ଉପକୂଳ ଓଡିଶା

୨୦୧୭ରେ ୨୦୯ ମୃତ୍ୟୁ, ୪୧୧ ଆହତ

୨୦୧୭ରେ ୨୦୯ ମୃତ୍ୟୁ, ୪୧୧ ଆହତ

ଯାଜପୁର ଅଫିସ,୩।୧

ଯାଜପୁର ଦୁର୍ଘଟଣା ପ୍ରବଣ ଜିଲାଭାବେ ପରିଗଣିତ ହୋଇଛି। ୨୦୧୭ରେ ସଡ଼କ ଦୁର୍ଘଟଣାରେ ୨୦୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୧୧ଜଣ ଆହତ ହୋଇଛନ୍ତି। ବିଭିନ୍ନ ଗାଡ଼ି ଧରପଗଡ଼, ହେଲମେଟ୍‌ ଚେକିଂ ଇତ୍ୟାଦିରେ ୩,୧୭୩ ଟି ମାମଲା ରୁଜୁ ହୋଇଛି। ଏଥିରେ ୩ଲକ୍ଷ ୧୨ହଜାର ଟଙ୍କା ଆଦାୟ କରାଯାଇଛି। ସେହିପରି ସଡ଼କ ଟିକସ ଆଧାରରେ ଚଣ୍ଡିଖୋଲ ଆରଟିଓ ପକ୍ଷରୁ ୨କୋଟି ୪୫ ଲକ୍ଷ ୨୬ହଜାର ଓ ଯାଜପୁର ଆରଟିଓ ପକ୍ଷରୁ ୧କୋଟି ୬୮ହଜାର ଟଙ୍କା ଆଦାୟ ହୋଇଛି। ଯାଜପୁରରେ ୭୧୮ ଓ ଚଣ୍ଡିଖୋଲରେ ୧୮୬୧ଟି ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯାଇଛି। ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବୁଧବାର ସଡ଼କ ସୁରକ୍ଷା ସମ୍ପର୍କରେ ଅନୁଷ୍ଠିତ ଏକ ବୈଠକରେ ଏହି ସୂଚନା ମିଳିଛି। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରି ଦୁର୍ଘଟଣା ରୋକିବା କ୍ଷେତ୍ରରେ ସୁପ୍ରିମକୋର୍ଟ ଓ ସରକାର ଅଧିକ ଗୁରୁତ୍ୱ ଦେଇ ଏହାକୁ କିପରି ହ୍ରାସ କରାଯାଇ ପାରିବ ସେଥିପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ। ନିରନ୍ତର ଭାବେ ବିନା ହେଲମେଟ, ମଦ୍ୟପାନ କରି ଗାଡ଼ି ଚାଳନା, ଦ୍ରୁତ ଗାଡ଼ି ଚାଳନା, ସିଟ୍‌ ବେଲ୍ଟ ନ ଲଗାଇ ଗାଡ଼ି ଚାଳନା, ମୋବାଇଲ ବ୍ୟବହାର କରିବା, ବେପରୁଆ ଗାଡ଼ିଚାଳନା ଇତ୍ୟାଦିକୁ କଡ଼ାକଡ଼ି ଭାବେ ଧରପଗଡ଼ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାବାଦ ଗାଡ଼ି ଚାଳକ, ସ୍ବେଚ୍ଛାସେବୀ ସଂଗଠନ, ସାଧାରଣ ଲୋକଙ୍କୁ ଅଧିକ ସଚେତନ କରାଯିବା ସହ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ କିପରି ତ୍ୱରାନ୍ବିତ କରାଯାଇପାରିବ ସେ ସମ୍ପର୍କରେ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକସ୍ଥଳେ ଉଦ୍ଧାର କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦେଇ ଜିରୋ ଟଲେରାନ୍ସ ଡେ’ ପ୍ରତ୍ୟେକ ଥାନା ଅଞ୍ଚଳଗୁଡ଼ିକରେ ପାଳନ କରାଯାଇ ଗାଡ଼ି ମୋଟର