ଅନଗୁଳ-ଢେଙ୍କାନାଳ

୫କିମି ଜଙ୍ଗଲିଆ ରାସ୍ତା ପଦା

୫କିମି ଜଙ୍ଗଲିଆ ରାସ୍ତା ପଦା
ପରଜଙ୍ଗ, ୩।୧ (ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅଧୀନ ୧୪୯ନଂ. ଜାତୀୟ ରାଜପଥଠାରୁ ଭେଜିଆ-ସୁନ୍ଦରମୁଣ୍ଡି ଗ୍ରାମକୁ ଜଙ୍ଗଲ ମଧ୍ୟରେ ତିଆରି ହେଉଛି ରାସ୍ତା। ବନ ବିଭାଗ ଏହାର ନିର୍ମାଣ ଦାୟିତ୍ୱ ନେଇଛି। ତେବେ ରାସ୍ତା କାମବେଳେ ରାସ୍ତାର ଉଭୟ ପାର୍ଶ୍ୱରୁ କାଟି ନିଆଯାଇଛି ଶତାଧିକ ମୂଲ୍ୟବାନ ଗଛ। ଆବଶ୍ୟକ ନ ଥାଇ ରାସ୍ତାକୁ ଅଧିକ ଓସାର ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ସବୁଠାରୁ ରୋଚକ ବିଷୟ ହେଲା ଏପରି ଅନିୟମିତତା ପାଇଁ ବିଭାଗୀୟ ଅଧିକାରୀ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ହାତୀ ଉପରେ ଦୋଷ ଲଦିଛନ୍ତି। ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ୫ କିମି ବିଶିଷ୍ଟ ଉକ୍ତ ରାସ୍ତାରେ ମାଟି ଓ ମୋରମ ବିଛାଯାଉଛି। ଏଥିସହ ରାସ୍ତା ପାର୍ଶ୍ୱରେ ଡ୍ରେନ୍‌ ମଧ୍ୟ ନିର୍ମାଣ କରାଯାଇଛି। ପୂର୍ବରୁ ରାସ୍ତାର ଓସାର ୧୨ଫୁଟ ଥିବାବେଳେ ବିନା ଆବଶ୍ୟକତାରେ ଏହାକୁ ୪୦ ଫୁଟରୁ ଊର୍ଦ୍ଧ୍ୱ ଓସାର କରାଯାଇଛି। ଫଳରେ ରାସ୍ତା ପାର୍ଶ୍ୱରେ ଥିବା ହଜାର ହଜାର ଶାଳ ସମେତ ଅନ୍ୟ ମୂଲ୍ୟବାନ୍‌ ଗଛ କାଟି ନିଆଯାଇଛି। ବନ କର୍ମଚାରୀଙ୍କ ଅନୁପସ୍ଥିତିରେ ମେଶିନ୍‌ରେ ରାସ୍ତା କାମ କରାଯାଇଛି। ବନ କର୍ମଚାରୀଙ୍କ ଅନୁପସ୍ଥିତି ସୁଯୋଗରେ ନିୟୋଜିତ ଶ୍ରମିକ ଏତେ ପରିମାଣର ଗଛ କାଟି ନେଇଯାଇଥିବା ଅଭିଯୋଗ ହୋଇଛି। ଏପରି କି ଡ୍ରେନ୍‌ ନିର୍ମାଣ ସ୍ଥାନ ପାର୍ଶ୍ୱବର୍ତ୍ତୀ ଇଲାକାରେ ମଧ୍ୟ ଗଛ କଟାଯାଇ ମୋରମ ଉତ୍ତୋଳନ କରାଯାଇଛି। ବନ ବିଭାଗ ଅଧୀନରେ ରାସ୍ତା ତିଆରି ହେଉଥିବାବେଳେ ଗଛକଟାକୁ ପରିବେଶବିତ୍‌ମାନେ ନାପସନ୍ଦ କରିଛନ୍ତି। କାର୍ଯ୍ୟ ଦାୟିତ୍ୱରେ ଥିବା ମହାବିରୋଡ ରେଞ୍ଜର ସୁରେଶ ଚନ୍ଦ୍ର ବେହେରା ମାତ୍ରାଧିକ ଗଛ କଟାଯିବାକୁ ସ୍ବୀକାର କରିଛନ୍ତି। ତେବେ ଏଥିପାଇଁ ସେ ହାତୀକୁ ଦାୟୀ କରିଛନ୍ତି। ସେ ସ୍ପଷ୍ଟୀକରଣରେ କହିଛନ୍ତି, ରାସ୍ତା କାମରେ ନିୟୋଜିତ ଶ୍ରମିକଙ୍କୁ ଛୋଟଛୋଟ ଗଛ କାଟିବାକୁ କୁହାଯାଇଥିଲା। ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହୁଛି। ରାସ୍ତାଟି ଅଙ୍କାବଙ୍କା ହୋଇଥିବାରୁ ଲୋକମାନେ ଯେପରି ଦୂରରୁ ହାତୀ ଦେଖିପାରିବେ ସେଥିପାଇଁ ଅଧିକ ଗଛ କାଟି ନେଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କ ସୁବିଧା ପାଇଁ ରାସ୍ତାକୁ ଅଧିକ ଓସାର କରିଛନ୍ତି । ଏ ସମ୍ପର୍କରେ ଡିଏଫ୍‌ଓ ଅବଗତ ଥିବା ସେ ମତ ଦେଇଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ଅନୁଗୋଳ ପୌରପାଳିକାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ଏମ୍‌ପି

