ରାୟଗଡା

ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଜିଲାର ୧୦ ଖେଳାଳିଙ୍କ ସଫଳତା

ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଜିଲାର ୧୦ ଖେଳାଳିଙ୍କ ସଫଳତା

ରାୟଗଡା ଅଫିସ, ୩।୧

ପଶ୍ଚିମବଙ୍ଗର ସିଲିଗୁଡି ମ୍ୟୁନିସିପାଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ୨୯ରୁ ୩୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୪ତମ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଜିଲାରୁ ୧୦ଜଣ ପ୍ରତିଯୋଗୀ ସଫଳତା ହାସଲ କରିଛନ୍ତି । ପ୍ରତିଯୋଗିତାରେ ୭ଜଣ ସ୍ବର୍ଣ୍ଣ, ୨ଜଣ ରୌପ୍ୟ ଓ ଜଣେ କାଂସ୍ୟ ପଦକ ହାସଲ କରିଛନ୍ତି । ସ୍ବର୍ଣ୍ଣ ବିଜେତାଙ୍କ ମଧ୍ୟରେ ପି.ଶିବାୟା, ଅର୍ପନ ବ୍ରହ୍ମା, ଦୀପକ କଣ୍ଡାଗିରି, ଜି.ଭେଙ୍କେଟ ସାଇ, କୌଶିକ ଗୋଏନ, ଏସ୍‌.ସୌରବ ଓ ସୁଶାନ୍ତ ସାହୁ ରହିଛନ୍ତି ା ସେହିଭଳି ରୌପ୍ୟରେ ଆଦର୍ଶ ଆବ୍ରାହମ, ରଚିତ ସାହୁ ଓ ପି.ସାଇ କୁମାର କାଂସ୍ୟ ପଦକ ହାସଲ କରିଛନ୍ତି। ଜିଲା ମାର୍ଶାଲ କଳା ସଂଘ ମୁଖ୍ୟ କୋଚ ଅର୍ଜୁନ ବୁଧାୟକ ଓ ଟିମ୍‌ ମ୍ୟାନେଜର ପ୍ରଶାନ୍ତ ପ୍ରଧାନଙ୍କ ତତ୍ତ୍ବାବଧାନରେ କ୍ରୀଡାବିତ୍‌ମାନେ ପ୍ରତିଯୋଗିତାରେ ଭାଗନେଇ ସଫଳତା ହାସଲ କରିଛନ୍ତି ।

All Right Reserved By

ରାୟଗଡା

ଗୁଣିଗାରେଡି ସନ୍ଦେହରେ ହତ୍ୟା ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର,୨ ଗିରଫ

ଟିକିରି,୨୧ା୬(ଡି.ଏନ୍‌.ଏ.)- ୯ ଦିନ ଧରି ପତ୍ତା ମିଳୁ ନ ଥିବା ରାୟଗଡ଼ା ଜିଲା କାଶୀପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ପଣସପଦର ଗ୍ରାମର ଭରତ କୁମ୍ଭାରଙ୍କ ଗଳିତ ଶବକୁ ଗୁରୁବାର ପୋଲିସ ଉଦ୍ଧାର କରିଛି ା ଏନେଇ ତାଙ୍କର ୨ ଜଣ ପୁତୁରାଙ୍କୁ ଗିରଫ କରିଛି ା ସେମାନେ ହେଲେ ମଙ୍ଗୁଳୁ କୁମ୍ଭାର ଓ ଅତର କୁମ୍ଭାର ା ପୋଲିସ ଏନେଇ ଏକ ମାମଲା (ନଂ ୪୭/୧୮) ରୁଜୁ କରିଛି ା ଗୁଣିଗାରେଡ଼ି ସନ୍ଦେହରେ ଭରତଙ୍କୁ ହତ୍ୟା କରିଥିବା ଉକ୍ତ ଦୁଇ ଅଭିଯୁକ୍ତ ପୋଲିସ ନିକଟରେ ପ୍ରକାଶ କରିଛନ୍ତି ା ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ା

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସେମିଳିଗୁଡା, ୨୧।୬(ସ୍ବ.ପ୍ର.)- କୋରାପୁଟ ଜିଲା ସେମିଳିଗୁଡା ଓ ସୁନାବେଡା ଅଞ୍ଚଳରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସୁନାବେଡା ସହରାଞ୍ଚଳସ୍ଥିତ ଭି.ଏସ୍‌ ବିଦ୍ୟାଳୟ ଏନ୍‌ସିସି ୟୂନିଟ୍‌ ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି।

୨ ବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର: ୨ ଆହତ

ପାରଳାଖେମୁଣ୍ଡି,୨୧ା୬(ସ୍ବ.ପ୍ର.)- ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଯାଜପୁର ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ୨ଟି ବାଇକ୍‌କୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ୨ଜଣ ଆହତ ହୋଇଛନ୍ତି।

କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ପ୍ରଶାସନର ସହାୟତା

ଦଶମନ୍ତପୁର, ୨୧।୬(ଡି.ଏନ୍‌.ଏ.)- କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଗିର୍ଲିଗୁମ୍ମା ପଞ୍ଚାୟତ ପାଇକ ସାହିର ରତନ ବେହେରା, ପାକୁଲୁ ବେହେରା ଓ କମୁଲୁ ବେହେରାଙ୍କ ଘର ଉପରେ ଗତ ରବିବାର ହୋଇଥିବା କାଳ ବୈଶାଖୀରେ ଏକ ଗଛ ଭାଙ୍ଗି ପଡି ଯାଇଥିଲା। ଫଳରେ ସେମାନଙ୍କ ଘର ଭାଙ୍ଗି ଯାଇଥିଲା।

ଯୋଗ ଦିବସରେ ରକ୍ତଦାନ

ଯୋଗ ଦିବସରେ ରକ୍ତଦାନ

କୋରାପୁଟ,୨୧।୬(ଡି.ଏନ.ଏ)- ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଚନ୍ଦନ ପୋଖରୀ ହେଲଥ କ୍ଲବ ସଭ୍ୟମାନେ ରକ୍ତଦାନ କରିଛନ୍ତି । ପୂର୍ବତନ ବିଧାୟକ ନିମାଁଇ ସରକାର , ବିଦ୍ୟାଧର ସାହୁ ,ନୀଳକଣ୍ଠ ବେହେରା , ବସନ୍ତ ପଣ୍ଡା ଓ ଇଂ ଭେଙ୍କେଟେଶ୍ୱର ମିଶ୍ର ପ୍ରମୁଖ କୋରାପୁଟ ମେଡ଼ିକାଲକୁ ଯାଇ ରକ୍ତଦାନ କରିଥିଲେ । କୋରାପୁଟ ସଦର ଡାକ୍ତରଖାନାର ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ରତିକାନ୍ତ ଖଟୁଆଙ୍କ ପରିଚାଳନାରେ ବ୍ଲଡ ବ୍ୟାଙ୍କ କର୍ମଚାରୀ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ ।

ନିଖିଳ ଉକତ୍ଳ ଗ୍ରାମରକ୍ଷୀ ସଂଘ ବୈଠକ

କୋରାପୁଟ,୨୧।୬(ଡି.ଏନ.ଏ)- ସ୍ଥାନୀୟ ସାଇ ମନ୍ଦିର ସଭାଗୃହରେ ନିଖିଳ ଉକତ୍ଳ ଗ୍ରାମରକ୍ଷୀ ସଂଘ କୋରାପୁଟ ଜିଲା ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାଖା ସଭାପତି ଦିବାକର ଜାନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାୟଗଡା ଜିଲା ସଭାପତି ସଦାନନ୍ଦ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଉପଦେଷ୍ଟା ଗୁପ୍ତେଶ୍ୱର ପାଣିଗ୍ରାହୀ , ରାୟଗଡା ଜିଲା ସମ୍ପାଦକ ଶାକାରୀ ନାୟକ , କୋଷାଧ୍ୟକ୍ଷ ଅଖିଲେଶ ନାୟକଙ୍କ ସମେତ କୋରାପୁଟ ଜିଲାର ସମସ୍ତ ଗ୍ରାମରକ୍ଷୀ, ଅବିଭିକ୍ତ କୋରାପୁଟ ଜିଲା ଶାଖାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି କାଯର୍‌ୟକ୍ରମକୁ କୋରାପୁଟ ଜିଲା ସମ୍ପାଦକ ବାବୁଲା ନାୟକ ଯୋଗ ଦେଇ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ରାମଚନ୍ଦ୍ର ହରିଜନ,କମଲୁ ଲୋଚନ ନାୟକ, ପ୍ରସାଦ ଶବର , ନିତ୍ୟାନନ୍ଦ ଖୋସଲା ସହଯୋଗ କରିଥିଲେ ।

ଅନିୟମିତତା ତଦନ୍ତ ଦାବିରେ ଅନଶନ ଜାରି: ଯୋଗଦେଲେ ବିଧାୟକ

ଅନିୟମିତତା ତଦନ୍ତ ଦାବିରେ ଅନଶନ ଜାରି: ଯୋଗଦେଲେ ବିଧାୟକ

କାଶୀନଗର, ୨୧।୬(ଡି.ଏନ୍‌.ଏ.)- ଗଜପତି ଜିଲା କାଶୀନଗର ବ୍ଲକରେ ଇନ୍ଦିରା ଆବାସ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ହୋଇଥିବା ଜନସାଧାରଣ ଅଭିଯୋଗ ଆଣିଛନ୍ତି। ଏହି ଅନିୟମିତତାର ତଦନ୍ତ ଦାବିରେ ମଙ୍ଗଳବାର ଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନଶନ ଜାରି ରହିଛି। ଗୁରୁବାର ଏହା ତୃତୀୟ ଦିନରେ ପହଞ୍ଚିଛି। ତୃତୀୟ ଦିନର ଅନଶନରେ ପାରଳାଖେମୁଣ୍ଡି ବିଧାୟକ କେ. ସୂରିୟା ରାଓ ଯୋଗଦେଇଛନ୍ତି।

‘ଯୋଗ ଦ୍ୱାରା ମନ ଓ ଶରୀର ସୁସ୍ଥ ରହେ’

‘ଯୋଗ ଦ୍ୱାରା ମନ ଓ ଶରୀର ସୁସ୍ଥ ରହେ’

କାଶୀନଗର, ୨୧।୬(ଡି.ଏନ୍‌.ଏ.)- ଗଜପତି ଜିଲା କାଶୀନଗରସ୍ଥ ସ୍ମାର୍ଟ ପବ୍ଲିକ ସ୍କୁଲରେ ଗୁରୁବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ତହସିଲଦାର ଆୟୁବ ମଣ୍ଡଳ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କାଶୀନଗର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ପି. ଶ୍ରୀଲେଖା, ବରିଷ୍ଠ ନାଗରିକ ହୃଷିକେଶ ଗୌଡ଼ ଉପସ୍ଥିତ ଥିଲେ।

ମାଳି ସମାଜର ବିକାଶ ଆଲୋଚନା

ସେମିଳିଗୁଡ଼ା,୨୧ା୬(ସ୍ବ.ପ୍ର.): ସେମିଳିଗୁଡ଼ା ବ୍ଲକ କୁନ୍ଦୁଲି ପଞ୍ଚାୟତର ମାଳିପୁଙ୍ଗାର ଗ୍ରାମରେ ମାଳି ସମାଜ ବିକାଶ ପରିଷଦର ବୈଠକ ଅନୁଷ୍ଠିତ ହୋଇଛନ୍ତି। ଏଥିରେ ବ୍ଲକ କର୍ମକର୍ତ୍ତା ଚୟନ, ଜାତିନୀତିର ପରିବର୍ତ୍ତନ, ହାଇକୋର୍ଟ ଦେଇଥିବା ରାୟକୁ ରାଜ୍ୟ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛି କି ନାହିଁ, ତାହା ଉପରେ ଆଲୋଚନା ହୋଇଥିଲା। ଉନ୍ନତ କିସମ ବା ପ୍ରଣାଳୀରେ ଚାଷ ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯିବା ସହ ମାଳି ସମାଜର ଛାତ୍ରୀଛାତ୍ର ଶିକ୍ଷାରେ ଆଗକୁ ବଢ଼ିବା ପାଇଁ ଆହ୍ବାନ କରାଯାଇଥିଲା। ମାଳି ପରିବାର ବସବାସ କରୁଥିବା ଗ୍ରାମଗୁଡ଼ିକରେ ପ୍ରଧାନମନ୍ତ୍ରୀ ରାସ୍ତା କରାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲାରେ ୬ଲକ୍ଷରୁ ଊର୍ଦ୍ଧ୍ୱ ମାଳି ବସବାସ କରୁଥିବା ବେଳେ ଏବେ ମଧ୍ୟ ଅନେକ ବିଭିନ୍ନ ଭତ୍ତା ପାଉନାହାନ୍ତି। ସେମାନଙ୍କୁ ପେନସନ ସହ ମାଳି ଗ୍ରାମଗୁଡ଼ିକର ସ୍କୁଲରେ ଶିକ୍ଷୟିତ୍ରୀ ଶିକ୍ଷକ ଆସୁ ନଥିବା ନେଇ ଦାବିପତ୍ର ଦିଆଯିବ ା ମାଳି ସମାଜର ଛାତ୍ରୀଛାତ୍ର କିପରି ଉନ୍ନତ ଧରଣର ଶିକ୍ଷାଲାଭ କରିବେ ତାହା ଏହି ବୈଠକରେ ଆଲୋଚନା ହୋଇଥିଲା ା

ବିଭିନ୍ନ ଦାବିରେ ସିପିଆଇର ବିକ୍ଷୋଭ

ଜୟପୁର,୨୧ା୬(ନି.ପ୍ର.): ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ଓ ମହାନଦୀ ଜଳ ସମସ୍ୟାର ସମାଧାନ ଦାବିରେ ଜୟପୁର ରାଜରାସ୍ତାରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଛି ସିପିଆଇ। କୋରାପୁଟ ଜିଲା ସିପିଆଇ ପକ୍ଷରୁ ୨୬ ନମ୍ବର ଜାତୀୟ ରାଜପଥ ମୁଖ୍ୟ ଟ୍ରାଫିକ ଛକଠାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧିର ପ୍ରତିବାଦ ଓ ମହାନଦୀ ଜଳ ସମସ୍ୟାର ତୁରନ୍ତ ସମାଧାନ ଦାବିକରି ଜିଲା ସମ୍ପାଦକ ଯୁଧିଷ୍ଠିର ରାଉଳଙ୍କ ନେତୃତ୍ୱରେ ଶ୍ରମିକ ଭବନରୁ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ କରାଯାଇଛି ା

ଡାଙ୍ଗଦେଉଳା ପରିଦର୍ଶନ କଲେ କ୍ରିଟ ଅଧ୍ୟକ୍ଷ

କୋରାପୁଟ,୨୧ା୬(ସ୍ବ.ପ୍ର.): କୋରାପୁଟ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ (କ୍ରିଟ) ପକ୍ଷରୁ ବୁଧବାର ସ୍ଥାନୀୟ ରେଲୱେ ଷ୍ଟେସନ ନିକଟରେ ବାସୋପଯୋଗୀ ପ୍ଲଟ ପାଇଁ ସେଠାରେ ଥିବା ୧୮ ଏକର ଜମିର ଭିତ୍ତିଭୂମି ବିକାଶ କରିବା ନେଇ କ୍ରିଟ ଅଧ୍ୟକ୍ଷ ପରିଦର୍ଶନ କରିଛନ୍ତି। ଅପରାହ୍ନରେ କ୍ରିଟ ଅଧ୍ୟକ୍ଷ ଅଶୋକ ପାଙ୍ଗି, କୋରାପୁଟ ତହସିଲଦାର ନେହେରୁ ମାଝି, ତହସିଲ କିରାଣୀ ଜୟକୃଷ୍ଣ ବେହେରା ସ୍ଥାନୀୟ ଡାଙ୍ଗଦେଉଳା ମୌଜାରେ ଥିବା ୧୮ ଏକର ଜମିର ମାପଚୁପ କରିବା ସହିତ ଆଗାମୀ ଦିନରେ ଏହି ଜମିରେ ପ୍ଲଟ ନିର୍ମାଣ କରାଯାଇ ସୁଲଭ ଦରରେ ଲୋକଙ୍କୁ ଯୋଗାଇ ଦିଆଯିବ ବୋଲି ପାଙ୍ଗି କହିଛନ୍ତି।

ବସ୍ତି ଅଞ୍ଚଳ ଚିହ୍ନଟ ପ୍ରକ୍ରିୟା ଆରମ୍ଭ:ବାଲିମେଳାରେ ବୁଲିଲା ଡ଼୍ରୋନ କ୍ୟାମେରା

ବସ୍ତି ଅଞ୍ଚଳ ଚିହ୍ନଟ ପ୍ରକ୍ରିୟା ଆରମ୍ଭ:ବାଲିମେଳାରେ ବୁଲିଲା ଡ଼୍ରୋନ କ୍ୟାମେରା

ବାଲିମେଳା,୨୧।୬(ଡ଼ି.ଏନ.ଏ)- ଆଗାମୀ ଦିନରେ ବସ୍ତି ବାସିନ୍ଦାଙ୍କୁ ଘରପଟ୍ଟା ଯୋଗାଇ ଦେବା ଲକ୍ଷ୍ୟରେ ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଗୁରୁବାର ଡ଼୍ରୋନ କ୍ୟାମେରା ସାହାଯ୍ୟରେ ବସ୍ତି ଅଞ୍ଚଳ ଚିହ୍ନଟ କରାଯାଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ପାଙ୍ଗି, କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ବିଶୋଇ, କାଉନସିଲର ଗୌର ଖିଲ, ପ୍ରମିଳା ମହାପାତ୍ର, ରଞ୍ଜନ ମହାରଣା, ପ୍ରମିଳା ବାଘ, ପୂର୍ବତନ କାଉନସିଲର ପୂର୍ଣ୍ଣ ଭାତ୍ରା, ମଙ୍ଗଳା ପାଙ୍ଗିଙ୍କ ଉପସ୍ଥିତିରେ ପ୍ରଥମେ ୧ ନଂ ଓ୍ବାର୍ଡ଼ରୁ ସର୍ଭେ କାମ ଆରମ୍ଭ ହୋଇଥିଲା ।

Model This Week

ପ୍ରଭାତ