ଧରପଗଡ଼ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଯାଜପୁର ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା କେବଳ ପ୍ରଶାସନ ବା ସରକାର ଚାହିଁଲେ ରାସ୍ତା ଦୁର୍ଘଟଣା ରୋକିପାରିବେ ନାହିଁ । ଏଥିପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି କହିଥିଲେ। ଦୁର୍ଘଟଣା ପରେ ଉଦ୍ଧାର ଓ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ପୋଲିସ ତରଫରୁ ଆଦୌ ହଇରାଣ କରା ନ ଯାଇ ସହଯୋଗ ଦିଆଯିବ ବୋଲି ସେ ସ୍ପଷ୍ଟ କରିଥିଲେ । ପରେ ବିସ୍ତୃତ ଆଲୋଚନା କରାଯାଇ ବସ୍‌ ମାଲିକ, ଟ୍ରକ୍‌, ମିନି ଟ୍ରକ ଇତ୍ୟାଦି ସଂଘଗୁଡ଼ିକର ମାଲିକ ଓ ଡ୍ରାଇଭରଙ୍କୁ ସଡ଼କ ସୁରକ୍ଷା ପାଇଁ ସଚେତନ କରାଯିବ ବୋଲି ସ୍ଥିର ହୋଇଛି। ଆବଶ୍ୟକ ସ୍ଥଳେ ବେପରୁଆ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଉଥିବା ଡ୍ରାଇଭର, ମାଲିକଙ୍କଠାରୁ କ୍ଷତି ପୂରଣ ଆଦାୟ ପାଇଁ ବ୍ୟବସ୍ଥା କରାଯାଇପାରେ ବୋଲି କୁହାଯାଇଛି। ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର, ଅଭିଭାବକଙ୍କୁ ସଚେତନ କରାଇବା, କମ୍‌ ବୟସର ପିଲାମାନେ ଗାଡି ଚଳାଉଥିଲେ ସେମାନଙ୍କୁ ଧରାଯାଇ ଅଭିଭାବକଙ୍କ ଠାରୁ ଜରିମାନା ଆଦାୟ କରିବା, ରାସ୍ତାଗୁଡ଼ିକରେ ଉପଯୁକ୍ତ ସୂଚନା ସମ୍ବଳିତ ସାଇନ୍‌ ବୋର୍ଡ ଲଗାଇବା, ଚଣ୍ଡିଖୋଲ ଛକର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ସହ ମୌଳିକ ସୁବିଧା ଯୋଗାଇବାର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଛୋଟ ଗାଡ଼ିର ବେଗ ୪୦ ରୁ ୬୦ କି.ମି. ବଡ଼ ଗାଡି ଗୁଡିକର ବେଗ ୪୦ ରୁ ୮୦ କିମି ପର୍ଯ୍ୟନ୍ତ ରଖାଯିବ। ହେଲମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ ନିୟମକୁ ଯାଜପୁର ଟାଉନ ଓ ଯାଜପୁର ରୋଡ ଟାଙ୍କିଗୁଡ଼ିକରେ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ସିଡିଏମଓ ଫଣିନ୍ଦ୍ର ପାଣିଗ୍ରାହୀ, ଯାଜପୁର ଆରଟିଓ ମନୋଜ ବେହେରା, ଚଣ୍ଡିଖୋଲ ଆରଟିଓ ଲାଲ୍‌ ମୋହନ ସେଠୀ, ଯାଜପୁର ବସ୍‌ ମାଲିକ ସଂଘର ସଂପାଦକ ବିଜୟ କୁମାର ମହାନ୍ତି, ଟ୍ରାଫିକ ପୋଲିସ ଇନିସ୍ପେକ୍ଟର ସୁଦିପ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ଉପକୂଳ ଓଡିଶା

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ୨୧ ଅଭିଯୋଗ ପଞ୍ଜିକୃତ

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ୨୧ ଅଭିଯୋଗ ପଞ୍ଜିକୃତ

ଓଡ଼ଗାଁ,୧୬।୭(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ବ୍ଲକରେ ଜିଲପାଳ ଡ. ଏନ. ତିରୁମାଲା ନାୟକଙ୍କ ପ୍ରଥମ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ତଥା ସଚେତନତା ଅଭାବରୁ ମାତ୍ର ୨୧ ଅଭିଯୋଗ ପଞ୍ଜିକୃତ ହୋଇଥିଲା।

ଦିଗହରା ଆବାସ ଯୋଜନା, ପଲିଥିନ ତଳେ ବିତୁଛି ଜୀବନ

ଦିଗହରା ଆବାସ ଯୋଜନା, ପଲିଥିନ ତଳେ ବିତୁଛି ଜୀବନ

ରାହାମା,୧୬।୭(ଡି.ଏନ୍‌.ଏ.): ଗରିବ ପରିବାରକୁ ବାସଗୃହ ଯୋଗାଇ ଦେବା ନିମନ୍ତେ ସରକାର ଆବାସ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ପାରୁନାହିଁ।

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଓଡ଼ଗାଁ,୧୬।୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକରେ ସୋମବାର ଅଭିଯୋଗ ଶୁଣାଣି ଶିବିିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଡ. ଏନ୍‌ ତିରୁମାଲା ନାଏକ, ଏସ୍‌ପି ଆଶିଷ କୁମାର ସିଂ, ଉପ ଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ବିଡିଓ ମାୟାଧର ବେହେରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ।

ଡମ୍ଫର ଧକ୍କାରେ ଯୁବକ ଗୁରୁତର

ଯାଜପୁର ରୋଡ, ୧୬।୭(ନି.ପ୍ର.) ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର ଧନେଶ୍ୱର ମାରୁତି ସୋ’ରୁମ୍‌ ନିକଟରେ ସୋମବାର ପୂର୍ବାହ୍ନରେ ଡମ୍ପର ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି।

ମୋବାଇଲରେ କଥା ହେବାରୁ ଓଲଟିଲା ସ୍କୁଲ ବସ୍‌: ୧୪ ଛାତ୍ରୀଛାତ୍ର ଆହତ

ମୋବାଇଲରେ କଥା ହେବାରୁ ଓଲଟିଲା ସ୍କୁଲ ବସ୍‌: ୧୪ ଛାତ୍ରୀଛାତ୍ର ଆହତ

ଧର୍ମଶାଳା, ୧୬।୭(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରସ୍ଥିତ ଗୁରୁକୁଳ ପବ୍ଲିକ ସ୍କୁଲର ବସ୍‌ ସୋମବାର ସକାଳ ୭ଟାରେ ସ୍କୁଲଠାରୁ ୧ କି.ମି ଦୂରରେ ଓଲଟି ପଡ଼ିବାରୁ ୧୪ ଛାତ୍ରୀଛାତ୍ର ଆହତ ହୋଇଛନ୍ତି।

ଗ୍ରାମବାସୀଙ୍କ ଉପରେ ମାଡ଼ିଗଲା ବୋଲେରୋ: ୩ ଗୁରୁତର

ଯାଜପୁର ରୋଡ,୧୬।୭ (ନି.ପ୍ର.): ଯାଜପୁର ଜିଲା କୋରେଇ ଥାନା ତଲୁରି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର ଟିମ୍‌ ଋଣ ଆଦାୟ ପାଇଁ ଆସିଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଗଣ୍ଡଗୋଳ ହୋଇଥିଲା।

ବ୍ଲକସ୍ତରୀୟ ବନମହୋତ୍ସବ

ବ୍ଲକସ୍ତରୀୟ ବନମହୋତ୍ସବ

ରାଜକନିକା, ୧୬।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ଡାଳିକେଏନ୍ଦା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବନମହୋତ୍ସବ କାର୍ଯ୍ୟକ୍ରମ ସୋମବାର ପାଳିତ ହୋଇଯାଇଛି।

ନିମ୍ନମାନର ମରାମତିରୁ ବାରମ୍ବାର ଖାଲ ସୃଷ୍ଟି

ନିମ୍ନମାନର ମରାମତିରୁ ବାରମ୍ବାର ଖାଲ ସୃଷ୍ଟି

ମାର୍ଶାଘାଇ,୧୬।୭(ଡି.ଏନ୍‌.ଏ.): ନଂ. ୫(କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂଠାରୁ ନବରକାନ ପୋଲ ମଧ୍ୟବର୍ତ୍ତୀ ସ୍ଥାନରେ ୩ ମାସ ପୂର୍ବରୁ ଏକ ଖାଲ ସୃଷ୍ଟି ହୋଇଥିଲା। ପରେ ରାଜପଥ ପ୍ରାଧିକରଣ ଦ୍ୱାରା ଏହାକୁ ମରାମତି କରାଯାଇଥିଲା।

