Dharitri News
ଖେଳ |

ହକି କୋର ଗ୍ରୁପ୍‌ରେ ୪ ଓଡ଼ିଆ

ହକି କୋର ଗ୍ରୁପ୍‌ରେ ୪ ଓଡ଼ିଆ ୨୦୧୮ ସେସନ ପାଇଁ ହକି ଇଣ୍ଡିଆ ଏକ ୩୩ ଜଣିଆ ଦଳ ତଥା କୋର ଗ୍ରୁପ୍‌ ଘୋଷଣା କରିଛି। ଏଥିରେ ୪ଜଣ ଓଡ଼ିଆ ଡିଫେଣ୍ଡରଙ୍କୁ ସାମିଲ କରାଯାଇଛି। ୨୦୧୬ରେ ଅନୁଷ୍ଠିତ ୧୮ ବର୍ଷରୁ କମ୍‌ ଏସିଆ କପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ସୁନ୍ଦରଗଡ଼ର ଯୁବ ଡିଫେଣ୍ଡର ନୀଲମ ସଞ୍ଜୀପ ଖେସ୍‌ଙ୍କୁ ଏହି ସିନିୟର କୋର ଗ୍ରୁପ୍‌ରେ ନିଆ ଯାଇଛି। ନୀଲମଙ୍କ ସମେତ ଅନ୍ୟ ୩ଜଣ ଓଡ଼ିଆ ଡିଫେଣ୍ଡରଙ୍କୁ ମଧ୍ୟ ଦଳରେ ନିଆଯାଇଛି। ସେମାନେ ହେଲ ଅମିତ ରୋହିଦାସ, ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା ଓ ଦୀପସାନ ତିର୍କୀ। ଆଘାତ ସମସ୍ୟାରୁ ମୁକୁଳିଥିତ୍ବା ଅଭିଜ୍ଞ ଗୋଲ କିପର ପି.ଆର. ଶ୍ରୀଜେସ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଣ୍ଠୁରେ ଇଞ୍ଜୁରି କାରଣରୁ ଶ୍ରୀଜେସ ଦୀର୍ଘ ୮ ମାସ ହକିରୁ ଦୂରେଇ ରହିଥିଲେ। ଗତବର୍ଷ ଆଜଲାନ ସାହ ହକି ଟୁର୍ନାମେଣ୍ଟ ଖେଳିବା ଅବସରରେ ସେ ଆହତ ହୋଇଥିଲେ। ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ବର୍ଷର ଜାତୀୟ ପ୍ରଶିକ୍ଷଣ ଶିବିରରେ କୋର ଗ୍ରୁପ୍‌ରେ ସ୍ଥାନ ପାଇଥିବା ଖେଳାଳିମାନେ ଯୋଗଦେବେ। ଭୁବନେଶ୍ୱରରେ ଅନୁଷ୍ଠିତ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟମାନେ ମଧ୍ୟ ୧୦ ଦିନଧରି ଚାଲିବାକୁ ଥିବା ଏହି ଶିବିରରେ ଯୋଗ ଦେବେ। ୨୦୧୮ର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ପାଇଁ ପ୍ରସ୍ତୁତି ଲାଗି ଏହି ଶିବିରର ଆୟୋଜନ କରାଯାଇଛି। ଲକ୍ଷ୍ନୌରେ ଅନୁଷ୍ଠିତ ୨୦୧୬ ଜୁନିୟର ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଗୋଲ କିପର କ୍ରିଷ୍ଣନ ବି ପାଠକ ଏହି ଦଳରେ ସ୍ଥାନ ପାଇଛନ୍ତି। ସେହିପରି ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲ ଓ ଏସିଆ କପ୍‌ରେ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆକାଶ ଅନିଲ ଚିକ୍‌ଟେ ଓ ସୁରଜ କରକେରାଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ମିଡଫିଲ୍ଡର୍ସ ଲାଇନ ଅପ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଯୁବ ଫରଓ୍ବାର୍ଡ ସୁମିତ କୁମାରଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହି କୋର ଗ୍ରୁପ୍‌ରେ ଯୁବ ଖେଳାଳିଙ୍କ ସମେତ ଅଭିଜ୍ଞ ଖେଳାଳିମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ଚଳିତ ବର୍ଷ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ଏପ୍ରିଲରେ ଗୋଲ୍ଡ କଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ହେବ। ସେହିପରି ଜୁଲାଇରେ ନେଦରଲାଣ୍ଡରେ ଚାମ୍ପିୟନ୍ସ ଟ୍ରଫି, ଅଗଷ୍ଟରେ ଜାକର୍ତ୍ତାରେ ଏସିଆନ ଗେମ୍ସ, ଅକ୍ଟୋବରରେ ଏସିଆନ ଚାମ୍ପିୟନ୍ସ ଟ୍ରଫି ଓ ଶେଷରେ ନଭେମ୍ବର ମାସରେ ଭୁବନେଶ୍ୱରରେ ହକି ବିଶ୍ୱକପ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଭାରତୀୟ ଦଳ ପ୍ରଥମେ ଟଉରଙ୍ଗା ଓ ହାମିଲଟନରେ ଖେଳାଯିବାକୁ ଥିବା ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରୁ ଅଭିଯାନ ଆରମ୍ଭ କରିବ। ଏଥିରେ ଭାରତ ସମେତ ଆୟୋଜକ ନ୍ୟୁଜିଲାଣ୍ଡ, ବେଲଜିୟମ ଓ ଜାପାନ ଭାଗନେବେ। ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଏହି ଛୋଟିଆ ପ୍ରଶିକ୍ଷଣ ଶିବିରରେ ଖେଳାଳିମାନଙ୍କ ସହ ପ୍ରାଥମିକ ଭାବେ ଆଲୋଚନା କରାଯିବ ବୋଲି ମୁଖ୍ୟ କୋଚ୍‌ ଜୋଏର୍ଡ ମାରିଜନେ କହିଛନ୍ତି। ନ୍ୟୁଜିଲାଣ୍ଡରେ ଆମେ ୮ଟି ମ୍ୟାଚ ଖେଳିବୁ। ତେଣୁ ସତର୍କତାର ସହ ପ୍ରଶିକ୍ଷଣ ଓ ଖେଳାଳିମାନଙ୍କ ସାମର୍ଥ୍ୟ ଓ ଦୁର୍ବଳତା ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯିବ ବୋଲି ୪୩ ବର୍ଷୀୟ ମାରିଜନେ କହିଛନ୍ତି।

