ଉପକୂଳ ଓଡିଶା

ଏମ୍‌ଡିଏମ୍‌ ରୋଷେଇ ଘର ନିର୍ମାଣରେ ଅନିୟମିତତା

ଯାଜପୁର ଅଫିସ,୩।୧

ସୁରକ୍ଷିତ ଭାବେ ମଧ୍ୟାହ୍ନ ଭୋଜନ(ଏମ୍‌ଡିଏମ୍‌) ରାନ୍ଧିବା ସକାଶେ ନୂତନ ରୋଷେଇ ଘର ନିର୍ମାଣ ପାଇଁ ଆବଣ୍ଟିତ ଅର୍ଥରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି । ୨୦୧୩-୧୪ ଓ ୨୦୧୪-୧୫ ଆର୍ଥିକ ବର୍ଷରେ ଏଥିପାଇଁ ଜିଲାକୁ ୩ କୋଟି ୨୬ ଲକ୍ଷ ୪୦ ହଜାର ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା । ତେବେ ସେଥିରୁ ମାତ୍ର ୨ କୋଟି ୧୧ ଲକ୍ଷ ୩୭ ହଜାର ଟଙ୍କାର ବିନିଯୋଗ ପତ୍ର(ୟୁସି) ଦାଖଲ ହୋଇଛି । ବାକି ୧ କୋଟି ୧୫ ଲକ୍ଷ ୩ ହଜାର ଟଙ୍କାର ୟୁସି ଦାଖଲ ହୋଇ ପାରି ନ ଥିବାରୁ ମଞ୍ଜୁର ଅର୍ଥକୁ ଚଞ୍ଚକତା କରାଯାଇଥିବା ସନ୍ଦେହ କରାଯାଉଛି। ଏହାବାଦ କେତେକ ପୁରୁଣା ସ୍କୁଲ ଗୃହର କୋଠରି ସହିତ ରୋଷେଇ ଗୃହ ବ୍ୟବସ୍ଥିତ କରାଯାଇଥିବାରୁ ବାକି ୟୁସି ଦାଖଲ କରିବାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଡୁଆ ହେଉଥିବା କୁହାଯାଉଛି। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷ ବାରମ୍ବାର ନୋଟିସ ଦେଉଥିଲେ ହେଁ ଜିଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ, ଯଦ୍ଦ୍ବାରା ଜିଲାର ସମସ୍ତ ପ୍ରାଥମିକ ସ୍କୁଲରେ ରୋଷେଇ ଘର ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଅନ୍ୟପକ୍ଷରେ ଗତ ଖରା ମାସର ମଧ୍ୟାହ୍ନ ଭୋଜନ ଚାଉଳ କୁଆଡ଼େ ଗଲା ତାହା ଏବେ ସୁଦ୍ଧା ରହସ୍ୟ ଘେରରେ ରହିଛି । ଏସବୁର ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ଚିତ୍ର ଲୋକଲୋଚନକୁ ଆସି ପାରିବ ବୋଲି ଦାବି ହେଉଛି ।
ସରକାର ପ୍ରାଥମିକ ଶିକ୍ଷାକୁ ଶିକ୍ଷା ଅଧିକାର ଆଇନରେ ଅନ୍ତର୍ଭୁକ୍ତ କରି ସାର୍ବଜନୀନ କରିବା କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନ ଭୋଜନ(ଏମ୍‌ଡିଏମ୍‌), ରୋଷେଇ ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ ଯୋଜନା ପ୍ରଣୟନ ହୋଇଛି। ମାତ୍ର ଶିଳ୍ପ ସମୃଦ୍ଧ ଯାଜପୁର ଜିଲାକୁ ଆସୁଥିବା ଅନୁଦାନ ଅର୍ଥ ସମେତ ଆବଣ୍ଟିତ ମଧ୍ୟାହ୍ନ ଭୋଜନ ଚାଉଳକୁ ଭୂତ ଖାଉଛି ବୋଲି ଚର୍ଚ୍ଚା ଜୋର ଧରିଛି। ଖରା ଛୁଟିରେ ସ୍କୁଲ ପିଲାଙ୍କ ପାଇଁ ଆବଣ୍ଟିତ ଚାଉଳର ହିସାବ ଠିକ ଭାବେ ମିଳି ପାରୁନାହିଁ। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଅଧିକାରୀ ଓ ସମ୍ପୃକ୍ତ ପରିବହନ ଠିକାଦାର ଖରା ମାସର ଚାଉଳକୁ ପରବର୍ତ୍ତୀ ମାସରେ ବ୍ୟବସ୍ଥିତ କରାଯାଉଛି ବୋଲି କହୁଥିବାବେଳେ ସମସ୍ତ ମାସରେ ଆବଶ୍ୟକ ଚାଉଳ ଆବଣ୍ଟିତ ହେଉଛି। ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ପତ୍ର ସଂଖ୍ୟା ୫୯୯୭/୧୧।୪।୨୦୧୭ରେ ଏପ୍ରିଲ, ମେ ଓ ଜୁନ ମାସ ପାଇଁ ପ୍ରାଥମିକ ସ୍କୁଲର ୧,୩୩,୧୦୨ ଛାତ୍ରୀଛାତ୍ରଙ୍କ ପାଇଁ ୪୯୨.