ନୟାଗଡ଼ ସହରରେ ବାଇପାସ୍‌ ରାସ୍ତା ପ୍ରସଙ୍ଗ: ମାର୍ଚ୍ଚ ୨୦୨୦ ସୁଦ୍ଧା ହୋଇପାରେ କାର୍ଯ୍ୟକାରୀ

ନୟାଗଡ଼ ଅଫିସ,୧୬।୭- ନୟାଗଡ଼ ସହର ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ ଓ ୨୧ନଂ. ରାଜ୍ୟ ରାଜପଥ। ତେଣୁ ପ୍ରତିଦିନ ଶତାଧିକ ଯାନବାହନ ଏହି ରାସ୍ତାରେ ଚଳାଚଳ କରୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ଯାଇଥିବାରୁ ଅନେକ ସମୟରେ ଭିନ୍ନ ଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ ଓ ଧାରଣା ହୋଇଥାଏ।

ହସ୍ତୀ ସୁରକ୍ଷା ପାଇଁ ଉଦ୍ୟମ: ଆଲୋଚନାଚକ୍ରରେ ସଚେତନତା ସୃଷ୍ଟି କଲା ବନ୍ୟପ୍ରାଣୀ ବିଭାଗ

ହସ୍ତୀ ସୁରକ୍ଷା ପାଇଁ ଉଦ୍ୟମ: ଆଲୋଚନାଚକ୍ରରେ ସଚେତନତା ସୃଷ୍ଟି କଲା ବନ୍ୟପ୍ରାଣୀ ବିଭାଗ

ଗଣିଆ,୧୬।୭(ଡି.ଏନ୍‌.ଏ.)- ପ୍ରାକୃତିକ ପରିବେଶ ଧ୍ୱଂସ ଯୋଗୁ ଦିନକୁ ଦିନ କେତେକ ବନ୍ୟପ୍ରାଣୀଙ୍କ ବଂଶ ଲୋପ ପାଇବାକୁ ବସିଲାଣି। ଉପଯୁକ୍ତ ଆବାସସ୍ଥଳୀ ନଷ୍ଟ ସାଙ୍ଗକୁ ପ୍ରତିକୂଳ ପରିବେଶରେ ନିଜକୁ ଖାପ ଖୁଆଇ ନ ପାରି ଏମାନଙ୍କର ବଂଶ ବିଲୁପ୍ତ ହେବାରେ ଲାଗିଛି। ଡାଇନୋସର ପରେ ବିଶାଳକାୟ ଜୀବ ହାତୀର ଅବସ୍ଥା ସଙ୍ଗିନ ହୋଇପଡିଛି।

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଝିଅ ପ୍ରଥମ

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଝିଅ ପ୍ରଥମ

ନୟାଗଡ଼ ଅଫିସ,୧୬।୭- ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ନୟାଗଡ଼ ଏନ୍‌ଏସି ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସ୍ନେହାରାଣୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଭିକ୍ଷାକାରୀ ସାହୁ ଓ ପ୍ରମିଳା ସାହୁଙ୍କ କନ୍ୟା ହେଉଛନ୍ତି ସ୍ନେହାରାଣୀ।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଖଣ୍ଡପଡା,୧୬।୭(ସ୍ବ.ପ୍ର.)- ସମବାୟ ବିଭାଗର ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଦ୍ୱାରା ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଚାଲୁ ରହିଛି। କୃଷି ଓ କୃଷକର ଉନ୍ନତି ନିମନ୍ତେ ସରକାର ଯୋଗାଇ ଦେଉଥିବା ବିଭିନ୍ନ ସୁବିଧାସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନୟାଗଡ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଖଣ୍ଡପଡା ଶାଖା ଅଧୀନରେ ଥିବା ବେଣାଗାଡିଆ ଓ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତି ପକ୍ଷରୁ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Model This Week

ରୂପେଶ