Dharitri News
ଅନଗୁଳ-ଢେଙ୍କାନାଳ

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି:ମାର୍ଚ୍ଚ ପାଷ୍ଟରେ ସାମିଲ ହେବେ ୫୪ ଦଳ

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି:ମାର୍ଚ୍ଚ ପାଷ୍ଟରେ ସାମିଲ ହେବେ ୫୪ ଦଳ ଅନୁଗୋଳ ଅଫିସ,୩।୧-ଅନୁଗୋଳ ଜିଲାସ୍ତରୀୟ ୬୯ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବୁଧବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଦିବସକୁ ସରସସୁନ୍ଦର କରିବାକୁ ଜିଲାପାଳ ସାମଲ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପଡ଼ିଆରେ ଆବଶ୍ୟକ ବ୍ୟାରିକେଡିଂ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସାଜସଜା କାର୍ଯ୍ୟ କରିବାକୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତର୍କ, ବକ୍ତୃତା, ଦେଶାତ୍ମବୋଧକ କଣ୍ଠସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ୧୧ ଓ ୧୨ ତାରିଖରେ ଆୟୋଜିତ ହେବ। ସେହିପରି ଇଂଲିଶ ମାଧ୍ୟମ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ବକ୍ତୃତା(ତର୍କ) ଓ ପ୍ରି-ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚିତ୍ରାଙ୍କନ (ରଙ୍ଗଭରୋ) ପ୍ରତିଯୋଗିତା ମଧ୍ୟ ୧୨ରେ ଅନୁଷ୍ଠିତ ହେବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ କୌତୁକ ପୋଷାକ ପ୍ରତିଯୋଗିତା ଓ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକକ ଅଭିନୟ ପ୍ରତିଯୋଗିତା ଦିବସର ସଭାଘର ପରିସରରେ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବ। ଏହାଛଡ଼ା ପରେଡ ଅଭ୍ୟାସ ୨୩,୨୪ ଓ୨୫ରେ ଷ୍ଟାଡିୟମ ପଡ଼ିଆରେ କରାଯିବ। ସେହିପରି ଦିବସ ପାଳନ ଉପଲକ୍ଷେ ବ୍ଲଡ଼ବ୍ୟାଙ୍କ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର, ଜିଲା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ ଓ ଏ-ଟିଭି ତରଫରୁ ଜେଲର ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସକାଳ ୯ଟା ୧୫ରେ ଷ୍ଟାଡିୟମଠାରେ ପତାକା ଉତ୍ତୋଳନ କରାଯିବ। ଚଳିତବର୍ଷ ପରେଡ ମାର୍ଚ୍ଚ ପାଷ୍ଟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ୫୪ଟି ଦଳ ଅଂଶଗ୍ରହଣ କରିବେ। ସେହିପରି ମୁଖ୍ୟ ଉତ୍ସବ ଦିନ ସନ୍ଧ୍ୟାରେ ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସଭାଘର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଗତ ଦୁର୍ଗାପୂଜା, ଲକ୍ଷ୍ମୀ ପୂଜାରେ ଆକର୍ଷଣୀୟ ମେଢ଼ ସାଜସଜ୍ଜା ଓ ଆତସବାଜି କାର୍ଯ୍ୟକ୍ରମର ଶ୍ରେଷ୍ଠ ପୂଜା କମିଟିକୁ ଜିଲା ବସ୍‌ ମାଲିକ ସଂଘ ଏବଂ ଟ୍ରକ୍‌ ମାଲିକ ସଂଘ ଦ୍ୱାରା ସମ୍ବର୍ଦ୍ଧିତ କରାଯିବ। ଆନୁଷ୍ଠାନିକ ପରେଡ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅତିରିକ୍ତ ଜିଲାପାଳ ଶ୍ରୀନିବାସ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶରତଚନ୍ଦ୍ର ସେଠୀ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ସରୋଜକାନ୍ତ ମହାନ୍ତି, ଡିଏସ୍‌ପି (ଡିଆଇବି) ପ୍ରକାଶଚନ୍ଦ୍ର ପରିଡ଼ାଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀଶିକ୍ଷକ, ସରକାରୀ ଓ ବେସରକାରୀ ବିଭାଗର କର୍ମକର୍ତ୍ତା, ସ୍ବେଚ୍ଛାସେବୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଅନଗୁଳ-ଢେଙ୍କାନାଳ

