ଉପକୂଳ ଓଡିଶା

ଅସହାୟ ବୃଦ୍ଧଙ୍କୁ ମିଳିଲା ସହାୟତା

ଅସହାୟ ବୃଦ୍ଧଙ୍କୁ ମିଳିଲା ସହାୟତା
ସୁକିନ୍ଦା,୩।୧(ଡି.ଏନ.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ଉପର କୋଇଲୋ ଗ୍ରାମର ଚନ୍ଦ୍ର ବେହେରା (୯୦) ନାମକ ବୃଦ୍ଧଙ୍କୁ ସୁକିନ୍ଦା ବ୍ଲକ ବିଡିଓ ବୁଧବାର ଭେଟି ସହାୟତାର ହାତ ବଢାଇଛନ୍ତି। ପ୍ରକାଶ ଯେ, ଉକ୍ତ ବୃଦ୍ଧଙ୍କର ଘରଟି ଗଛ ପଡି ଭାଙ୍ଗି ଯାଇଥିଲା। ଏହି କାରଣରୁ ସମ୍ପୃକ୍ତ ବୃଦ୍ଧ ଜଣକ ସେଠାରେ ରହି ପାରି ନ ଥିଲେ। ବର୍ଷା ଋତୁ ଥିବା ହେତୁ ପଡିଶା ଘରର ଜଣେ ବ୍ୟକ୍ତି ତାଙ୍କୁ ବାରଣ୍ଡାରେ ସ୍ଥାନ ଦେଇଥିଲେ। ସେହିଦିନଠାରୁ ଉକ୍ତ ବୃଦ୍ଧ ଜଣକ ବାରଣ୍ଡାରେ ହିଁ ରହି ଆସୁଥିଲେ। ଚନ୍ଦ୍ର ବେହେରାଙ୍କ ସ୍ତ୍ରୀ ଗତ ୩୦ବର୍ଷ ତଳୁ ମୃତ୍ୟୁବରଣ କରିସାରିଥିବା ବେଳେ ଏକମାତ୍ର ଝିଅ ଓ ଜ୍ୱାଇଁ ମଧ୍ୟ ୧୦ବର୍ଷ ତଳୁ ମୃତ୍ୟୁବରଣ କରିସାରିଛନ୍ତି। ତେଣୁ ଉକ୍ତ ବୃଦ୍ଧ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି। ତାଙ୍କର ଦୃଶ୍ୟ, ଶ୍ରବଣ ତଥା ଶାରୀରିକ ଶକ୍ତି କ୍ଷୀଣ ହେବାରେ ଲାଗିଛି। ସେ ଉକ୍ତ ପଞ୍ଚାୟତର ସରପଞ୍ଚ ରାଧାଚାନ୍ଦ ମହାନ୍ତଙ୍କୁ ସହାୟତା କରିବା ପାଇଁ ଜଣାଇଥିଲେ ହେଁ କୌଣସି ସୁଫଳ ମିଳିପାରି ନ ଥିଲା। ଏ ନେଇ ଧରିତ୍ରୀରେ ‘ବାରଣ୍ଡାରେ ବିତୁଛି ବୃଦ୍ଧଙ୍କ ଜୀବନ’ ଶୀର୍ଷକ ଏକ ଖବର ଗତ ୨୯ତାରିଖରେ ପ୍ରକାଶିତ ହୋଇଥିଲା। ଏହାକୁ ଗୁରୁତର ସହ ବିଚାର କରି ସୁକିନ୍ଦା ବିଡିଓ ଶୈଳେନ୍ଦ୍ର କୁମାର ଜେନା ଉକ୍ତ ଗ୍ରାମକୁ ଯାଇ ବୃଦ୍ଧଙ୍କୁ ଭେଟିବା ସହିତ ତାଙ୍କ ଭତ୍ତା ଟଙ୍କା ୩୦୦ଶହରୁ ବୃଦ୍ଧି କରି ୫ଶହ ଟଙ୍କା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ପକ୍ଷରେ ସମ୍ପୃକ୍ତ ବୃଦ୍ଧଙ୍କର ଘର ଖଣ୍ଡକ ଜଙ୍ଗଲ ଜମିରେ ଥିବା କାରଣରୁ ତାଙ୍କୁ ଘର ମିଳିପାରିବ ନାହିଁ। ତେଣୁ ଭଙ୍ଗା ଘରକୁ ସଜାଡିବା ପାଇଁ ବିଡିଓ ବ୍ୟବସ୍ଥା କରିଥିଲେ। ତାଙ୍କର ରାଶନ କାର୍ଡ ନ ଥିବାରୁ ତାହାର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ପ୍ରଦାନ କରିଥିବା ଜଣାପଡିଛି। ଆହୁରି ମଧ୍ୟ ବୃଦ୍ଧଙ୍କୁ ବ୍ଲକ ପ୍ରଶାସନ ତରଫରୁ ଏକ ଖଟ ସମେତ କମ୍ବଳ ଏବଂ ବେଡସିଟର ବ୍ୟବସ୍ଥା କରାଯାଇଥିଲା। ଏହାକୁ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା ଏବଂ ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ ପ୍ରଦାନ କରିଥିଲେ।
All Right Reserved By