୪୮ ମେଟ୍ରିକଟନ ଓ ଉଚ୍ଚ ପ୍ରାଥମିକ ସ୍କୁଲର ୬୯,୪୭୯ ଛାତ୍ରୀଛାତ୍ରଙ୍କ ପାଇଁ ୩୮୫.୬ ମେଟ୍ରିକ ଟନ ଚାଉଳ ଆବଣ୍ଟିତ ହୋଇଥିଲା। ଏହା ଜିଲାର ଧାନମଣ୍ଡଳ ଓଏସଡବ୍ଲ୍ୟୁସି ଓ ପାଣିକୋଇଲି ପିଇଜି ଗୋଦାମରେ ରଖାଯାଇଥିଲା। ସେଠାରୁ ଆବଶ୍ୟକ ଅନୁସାରେ ଜିଲା ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ଚାଉଳ ଉଠାଇବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ଏପ୍ରିଲ ୨୬ରୁ ଜୁନ ୨୦ ପର୍ଯ୍ୟନ୍ତ ଜିଲାର ସବୁ ସ୍କୁଲ ବନ୍ଦ ରହିଥିଲା। ଏପ୍ରିଲ ମାସର ୨୦ ଦିନ ଏବଂ ଜୁନ ମାସର ୧୦ଦିନ କରି ମାସେ ସ୍କୁଲ ଚାଲିଥିଲା । ବାକି ୨ ମାସର ଚାଉଳ କୁଆଡେ ଗଲା ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ପରବର୍ତ୍ତୀ ତିନି ମାସ ପାଇଁ ବଳକା ଚାଉଳକୁ ବ୍ୟବସ୍ଥିତ କରାଯିବ ବୋଲି ଆଶା କରାଯାଉଥିଲା। ହେଲେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ପାଇଁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ପତ୍ରସଂଖ୍ୟା ୧୧୧୪୬/୪।୭।୨୦୧୭ରେ ପୁଣି ସମାନ ପରିମାଣର ଚାଉଳ ଆବଣ୍ଟିତ ହୋଇଛି । ପ୍ରାୟ ୫୫ ଛୁଟି ଦିବସ ଚାଉଳ କୁଆଡ଼େ ଗଲା ବୋଲି ଚର୍ଚ୍ଚା ଜୋର ଧରିଥିଲା। ପ୍ରତିବର୍ଷ ଜିଲାରେ ଚାଉଳ ସଂଗ୍ରହ ନୈରାଶ୍ୟଜନକ ହେଉଛି। ଦାୟିତ୍ୱରେ ଥିବା ମିଲର୍ସମାନେ ମଧ୍ୟାହ୍ନ ଭୋଜନ ଓ ଅଙ୍ଗନଓ୍ବାଡି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳକୁ ଅପେକ୍ଷା କରି ବସିଥାନ୍ତି। ଏଥିରେ କେତେକ ପରିବହନ ଠିକାଦାର, ରିଟେଲର ଓ ଯୋଗାଣ ବିଭାଗର କେତେକ ଦୁର୍ନୀତିଖୋର ଅଧିକାରୀ ସମ୍ପୃକ୍ତ ରହୁଛନ୍ତି। ଭଦ୍ରକ ଜିଲାରୁ ଆସିଥିବା ଯୋଗାଣ ବିଭାଗର ପାଣିକୋଇଲି ଗୋଦାମରେ ମହଜୁଦ ଚାଉଳକୁ ବାହାରେ ବିକ୍ରି କରାଯାଇ ସେହି ପରିମାଣର ବ୍ୟବହାର ଅନୁପଯୋଗୀ ବିଆରଏଲ (ବିଲୋ ରିଜେକ୍ସନ ଲିମିଟେଡ)ଚାଉଳ ରଖାଯାଇଥିଲା । ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ନିରଞ୍ଜନ ନାୟକ ତାଙ୍କ ପତ୍ରସଂଖ୍ୟା ୧୮୦୮୫/୩୦।୧୦।୨୦୧୭ରେ ଯାଜପୁର ଯୋଗାଣ ଅଧିକାରୀଙ୍କୁ ଏହି ଅନିୟମିତତାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେହି ଚାଉଳ ରହସ୍ୟ ହୋଇ ରହିଯାଇଛି । ସେହିପରି ଜିଲାର ରୋଷେଇ ଘର ନିର୍ମାଣରେ ଅନିୟମିତତା ହେବା ସହିତ ଗତ ୩ ବର୍ଷ ହେଲା ୟୁସି ପ୍ରଦାନ ହେଉ ନ ଥିବାରୁ ଏହା ରହସ୍ୟଜନକ ମନେହେଉଛି । ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ହୋତା କୁହନ୍ତି, ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଛି । ଏଥିରେ କୌଣସି ଅନିୟମିତତା ହୋଇନାହିଁ । ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ କୁହନ୍ତି, ଖରା ମାସର ଚାଉଳକୁ ବ୍ୟବସ୍ଥିତ କରାଯାଇ ପରବର୍ତ୍ତୀ ମାସରେ ଦିଆଯାଇଛି । ରୋଷେଇ ଘର ନିର୍ମାଣର ୟୁସି ତୁରନ୍ତ ପ୍ରଦାନ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