ଉଠାଜଳସେଚନ ପାଇପ୍‌ ଫାଟି ରାସ୍ତାରେ ଗର୍ତ୍ତ

ଉଠାଜଳସେଚନ ପାଇପ୍‌ ଫାଟି ରାସ୍ତାରେ ଗର୍ତ୍ତ

ବନ୍ତଳା,୨୨।୧(ଡି.ଏନ.ଏ.)- କଟକ-ସମ୍ବଲପୁର ପୂର୍ତ୍ତ ବିଭାଗ ପୁରୁଣା ରାସ୍ତାର ଲାଛବନ୍ଧ ନିକଟରେ ଉଠା ଜଳସେଚନ ବିଭାଗର ପାଇପ୍‌ ଫାଟି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି।

କୋଇଲା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

କଣିହାଁ,୨୨।୧(ଡି.ଏନ.ଏ.)- ତାଳଚେର କୋଇଲା ଖଣି ଅଞ୍ଚଳରୁ କଣିହାଁ ସ୍ଥିତ ଜେଆଇଟିପିଏଲ୍‌ ପ୍ରକଳ୍ପକୁ କୋଇଲା ପରିବହନ କରୁଥିବା ଏକ ଟ୍ରକ୍‌ (ନଂ.ଓଆର-୧୪ଏମ-୪୨୫୭) ରବିବାର ବିଳମ୍ବିତ ରାତିରେ ଓଲଟି ପଡ଼ିବାରୁ ଚାଳକ ବଅଁରପାଳ ଥାନା ଗଡ଼ସନ୍ତ୍ରୀ ଗ୍ରାମର ଆର୍ତ୍ତତ୍ରାଣ ନାଏକଙ୍କ ମୃତ୍ୟୁ ଘଟିଛି।

ବିପଦ ସୃଷ୍ଟି କରୁଛି ବିଦ୍ୟୁତ୍‌ ଖୁଣ୍ଟ, ତାର

ବିପଦ ସୃଷ୍ଟି କରୁଛି ବିଦ୍ୟୁତ୍‌ ଖୁଣ୍ଟ, ତାର

ବଅଁରପାଳ,୨୨।୧(ଡି.ଏନ.ଏ.)- ବଅଁରପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। କେଉଁଠି ଖୁଣ୍ଟ ବଙ୍କା ହୋଇ ରହିଛି ତ ଆଉ କେଉଁଠି କଳଙ୍କି ଲାଗିଯାଇଛି। କେତେବେଳେ ଏହା ଭାଙ୍ଗିପଡ଼ିବ ତାହା କହିହେବ ନାହିଁ। କୁଲାଡ଼, ନାଲ୍‌କୋ, ମେନ୍‌ଗେଟ୍‌ ଛକ, ବଅଁରପାଳ ସମେତ ବିଭିନ୍ନ ସ୍ଥାନରେ ଏପରି ବିପଦସଙ୍କୁଳ ଅବସ୍ଥାରେ ଖୁଣ୍ଟଗୁଡ଼ିକ ଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।

ଦୁର୍ଘଟଣାରେ ଜଣେ ମୃତ

ତାଳଚେର,୨୨ା୧( ନି.ପ୍ର.)- ତାଳଚେର ବ୍ଲକ କଳମଛୁଇଁ ଗ୍ରାମ ରାସ୍ତାରେ ଏକ ବାଇକ୍‌ ଧକ୍କାରେ ସେହି ଗ୍ରାମର କରୁଣା ବେହେରା (୪୬)ଙ୍କ ମୃତ୍ୟୁ ଘଟିଛି।

ଦେଶ ପ୍ରଗତିରେ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ତାଳଚେର,୨୨ା୧(ନି.ପ୍ର.)- ଗଡ଼ତଳ ଆଞ୍ଚଳିକ ମହାବିଦ୍ୟାଳୟର ୨୨ତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଦେଶର ପ୍ରଗତିରେ ଛାତ୍ରୀଛାତ୍ରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ।

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ଡିପିଏସ୍‌ ସ୍କୁଲ ପ୍ରତିଷ୍ଠା ହେବାର ୩୩ ବର୍ଷ ପରେ ସୋମବାର ପ୍ରଥମ କରି ସ୍କୁଲରେ ସରସ୍ବତୀ ପୂଜା ଆରମ୍ଭ ହୋଇଛ। ଏହି ସ୍କୁଲ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ କେବେହେଲେ ଗଣେଶ ପୂଜା କିମ୍ବା ସରସ୍ବତୀ ପୂଜା ଆୟୋଜିତ ହୋଇ ନ ଥିଲା।

ଠିକା ଶ୍ରମିକଙ୍କ ବିକ୍ଷୋଭ

ଠିକା ଶ୍ରମିକଙ୍କ ବିକ୍ଷୋଭ

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ସ୍ମେଲ୍‌ଟର ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ କୁଶଳୀ ମାନ୍ୟତା ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଭୁବନ,୨୨।୧(ଡି.ଏନ୍‌.ଏ.): ଭୁବନ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ନିକଟରେ ସୋମବାର ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫଳରେ ଟ୍ରକରେ ଥିବା ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବାବେଳେ ୩ଟି ଗୁରୁତର ଆହତ ହୋଇଛନ୍ତି।

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଟାଉନ ହାଇସ୍କୁଲ ଖେଳ ପଡ଼ିଆରେ ରବିବାର ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ତରଫରୁ ୭ମ ରାଜ୍ୟସ୍ତରୀୟ ହେମସୁରପଡ଼ା ଫୁଟବଲ କପ୍‌ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଅନୁଗୋଳ ମା’ ବୁଢ଼ୀ ଫୁଟବଲ କ୍ଲବ ଓ ଢେଙ୍କାନାଳ ନରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଥାନା ଆଙ୍କୁଲା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି।

ଚାନ୍ଦା ନ ଦେବାରୁ ଚାଳକଙ୍କୁ ମାଡ଼ ଅଭିଯୋଗ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆପଡ଼ା ଗଁାରେ ରବିବାର ଏକ ଟ୍ରକ୍‌ (ନଂ. ଓଡି୧୬ସି-୬୨୯୮) ଅଟକାଇ ଗ୍ରାମର ରିତେଶ ମହାପାତ୍ରଙ୍କ ସହିତ ୧୫ ଜଣ ଯୁବକ ଚାନ୍ଦା ମାଗିବା ସହ ମାଡ଼ ମାରିଥିବା ଚାଳକ କୁଣ୍ଢେଇଗୋଳା ଥାନା ଉଟୁସିଆ ଗ୍ରାମର ବିଷ୍ଣୁଚରଣ ସାହୁ ଅଭିଯୋଗ କରିଛନ୍ତି।

୨ ବାଇକ୍‌ ଧକ୍କା, ୩ ଗୁରୁତର

ବଅଁରପାଳ,୨୧।୧(ଡି.ଏନ.ଏ.)- ୫୫ନଂ. ଜାତୀୟ ରାଜପଥର ନାଲ୍‌କୋ ଥାନା କୁଲାଡ଼ ହାଇସ୍କୁଲ ସମ୍ମୁଖରେ ରବିବାର ରାତି ୯ଟାରେ ୨ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା।