Dharitri News
ଅନଗୁଳ-ଢେଙ୍କାନାଳ

ଅନୁଗୋଳ ଜିଲାରେ ବଢ଼ୁଛି ଜଙ୍ଗଲ

ଅନୁଗୋଳ ଜିଲାରେ ବଢ଼ୁଛି ଜଙ୍ଗଲ ବନ୍ତଳା,୩।୧(ଦିନେଶ ଦେହୁରୀ)-ଶିଳ୍ପ, କୋଇଲା ଖଣି ପାଇଁ କଟାହେଉଛି ଜଙ୍ଗଲ। ଜଳସେଚନ, ରେଳଲାଇନ, କୋଲ୍‌ କରିଡର ନିର୍ମାଣ ନିମନ୍ତେ ବ୍ୟବହୃତ ହେଉଛି ବ୍ୟାପକ ଜଙ୍ଗଲ ଜମି। ତଥାପି ଅନୁଗୋଳ ଜିଲାରେ ବଢ଼ୁଛି ଜଙ୍ଗଲ। ୨୦୧୩ରେ ଜିଲାରେ ୩୫ ବର୍ଗ କିଲୋମିଟର ଅଭିବୃଦ୍ଧି ଘଟିଥିବା ବେଳେ ୨୦୧୫ରେ ୨ ବର୍ଗ କି.ମି. ବୃଦ୍ଧି ପାଇଥିବା ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ରିପୋର୍ଟରୁ ଜଣାଯାଇଛି। ପ୍ରତି ୨ ବର୍ଷ ଅନ୍ତରରେ ହେଉଥିବା ଏହି ସର୍ଭେ ଗତବର୍ଷ ଅର୍ଥାତ୍‌ ୨୦୧୭ରେ ମଧ୍ୟ ଏ କ୍ଷେତ୍ରରେ ସମ୍ଭାବନା ସୃଷ୍ଟି କରିଥିବା ପରିବେଶବିତ୍‌ମାନେ ଆଶା ପ୍ରକଟ କରିଛନ୍ତି। ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲା ପାଇଁ ଆସିଥିବା ଏହି ଖୁସି ଖବର ପଛରେ କିନ୍ତୁ ରହିଛି ବହୁ ଗ୍ରାମବାସୀଙ୍କ ଉଦ୍ୟମ। ଜିଲାର ପ୍ରାୟ ଏକହଜାର ଗ୍ରାମର ଲୋକେ ନିକଟସ୍ଥ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି। ୧୯୮୦ରୁ ସେମାନେ ଠେଙ୍ଗାପାଳି କରି ପର୍ଯ୍ୟାୟକ୍ରମେ ଜଗାରଖା କରୁଛନ୍ତି। ସମ୍ପୃକ୍ତ ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ରାଜ୍ୟ ସରକାର ଯୁଗ୍ମଜଙ୍ଗଲ ନୀତି ବଳରେ ୧୯୯୪ରେ ସ୍ବୀକୃତି ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଏଥିରେ ସହଯୋଗ କରିଥିଲା ବନ ବିଭାଗ। ଜାତୀୟ ବନୀକରଣ ଯୋଜନାରେ ବିଭାଗ ପକ୍ଷରୁ ପ୍ରତ୍ୟେକ ବନଖଣ୍ଡରେ ବନ ଉନ୍ନୟନ ସଂସ୍ଥା ମାଧ୍ୟମରେ ସୁରକ୍ଷା ସମିତି ଗଠନ କରାଯାଇ ବନୀକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଥିଲା। ଜିଲାର ଅନୁଗୋଳ, ଆଠମଲ୍ଲିକ, ସାତକୋଶିଆ ବନଖଣ୍ଡରେ ଏବଂ ଦେବଗଡ଼ ବନଖଣ୍ଡର ପାଲଲହଡ଼ା, ଖମାର ବନାଞ୍ଚଳର ୫ଶହ ଗ୍ରାମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୨୦୦୨ରୁ ୨୦୦୮ ମଧ୍ୟରେ ଏହି ଯୋଜନାରେ ବନୀକରଣ, ଜଙ୍ଗଲ ଗାଦେଳୀକରଣ, ମୃତ୍ତିକା ସଂରକ୍ଷଣ ଓ ପ୍ରାକୃତିକ ପୁନର୍ଜନନ କାର୍ଯ୍ୟ ହୋଇଥିଲା। ୨୦୦୭ରେ ଜାଇକା (ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଶନ ଏଜେନ୍ସି) ଅନୁଦାନରେ ଅନୁଗୋଳ ବନଖଣ୍ଡରେ, ୨୦୦୫ରେ ଖମାର ଓ ପାଲଲହଡ଼ା ବନାଞ୍ଚଳର ୮୦ଟି ଗ୍ରାମରେ ଏବଂ ସାତକୋଶିଆର ୨୦ଟି ଗଁାରେ ଜଙ୍ଗଲ ଅଭିବୃଦ୍ଧି ସହ ଗ୍ରାମର ବିକାଶ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ବନସୁରକ୍ଷା ସମିତିର ଦକ୍ଷତା ବୃଦ୍ଧି, ଜଙ୍ଗଲ ଅଭିବୃଦ୍ଧି, ଜୀବନଜୀବିକାର ଉନ୍ନତି, ଗ୍ରାମ ଓ ସ୍ବୟଂସହାୟକ ଗୋଷ୍ଠୀର ବିକାଶ କାର୍ଯ୍ୟ ସହିତ ପରିବେଶ ପର୍ଯ୍ୟଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଗ୍ରାମବାସୀଙ୍କ ଦକ୍ଷତା ବୃଦ୍ଧି କରାଯାଇ ବନସୁରକ୍ଷା ସମିତିକୁ ଏକ ଗ୍ରାମ୍ୟସ୍ତରୀୟ ଅନୁଷ୍ଠାନ ଭାବେ ଗଢ଼ାଯାଇଥିବାରୁ ଜିଲାରେ ଜଙ୍ଗଲ ବୃଦ୍ଧି ପାଇଥିବା ଜଙ୍ଗଲପ୍ରେମୀ ସୁଶୀଲ କୁମାର ପ୍ରଧାନ କହିଛନ୍ତି। ଗ୍ରାମବାସୀଙ୍କ ପାଖରେ ରହିଥିବା ପାରମ୍ପରିକ ଜ୍ଞାନକୌଶଳ ସହିତ ସାମୂହିକ ଜଙ୍ଗଲ ରକ୍ଷଣାବେକ୍ଷଣ ଯୋଗୁ ଜିଲାକୁ ଲଗାତର ୩ଥର ବେଷ୍ଟ ବିଜୁ ପଟ୍ଟନାୟକ ପରିବେଶ ପୁରସ୍କାର ମିଳିପାରିଥିବା ପ୍ରଧାନ କହିଛନ୍ତି। ଏଫ୍‌ଏସ୍‌ଆଇର ୨୦୧୧, ୨୦୧୩ ଏବଂ ୨୦୧୫ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଯଥାକ୍ରମେ ୪୮, ୧୪୪୪ ଏବଂ ୭ବର୍ଗ କି.ମି. ଜଙ୍ଗଲ ବୃଦ୍ଧି ପାଇଛି। ୨୦୧୫ ରିପୋର୍ଟରେ ରାଜ୍ୟର ୩୦ଟି ଜିଲା ମଧ୍ୟରୁ ୧୪ଟିରେ ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ୧୧ଟି ଜିଲାରେ ହ୍ରାସ ପାଇଛି ଏବଂ ୫ଟି ଜିଲାରେ ସ୍ଥିତି ପୂର୍ବବର୍ଷ ଭଳି ସମାନ ରହିଛି। ଅନୁଗୋଳ ଜିଲାର ଭୌଗୋଳିକ ପରିସୀମା ୬୩୭୫ ବର୍ଗ କି.ମି. ମଧ୍ୟରୁ ୨୦୧୫ ରିପୋର୍ଟ ଅନୁଯାୟୀ ଅତି ଘଞ୍ଚ ଜଙ୍ଗଲ ୩୬୨ ବର୍ଗ କି.ମି., ମଧ୍ୟମ ଘଞ୍ଚ ୧୩୫୦ ବର୍ଗ କି.ମି. ଏବଂ ଖୋଲା ୯୯୦ ବର୍ଗ କି.ମି. ସହିତ ବୁଦୁବୁଦିଆ ଜଙ୍ଗଲ ୧୧୭ ବର୍ଗ କି.ମି. ଥିବା ଜଣାଯାଇଛି। ୨୦୧୧ରେ ଜିଲାରେ ୨ବର୍ଗ କି.ମି. ଜଙ୍ଗଲ କମିଥିବା ବେଳେ ୨୦୧୩ ବର୍ଷର ରିପୋର୍ଟରେ ୩୫ ବର୍ଗ କି.ମି. ବୃଦ୍ଧି ପାଇଥିଲା। ୨୦୧୫ ରିପୋର୍ଟରେ ପୁନର୍ବାର ୨ ବର୍ଗ କି.ମି. ବୃଦ୍ଧି ଘଟିଛି। ବର୍ତ୍ତମାନ ଅନୁଗୋଳ ଜିଲାରେ ୨୭୦୪ ବର୍ଗ କି.ମି. ଜଙ୍ଗଲ ରହିଛି, ଯାହାକି ୪୨.୪୨ ପ୍ରତିଶତ ବୋଲି ଆକଳନ କରାଯାଇଛି। ଏ ବିଷୟରେ ବନ୍ତଳା ରେଞ୍ଜ ଅଧୀନରେ ଥିବା ପୋକତୁଙ୍ଗା ଦେହୁରୀସାହି ବନ ସଂରକ୍ଷଣ ସମିତି ଉପସଭାପତି ମାମି ଦେହୁରୀ କୁହନ୍ତି, ୨୦୦୧ରୁ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ଜଙ୍ଗଲକୁ ଚାରା ରୋପଣ କରି ପୁନରୁଦ୍ଧାର କରିଥିଲୁ। ୮୦ ପରିବାର ଠେଙ୍ଗାପାଳି କରି ଜଗାରଖା କରିଥିଲୁ। ଉକ୍ତ ୬୮ ହେକ୍ଟର ଜାଗା ଏବେ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି। ରିଜର୍ଭ ଜଙ୍ଗଲରୁ ୩୨ ହେକ୍ଟରକୁ ମିଶାଇ ମୋଟ୍‌ ୧୦୦ ହେକ୍ଟର ଜଗାରଖା କରିଛୁ। ଦୁର୍ଗାପୁର ବନସୁରକ୍ଷା ସମିତି ସଦସ୍ୟ ରସାନନ୍ଦ ସାହୁ କୁହନ୍ତି, ୩୫ବର୍ଷ ହେଲା ୨୦୦ ହେକ୍ଟର ଜଙ୍ଗଲକୁ ସୁରକ୍ଷା ଦେଇଛୁ। ଏଥିପାଇଁ ପୁରସ୍କାର ମଧ୍ୟ ମିଳିଛି। ବଳରାମପୁର ବନସୁରକ୍ଷା ସମିତି ସଭାପତି ଦଶରଥ ବିରୁଆ କୁହନ୍ତି, ୩୦ ପରିବାର ୩୦ବର୍ଷ ହେଲା ୧୦୦ ହେକ୍ଟର ଜାଗାରେ ଜଙ୍ଗଲ କରିଛୁ। ସମସ୍ତେ ଠେଙ୍ଗାପାଳି କରି ଜଗୁଛୁ। କୌଶିତଇଳା ବନସୁରକ୍ଷା ସମିତିର ସଭ୍ୟା ସୁବର୍ଣ୍ଣ ଦେହୁରୀ କୁହନ୍ତି, ୪୦୦ ହେକ୍ଟର ଜଙ୍ଗଲର ଜଗାରଖା କରୁଛୁ। ପ୍ରତିଦିନ ୪ଜଣ ଠେଙ୍ଗା ଧରି ସୁରକ୍ଷା ଦେଉଛୁ।

ଅନଗୁଳ-ଢେଙ୍କାନାଳ

ଟ୍ରକ-ବସ୍‌ ଧକ୍କା: ୨ ଆହତ

ଟ୍ରକ-ବସ୍‌ ଧକ୍କା: ୨ ଆହତ

ବଅଁରପାଳ,୧୭।୧(ଡି.ଏନ୍‌.ଏ.): ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ପିତାବଳୀ ପୀଠ ନିକଟରେ ବୁଧବାର ଭୋର ସମୟରେ ଏକ ଟ୍ରକ ଓ ବସ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ମିଳିପାରି ନାହିଁ।

ପୁଷ୍ପ ପ୍ରଦର୍ଶନୀ ଲାଗି ପ୍ରସ୍ତୁତି ବୈଠକ

ପୁଷ୍ପ ପ୍ରଦର୍ଶନୀ ଲାଗି ପ୍ରସ୍ତୁତି ବୈଠକ

ବଅଁରପାଳ,୧୭।୧(ଡି.ଏନ୍‌.ଏ.): ଚଳିତ ମାସ ଶେଷ ସପ୍ତାହରେ ହେବାକୁଥିବା ପୁଷ୍ପ ପ୍ରଦର୍ଶନୀ ଲାଗି ନାଲକୋ ଉଦ୍ୟାନ ବିଭାଗ ପକ୍ଷରୁ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିପିଏମ୍‌ୟୁ ଅଫିସ ଛାର୍‌ଖାର

ବିପିଏମ୍‌ୟୁ ଅଫିସ ଛାର୍‌ଖାର

ଢେଙ୍କାନାଳ ଅଫିସ,୧୬।୧-ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ବ୍ଲକ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟ୍‌ (ବିପିଏମ୍‌ୟୁ) କାର୍ଯ୍ୟାଳୟରେ ସୋମବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବହୁ କମ୍ପ୍ୟୁଟର ସାମଗ୍ରୀ, ଆସବାବପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଛି। ସୂଚନାପାଇ ଢେଙ୍କାନାଳ ଅଗ୍ନିଶମ ସଂସ୍ଥା କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ।

କପିଳାସ ଜାଗର: ପ୍ରାତଃ ୪ଟା୨୦ ସୁଦ୍ଧା ଉଠିବ ମହାଦୀପ

କପିଳାସ ଜାଗର: ପ୍ରାତଃ ୪ଟା୨୦ ସୁଦ୍ଧା ଉଠିବ ମହାଦୀପ

ଢେଙ୍କାନାଳ ଅଫିସ, ୧୬।୧-ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ ତଥା କପିଳାସ ଅଧୀଶ୍ୱର ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପବିତ୍ର ଜାଗରଯାତ୍ରା ଫେବୃୟାରୀ ୧୪ରେ ଅନୁଷ୍ଠିତ ହେବ। ପ୍ରସିଦ୍ଧ ଜାଗରଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି। ଏ ନେଇ ମଙ୍ଗଳବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଥୋରିଆଛନ୍ଦା ଚେଙ୍କ ଘଟଣା: ଚିକିତ୍ସିତ ହେଲେ ୧୦ ଶିଶୁ

ଥୋରିଆଛନ୍ଦା ଚେଙ୍କ ଘଟଣା: ଚିକିତ୍ସିତ ହେଲେ ୧୦ ଶିଶୁ

ଭୁବନ,୧୬।୧(ଡି.ଏନ.ଏ)-ଭୁବନ ବ୍ଲକ ଥୋରିଆଛନ୍ଦା ଚେଙ୍କ ଘଟଣା ପ୍ରଶାସନର ନିଦ ହଜାଇ ଦେଇଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମର ୨୫ରୁ ଊର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ଜଣଙ୍କୁ ଚେଙ୍କ ଦିଆଯିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରଚାରିତ ହେବାପରେ ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ।

ଜିଲା ମହୋତ୍ସବ ୧୮ରୁ ଆରମ୍ଭ

ଜିଲା ମହୋତ୍ସବ ୧୮ରୁ ଆରମ୍ଭ

ଅନୁଗୋଳ ଅଫିସ,୧୬।୧- ଅନୁଗୋଳ ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଷଷ୍ଠ ଜିଲା ମହୋତ୍ସବ ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଏକ ପଲ୍ଲିଶ୍ରୀମେଳାର ଆୟୋଜନ କରାଯାଇଛି। ଓରମାସ୍‌ ମାଧ୍ୟମରେ ଅନୁଷ୍ଠିତ ଏହି ପଲ୍ଲିଶ୍ରୀମେଳା ୫ଦିନ ଧରି ଚାଲିବ। ମଙ୍ଗଳବାର ଅନୁଗୋଳ ସର୍କିଟହାଉସ୍‌ ଠାରେ ଜିଲା ପ୍ରଶାସନ ତରଫରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ମହୋତ୍ସବ ଆୟୋଜନ ସମ୍ପର୍କରେ ସୂଚନା ଦିଆଯାଇଛି।

୪୨୪ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

୪୨୪ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଛେଣ୍ଡିପଦା,୧୬।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଲକ ସଭାଗୃହଠାରେ ମଙ୍ଗଳବାର ବ୍ଲକସ୍ତରୀୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଧାରଣା ପରେ ମିଳିଲା ଭତ୍ତା

ଧାରଣା ପରେ ମିଳିଲା ଭତ୍ତା

କଣିହାଁ,୧୬।୧(ଡି.ଏନ.ଏ.)- କଣିହାଁ ବ୍ଲକ ବଡ଼ଗୁଣ୍ଡୁରୀ ପଞ୍ଚାୟତର ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନେ ଭତ୍ତା ଦାବିରେ ମଙ୍ଗଳବାର କଣିହାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହାକୁ ସମର୍ଥନ କରି ସରପଞ୍ଚ, ନାଏବ ସରପଞ୍ଚ ଓ ଓ୍ବାର୍ଡ ସଭ୍ୟମାନେ ଧାରଣାରେ ସାମିଲ ହୋଇଥିଲେ।

ଥାନା ଅଧିକାରୀଙ୍କ ବଦଳି ଦାବି

ପାଲଲହଡ଼ା,୧୬।୧(ଡି.ଏନ.ଏ.)- ପାଲଲହଡ଼ା ଉପଖଣ୍ଡରେ ଚୋରି, ଡକାୟତି ଆଦି ଆପରାଧିକ କାର୍ଯ୍ୟକଳାପ ବଢ଼ୁଥିବା ବେଳେ ସ୍ଥାନୀୟ ପୋଲିସ ଏହା ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଥିବା ପାଲଲହଡ଼ା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି।

କାର-ବାଇକ ଧକ୍କା: ଜଣେ ମୃତ, ୨ ଗୁରୁତର

କାର-ବାଇକ ଧକ୍କା: ଜଣେ ମୃତ, ୨ ଗୁରୁତର

ବଇଣ୍ଡା,୧୬।୧(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ନିକଟରେ ମଙ୍ଗଳବାର ରାତି ୮ଟାରେ ଏକ କାର ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା।

ରାମେଶ୍ୱର ସ୍ପୋର୍ଟିଂ ଫାଇନାଲରେ

ତାଳଚେର,୧୬।୧(ନି.ପ୍ର.)- ତାଳଚେର ବ୍ଲକ ଗୋପାଳପ୍ରସାଦ ଗଜରାଜ ଷ୍ଟାଡିୟମଠାରେ ଚାଲିଥିବା ଅଲ ଓଡ଼ିଶା ୩୨ ତମ ମା’ ହିଙ୍ଗୁଳା କପ୍‌ କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ମ୍ୟାଚରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ କ୍ଲବ ଏସିସି ଅନୁଗୋଳକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଜର୍ମାନ ମିଳିମିଳା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଜର୍ମାନ ମିଳିମିଳା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ବଇଣ୍ଡା,୧୬।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଲୁହାମୁଣ୍ଡା ଓ ପଞ୍ଚଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଜର୍ମାନ ମିଳିମିଳା ରୋଗ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।