ଖେଳ |

ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ହାମିଲଟନ୍‌, ୧୬।୧(ଏଏଫ୍‌ପି)- କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ ମ୍ୟାଚ୍‌ରେ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି।

୮ ବର୍ଷ ପରେ କାର୍ତ୍ତିକଙ୍କୁ ଟେଷ୍ଟ ସୁଯୋଗ

୮ ବର୍ଷ ପରେ କାର୍ତ୍ତିକଙ୍କୁ ଟେଷ୍ଟ ସୁଯୋଗ

ସେଞ୍ଚୁରିୟନ, ୧୬।୧(ପି.ଟି.)- ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଟେଷ୍ଟ ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଅନ୍ତିମ ତଥା ୩ୟ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ମାଂସପେଶୀଜନିତ ସମସ୍ୟା ଲାଗି ଶାହାଙ୍କୁ ବାଦ୍‌ ଦିଆଯାଇଛି। ଶାହାଙ୍କ ବଦଳ ଖେଳାଳିଭାବେ ଅନ୍ୟତମ ଉଇକେଟ୍‌କିପର ଦୀନେଶ କାର୍ତ୍ତିକଙ୍କୁ ଦଳରେ ଯୋଗ ଦେବା ଲାଗି ଡାକରା ମିଳିଛି।

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

ମାଉଣ୍ଟ ମାଉନଗାନୁଇ, ୧୬।୧(ପି.ଟି.)- ତିନିଥର ଚାମ୍ପିୟନ ଭାରତ ଚଳିତ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ମେଲବୋର୍ନ,୧୬ ା୧(ଏ.ଏଫ.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ ଟେନିସ ଟୁର୍ନାମେଣ୍ଟ ସୋମବାରଠାରୁ ଆରମ୍ଭ ହୋଇଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି।

