ଅନଗୁଳ-ଢେଙ୍କାନାଳ

୨୨୫୫.୫୦ ଏକରରୁ ଉତ୍ତୋଳନ ହେବ କୋଇଲା

୨୨୫୫.୫୦ ଏକରରୁ ଉତ୍ତୋଳନ ହେବ କୋଇଲା
ଅନୁଗୋଳ ଅଫିସ,୩।୧-ଛେଣ୍ଡିପଦା ବ୍ଲକ ଥଳିପୋଶି, କରଡ଼ାବାହାଳ, କଶିଡିହ ଓ ବ୍ରାହ୍ମଣବିଲ ଗ୍ରାମର ୨୨୫୫.୫୦ ଏକର ଜାଗାରୁ ତେଲେଙ୍ଗାନା ସରକାର ଓ ଭାରତ ସରକାରଙ୍କ ମିଳିତ ସହଯୋଗରେ ସିଙ୍ଗରାନି କୋଲିୟାରି କମ୍ପାନୀ ଲିଃ. କୋଇଲା ଉତ୍ତୋଳନ କରିବା ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ଅଧିଗ୍ରହଣ ହେବାକୁ ଥିବା ଜମି ମଧ୍ୟରୁ ୧୮୯୬.୯୭ ଏକର ଜଙ୍ଗଲ ଜମି ହୋଇଥିବା ବେଳେ ୩୫୮ ଏକର ଘରୋଇ ଓ ୬୫ ଏକର ସରକାରୀ ଜମି ରହିଛି। ଜିଲା ପ୍ରଶାସନ ପକ୍ଷରୁ ଏକ ବୈଷୟିକ ତାଲିକାଭୁକ୍ତ ସଂସ୍ଥା ଦ୍ୱାରା ଏଠାରେ ସାମାଜିକ ଅର୍ଥନୈତିକ ସର୍ଭେ କରାଯିବ। କମ୍ପାନୀ ତରଫରୁ ଉକ୍ତ ଗ୍ରାମରେ କୋଲ୍‌ ପ୍ଲାନ ପ୍ରସ୍ତୁତି ପାଇଁ ୯୨ଟି ସ୍ଥାନରେ ଖନନ କାର୍ଯ୍ୟକ୍ରମ ରହିଛି। ଇତିମଧ୍ୟରେ କମ୍ପାନୀ ଜଙ୍ଗଲ ଜମିର ୫୨ଟି ସ୍ଥାନରେ ଖନନ କାର୍ଯ୍ୟ ଶେଷ କରିଛି। ଗ୍ରାମବାସୀଙ୍କ ଜାଗାର ୪୦ଟି ସ୍ଥାନରେ ଖୋଳା କାର୍ଯ୍ୟ ଆରମ୍ଭ କରାଯିବ। କମ୍ପାନୀ ତରଫରୁ ଏକ ଘରୋଇ ଜାଗାରେ ବୋରୱେଲ ଖନନ କାର୍ଯ୍ୟକ୍ରମ ରହିଛି। ଏହାକୁ ଗ୍ରାମବାସୀ ବିରୋଧ କରିଥିବାରୁ ବିବାଦର ସମାଧାନ ନିମନ୍ତେ ବୁଧବାର ଅପରାହ୍ନରେ ଗ୍ରାମବାସୀଙ୍କୁ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଜିଲା ପ୍ରଶାସନର ଏକ ତ୍ରିପାକ୍ଷିକ ବୈଠକ ବସିଥିଲା। ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ଯୋଗ ଦେଇଥିଲେ। ଚଳିତମାସ ୮ ତାରିଖରେ ଛେଣ୍ଡିପଦା ତହସିଲଦାରଙ୍କ ଅଧ୍ୟକ୍ଷତାରେ କମ୍ପାନୀ କର୍ତ୍ତୃପକ୍ଷ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିବେ। କମ୍ପାନୀର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଯିବା ପରେ ବୋରୱେଲ ଖୋଳା କାର୍ଯ୍ୟ ଆରମ୍ଭ ହେବ। ଏହି କମ୍ପାନୀ ଦ୍ୱାରା କୋଇଲା ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହେଲେ ଉକ୍ତ ଅଞ୍ଚଳର ଆର୍ଥତ୍କ ସ୍ଥିତିରେ ଉନ୍ନତି ଆସିବା ସହ ଜମିର ଉଚିତ ମୂଲ୍ୟ ସରକାରଙ୍କ ନୂତନ ଅଧିଗ୍ରହଣ ନିୟମ ଅନୁସାରେ ମିଳିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଜମି ଅଧିଗ୍ରହଣ ପରେ ଜମିହରା ପ୍ରଜାଙ୍କ ନିମନ୍ତେ କମ୍ପାନୀ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଜିଲା ଖଣିଜ ପାଣ୍ଠିରୁ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦିଆଯିବ। ଜମିର ମୂଲ୍ୟ ବେଞ୍ଚ ମାର୍କ ଭାଲ୍ୟୁ ଅନୁସାରେ ସ୍ଥିର କରାଯିବ। ୧୨ ପ୍ରତିଶତ ସୁଧ ଓ ଶତ ପ୍ରତିଶତ ସୋଲାସିୟମ ପ୍ରଦାନ କରାଯିବ। ତେଣୁ ଗ୍ରାମବାସୀ ସର୍ଭେ କାର୍ଯ୍ୟରେ ସହଯୋଗ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଆୱାଡି ପାସ୍‌ ହେବା ପରେ ଜମିର ମୂଲ୍ୟ ନିର୍ଦ୍ଧାରଣ କରାଯିବ ଏବଂ କୋଇଲା ଉତ୍ତୋଳନ ପାଇଁ ୧ବର୍ଷ ସମୟ ଲାଗିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ ଶ୍ରୀନିବାସ ବେହେରା ଯୋଗଦେଇ ଗ୍ରାମବାସୀଙ୍କୁ କମ୍ପାନୀର ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଅନୁଗୋଳ ଉପଜିଲାପାଳ ସରୋଜକାନ୍ତ ମହାନ୍ତି, ଛେଣ୍ଡିପଦା ତହସିଲଦାର ପ୍ରତାପ ପ୍ରୀତିମୟ, କମ୍ପାନୀର ଜିଏମ୍‌ ସି.ଏଚ୍‌. ବିଜୟା ରାଓ, ଡିଜିଏମ୍‌ ରବୀନ୍ଦ୍ର ପି. ଚୌଧୁରୀ ଓ ଡେପୁଟି ଇଷ୍ଟେଟ ମ୍ୟାନେଜର ରାଜେନ୍ଦ୍ର ପ୍ରସାଦଙ୍କ ସମେତ ଥଳିପୋଶି, କରାଡ଼ାବାହାଳ, କଶିଡିହ ଓ ବ୍ରାହ୍ମଣବିଲ ଗ୍ରାମର ପ୍ରତିନିଧିମାନେ ଯୋଗ ଦେଇଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର


ଅନୁଗୋଳ ଅଫିସ,୧୫ା୧୦- ଅନୁଗୋଳ ସ୍ଥିତ ସ୍ଥାନୀୟ ସଭାଘରଠାରେ ଅନୁଗୋଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗାନ୍ଧିଜୀଙ୍କ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ‘ସବୁଠାରୁ ବଡ଼ ମଣିଷ’ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା


ଅନୁଗୋଳ ଅଫିସ,୧୫ା୧୦- କଟକରୁ ଅନୁଗୋଳ ଗାନ୍ଧୀ ମାର୍ଗ ଅଭିମୁଖେ ଆସୁଥିବା ଏକ ଟ୍ରକ୍‌ର ଡ୍ରାଇଭରଙ୍କଠାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ସୋମବାର  ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଡ୍ରାଇଭର କନ୍ଦର୍ପ ବିଶ୍ୱାଳଙ୍କୁ ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ୫ ହଜାର ୨ଶହ ଟଙ୍କା ସହ ଦୁଇଟି ମୋବାଇଲ ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। 

ଶୁଦ୍ଧ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ

ଶୁଦ୍ଧ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ


ବଇଣ୍ଡା,୧୫।୧୦(ଡି.ଏନ.ଏ.)- ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ସରକାର ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ପ୍ରତ୍ୟେକ ପରିବାର ଏଥିରୁ କିଭଳି ଉପକୃତ ହେବାସହ ଶୁଦ୍ଧ ଜଳ ପାଇବେ ସରକାରଙ୍କ ଲକ୍ଷ୍ୟ ବୋଲି ସୋମବାର କିଶୋରନଗର ବ୍ଲକ ଅଙ୍ଗପଡ଼ା ପଞ୍ଚାୟତ ତୁରୁଡ଼ା ଗ୍ରାମରେ  ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭୂମିପୂଜା ଅବସରରେ  ମୁଖ୍ୟଅତିଥି  ଭାବେ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ଯୋଗଦେଇ ଏହା କହିଛନ୍ତି। 

ପରିଷ୍କାର ପରିଚ୍ଛନତା ରହିଲେ ରୋଗ ଦୂର ହୁଏ

ପରିଷ୍କାର ପରିଚ୍ଛନତା ରହିଲେ ରୋଗ ଦୂର ହୁଏ

ବଇଣ୍ଡା,୧୫।୧୦(ଡି.ଏନ.ଏ.)- ବର୍ତ୍ତମାନ ସମାଜରେ ଅଳିଆ ଆବର୍ଜନା ଭରପୁର ହୋଇଗଲାଣି। ଆମମାନଙ୍କ ଅବହେଳା ଯୋଗୁ ପରିବେଶ ଦୂଷିତ ହେଉଛି। 

