ଉପକୂଳ ଓଡିଶା

ଜିଲାରେ ହେବ ପ୍ରଥମ ଲୋକକଳା ମହୋତ୍ସବ

ଜିଲାରେ ହେବ ପ୍ରଥମ ଲୋକକଳା ମହୋତ୍ସବ
ଜଗତ୍‌ସିଂହପୁର ଅଫିସ, ୩।୧ ଜଗତ୍‌ସିଂହପୁର ମାଟିର କଳା, ସଂସ୍କୃତି ବହୁ ପ୍ରାଚୀନ। ଲୋକକଳାଠାରୁ ଆରମ୍ଭ କରି ବିଦଗ୍ଧ କଳା ପର୍ଯ୍ୟନ୍ତ ସବୁଥିରେ ଏହି ଜିଲା ସମୃଦ୍ଧ । ଏପରି କି ଓଡ଼ିଶାର ସାଂସ୍କୃତିକ ଇତିହାସରେ ଜଗତ୍‌ସିଂହପୁରର ସ୍ଥାନ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି। ତେବେ ସମୟ ଚକ୍ରରେ ଲୋକକଳାର ଚାହିଦା କମି ଯାଉଥିବାବେଳେ ରାଜ୍ୟସରକାର ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଇଛନ୍ତି। ଜଗତ୍‌ସିଂହପୁରରେ ପ୍ରଥମ ଲୋକକଳା ମହୋତ୍ସବ କରାଯିବାକୁ ସ୍ଥିର ହୋଇଛି। ଆସନ୍ତା ୧୭ ଓ ୧୮ରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ମହୋତ୍ସବ ଅନୁଷ୍ଠିତ ହେବ। ମହୋତ୍ସବକୁ ସଫଳ କରିବା ପାଇଁ ଜିଲା ପ୍ରଶାସନ ତରଫରୁ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୁଧବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲାପାଳ ୟାମିନୀ ଷଡ଼ଙ୍ଗୀ ବୈଠକରେ ପୌରୋହିତ୍ୟ କରି ଜିଲାର ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଏହି ମହୋତ୍ସବର ମୁଳ ଉଦ୍ଦେଶ୍ୟ ବୋଲି କହିଥିଲେ। ମହୋତ୍ସବରେ ଲୋକକଳା ଯଥା ପାଲା, ଦାଶକାଠିଆ, ଫୋକ୍‌ ଡ୍ୟାନ୍ସ, କାଠି ଲଉଡି, ମ୍ୟାଜିକ୍‌, ଘଟପାଟୁଆ, ରାମଲୀଳା, ଘୋଡାନାଚ, ଖଞ୍ଜଣୀ, ଧୁଡୁକି ନାଚ, ସଂକୀର୍ତ୍ତନ ଓ ପାଇକ ଆଖଡା ଆଦି ବର୍ଗରେ ପ୍ରତିଯୋଗିତା ହେବ। ପ୍ରତିଯୋଗିତାରେ ଯେପରି ବହୁ ସଂଖ୍ୟକ ପ୍ରତିଯୋଗୀ ଭାଗନେବେ ସେ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜିଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ କହିଥିଲେ ଯେ, ପ୍ରତ୍ୟେକ ଗୋଷ୍ଠି ଉନ୍ନୟନ ଅଧିକାରୀ (ବିଡିଓ) ଓ ବ୍ଲକ କଳା ସଂସ୍କୃତି ସଂଘର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବ୍ଲକସ୍ତରରେ ବିଡିଓ ଓ କଳା ସଂସ୍କୃତି ସଂଘ ଉପସଭାପତିମାନେ କମିଟି ଗଠନ କରି ଉତ୍ତମ ପ୍ରଦର୍ଶନ କରୁଥିବା ୩ଟି ଦଳକୁ ଜିଲା ଲୋକକଳା ମହୋତ୍ସବରେ ଅଂଶଗ୍ରହଣ ପାଇଁ ପଠାଇବେ। ଜିଲାସ୍ତରରେ ଶ୍ରେଷ୍ଠ ଦଳଗୁଡିକୁ ଏପ୍ରିଲ ୧, ୨ ଓ ୩ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ବାଛିବେ। ଏହାବାଦ୍‌ ଜିଲାସ୍ତରୀୟ ଅଧିକାରୀ, ସାଂସ୍କୃତିକ ଦଳ କଳାକାର, ବୁଦ୍ଧିଜିବୀଙ୍କୁ ନେଇ ଏକ ସାଂସ୍କୃତିକ ଶୋଭାଯାତ୍ରା ଗାନ୍ଧି ଛକରୁ ବାହାରି ସଂସ୍କୃତି ଭବନ ପର୍ଯ୍ୟନ୍ତ ଯିବ । ପ୍ରତ୍ୟେକ କଳାକାରଙ୍କୁ ଯିବା ଆସିବା ଖର୍ଚ୍ଚ ପ୍ରଦାନ କରାଯିବ । ମହୋତ୍ସବରେ ଅଂଶଗ୍ରହଣ କରୁଥିବା କଳାକାରମାନେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଏସ୍‌. କେ. ଏକାଡେମୀଠାରେ ରାତ୍ରୀଯାପନ କରିବା ବ୍ୟବସ୍ଥା ହେବ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବି. ଏନ୍‌. ମିଶ୍ର, ଉପଜିଲାପାଳ ସୁଭାସ ଚନ୍ଦ୍ର ନାଥଶର୍ମା, ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପାଣି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଜିଲା ସଂସ୍କୃତି ଅଧିକାରୀ ରମାକାନ୍ତ ମିଶ୍ର ମହୋତ୍ସବ ପାଳନ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ସମସ୍ତ ବିଡିଓ, ଏସ୍‌ଇଓ, ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି, ଜିଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
All Right Reserved By

ଉପକୂଳ ଓଡିଶା

ବାର୍ଡ ଫ୍ଲୁ: ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ : ସମସ୍ତ ଫାର୍ମରୁ କୁକୁଡ଼ା ମାରିବା ପାଇଁ ନିର୍ଦ୍ଦେଶ

ବାର୍ଡ ଫ୍ଲୁ: ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ : ସମସ୍ତ ଫାର୍ମରୁ କୁକୁଡ଼ା ମାରିବା ପାଇଁ ନିର୍ଦ୍ଦେଶ

କୃଷ୍ଣପ୍ରସାଦ,୧୩ା୧୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ଗତ ୧ ସପ୍ତାହ ମଧ୍ୟରେ ଶହ ଶହ କୁକୁଡ଼ା ମରିପଡ଼ିଥିବା ଦେଖାଯାଇଛି। ‘ଧରିିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁକୁଡ଼ା ରକ୍ତ ନମୁନା ପରୀକ୍ଷା  କରିବା  ପରେ ବାର୍ଡ ଫ୍ଲୁ’ପଜିଟିଭ୍‌ ସୂଚନା ମିଳିଛି। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି। ବ୍ଲକର ମାଲୁଦ, ପଥରଗଞ୍ଜ ଓ ସାନସାହିରେ ଥିବା କୁକୁଡ଼ା ଫାର୍ମରୁ ନମୁନା ସଂଗ୍ରହ କରାଯାଇଥିଲା। 

ପିଠା ଯୋଜନା କାର୍ଯ୍ୟକାରିତା ପ୍ରସ୍ତୁତି ବୈଠକ

ପିଠା ଯୋଜନା କାର୍ଯ୍ୟକାରିତା ପ୍ରସ୍ତୁତି ବୈଠକ

ମାର୍ଶାଘାଇ, ୧୩।୧୨ (ଡି.ଏନ୍‌.ଏ.)- ମାର୍ଶାଘାଇ ବ୍ଲକ ସମ୍ମଳନୀ କକ୍ଷରେ ରାଜ୍ୟ ସରକାରଙ୍କ ପିଠା ଯୋଜନାର କାର୍ଯ୍ୟକାରିତା ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। 

ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ସଚେତନତା

ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ସଚେତନତା

ମହାକାଳପଡ଼ା, ୧୩।୧୨ (ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ମହାକାଳପଡ଼ା ପଞ୍ଚାୟତସ୍ଥିତ ଜଅଁରା ଗ୍ରାମସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ପଥପ୍ରାନ୍ତ ନାଟକ କଳାଯାଥା ଗୁରୁବାର ଅନୁଷ୍ଠିତ ହୋଇଥିଲା। 

ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଯାଜପୁର ଅଫିସ, ୧୩।୧୨: ଯାଜପୁର ଜିଲା ୨୦ ନମ୍ବର ଜାତୀୟ ରାଜପଥର ଜହ୍ନାଛକ ନିକଟରେ ଗୁରବାର ଅପରାହ୍ନ ୧ଟା ସମୟରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। 

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୩।୧୨(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ଥାନା ଅଧୀନ ବୁହାଳ ଗ୍ରାମରେ ବୁଧବାର ଛେଳି ଚୋରି କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରିଥିଲେ। ପରେ ତାଙ୍କୁ ଏକ ଆମ୍ବ ଗଛରେ ବାନ୍ଧି ମାଡ଼ ମାରିଥିବା ଜଣାପଡ଼ିଛି। ଯୁବକଜଣଙ୍କ ହେଲେ କେନ୍ଦ୍ରାପଡ଼ାର ମିଟୁ ଦାସ(୨୮)। ବୁଧବାର ସକାଳେ ମିଟୁଙ୍କୁ ଥାନାକୁ ହସ୍ତାନ୍ତର କରାଯାଇଛି।

ରାଜନଗରରେ ଗଡ଼ିଲା ନିଯୁକ୍ତି ରଥ

ରାଜନଗରରେ ଗଡ଼ିଲା ନିଯୁକ୍ତି ରଥ

ରାଜନଗର,୧୩।୧୨(ଡି.ଏନ୍‌.ଏ.): ରାଜନଗର ବ୍ଲକରେ ଆସନ୍ତା ୧୫ ତାରିଖ ଶନିବାର ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏଥିରେ ଅଞ୍ଚଳର ବେକାରୀ ଯୁବତୀଯୁବକ ଅଂଶଗ୍ରହଣ କରି ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନୀରେ ଯୋଗଦେଇପାରିବେ।

ଟ୍ରାନ୍ସଫର୍ମର ଫାଟି ୩ ଗୁରୁତର

ଟ୍ରାନ୍ସଫର୍ମର ଫାଟି ୩ ଗୁରୁତର

ଯାଜପୁର ଅଫିସ, ୧୩।୧୨: ଯାଜପୁର ରୋଡ ଦଳାଛକସ୍ଥିତ ଏକ ୩୩ କେଭି ଟ୍ରାନ୍ସଫର୍ମର ଗୁରୁବାର ପୂର୍ବାହ୍ନ ୯ଟାରେ ଫାଟିଯିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ

ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ

ବୋଲଗଡ଼,୧୩ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥ ଦେଉଳିଠାରେ ବୁଧବାର ୧୦୫ ବରିଷ୍ଠ ନାଗରିକଙ୍କୁ କ୍ଲବ ରେଡ୍‌ରୋଜ୍‌ ସୌଜନ୍ୟରୁ କମ୍ବଳ ବଣ୍ଟନ କରାଯାଇଛି।

ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ଦାବି

ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ଦାବି

ବୋଲଗଡ଼,୧୩ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଅସରଳା ଦଳ ପଞ୍ଚାୟତସ୍ଥ ପୁଆଣିଆ ଗ୍ରାମର ଦାସସାହିକୁ ପ୍ରବେଶ କରିଥିବା ରାସ୍ତାଟି ଶୋଚନୀୟ ହୋଇପଡିଛି । ସାହି ମୁଣ୍ଡରେ ଥିବା ଡ୍ରେନ ଉପରେ ସମ୍ପୂର୍ଣ୍ଣ ଢାଙ୍କୁଣି ବ୍ୟବସ୍ଥା ନାହଁି। 

ଛାତ୍ରୀମାନଙ୍କ ଆମତ୍ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଛାତ୍ରୀମାନଙ୍କ ଆମତ୍ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ରଣପୁର,୧୩ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ମୟୁରଝାଲିଆ ପଞ୍ଚାୟତସ୍ଥ ଅର୍ଜ୍ଜୁନ ରାଉତ ସ୍ମାରକୀ ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ପାଇଁ ଆମତ୍ସୁରକ୍ଷା ତାଲିମ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି।

୧୪ରୁ ଧନୁପୂଜା ମହୋତ୍ସବ,ଲାଖବିନ୍ଧା ପ୍ରତିଯୋଗିତା

୧୪ରୁ ଧନୁପୂଜା ମହୋତ୍ସବ,ଲାଖବିନ୍ଧା ପ୍ରତିଯୋଗିତା

ଖଣ୍ଡପଡ଼ା,୧୩ା୧୨(ସ୍ବ.ପ୍ର.)-ଶ୍ରୀନୀଳମାଧବ ଜୀଉଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁଙ୍କ ଗଡ଼ ଭାବେ ଭାପୁର ବ୍ଲକ୍‌ ଅନ୍ତର୍ଗତ କାଳିଆପଲ୍ଲୀ ଗ୍ରାମ ପରିଚିତ। ଧାନଚେଙ୍ଗଡ଼ା ପଞ୍ଚାୟତସ୍ଥ ଏହି ଗ୍ରାମରେ ପ୍ରତିବର୍ଷ ଧନୁ ସଂକ୍ରାନ୍ତିରେ ଧନୁପୂଜା ମହୋତ୍ସବ ପାଳନ କରାଯାଉଛି। 

ମରି ପଡ଼ୁଛନ୍ତି କାଉ, କୁକୁଡା : ରକ୍ତ ନମୁନା ସଂଗ୍ରହ

ମରି ପଡ଼ୁଛନ୍ତି କାଉ, କୁକୁଡା : ରକ୍ତ ନମୁନା ସଂଗ୍ରହ

କୃଷ୍ଣପ୍ରସାଦ,୧୨ା୧୨(ଡି.ଏନ.ଏ.)-କୃଷ୍ଣପ୍ରସାଦ ବ୍ଲକ୍‌ରେ ବର୍ତ୍ତମାନ ଶହ ଶହ କାଉ ଓ କୁକୁଡ଼ାଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ଏକ ସପ୍ତାହ ଧରି ଏଠାରେ କୁକୁଡାଗୁଡ଼ିକ ମରି ପଡ଼ୁଥିବା ଯୋଗୁ ବ୍ୟବସାୟୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।