ଆଇସିସି ବିଶ୍ୱକପ୍‌:  କ୍ୱାଲିଫାୟର ଖେଳିବ ଓ୍ବେଷ୍ଟଇଣ୍ଡିଜ

ଆଇସିସି ବିଶ୍ୱକପ୍‌: କ୍ୱାଲିଫାୟର ଖେଳିବ ଓ୍ବେଷ୍ଟଇଣ୍ଡିଜ

ଦୁବାଇ, ୧୫ା୧ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) କ୍ରିକେଟ ବିଶ୍ୱକପ୍‌ ୨୦୧୯ ପାଇଁ ଦୁଇଥର ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଅନ୍ୟ ୯ଟି ଦଳ ସହିତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବ।

ଓଡ଼ିଶାର ଶ୍ରୀକାନ୍ତ, ସତ୍ୟବ୍ରତଙ୍କୁ ସଫଳତା

ଓଡ଼ିଶାର ଶ୍ରୀକାନ୍ତ, ସତ୍ୟବ୍ରତଙ୍କୁ ସଫଳତା

ଭୁବନେଶ୍ୱର, ୧୫।୧(ସ୍ପୋଟର୍‌ସ ବ୍ୟୁରୋ)- ବମ୍ବେର ପ୍ରଦର୍ଶନୀ ସେଣ୍ଟରଠାରେ ଅନୁଷ୍ଠିତ ହୋଇଥିବା ଭାରତର ସର୍ବବୃହତ ଫିଟ୍‌ନେସ ଏକ୍ସପୋ ଏବଂ ସାମରିକ କଳା ପ୍ରତିଯୋଗିତାର ମିକ୍ସଡ୍‌ ମାର୍ଶାଲ ଆର୍ଟ ଓ ସବ୍‌ମିଶନ ଗ୍ରାପଲିଂରେ ଓଡ଼ିଶା ବୃହତ ସଫଳତା ହାସଲ କରି

ସିନିୟର ମହିଳା ଟି୨୦: ଓଡ଼ିଶାର ହ୍ୟାଟ୍ରିକ ବିଜୟ

କଟକ ଅଫିସ,୧୫ା୧- ମାଡ୍ରାସଠାରେ ଚାଲିଥିବା ସିନିୟର ମହିଳା ଟି-୨୦ ଲିଗ୍‌ରେ ଓଡ଼ିଶା ଲଗାତାର ୩ୟ ତଥା ହ୍ୟାଟ୍ରିକ ବିଜୟ ସଫଳତା ହାସଲ କରିଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ପଞ୍ଜାବ ଏବଂ ଜମ୍ମୁ ଓ କଶ୍ମିରୀକୁ ପରାସ୍ତ କରିବା ପରେ ଓଡ଼ିଶା ସୋମବାର ଏକ ମ୍ୟାଚ୍‌ରେ ତ୍ରିପୁରାକୁ ୮ ଉଇକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି।

ଅଷ୍ଟ୍ରେଲିଆନ୍‌ ଓପନ୍‌ ଆରମ୍ଭରୁ ବିପର୍ଯ୍ୟୟ

ଅଷ୍ଟ୍ରେଲିଆନ୍‌ ଓପନ୍‌ ଆରମ୍ଭରୁ ବିପର୍ଯ୍ୟୟ

ମେଲବୋର୍ନ, ୧୫।୧(ଏପି)- ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଅଷ୍ଟ୍ରେଲିଆନ୍‌ ଓପନ୍‌ ସୋମବାର ଆରମ୍ଭ ହୋଇଯାଇଛି। ଟୁର୍ନାମେଣ୍ଟ ଆରମ୍ଭରୁ ହିଁ ବୃହତ୍‌ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ମହିଳା ସିଙ୍ଗଲ୍ସ ବର୍ଗର ପ୍ରଥମ ରାଉଣ୍ଡରେ ପୂର୍ବତନ ଚାମ୍ପିୟନ୍‌ ତଥା ଗତ ସଂସ୍କରଣର ଉପବିଜେତା ଭେନସ୍‌ ଓ୍ବିଲିୟମ୍ସ ପରାଜୟ ସହ ବିଦାୟ ନେଇଛନ୍ତି