 ଖଣି ପରିଦର୍ଶନ କଲେ କୋଇଲା ମନ୍ତ୍ରୀ

ଖଣି ପରିଦର୍ଶନ କଲେ କୋଇଲା ମନ୍ତ୍ରୀ


ତାଳଚେର,୧୫।୧୦(ନି.ପ୍ର)- କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ ସୋମବାର ଅପରାହ୍ନରେ ତାଳଚେର ଗସ୍ତରେ ଆସି କୋଲ ଫିଲଡ୍ସ ପରିଦର୍ଶନ କରିଛନ୍ତି। 

ବାଛୁରୀକୁ   ଝାମ୍ପିନେଲା ସୁନ୍ଦରୀ: ହାତୀବାରିରେ ପୁଣି ଆତଙ୍କ

ବାଛୁରୀକୁ ଝାମ୍ପିନେଲା ସୁନ୍ଦରୀ: ହାତୀବାରିରେ ପୁଣି ଆତଙ୍କ

ବନ୍ତଳା,୧୫।୧୦ (ଡି.ଏନ୍‌.ଏ.)- ମାସେ ପରେ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ଟିକରପଡା ରେଞ୍ଜ ହାତୀବାରି ଗ୍ରାମରେ ପୁଣି ବାଘୁଣୀ ସୁନ୍ଦରୀ ଆତଙ୍କ ଦେଖାଦେଇଛି।

ପଥର ଖାଦାନରେ ଚଢ଼ାଉ, ୪ ପାଓ୍ବାର ଟିଲର ଜବତ

ପଥର ଖାଦାନରେ ଚଢ଼ାଉ, ୪ ପାଓ୍ବାର ଟିଲର ଜବତ

ଭୁବନ ୧୫।୧୦(ଡି.ଏନ.ଏ.)-ଭୁବନ ବ୍ଲକ ବାଲିବୋ ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ ପଥର ଖାଦାନରେ ଚଢ଼ାଉ କରି ପୋଲିସ ୪ ପାଓ୍ବାର ଟିଲର ଜବତ କରିଛି। ଆଗୁଆ ଚଢ଼ାଉ ସୂଚନା ପାଇଁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। 

ଏଏପିର ଜନସମାବେଶ

ଏଏପିର ଜନସମାବେଶ

ଢେଙ୍କାନାଳ ଅଫିସ,୧୫।୧୦-ଢେଙ୍କାନାଳ ମିନିଷ୍ଟାଡିୟମରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ସୋମବାର ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।

ପଦଯାତ୍ରା ବେଳେ ମହୁମାଛି ଆକ୍ରମଣ:୧୦ ଆହତ, ୩ ଗୁରୁତର

ପଦଯାତ୍ରା ବେଳେ ମହୁମାଛି ଆକ୍ରମଣ:୧୦ ଆହତ, ୩ ଗୁରୁତର

ଭୁବନ, ୧୫।୧୦(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଏକତାଳି ପଞ୍ଚାୟତରେ ବିଜେଡି ପଦଯାତ୍ରା ବେଳେ ମହୁମାଛି ଆକ୍ରମଣରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି।

‘ସମସ୍ୟା ସମାଧାନ ଲାଗି ଗଣମାଧ୍ୟମର ସହଯୋଗ ନିଅ’

‘ସମସ୍ୟା ସମାଧାନ ଲାଗି ଗଣମାଧ୍ୟମର ସହଯୋଗ ନିଅ’

ଛେଣ୍ତପଦା,୧୫।୧୦(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ସଭାଗୃହରେ ମହିଳା ଜନପ୍ରତିନିଧିଙ୍କୁ ନେଇ ସୋମବାର ଜିଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

କେନାଲ, ଘାଇ ମରାମତି ହେଉନି; ୩୦ରେ ଜଳସେଚନ କାର୍ଯ୍ୟାଳୟ ଘେରାଉ

କେନାଲ, ଘାଇ ମରାମତି ହେଉନି; ୩୦ରେ ଜଳସେଚନ କାର୍ଯ୍ୟାଳୟ ଘେରାଉ

ବଇଣ୍ଡା,୧୫।୧୦(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଦନପୁର କଟାବନ୍ଧର କେନାଲରେ ସୃଷ୍ଟି ହୋଇଥିବା ଘାଇ ମରାମତି ହେଉନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ମଦନପୁର ସୋରିଷପଙ୍କ, ସରଗିସେଣୀ ଆଦି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 

ସେଣ୍ଟ୍ରାଲ ପୂଜା କମିଟି ପ୍ରସ୍ତୁତି ବୈଠକ: ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ

ସେଣ୍ଟ୍ରାଲ ପୂଜା କମିଟି ପ୍ରସ୍ତୁତି ବୈଠକ: ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୧୫।୧୦: ଆଗାମୀ ଦୁର୍ଗା ଓ ଲକ୍ଷ୍ମୀ ପୂଜାକୁ ସୂଚାରୁରୂପେ ପାଳନ ନିମନ୍ତେ ଅନୁଗୋଳ ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ରବିବାର ଏକ ପ୍ରସ୍ତୁତି ବୈଠକ ଜିଲା କଳାକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଶୃଙ୍ଖଳା ଉପରେ ପୂଜା ଆୟୋଜନ କରିବାକୁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।