ଅନୁଗୋଳ ପୌରପାଳିକାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ଏମ୍‌ପି

ଅନୁଗୋଳ ଅଫିସ,୧୬।୧: ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ବୁଧବାର ଅନୁଗୋଳ ପୌରପାଳିକା ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। 

ଜିଲା ରେଡ୍‌କ୍ରସ୍‌ ଶାଖା ସାଧାରଣ ବୈଠକ: ପୂରଣ ହେଲାନି ପାଣ୍ଠି ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ

ଜିଲା ରେଡ୍‌କ୍ରସ୍‌ ଶାଖା ସାଧାରଣ ବୈଠକ: ପୂରଣ ହେଲାନି ପାଣ୍ଠି ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୧୬ା୧-ରେଡ୍‌କ୍ରସ୍‌ ପାଣ୍ଠି ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ପଛରେ ଢେଙ୍କାନାଳ ଜିଲା। ଗତ ୩ ବର୍ଷ ମଧ୍ୟରେ ସଂଗୃହୀତ ହୋଇଥିବା ପାଣ୍ଠି ଧାର୍ଯ୍ୟ ପରିମାଣଠାରୁ ୫୬% କମ୍‌। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ରବିବାର ଆୟୋଜିତ ରେଡ୍‌କ୍ରସ୍‌ ଶାଖା ସାଧାରଣ ଏବଂ କାର୍ଯ୍ୟ ନିର୍ବାହୀ ପରିଷଦର ବୈଠକରେ ଏହି ସୂଚନା ଦିଆଯାଇଛି। 

‘ହୋପ୍‌’ ଆଣିଲା ଗୌରବ

‘ହୋପ୍‌’ ଆଣିଲା ଗୌରବ

କାମାକ୍ଷାନଗର, ୧୬।୧(ଡି.ଏନ୍‌.ଏ.)-ଜାତୀୟସ୍ତରରେ ପୁଣିଥରେ ଚର୍ଚ୍ଚାରେ ଢେଙ୍କାନାଳ। ଜାତୀୟ ବିଜ୍ଞାନ ନାଟକ ମହୋତ୍ସବରେ ପୂର୍ବ ଭାରତ ଜୋନ୍‌ରୁ ପ୍ରତିନିଧିତ୍ୱ କରୁଥିବା ନାଟକ ‘ହୋପ୍‌: ଏ ସିମ୍ବଲ ସବ୍‌ମିଶନ’ ଦିଲ୍ଲୀରେ ସାଉଁଟିଛି ଅଜସ୍ର ପ୍ରଶଂସା। 

ଭତ୍ତା ଆଣିବାକୁ ଯାଇ ବୃଦ୍ଧ ମୃତ, ବୃଦ୍ଧା ମେଡିକାଲରେ

ଭତ୍ତା ଆଣିବାକୁ ଯାଇ ବୃଦ୍ଧ ମୃତ, ବୃଦ୍ଧା ମେଡିକାଲରେ

ଛେଣ୍ଡିପଦା/ ପାଲଲହଡ଼ା,୧୬।୧ (ସ୍ବ.ପ୍ର.)-ଭତ୍ତା ଆଣିବାକୁ ଯାଇଥିବା ବେଳେ ମଙ୍ଗଳବାର ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କୋଶଳା ଚନ୍ଦନନଗର ଅଞ୍ଚଳର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେହିପରି ପାଲଲହଡ଼ା ବ୍ଲକ ଭୀମକାଣ୍ଡ ଗ୍ରାମର ଜଣେ ବୃଦ୍ଧା ସଂଜ୍ଞାହୀନ ହୋଇ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଫେସ୍‌ବୁକରେ ଯୁବତୀଙ୍କ ଫଟୋ ଛାଡ଼ି ଯୁବକ ଗିରଫ

ଫେସ୍‌ବୁକରେ ଯୁବତୀଙ୍କ ଫଟୋ ଛାଡ଼ି ଯୁବକ ଗିରଫ

ବଅଁରପାଳ,୧୬।୧(ଡି.ଏନ.ଏ.)-ବଅଁରପାଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଫୋଟୋ ତାଙ୍କ ବିନା ଅନୁମତିରେ ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମରେ ଛାଡିବା ଅଭିଯୋଗରେ ସୋମବାର ବଲାଙ୍ଗୀର ଜିଲା ଲାଇସୁଆଁ ଗ୍ରାମର ସୂର୍ଯ୍ୟକାନ୍ତ ମାଛକୁଣ୍ଡ (୨୩)ଙ୍କୁ ପୋଲିସ ଗିରଫ କରିଛି।

ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପ୍ରଦୂଷଣ ବିଭାଗ ଅଧିକାରୀ: ପରିଦର୍ଶନ କଲେ ବାୟୋ ବର୍ଜ୍ୟ ପୋଡ଼ା ସ୍ଥାନ

ଅନୁଗୋଳ ଅଫିସ, ୧୬।୧-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ ବର୍ଜ୍ୟବସ୍ତୁ ଖୋଲାରେ ଜଳାଯାଉଛି। ଏ ସମ୍ପର୍କିତ ଏକ ଖବର ଗତ ୧୪ ତାରିଖରେ ‘ଧରିତ୍ରୀ’ରେ ପ୍ରକାଶ ପରେ ମଙ୍ଗଳବାର ଅନୁଗୋଳ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଦୁଇଜଣ ଅଧିକାରୀ ମେଡିକାଲରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।

ଜିଲା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଲୁପ୍ତ କଳା ମଞ୍ଚରେ ଉଜ୍ଜୀବିତ ହୋଇଛି

ଜିଲା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଲୁପ୍ତ କଳା ମଞ୍ଚରେ ଉଜ୍ଜୀବିତ ହୋଇଛି

ଅନୁଗୋଳ ଅଫିସ, ୧୬।୧-ଅନୁଗୋଳ ଜିଲା ମହୋତ୍ସବ ପ୍ରଶଂସନୀୟ। ଜୀବନରେ ବହୁ ମଞ୍ଚରେ ଅତିଥି ଭାବେ ଯୋଗ ଦେଇଛି। କିନ୍ତୁ ଏଭଳି ମଞ୍ଚ ପ୍ରଥମ ଥର ପାଇଁ ଦେଖୁଥିବାରୁ ଖୁସି ଅନୁଭବ ହେଉଛି। ଏହି ମଞ୍ଚରେ ଲୁପ୍ତ ହେବାକୁ ବସିଥିବା କଳାକୁ ଦେଖି ବେଶ୍‌ ଆନନ୍ଦ ଲାଭ କରୁଛି। 

ବାଇକ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ବାଇକ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