ଉପକୂଳ ଓଡିଶା

ପୋଖରୀରେ ବୁଡ଼ି ଜଣେ ମୃତ

ପୋଖରୀରେ ବୁଡ଼ି ଜଣେ ମୃତ

ଚଣ୍ଡୀଖୋଲ, ୧୮।୧୦(ଡି.ଏନ.ଏ.)-ବାଲିକନ୍ଦରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁର ସୁରେନ୍ଦ୍ର ସେନାପତିଙ୍କ ପୁଅ ସୂର୍ଯ୍ୟକାନ୍ତ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ

ମାର୍ଶାଘାଇ, ୧୮।୧୦(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାର୍ଶଘାଇ ସ୍କୁଲ ପରିସରରେ ଗୁରୁବାର ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ନବମୀ ତଥିରେ ନିରଞ୍ଜନ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। 

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ଏରସମା, ୧୮।୧୦(ଡି.ଏନ୍‌.ଏ.)- ଏରସମା ବ୍ଲକ ସଦର ମହକୁମାଠାର ମାତ୍ର କିଛି ବାଟ ଦୂରରେ ଥିବା ଏକ ଢଳାଇ ରାସ୍ତା ଉପରେ ଥିବା ଡ୍ରେନ୍‌ ପାଣି ଯୋଗୁ ସ୍ଥାନୀୟ ବାସୀନ୍ଦା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

ନବମୀରେ ମା’ଙ୍କ  ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି

ନବମୀରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି

ପାଟକୁରା, ୧୮।୧୦(ଡି.ଏନ୍‌.ଏ.)- ଗରଦପୁର ହାଟ ପଡିଆରେ ମା’ ଦୁର୍ଗାଙ୍କ ନବମୀ ପୂଜା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟ ମୁର୍ତ୍ତିଗୁଡକ ସୁ ସର୍ଜିତ ଆଲୋକ ମାଳାରେ ଆକର୍ଷଣୀୟ ହୋଇଉଠିଛି।

ପୂଜା ମଣ୍ଡପ ବୁଲିଲେ ବିଧାୟକ

ପୂଜା ମଣ୍ଡପ ବୁଲିଲେ ବିଧାୟକ

ପାଟକୁରା, ୧୮।୧୦(ଡି.ଏନ୍‌.ଏ.)- ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ବାଲ ଦଳୀୟ କର୍ମୀଙ୍କ ସହ ଗୁରୁବାର ବିଭିନ୍ନ ଦୁର୍ଗା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଛନ୍ତି।

ବିଦ୍ୟାଳୟ ବାରଣ୍ଡାରେ ଗଦା ହୋଇଛି ଲୁଣ ବସ୍ତା

ବିଦ୍ୟାଳୟ ବାରଣ୍ଡାରେ ଗଦା ହୋଇଛି ଲୁଣ ବସ୍ତା

ମହାକାଳପଡା, ୧୮ା୧୦(ଡି.ଏନ୍‌.ଏ.)- ମହାକାଳପଡା ବ୍ଲକ ଅଞ୍ଚଳରେ ବେଆଇନ ଭାବେ ଚିଙ୍ଗୁଡିଘେରି ବଢିବାରେ ଲାଗିଛି । ଚିଙ୍ଗୁଡିଘେରି ମାଲିକମାନେ ବେଆଇନ ଭାବେ ଖୁଲମଖୁଲା ଆଇନ ଉଲ୍ଲଂଘନ କରୁଛନ୍ତି। 

