ଉପକୂଳ ଓଡିଶା

କୂଅରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

କୂଅରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

କଳିଙ୍ଗନଗର,୩।୧(ଡି.ଏନ୍‌.ଏ.)
ଦାନଗଦୀ ବ୍ଲକ ବାଘୁଆପାଳ ଗ୍ରାମର ରେଳ ଧାରଣା ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ୫ବର୍ଷର ନାବାଳିକାଙ୍କ ମୃତ ଦେହ ବୁଧବାର ଉଦ୍ଧାର କରାଯାଇଛି। ମୃତା ନାବାଳିକା ଉକ୍ତ ଗ୍ରାମର ପାଣ୍ଡୁ ଚାତରଙ୍କ ଝିଅ । ସେ ମଙ୍ଗଳବାର ଅପରାହ୍ନରୁ ଖେଳିବାକୁ ଯାଇ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ବୁଧବାର ଝିଅ କୂଅରେ ପଡି ମୃତ୍ୟୁବରଣ କରିଥିବା ପାଣ୍ଡୁ ଜାଣିବାକୁ ପାଇଥିଲେ। ଏନେଇ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘରଠାରୁ ଏତେ ଦୂରରେ ଥିବା ପରିତ୍ୟକ୍ତ କୂଅରେ ଝିଅଟି କିପରି ପଡ଼ିଲା ବୋଲି ପ୍ରଶ୍ନ କରିବା ସହ ତାକୁ କେହି ମାରି ଦେଇଥିବା ସନ୍ଦେହ କରି ଏହାର ତଦନ୍ତ ଦାବି କରିଛନ୍ତି ପାଣ୍ଡୁ। ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି।

All Right Reserved By

ଉପକୂଳ ଓଡିଶା

ପାଇଖାନା ଟାଙ୍କିରେ ବୁଡ଼ି ଶିଶୁପୁତ୍ର ମୃତ

ପାଇଖାନା ଟାଙ୍କିରେ ବୁଡ଼ି ଶିଶୁପୁତ୍ର ମୃତ

ନୟାଗଡ଼ ଅଫିସ,୨୨।୭: ନୟାଗଡ଼ ଏନ୍‌ଏସି ୧୧ନଂ ଓ୍ବାର୍ଡ ଯଯାଙ୍ଗି ସାହିରେ ପାଇଖାନା ଟାଙ୍କିରେ ବୁଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସେ ହେଲେ ପ୍ରମୋଦ ପାତ୍ରଙ୍କ ପୁଅ ସାଇକ୍ରିଷ୍ଣା ପାତ୍ର(୪)।

ଜାତୀୟ ରାଜପଥ କଡ଼ରେ ୧୦୮ ବୃକ୍ଷରୋପଣ

ଜାତୀୟ ରାଜପଥ କଡ଼ରେ ୧୦୮ ବୃକ୍ଷରୋପଣ

ମାର୍ଶାଘାଇ,୨୨।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳ ଦେଇ ଯାଇଥିବା ୫ନଂ(କ) ଜାତୀୟ ରାଜପଥ ବଉଦ ଅଫିସଠାରୁ ଟିକରପଙ୍ଗା ଛକ ପର୍ଯ୍ୟନ୍ତ ପ୍ରାୟ ୪ କିମି ରାସ୍ତାର ଉଭୟ ପାର୍ଶ୍ୱରେ ରବିବାର ବୃକ୍ଷରୋପଣ କରାଯାଇଛି।

ପରିତ୍ୟକ୍ତ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପରିତ୍ୟକ୍ତ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଯାଜପୁର ଅଫିସ,୨୨।୭: ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ଏକ ପରିତ୍ୟକ୍ତ ଘରୁ ପୋଲିସ ରବିବାର ପୂର୍ବାହ୍ନ ୧୧ ଟାରେ ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ହେଲେ ଗୁରୁବାରିପାଟ ପିଙ୍ଗୁଆ(୪୫) ।

ବନ୍ୟା ଆଶଙ୍କା: ଫେରିଘାଟ ବନ୍ଦ

ବନ୍ୟା ଆଶଙ୍କା: ଫେରିଘାଟ ବନ୍ଦ

ମହାକାଳପଡ଼ା,୨୨।୭(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ସକ୍ରିୟ ଥିବା ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରଭାବରୁ ପ୍ରବଳ ବର୍ଷା ହୋଇଥିବାବେଳେ ସମୁଦ୍ର ଅଶାନ୍ତ ରହିଛି। ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ମହାନଦୀର ତଳମୁଣ୍ଡରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି।

ବରିଷ୍ଠ ନାଗରିକଙ୍କ ଦ୍ୱାରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ସଫେଇ

ବରିଷ୍ଠ ନାଗରିକଙ୍କ ଦ୍ୱାରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ସଫେଇ

ନିଶ୍ଚିନ୍ତକୋଇଲି,୨୨।୭(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଗତ ୩ ଦିନ ଧରି ହେଉଥିବା ଲଗାଣ ବର୍ଷା ଫଳରେ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିଲା।