All Right Reserved By

ଉପକୂଳ ଓଡିଶା

ବରୀରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ପାଚେରି ଭୁଷୁଡ଼ି ଛାତ୍ରୀ ଗୁରୁତର

ବରୀ,୧୯ା୭(ସ୍ବ.ପ୍ର.)- ବରୀ ଶିକ୍ଷା ମଣ୍ଡଳରେ ଶିକ୍ଷା ବ୍ୟବସ୍ଥା ବପର୍ଯ୍ୟସ୍ତ ହୋଇପଡିଛି। ବିଷୁନାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରି ଭୁଷୁଡି ପଡିବାରୁ ଗୁରୁବାର ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ରୀ ହେଲେ ଲିଜାରାଣୀ ନାୟକ।

କୃଷି କାର୍ଯ୍ୟାଳୟରେ ତାଲା, ନିରାଶ ହୋଇ ଫେରୁଛନ୍ତି ଚାଷୀ

ନାଉଗାଁ,୧୯ା୭(ସ୍ବ.ପ୍ର.): ଚାଷୀଙ୍କୁ ଚାଷ ସମ୍ବନ୍ଧୀୟ ବିଭିନ୍ନ ସୁବିଧା ପ୍ରଦାନ କରିବା ସହ ପରାମର୍ଶ ଦେବା ନିମନ୍ତେ ନାଉଗଁା ବ୍ଲକ ଦାଣ୍ଡୁଆ ପଡିଆଠାରେ ଖୋଲାଯାଇଛି ବ୍ଲକ କୃଷି କାର୍ଯ୍ୟାଳୟ।

କେନାଲରେ ଦଳ ଭର୍ତ୍ତି, ପାଣି ଆସୁନି

ତିର୍ତ୍ତୋଲ,୧୯ା୭(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ମଣିଜଙ୍ଗାସ୍ଥିତ ଜଳ ସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନରେ ଥିବା କୌଣସି କେନାଲ ଚଳିତବର୍ଷ ଏ ପର୍ଯ୍ୟନ୍ତ ସଫେଇ କରାଯାଇନାହିଁ।

ବରୀ ଅଞ୍ଚଳରେ ଅପମିଶ୍ରିତ ଖାଦ୍ୟଯୋଗାଣ : ନିରବଦ୍ରଷ୍ଟା ସାଜିଛି ସ୍ବାସ୍ଥ୍ୟ, ଯୋଗାଣ ବିଭାଗ

ରନତ୍ଗିରି,୧୯ା୭(ଡ଼ି.ଏନ୍‌.ଏ)- ବରୀ ଅଞ୍ଚଳରେ ଅପମିଶ୍ରିତ ଖାଦ୍ୟ ଯୋଗାଣ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି ା ନିମ୍ନମାନର ଖାଦ୍ୟ ସାମଗ୍ରୀ ଉପରେ ବିଭିନ୍ନ ନାମୀଦାମୀ କମ୍ପାନୀର ନାମ ଉଲ୍ଲେଖ କରି ବିକ୍ରି କରାଯାଉଛି।

ଭାପୁର ବ୍ଲକରେ ବ୍ୟାପିବାରେ ଲାଗିଛି ହାଡ଼ଫୁଟି , ମିଳିମିଳା

ଭାପୁର,୧୯ା୭(ଡି.ଏନ୍‌.ଏ.)-ନୟାଗଡ ଜିଲା ଭାପୁର ବ୍ଲକରେ ଏବେ ମିିଳିମିଳା ଓ ହାଡ଼ଫୁଟି ରୋଗ ବ୍ୟାପିବାରେ ଲାଗିଛି।