 ଛେଣ୍ଡିପଦା,୧୫।୧(ସ୍ବ.ପ୍ର)- ଛେଣ୍ଡିପଦା ଥାନା କୋଶଳା ଚନ୍ଦନ ନଗର ଛକଠାରେ ମଙ୍ଗଳବାର ଏକ ବାଇକ୍‌ ଧକ୍କାରେ କୋଶଳା ଚନ୍ଦନ ନଗରର ବୃଦ୍ଧ ଅଭିମନ୍ୟୁ ବେହେରାଙ୍କ ମୃତ୍ୟୁ ଘଟିଛି।

ବିଧବା ଭାଉଜଙ୍କୁ ବିବାହ ଜିଦ୍‌:  ବିଫଳ ହେବାରୁ ଗୋଡ଼ାଇ ହାଣିଲା ଦିଅର

ବିଧବା ଭାଉଜଙ୍କୁ ବିବାହ ଜିଦ୍‌: ବିଫଳ ହେବାରୁ ଗୋଡ଼ାଇ ହାଣିଲା ଦିଅର

କାମାକ୍ଷାନଗର, ୧୫।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଛି। ବିଧବା ଭାଉଜଙ୍କୁ ବିବାହ କରିବାକୁ ଜିଦ୍‌ କରି ବିଫଳ ହେବାପରେ ପ୍ରତିଶୋଧ ପରାୟଣ ଦିଅର ଭୁଜାଲିରେ ହାଣି ଦେଇଛି। ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି। ପରିବାର ଲୋକଙ୍କ ସହାୟତାରେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଅଭିଯୁକ୍ତ ସିପୁ ନାୟକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

‘କଳାସଂସ୍କୃତି ସମାଜର ଅଧାରଶିଳା’

‘କଳାସଂସ୍କୃତି ସମାଜର ଅଧାରଶିଳା’

ପରଜଙ୍ଗ, ୧୫।୧(ଡି.ଏନ୍‌.ଏ.)-ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ  ସରସତୀ ଶିଶୁ ବିଦ୍ୟା ମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ରାଜ୍ୟସଭା ସଦସ୍ୟ ତଥା ଶିଳ୍ପୀଗୁରୁ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ଯୋଗଦେଇ କହିଲେ, କଳାସଂସ୍କୃତି ସମାଜର ଅଧାରଶିଳା। ଏହାକୁ ବଞ୍ଚାଇ ରଖିବାରେ ସମସ୍ତେ ଏକାଠି ହୋଇ ଆଗେଇ ଆସିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ସ୍କୁଲକୁ ନିଜସ୍ବ ହାତପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

ଧାନ  ଓଜନରେ ଠକେଇ, ମଣ୍ଡିରେ  ଉତ୍ତେଜନା

ଧାନ ଓଜନରେ ଠକେଇ, ମଣ୍ଡିରେ ଉତ୍ତେଜନା

ଛେଣ୍ଡିପଦା,୧୫।୧(ସ୍ବ.ପ୍ର)- ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ପାତ୍ରପଡା ସମବାୟ ଅଫିସଠାରେ ମଙ୍ଗଳବାର ଖୋଲାଯାଇଥିବା ଧାନ ମଣ୍ଡିରେ ଓଜନରେ ଠକେଇ ହେଉଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଘଟଣାରୁ ଜଣାପଡିଛି, ପାତ୍ରପଡା ଧାନ ମଣ୍ଡିରେ ଚାଷୀଙ୍କଠାରୁ  ଓଜନରେ ବସ୍ତା ପିଛା ୩କି.ଗ୍ରା କଟାଯାଇଥିଲା। 

ତାଳଚେର ଥର୍ମାଲ (ଟିଟିପିଏସ୍‌)ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଗଣଧାରଣା

ତାଳଚେର ଥର୍ମାଲ (ଟିଟିପିଏସ୍‌)ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଗଣଧାରଣା

ତାଳଚେର,୧୫।୧(ନି.ପ୍ର.): ଅନୁଗୋଳ ଜିଲା ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ୬୫ ଏସ୍‌ଏପି ପ୍ଲାଣ୍ଟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।