ଟାଟା ଷ୍ଟିଲ୍‌ ଚେସ୍‌: ପଏଣ୍ଟ ବାଣ୍ଟିଲେ ଆନନ୍ଦ

ଟାଟା ଷ୍ଟିଲ୍‌ ଚେସ୍‌: ପଏଣ୍ଟ ବାଣ୍ଟିଲେ ଆନନ୍ଦ

ନୂଆଦିଲ୍ଲୀ, ୧୫।୧(ପି.ଟି.)- ପାଞ୍ଚଥର ବିଶ୍ୱ ଚାମ୍ପିୟନ୍‌ ଭାରତୀୟ ଚେସ୍‌ ଖେଳାଳି ବିଶ୍ୱନାଥନ ଆନନ୍ଦ ନେଦରଲାଣ୍ଡର ଓ୍ବିଜ ଆନ ଜୀଠାରେ ଖେଳାଯାଉଥିବା ୮୦ତମ ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟରେ ୨ୟ ରାଉଣ୍ଡ ମୁକାବିଲାରେ ପଏଣ୍ଟ ଭାଗ କରିଛନ୍ତି। ଅନ୍ୟ ଭାରତୀୟ ଖେଳାଳି ବି. ଅଧିବାନ ଟପ୍‌ ସିଡ୍‌ ମାଗ୍‌ନସ କାର୍ଲସେନଙ୍କଠାରୁ ପରାଜିତ ହୋଇଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ପୁଣି ପ୍ରଥମ ରାଉଣ୍ଡରୁ ଭାମ୍ବ୍ରି ବିଦା

ଅଷ୍ଟ୍ରେଲିଆନ୍‌ ଓପନ୍‌: ପୁଣି ପ୍ରଥମ ରାଉଣ୍ଡରୁ ଭାମ୍ବ୍ରି ବିଦା

ମେଲବୋର୍ନ, ୧୫।୧(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଖେଳାଳି ୟୁକି ଭାମ୍ବ୍ରି ପୁଣି ଥରେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପ୍ରଥମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ସୋମବାରଠାରୁ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟରେ ସେ ସାଇପ୍ରସର ମାର୍କୋସ ବାଗଦାତିସଙ୍କଠାରୁ ସେଟ୍‌ରେ ପରାଜିତ ହୋଇଛନ୍ତି।

ଜାସନ ରୟଙ୍କ ରେକର୍ଡ ଶତକ

ଜାସନ ରୟଙ୍କ ରେକର୍ଡ ଶତକ

ମେଲବୋର୍ନ, ୧୪ା୧ (ଏଏଫପି)- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମସିଜି)ରେ ରବିବାର ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୫ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏଥିସହିତ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି।

ସବ୍‌ଜୁନିୟର ଜାତୀୟ ପୁରୁଷ ହକି: ସୁନୀତ୍‌ ଓଡ଼ିଶା ଅଧିନାୟକ

ସବ୍‌ଜୁନିୟର ଜାତୀୟ ପୁରୁଷ ହକି: ସୁନୀତ୍‌ ଓଡ଼ିଶା ଅଧିନାୟକ

ଭୁବନେଶ୍ୱର,୧୪ା୧(ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତର ପ୍ରଦେଶର ଇଟାଓ୍ବାସ୍ଥିତ ସଇଫାଇଠାରେ ଆସନ୍ତା ୧୭ରୁ ୨୮ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଅଷ୍ଟମ ହକି ଇଣ୍ଡିଆ ସବ୍‌ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନଶିପ୍‌ ଡିଭିଜନ ଏ’ ପାଇଁ ଏକ ୧୭ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ସୁନୀତ ଲାକ୍ରାଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି।