ଖେଳ |

ପ୍ରଥମ ଟେଷ୍ଟ ପାଇଁ ଧାଓ୍ବନ ଫିଟ୍‌

ପ୍ରଥମ ଟେଷ୍ଟ ପାଇଁ ଧାଓ୍ବନ ଫିଟ୍‌
କେପଟାଉନ୍‌, ୩।୧(ପି.ଟି.) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଗାମୀ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ମ୍ୟାଚ ପାଇଁ ଭାରତୀୟ ଦଳର ନିୟମିତ ଓପନର ଶିଖର ଧାଓ୍ବନ ଫିଟ୍‌ ଘୋଷିତ ହୋଇଛନ୍ତି। ମାତ୍ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଜ୍ୱରଜନିତ ଅସୁସ୍ଥତା କାରଣରୁ ପ୍ରଥମ ଟେଷ୍ଟରେ ଖେଳିବେ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାରେ ପହଞ୍ଚତ୍ବା ପୂର୍ବରୁ ଗୋଇଠିରେ ଆଘାତ ପାଇଥିବା ଧାଓ୍ବନ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍‌ ଥିବାରୁ ମୁରଲୀ ବିଜୟଙ୍କ ସହ ନ୍ୟୁଲାଣ୍ଡ୍ସରେ ଓପନିଂ କରିବେ। ”ଭାରତୀୟ ଓପନର ଶିଖର ଧାଓ୍ବନ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍‌ ଏବଂ ପ୍ରଥମ ଟେଷ୍ଟ ଖେଳିବା ପାଇଁ ସେ ଉପଲବ୍ଧ। ଦ. ଆଫ୍ରିକା ଗସ୍ତ ପୂର୍ବରୁ ଧାଓ୍ବନଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଅନ୍ୟପକ୍ଷରେ ଜାଡେଜା ଗତ ଦୁଇ ଦିନ ହେଲା ଅସୁସ୍ଥ ଥିବାରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବିସିସିଆଇ ଓ ସ୍ଥାନୀୟ ମେଡିକାଲ ଟିମ୍‌ ନିୟମିତ ଯାଞ୍ଚ କରୁଛନ୍ତି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି। ପ୍ରଥମ ଟେଷ୍ଟରେ ଖେଳିବା ପାଇଁ ସେ ଉପଲବ୍ଧ ରହିବେ କି ନାହିଁ ସେନେଇ ଶୁକ୍ରବାର ଜଣାପଡ଼ିବ“ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ କୁହାଯାଇଛି। ଆଶା ଅନୁସାରେ ଯଦି ଭାରତ ୩ ପେସର ଓ ଜଣେ ସ୍ପିନର କମ୍ବିନେଶନରେ ପଡ଼ିଆକୁ ଓହ୍ଲାଇବ ତେବେ ଜାଡେଜାଙ୍କୁ ରବିଚନ୍ଦ୍ରନ ଅଶ୍ୱିନ ପଛରେ ପକାଇଦେବା ସମ୍ଭାବନା ଅଧିକ। ସିରିଜ ଜିତିବାକୁ ଶ୍ରେଷ୍ଠ ସୁଯୋଗ: ଶ୍ରୀନାଥ ଦକ୍ଷିଣ ଆଫ୍ରିକାରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଟେଷ୍ଟ ସିରିଜ ବିଜୟୀ ହୋଇନାହିଁ। ମାତ୍ର ଏଥର ସେହି ଅଲୋଡ଼ା ରେକର୍ଡ ଭାଙ୍ଗିବାକୁ ଭାରତ ନିକଟରେ ଶ୍ରେଷ୍ଠ ସୁଯୋଗ ରହିଛି ବୋଲି ଅନୁଭବ କରୁଛନ୍ତି ପୂର୍ବତନ ଟିମ୍‌ ଇଣ୍ଡିଆ ଦ୍ରୁତ ବୋଲର ଜାଭାଗଲ ଶ୍ରୀନାଥ। ଭାରତ ଗତ ୨ ବର୍ଷ ମଧ୍ୟରେ କ୍ରମାଗତ ୯ଟି ଟେଷ୍ଟ ସିରିଜ ଜିତିଛି। ଫଳରେ ବିରାଟ କୋହଲିଙ୍କ ଦଳ ଆଇସିସି ର଼୍ୟାଙ୍କିଙ୍ଗରେ ନମ୍ବରଓ୍ବାନ ସ୍ଥାନ ଅଧିକାର କରିଛି। ଏହା ସତ୍ତ୍ୱେ ଭାରତୀୟ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଚ୍ୟାଲେଞ୍ଜକୁ ପ୍ରତିହତ କରି ପାରିବ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ରହିଛି। ନିକଟ ଅତୀତରେ ଭାରତୀୟ ଦଳ ବିଦେଶ ପରିବେଶରେ ବେଶି ମ୍ୟାଚ ଖେଳିନାହିଁ। ଏହାଛଡ଼ା ଶ୍ରୀଲଙ୍କା ବିପକ୍ଷରେ କଲିକତା ଓ ଧର୍ମଶାଳା ବାଉନ୍ସି ପିଚ୍‌ରେ ଭାରତୀୟ ଖେଳାଳିମାନେ ସଂଘର୍ଷ କରିଥିବା ଦେଖିବାକୁ ମିଳିଥିଲା। ତେଣୁ ଦକ୍ଷିଣ ଆଫ୍ରିକାରେ ଖେଳିବାକୁ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ନ ଥିବା ବିଶ୍ଳେଷକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଦ୍ରୁତ ବୋଲର ପରେ ଏବେ ମ୍ୟାଚ ରେଫରି ଭୂମିକା ନିର୍ବାହ କରୁଥିବା ଶ୍ରୀନାଥ କିନ୍ତୁ ଭିନ୍ନମତ ପୋଷଣ କରିଛନ୍ତି। ଭାରତର ଶକ୍ତିଶାଳୀ ବୋଲିଂ ଲାଇନ୍‌ଅପ୍‌ ଦକ୍ଷିଣ ଆଫ୍ରିକା ହାତରୁ ବିଜୟ ଛଡ଼ାଇ ଆଣିବା ଦକ୍ଷତା ରଖିଛି। ସାମ୍ପ୍ରତିକ ସମୟରେ ଏହା ହିଁ ଭାରତର ଶକ୍ତିଶାଳୀ ଫାଷ୍ଟ ବୋଲିଂ କମ୍ବିନେଶନ। ଗତ ଦେଢ଼ବର୍ଷ ମଧ୍ୟରେ ମୁଁ ଯାହା ଦେଖିଆସୁଛି ଭୁବନେଶ୍ୱର କୁମାର ଭାରତୀୟ ବୋଲିଂ ୟୁନିଟର ନେତୃତ୍ୱ ନେବେ। ଭୁବନେଶ୍ୱରଙ୍କୁ କୋହଲି ଷ୍ଟ୍ରାଇକ୍‌ ବୋଲରଭାବେ ବ୍ୟବହାର କରିବା ଉଚିତ। ଗତ କିଛି ମାସଧରି ତାଙ୍କ ପ୍ରଦର୍ଶନ ଚମତ୍କାର ରହିଛି। ଭୁବନେଶ୍ୱର ନିଜ ପେସ୍‌ ଓ ବାଉନ୍ସରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରିବେ। ଦକ୍ଷିଣ ଆଫ୍ରିକା ପିଚ୍‌ରେ ସେ ଭାରତ ପାଇଁ ବହୁମୂଲ୍ୟ ସମ୍ପତ୍ତି ସଦୃଶ ବୋଲି ଶ୍ରୀନାଥ କହିଛନ୍ତି। ୧୯୯୨ ପରଠାରୁ ଭାରତୀୟ ଦଳ ୬ ଥର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛି। ମାତ୍ର କେବେହେଲେ ସିରିଜ ବିଜୟ ସ୍ବାଦ ପାଇନାହିଁ। ଦକ୍ଷିଣ ଆଫ୍ରିକା ୧୯୯୨-୯୩ରେ ୪ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତିଥିଲା। ଅନ୍ୟ ୩ଟି ମ୍ୟାଚ ଡ୍ର ରହିଥିଲା। ୧୯୯୬-୯୭ରେ ଉଭୟ ଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିଥିଲେ ଏବଂ ଘରୋଇ ଦଳ ୨-୦ରେ ସିରିଜ ଜିତିଥିଲା। ଭାରତ ଗୋଟିଏ ମ୍ୟାଚ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ସେହିପରି ୨୦୦୧-୦୨ ସିଜନରେ ୨ ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ରେ ବିଜୟୀ ହୋଇଥିଲା। ୨୦୦୬-୦୭ରେ ଅନୁଷ୍ଠିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ କଡ଼ା ଟକ୍କର ଦେଇଥିଲା। ଦକ୍ଷିଣ ଆଫ୍ରିକା ସିରିଜକୁ ୨-୧ରେ ଜିତିଥିଲେ ହେଁ ଭାରତ ପ୍ରଥମଥର ପାଇଁ ବିଜୟ ସ୍ବାଦ ପାଇଥିଲା। ଜୋହାନ୍ସବର୍ଗରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ରାହୁଲ ଡ୍ରାଭିଡ୍‌ଙ୍କ ନେତୃତ୍ୱାଧୀନ ଦଳ ୧୨୩ ରନରେ ବିଜୟୀ ହୋଇଥିଲା। ୨୦୧୦-୧୧ରେ ମଧ୍ୟ ଭାରତୀୟ ଦଳ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲା। ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ଡ୍ର ରହିଥିବାବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଦଳ ଡର୍ବାନରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ୮୭ ରନରେ ବିଜୟୀ ହୋଇଥିଲା। ୨୦୧୩-୧୪ରେ ଅନୁଷ୍ଠିତ ୨ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଦକ୍ଷିଣ ଆଫ୍ରିକା ୧-୦ରେ ଜିତିଥିଲା। ଜୋହାନ୍ସବର୍ଗରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ କୋହଲି (୧୧୯)ଶତକ ହାସଲ କରିଥିବାବେଳେ ଦ୍ୱିତୀୟ ଇନିଂସରେ ଚେତେଶ୍ୱର ପୂଜାରା ୧୫୩ ରନର ପ୍ରଶଂସନୀୟ ଇନିଂସ ଖେଳି ମ୍ୟାଚ ଡ୍ର ରଖିଥିଲେ।
All Right Reserved By

ଖେଳ |

ଅନ୍ତିମ ୨ ଦିନିକିଆ, ଟି୨୦ ସିରିଜରୁ କୋହଲିଙ୍କୁ ବିଶ୍ରାମ;  ରୋହିତଙ୍କ ନେତୃତ୍ୱ

ଅନ୍ତିମ ୨ ଦିନିକିଆ, ଟି୨୦ ସିରିଜରୁ କୋହଲିଙ୍କୁ ବିଶ୍ରାମ; ରୋହିତଙ୍କ ନେତୃତ୍ୱ

ନାପିଏର, ୨୪।୧(ପି.ଟି.)- ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଓ ଅତ୍ୟଧିକ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ଦୁଇଟି ମୁକାବିଲା ଓ ଟି୨୦ ସରିଜରୁ ବିଶ୍ରାମ ଦିଆଯାଇଛି।

ମହିଳା ଫୁଟ୍‌ବଲ: ହଂକଂ ବିପକ୍ଷରେ ଭାରତ ଦ୍ୱିତୀୟ ବିଜୟ

ମହିଳା ଫୁଟ୍‌ବଲ: ହଂକଂ ବିପକ୍ଷରେ ଭାରତ ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ, ୨୪।୧ (ପି.ଟି.)- ମିଡ୍‌ ଫିଲ୍ଡର ଇନ୍ଦୁମଥି କାଥିରେସାନଙ୍କ ଗୋଲ ବଳରେ ଭାରତୀୟ ମହିଳା ଘରୋଇ ହଂକଂକୁ ବୁଧବାର ଖେଳାଯାଇଥିବା ଆନ୍ତର୍ଜାତିକ ବନ୍ଧ୍ବତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ରେ ୧-୦ ଗୋଲରେ ପରାସ୍ତ କରିଛି। 

ବିହାରିଲାଲ ସ୍ମାରକୀ କ୍ରିକେଟ: ବିହାରିଲାଲ ଚାମ୍ପିୟନ

ବିହାରିଲାଲ ସ୍ମାରକୀ କ୍ରିକେଟ: ବିହାରିଲାଲ ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୨୪।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳପଡ଼ିଆରେ ଚାଲୁଥିବା ବିହାରୀ ଜେନା ମେମୋରିଆଲ କ୍ରିକେଟ୍‌ ଟୁର୍ନମେଣ୍ଟରେ ଆୟୋଜକ ବିହାରିଲାଲ ଫାଇଟର୍ସ ଚାମ୍ପିୟନ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲରେ ଘରୋଇ ଦଳ ଶହୀଦ ସ୍ପୋର୍ଟିଂକୁ ହରାଇ ଟାଇଟଲ ହାସଲ କରିଛି । 

ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ:  ବିଜେଇଏମ୍‌, କିସ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ: ବିଜେଇଏମ୍‌, କିସ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର,୨୪।୧(ସ୍ପୋଟର୍‌ସ ବ୍ୟୁରୋ)- ଭେଟେରାନ କ୍ରିକେଟ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ବି.ଜେ.ବି. କଲେଜ ଗ୍ରାଉଣ୍ଡରେ ଚାଲିଥିବା ୧୭ତମ ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ବିଜେଇଏମ୍‌ ଓ କିସ୍‌ ବୃହତ୍‌ ବିଜୟ ହାସଲ କରିଛନ୍ତି। 

 ବିମାନ ଦୁର୍ଘଟଣା:କାର୍ଡିଫ୍‌ ଷ୍ଟ୍ରାଇକର ସାଲାଙ୍କ ମୃତ୍ୟୁ ଆଶଙ୍କା

ବିମାନ ଦୁର୍ଘଟଣା:କାର୍ଡିଫ୍‌ ଷ୍ଟ୍ରାଇକର ସାଲାଙ୍କ ମୃତ୍ୟୁ ଆଶଙ୍କା

ନାନ୍‌ଟେସ (ଫ୍ରାନ୍ସ), ୨୪ା୧ (ଏଏଫ୍‌ପି)-ପ୍ରିମିୟର ଲିଗ୍‌ ଫୁଟ୍‌ବଲ କ୍ଲବ କାର୍ଡିଫ୍‌ ସିଟି ସହିତ ନିକଟରେ ଏକ ରେକର୍ଡ ଫି’ ବିନିମୟରେ ଚୁକ୍ତି କରିଥିବା ଏମିଲିଆନୋ ସାଲାଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।  

ସଞ୍ଜିତାଙ୍କ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର

ସଞ୍ଜିତାଙ୍କ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର

ନୂଆଦିଲ୍ଲୀ, ୨୪ା୧ (ପି.ଟି.)- ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା କେ. ସଞ୍ଜୀତା ଚାନୁଙ୍କ ଉପରୁ ସାମୟିକ ସସ୍‌ପେଣ୍ଡ ଆଦେଶକୁ ଇଣ୍ଟରନ୍ୟାଶନାଲ  ଓ୍ବେଟ୍‌ଲିଫ୍ଟିଂ ଫେଡେରେଶନ (ଆଇଡବ୍ଲ୍ୟୁଏଫ୍‌)  ମଙ୍ଗଳବାର ପ୍ରତ୍ୟାହାର କରିନେଇଛି।

ବାଙ୍କୀ ଆଥଲେଟିକ୍‌ ଆସୋସିଏଶନ ଚାମ୍ପିୟନ

ବାଙ୍କୀ ଆଥଲେଟିକ୍‌ ଆସୋସିଏଶନ ଚାମ୍ପିୟନ

ବାଙ୍କୀ, ୨୪ା୧ (ସ୍ବ.ପ୍ର)-ବାଙ୍କୀ ଆଥଲେଟିକ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଖେଳ ବୁଧବାର ବାଙ୍କୀ ଆଥ୍‌ଲେଟିକ ଆସୋସିଏଶନ ଓ ଖୋର୍ଦ୍ଧା କଳିଙ୍ଗ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। 

ଇଣ୍ଡୋନେସିଆ ମାଷ୍ଟର୍ସ:   ସିନ୍ଧୁ, ସାଇନାଙ୍କ ବିଜୟ ଅଭିଯାନ

ଇଣ୍ଡୋନେସିଆ ମାଷ୍ଟର୍ସ: ସିନ୍ଧୁ, ସାଇନାଙ୍କ ବିଜୟ ଅଭିଯାନ

ଜାକର୍ତ୍ତା,୨୪।୧(ପି.ଟି.)- ଭାରତର ଦୁଇ ଷ୍ଟାର ମହିଳା ଶଟଲର ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲ ଏଠାରେ ଚାଲିଥିବା ସାଢ଼େ ୩ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଇଣ୍ଡୋନେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ କିଡାମ୍ବୀ ଶ୍ରୀକାନ୍ତ ପ୍ରଥମ ରାଉଣ୍ଡ ଅତିକ୍ରମ କରିଥିବାବେଳେ ବି. ସାଇ ପ୍ରଣୀଥ କିନ୍ତୁ ନିରାଶ କରିଛନ୍ତି। 

ଉତ୍କଳ ବିଶ୍ୱବିଦ୍ୟାଳୟ ୩ ରନରେ ଜିତିଲା

ଉତ୍କଳ ବିଶ୍ୱବିଦ୍ୟାଳୟ ୩ ରନରେ ଜିତିଲା

କଟକ ଅଫିସ,୨୪।୧- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ଚୂଡ଼ାନ୍ତ ଲିଗ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟ ଦଳ ବିଜୟୀ ହୋଇଛି। ଲିଗ୍‌ ପର୍ଯ୍ୟାୟରେ ୨ଟି ମ୍ୟାଚ୍‌ ଖେଳିଥିବା ବେଳେ ଉତ୍କଳର ଏହା ପ୍ରଥମ ବିଜୟ। 

ଲାରାଙ୍କୁ ପଛରେ ପକାଇଲେ ବିରାଟ

ଲାରାଙ୍କୁ ପଛରେ ପକାଇଲେ ବିରାଟ

ନାପିଅର, ୨୪।୧- ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ କୋହଲି ୪୫ ରନ କରିଥିଲେ। ଏଥିସହ ଦିନିକିଆ କ୍ରିକେଟରେ ତାଙ୍କ ମୋଟ୍‌ ରନ୍‌ ସଂଖ୍ୟା ୧୦,୪୩୦ରେ ପହଞ୍ଚିଛି । 

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ଜୋକୋଭିଚ୍‌, ଓସାକା: ସେରେନା ଆଉଟ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ଜୋକୋଭିଚ୍‌, ଓସାକା: ସେରେନା ଆଉଟ୍‌

ମେଲବୋର୍ନ,୨୩।୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟ ବୁଧବାର ଦଶମ ଦିବସରେ ପହଞ୍ଚିଛି। ଟୁର୍ନାମେଣ୍ଟର ପୁରୁଷ ଓ ମହିଳା ସିଙ୍ଗଲ୍ସ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ମଙ୍ଗଳବାର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଦ୍ୱିତୀୟ ସିଡ୍‌ ରାଫାଲ ନାଡ଼ାଲ ଓ ଗ୍ରୀସ୍‌ର ଷ୍ଟିଫାନୋସ ସିଟ୍‌ସିପାସ ମଧ୍ୟରେ ସେମି ମୁକାବିଲା ସ୍ପଷ୍ଟ ହୋଇଥିଲା। ସେହିପରି ବୁଧବାର ଟପ୍‌ ସିଡ୍‌ ସର୍ବିଆର ନୋଭାକ ଜୋକୋଭିଚ୍‌ ଓ ଫ୍ରାନ୍ସର ଲୁକାସ ପାଉଲିଙ୍କ ମଧ୍ୟରେ ସେମିଫାଇନାଲ ମୁକାବଲା ଖେଳାଯିବା ନିଶ୍ଚିତ ହୋଇଛି। ଅନ୍ୟପଟେ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ମଙ୍ଗଳବାର ଅଷ୍ଟମ ସିଡ୍‌ ଚେକ୍‌ ଗଣରାଜ୍ୟର ପେଟ୍ରା ଭିଟୋଭ ଓ ଆମେରିକାର ଡାନିଏଲ କିଲିନ୍ସଙ୍କ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ସ୍ଥିର ହୋଇଥିଲା। ବୁଧବାର ଚତୁର୍ଥ ସିଡ୍‌ ଜାପାନର ନାଓମି ଓସାକା ଓ ଚେକ୍‌ ଗଣରାଜ୍ୟର ସପ୍ତମ ସିଡ୍‌ ଖେଳାଳି କାରୋଲିନା ପ୍ଲିସ୍କୋଭାଙ୍କ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବା ନିଶ୍ଚିତ ହୋଇଛି।

ପ୍ରଥମ ଦିନିକିଆ: ଭାରତର ସହଜ ବିଜୟ

ପ୍ରଥମ ଦିନିକିଆ: ଭାରତର ସହଜ ବିଜୟ

ନାପିଏର, ୨୩।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ବିଜୟ ପରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତକୁ ପୂରା ଷ୍ଟାଇଲରେ ଆରମ୍ଭ କରିଛି।  ସିମର ମହମ୍ମଦ ସାମି ଓ ଅଭିଜ୍ଞ ଓପ୍‌ନର ଶିଖର ଧାଓ୍ବନଙ୍କ ଦମ୍‌ଦାର ପ୍ରଦର୍ଶନ