୪୫,୧୮୫ ଭୋଟରଙ୍କ ଦୁଇରୁ ଅଧିକ ସ୍ଥାନରେ ନାମ ଦରଜ

କେନ୍ଦ୍ରାପଡା ଅଫିସ,୧୯।୭-କେନ୍ଦ୍ରାପଡା ଜିଲାର ଅଦ୍ୟାବଧି ଭୋଟର ସଂଖ୍ୟା ୧୧,୬୯,୩୯୮ ।ତେବେ ଏଥିମଧ୍ୟରୁ ୪୫,୧୮୫ ଜଣ ଦୁଇରୁ ଅଧିକ ସ୍ଥାନରେ ନାମ ଦରଜ କରିଥିବା ଜିଲା ନିର୍ବାଚନ ବିଭାଗ ତଥ୍ୟରୁ ସୂଚନା ମିଳିଛି।

ବୃକ୍ଷରୋପଣ କାର୍ଯ୍ୟକ୍ରମ

ଯାଜପୁରରୋଡ,୧୯।୭(ନି.ପ୍ର.)-ନବଉତ୍କଳ ମହିଳା ସମିତି ପକ୍ଷରୁ ଗୁରୁବାର କୋରେଇ ମେଡିକାଲ, କୋରେଇର କାହ୍ନୁଚରଣ ମହାବିଦ୍ୟାଳୟ ପରିସର ଓ ଧନେଶ୍ୱର ପଞ୍ଚାୟତ ଅଫିସ ସମ୍ମୁଖରେ ବୃକ୍ଷରୋପଣ କରାଯାଇଛି ।

କୁମ୍ଭାର ସାହି ବସ୍ତିରେ କୃତ୍ରିମ ବନ୍ୟା

କୁମ୍ଭାର ସାହି ବସ୍ତିରେ କୃତ୍ରିମ ବନ୍ୟା

ମାର୍ଶାଘାଇ,୧୯।୭(ଡିଏନଏ)-ଗୁରୁବାର ଅପରାହ୍ନ ଗୋଟାଏ ସମୟରେ ମାର୍ଶାଘାଇ ଅଞ୍ଚଳରେ ଅସରାଏ ବର୍ଷା ହୋଇଯାଇଛି ।

ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଶ୍ରୀଚନ୍ଦନଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା ଅଫିସ, ୧୯ା୭: କେନ୍ଦ୍ରାପଡା ଜିଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ଶ୍ରୀଚନ୍ଦନଙ୍କ ୩୫ତମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିରେ କୋର ବ୍ୟାଙ୍କିଙ୍ଗ

କେନ୍ଦ୍ରାପଡା ଅଫିସ, ୧୯ା୭- କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ ସଦସ୍ୟଙ୍କ ପାଇଁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା କେନ୍ଦ୍ରାପଡାସ୍ଥ ମୁଖ୍ୟ କାର୍ଯ୍ୟାଳୟ ସମେତ ଯାଜପୁର, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲାର ୧୭ଟି ଶାଖାରେ କାର୍ଯ୍ୟକାରୀ ହେବ।

ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ମାମଲା: କ୍ରାଇମବ୍ରାଞ୍ଚର ଚଢ଼ାଉ ଜାରି

କେନ୍ଦ୍ରାପଡା ଅଫିସ, ୧୯ା୭: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ୍‌ ଅଲ୍ଲୀଙ୍କୁ ଗତ ଜୁନ ୩୦ ତାରିଖରେ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଲା ଓ ବାହର ଜିଲାରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବୁଧବାର ସନ୍ଧ୍ୟାରେ ଜିଲା ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆଳି ଓ ସହରର ଦିହୁରିଆ ରାସ୍ତାରେ ୪ ଚକିଆ ଯାନ ତନଖି କରାଯାଇଥିଲା।

ବାଇପାଶ ରାସ୍ତାରେ ତାଳିପକା କାମ

ମାର୍ଶାଘାଇ,୧୯।୭(ଡି.ଏନ.ଏ.)-ମାର୍ଶାଘାଇ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୫ ନଂ (କ) ଜାତୀୟ ରାଜପଥର ମାର୍ଶାଘାଇ କେନାଲ ବ୍ରିଜର ଉଭୟ ପାର୍ଶ୍ୱ ବାଇପାସ ରାସ୍ତାରେ ବହୁ ଛୋଟ ବଡ ଖାଲଖମା ସୃଷ୍ଟି ହୋଇଛି ।

Model This Week

ରୂପେଶ