଟକୁ ଆସୁଥିବା ଲୋକମାନେ ବାରମ୍ବାର ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ବ୍ଲକ ସହକାରୀ ଯନ୍ତ୍ରୀ ପଦବୀ ମଧ୍ୟ ଖାଲି ରହିଥିବାରୁ କୌଣସି କାର୍ଯ୍ୟ ସଫଳ ହୋଇପାରୁ ନାହିଁ। ବିଡିଓ ପଦବୀ ପୂରଣ ହେଉ ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର, ଭତ୍ତା, ଗୋପବନ୍ଧୁ ଗ୍ରାମୀଣ ଯୋଜନା ସମେତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେଉଛି। ଲୋକପ୍ରତିନିଧିମାନଙ୍କ ଉନ୍ନୟନ ପାଣ୍ଠିର ଖର୍ଚ୍ଚ ଓ ବିଲ୍‌ ମଧ୍ୟ ଠିକ୍‌ ଭାବେ ହୋଇପାରୁ ନାହିଁ। ଟେବୁଲରେ ଫାଇଲ ପରେ ଫାଇଲ ଗଦା ହେଉଥିଲେ ବି ଅନୁମୋଦନ ହୋଇପାରୁ ନାହିଁ। ତୁରନ୍ତ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଅନୁଗୋଳ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ କୁହନ୍ତି, ସ୍ଥାୟୀ ବିଡିଓ ସାଙ୍ଗକୁ ସହକାରୀ ଯନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେଉଛି। ଦାୟିତ୍ୱରେ ଥିବା ତହସିଲଦାର ସବୁବେଳେ ବ୍ଲକ ଅଫିସ ଆସୁ ନ ଥିବାରୁ ଶହଶହ ସଂଖ୍ୟାରେ ଫାଇଲ ଦସ୍ତଖତ ଅପେକ୍ଷାରେ ପଡ଼ିରହିଛି। ୨ନଂ. ଜୋନ୍‌ ଜିଲାପରିଷଦ ସଭ୍ୟ ହାଡ଼ିବନ୍ଧୁ ଦେହୁରୀ କୁହନ୍ତି, ତହସିଲଦାର ନିଜ ଦାୟିତ୍ୱ ସହ କାମଚଳା ଭାବେ ବିଡିଓ ଦାୟିତ୍ୱ ତୁଲାଉଛନ୍ତି। କିନ୍ତୁ ବିଭିନ୍ନ କାମ ପାଇଁ ଏଠାକୁ ଅସୁଥିବା ଲୋକମାନେ ବିଡିଓଙ୍କୁ ନ ପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖଲାରି ସରପଞ୍ଚ କନ୍ଦର୍ପ ମହାରଣା କୁହନ୍ତି, ପଦବୀ ଫାଙ୍କା ପଡ଼ିଥିବା ଯୋଗୁ ସରକାରୀ କାର୍ଯ୍ୟ ଠିକ୍‌ ସମୟରେ ହୋଇପାରୁ ନାହିଁ। ଅନ୍ୟ ୭ଟି ବ୍ଲକରେ ଯେଉଁ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ଅନୁଗୋଳ ବ୍ଲକରେ ବିଳମ୍ବ ଘଟିଛି। ବିଡିଓ ଦାୟିତ୍ୱରେ ଥିବା ତହସିଲଦାର ସରିତା ପ୍ରଧାନ କହିଛନ୍ତି, ଜଣେ ଏକ ସମୟରେ ୨ଟି ଦାୟିତ୍ୱ ସମ୍ଭାଳିବା କଷ୍ଟକର। ନିଶ୍ଚିତ ଭାବେ ବିଡିଓ ପଦବୀ ପୂରଣ କରାଯିବା ଆବଶ୍ୟକ। ତହସିଲ କାର୍ଯ୍ୟ ଯୋଗୁ ବ୍ଲକକୁ ସମୟ ଦେଇହେଉ ନାହିଁ। ଏଥିଯୋଗୁ ଫାଇଲଗୁଡ଼ିକ ଦସ୍ତଖତ ଅପେକ୍ଷାରେ ପଡ଼ିରହିଛି।

ଅନଗୁଳ-ଢେଙ୍କାନାଳ

ଢେଙ୍କାନାଳରେ ଭାଜପା ପକ୍ଷରୁ ବନ୍ଦ ପାଳନ

ଢେଙ୍କାନାଳ ଅଫିସ, ୨୪। ୧ - କୁନ୍ଦୁଲି ଗଣ ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଢେଙ୍କାନାଳରେ ଭାଜପା ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଇଛି।

ଅନୁଗୋଳରେ ଭାଜପା ତରଫରୁ ରାସ୍ତାରୋକୋ

ଅନୁଗୋଳ ଅଫିସ, ୨୪। ୧ - କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ ଅନୁଗୋଳ ହୁଲୁରିସିଂହ ଛକଠାରେ ଭାଜପା ତରଫରୁ ବୁଧବାର ବନ୍ଦ ପାଳନ କରାଯାଇଛି।

ବନ୍ଦ ପାଳନ, ରାସ୍ତାରୋକୋ

ବନ୍ଦ ପାଳନ, ରାସ୍ତାରୋକୋ

ଭୁବନ,୨୪।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ନେଇ ବୁଧବାର ଭୁବନ କାଳୀବଜାରଠାରେ ବନ୍ଦ ପାଳନ କରାଯିବା ସହ ଜାତୀୟ ରାଜପଥ ଅବରୋଧ କରାଯାଇଛି।

ଅଗ୍ନିକାଣ୍ଡ: ୩ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୩ ବଖରା ଜଳିଗଲା

ବଅଁରପାଳ,୨୪।୧(ଡି.ଏନ୍‌.ଏ.): ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ସିତୁରା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବିପିନ ଦେହୁରୀଙ୍କ ୨ ବଖରା ପୋଡ଼ିଯାଇଛି।

ସୌର ଶକ୍ତି ବ୍ୟବହାରରେ ତାପମାତ୍ରା କମିବ

ସୌର ଶକ୍ତି ବ୍ୟବହାରରେ ତାପମାତ୍ରା କମିବ

ଢେଙ୍କାନାଳ ଅଫିସ,୨୩।୧- ଢେଙ୍କାନାଳ ସଦର ବ୍ଲକ ବଣସିଂହଠାରେ ସ୍ବେଚ୍ଛାସେବୀ ସଂଗଠନ ଇଡିଅଟ୍‌ ଏବଂ ଓନର୍ଜିି ପକ୍ଷରୁ ମଙ୍ଗଳବାର ସୌର ଆଲୋକ ବ୍ୟବହାର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କ୍ଲିନ୍‌ ଏନର୍ଜୀର ପରାମର୍ଶଦାତା ସାମାଜିକକର୍ମୀ ବନମାଳୀ ଦାଶ ଯୋଗଦେଇ କହିଲେ, ଜଳବାୟୁ ପରିବର୍ତ୍ତନ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ବସ୍‌ରେ ଲାଗିଲା ବିଦ୍ୟୁତ୍‌ ତାର

ଭୁବନ, ୨୩।୧(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି କାଳୀବଜାରଠାରେ ମଙ୍ଗଳବାର ସନ୍ଧ୍ୟା ୬ଟା ୨୦ରେ ଏକ ବସ୍‌ରେ ବିଦ୍ୟୁତ୍‌ ତାର ଲାଗି ଯାଇଥିଲା। ଫଳରେ ତାରଟି ଛିଣ୍ଡି ବସ୍‌ରେ ଲାଗି ରହିଥିଲା। ତେବେ ସୂଚନାପାଇ ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଲାଇନ ସଂଯୋଗ କଟାଯିବାରୁ ଏଥିରେ ଥିବା ଯାତ୍ରୀମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଶାଳ କାଠ ଜବତ, ୩ ଗିରଫ

କଣିହାଁ, ୨୩।୧ (ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବନାଞ୍ଚଳରେ ବେଆଇନ ଭାବେ ଶାଳ କାଠ କାଟିବା ଅଭିଯୋଗରେ ବିଭାଗ ପକ୍ଷରୁ ମଙ୍ଗଳବାର ୩ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।

ଟିପ୍ପରରେ ପିଟିହେଲା ବାଇକ୍‌

ଟିପ୍ପରରେ ପିଟିହେଲା ବାଇକ୍‌

ପରଜଙ୍ଗ, ୨୩।୧ (ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବଡ଼କମର- ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଆଶ୍ରମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଟିପ୍ପରକୁ ପଛପଟୁ ଧକ୍କା ଦେଇ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଭୁବନ ସେମିରେ

ଭୁବନ,୨୩।୧(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିଙ୍ଗଳୋ ଅସୁରବନ୍ଧ ଖେଳ ପଡିଆଠାରେ ଚାଲିଥିବା ଅଭିମନ୍ୟୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ମ୍ୟାଚ ସୁକିନ୍ଦ ଓ ଭୁବନ ଟିମ୍‌ ମଧ୍ୟରେ ଖେଳା ଯାଇଥିଲା।

ବାଇକ୍‌କୁ ଧକ୍କା ଦେଲା ଟ୍ରକ, ୨ ଗୁରୁତର

ଛେଣ୍ଡିପଦା,୨୩।୧ (ଡି.ଏନ.ଏ.)- ଛେଣ୍ଡିପଦା-ଅନୁଗୋଳ ୬୩ ନଂ. ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଛକଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ୍‌କୁ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଧକ୍କା ଦେଇଛି।

 ଶୋଷଣରୁ ମୁକ୍ତି ଥିଲା ନେତାଜୀଙ୍କ ସ୍ବପ୍ନ

ଶୋଷଣରୁ ମୁକ୍ତି ଥିଲା ନେତାଜୀଙ୍କ ସ୍ବପ୍ନ

ଢେଙ୍କାନାଳ ଅଫିସ,୨୩।୧- ଢେଙ୍କାନାଳ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ମଙ୍ଗଳବାର ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟ୍‌ ଅର୍ଗାନାଇଜେଶନ ଢେଙ୍କାନାଳ ଜିଲା କମିଟି ପକ୍ଷରୁ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

୨ ବଖରା ଜଳିଗଲା

୨ ବଖରା ଜଳିଗଲା

ପାଲଲହଡ଼ା,୨୩।୧(ଡି.ଏନ.ଏ.)- ପାଲଲହଡ଼ା ବ୍ଲକ ଝାରବେଡ଼ା ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ସଦା ନାଏକଙ୍କ ୨ ବଖରା ଘର ଜଳିଯାଇଛି।