ମାଉସୀ ମା’ ମନ୍ଦିରରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ଶେଷ

କେନ୍ଦ୍ରାପଡା ଅଫିସ, ୨୨।୭- କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ଶନିବାର ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ସନ୍ଧ୍ୟା ଦର୍ଶନ ଶେଷ ହୋଇଛି।

ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ଜଳାର୍ଣ୍ଣବ

କେନ୍ଦ୍ରାପଡା ଅଫିସ, ୨୨।୭- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଶୁକ୍ରବାର ରାତିରୁ ବର୍ଷା ଲାଗିରହିଛି। ଫଳରେ କେନ୍ଦ୍ରାପଡା ସହରର ନିମ୍ନଭାଗରେ ପାଣି ଜମି ରହିଛି।

ରଥ ତଳେ ନାବାଳିକାଙ୍କୁ ବଳାତ୍କାର ଘଟଣା: ପୋଲିସ,ପ୍ରଶାସନର ଅବହେଳାରୁ ବଢୁଛି ଅପରାଧ

କେନ୍ଦ୍ରାପଡା ଅଫିସ, ୨୨।୭: କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥର ଚାରମାଳ ତଳେ ଗୁରୁବାର ସନ୍ଧ୍ୟାରେ ଜଣେ ୯ ବର୍ଷୀୟ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ।

ଲଗାଣ ବର୍ଷାରେ ରାଜନଗର ବେହାଲ

ରାଜନଗର,୨୨।୭(ଡି.ଏନ୍‌.ଏ.)- ୩ଦିନ ହେବ ଲଘୁଚାପଜନିତ ବର୍ଷା ଲାଗିରହିବା ଯୋଗୁ ରାଜନଗର ବ୍ଲକର ବଗପାଟିଆ ଥଇଥାନସ୍ଥଳୀ ଜଳାର୍ଣ୍ଣବ ହୋଇଛି। ଶୁକ୍ରବାର ଏଠକାର ପ୍ରାୟ ୮ ପରିବାରରେ ପାଣି ପଶିଥିବା ବେଳେ ଶନିବାର ୧୨ରୁ ଊର୍ଦ୍ଧ୍ୱ ପରିବାରରେ ପାଣି ପଶିଯାଇଛି।

ଟିଟୋ ଗିରଫ ପରେ ବନ୍ଦ ହୋଇଛି ପିଲାଙ୍କ ଘୋଡାଚଢା

କେନ୍ଦ୍ରାପଡା ଅଫିସ, ୨୨।୭- ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀଙ୍କୁ ଗତ ଜୁନ ୩୦ରେ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏବେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କ ଆପରାଧିକ ଭିତ୍ତିଭୂମି, ସହଯୋଗୀ ଓ ସମ୍ପତ୍ତି ଉପରେ ଖୋଳତାଡ ଚାଲିଛି।

ଘୂର୍ଣ୍ଣିଝଡ କ୍ଷତିଗ୍ରସ୍ତ ଗ୍ରାମକୁ ପରିଦର୍ଶନ କଲେ ପ୍ରଶାସନ ଅଧିକାରୀ

ମହାକାଳପଡା, ୨୨।୭ (ଡି.ଏନ୍‌.ଏ.)-ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିଝଡ ହେବା ଯୋଗୁ ଅମେଇପାଳ ପଞ୍ଚାୟତ ଅନ୍ତର୍ଗତ ମହାନଙ୍ଗଳା ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ପରିବାର ଶୁକ୍ରବାର କ୍ଷତିଗ୍ରସ୍ତ ହେବା ସହ ଗ୍ରାମର ୫ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ।

ବ୍ରାହ୍ମଣୀ, ଖରସ୍ରୋତା ନଦୀରେ ବନ୍ୟା ଆଶଙ୍କା: ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ତତ୍ପରତା

ରସୁଲପୁର,୨୨।୭(ଡିଏନଏ)- ରସୁଲପୁର ବ୍ଲକର ଅଧିକାଂଶ ଅଞ୍ଚଳ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ମଝିରେ ଅବସ୍ଥିତ। ଦକ୍ଷୀଣ ଦିଗରେ ବ୍ରାହ୍ମଣୀ ନଦୀର ବାମପାର୍ଶ୍ୱ ଓ ଉତ୍ତରରେ ଖରସ୍ରୋତା ନଦୀର ଡାହାଣ ପାର୍ଶ୍ୱ ବନ୍ଧର ମଝି ଅଞ୍ଚଳରେ ଏହି ବ୍ଲକର ୨୬ଟି ପଞ୍ଚାୟତ ରହିଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