ନିଗରାଣି କମିଟି ଗଠିତ

ନିଗରାଣି କମିଟି ଗଠିତ

ପାଟକୁରା,୧୮।୧୦(ଡି.ଏନ୍‌.ଏ.)- ବେଡାରି ଗ୍ରାମ ପଞ୍ଚାୟତକୁ ବାହ୍ୟ ପରିମଳ ମୁକ୍ତ ଗଢି ତୋଳିବା ପାଇଁ ସ୍ବଛ ଭାରତ ମିଶନ ପକ୍ଷରୁ  ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଗୋକୁଳା ନନ୍ଦ ବେହେରାଙ୍କ ସଭାପତିତ୍ୱରେ ଏହି ବୈଠକରେ ନିଗରାଣି କମିଟି ଗଠିତ ହୋଇଛି। 

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜଳଖିଆ ଦୋକାନରେ ଚଢ଼ାଉ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜଳଖିଆ ଦୋକାନରେ ଚଢ଼ାଉ

ଆଳି,୧୮।୧୦(ଡି.ଏନ୍‌.ଏ.)- ପୂଜା ବଜାରକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲା ଫୁଡ୍‌ ଆଣ୍ଡ ସେଫ୍ଟି ଓ ଆଳି ସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ଗୁରୁବାର ବଜାରର ବିଭିନ୍ନ ଦୋକାନରେ ଚଢାଉ କରାଯାଇଛି। ନୂଆ ବଜାର, ନିଆଳ ହାଟ, ରାଜବାଟୀ ରୋଡ ଓ ଆଳି ମେଡିକାଲ ରୋଡରେ ଥିବା ଫାଷ୍ଟଫୁଡ ଷ୍ଟଲ୍‌ ଓ ଜଳଖିଆ ଦୋକାନରେ ଚଢାଉ କରାଯାଇଛି।

ଷ୍ଟାଡିୟମ ପୁନଃକ୍ଷମ ପାଇଁ ଦାବି

ଷ୍ଟାଡିୟମ ପୁନଃକ୍ଷମ ପାଇଁ ଦାବି

କେନ୍ଦ୍ରାପଡା ଅଫିସ, ୧୮।୧୦- ସହରର ସାରଙ୍ଗଠାରେ ଗତ ୧୦ବର୍ଷ ପୂର୍ବେ ବିଜୁ ପଟ୍ଟନାୟକ କ୍ରୀଡ଼ା ଷ୍ଟାଡିୟମ ନିର୍ମାଣ ହୋଇଥିଲା। ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ।

ବରୀରେ ଦୁର୍ଗା ପୂଜା

ବରୀରେ ଦୁର୍ଗା ପୂଜା

ବରୀ, ୧୮ା୧୦(ସ୍ବ.ପ୍ର.)- ମା’ଙ୍କ ଆଗମନ ନେଇ ବରୀ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି।    ନବମୀରେ ପୂଜା କମିଟି ପକ୍ଷରୁ ମା’ଙ୍କ ସମସ୍ତ ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଯାଇଛି। 

ନବମୀରେ ମା’ଙ୍କ ଦର୍ଶନ ପାଇଁ ପୂଜା ପଣ୍ଡପରେ ଭକ୍ତଙ୍କ ଭିଡ଼

ନବମୀରେ ମା’ଙ୍କ ଦର୍ଶନ ପାଇଁ ପୂଜା ପଣ୍ଡପରେ ଭକ୍ତଙ୍କ ଭିଡ଼

ଚଢେଇଧରା, ୧୮ା୧୦(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଆରୁଆ ପଞ୍ଚାୟତ ଆରୁହା ବଜାର ପୂଜା ମଣ୍ଡପରେ ମା’ ଜଗଜ୍ଜନନୀଙ୍କ ପୂଜା ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି। 

ବାର୍‌ହା ପଲଙ୍କ ଉପଦ୍ରବରେ ଧାନଫସଲ ନଷ୍ଟ

ବାର୍‌ହା ପଲଙ୍କ ଉପଦ୍ରବରେ ଧାନଫସଲ ନଷ୍ଟ

ଗଣିଆ,୧୮ା୧୦(ଡି.ଏନ.ଏ.)-ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଜିଲା ଛାମୁଣ୍ଡିଆ ବନାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡିଆ ଓ ବଡ଼ଶିଲିଙ୍ଗା ପଞ୍ଚାୟତରେ ବନ୍ୟପ୍ରାଣୀଙ୍କ ଦ୍ୱାରା ବ୍ୟାପକ ଭାବରେ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି।