ରାୟଗଡା

ଶହୀଦଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

 ଶହୀଦଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା
ରାୟଗଡା ଅଫିସ/କଲ୍ୟାଣସିଂହପୁର, ୩।୧ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ପ୍ରଦୀପ ପଣ୍ଡାଙ୍କ ଉଦ୍ଦେଶ୍ୟରେ ରାୟଗଡା ଆମ୍‌ ଆଦ୍‌ମି ପାର୍ଟି ଓ ଶହୀଦ ଲକ୍ଷ୍ମଣ ନାୟକ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଛି । ପାର୍ଟି ସଭାପତି ଦୋରା କଣ୍ଡାଗରୀଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ଯୁବକ ସଂଘ ସଦସ୍ୟମାନେ ସ୍ଥାନୀୟ ଶାରଳା ଛକରୁ ବାହାରି ଷ୍ଟେଟ ବ୍ୟାଙ୍କ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ । ସେଠାରେ ନୀରବ ପ୍ରାର୍ଥନା କରି ଶହୀଦ ପ୍ରଦୀପଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ସେହିଭଳି କଲ୍ୟାଣସିଂହପୁର ହନୁମାନ ମନ୍ଦିର ନିକଟରୁ ମଧ୍ୟ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ଥିଲା। ଗ୍ରାମବାସୀଙ୍କ ପକ୍ଷରୁ ବାହାରିଥିବା ଏହି ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ସ୍ଥାନୀୟ ଥାନାଧିକାରୀ କପିଳେଶ୍ୱର ବେହେରା, ସିଆର୍‌ପିଏଫ୍‌ ଚତୁର୍ଥ ବାଟାଲିୟନ୍‌ର ଯବାନ୍‌ ଓ କଲ୍ୟାଣସିଂହପୁର ଗ୍ରାମବାସୀ ପ୍ରମୁଖ ଯୋଗ ଦେଇ ଶହୀଦ ପଣ୍ଡାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ପ୍ରକାଶ ଯେ, ଜମ୍ମୁ କଶ୍ମୀରର ପୁଲୱାମା ଜିଲାର ସିଆର୍‌ପିଏଫ୍‌ ୧୮୫ ବାଟାଲିୟନ୍‌ର ପ୍ରଶିକ୍ଷଣ ଶିବିର ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ପିଙ୍ଗିବା ସହ ଗୁଳିଚାଳନା କରିଥିଲେ । ଏଥିରେ ପ୍ରଦୀପଙ୍କ ସମେତ ୫ଜଣ ଯବାନ ଶହୀଦ ହୋଇଥିଲେ ।
All Right Reserved By

ରାୟଗଡା

କଂଗ୍ରେସର ମିଶ୍ରଣ ପର୍ବ: ଶତାଧିକ କର୍ମୀ ସାମିଲ

କଂଗ୍ରେସର ମିଶ୍ରଣ ପର୍ବ: ଶତାଧିକ କର୍ମୀ ସାମିଲ

ଝରିଗାଁ,୨୨।୧୦(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କଂଗ୍ରେସ ପକ୍ଷରୁ କରମରୀ ଗ୍ରାମରେ ସୋମବାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। 

ଗଣ୍ଡ ସମାଜର ନୂଆଖାଇ ଭେଟ୍‌ଘାଟ

ଗଣ୍ଡ ସମାଜର ନୂଆଖାଇ ଭେଟ୍‌ଘାଟ

ଝରିଗାଁ,୨୨।୧୦(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ସୋରିପଡ଼ା ଗ୍ରାମରେ ଝରିଗାଁ ବ୍ଲକ ଗଣ୍ଡ ସାଂସ୍କୃତିକ ସମାଜ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

୧୦ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି କାଶୀପୁର ସବ୍‌ଜେଲ୍‌

୧୦ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି କାଶୀପୁର ସବ୍‌ଜେଲ୍‌

ରାୟଗଡା ଅଫିସ୍‌, ୨୨।୧୦- ରାୟଗଡା ଜିଲାରେ ଦିନକୁ ଦିନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଉଛି  ଏହାକୁ ଦୃଷ୍ଟିରେ ରଖି ୨୦୦୮ରେ ରାୟଗଡା ଜିଲାର କାଶୀପୁରଠାରେ ଏକ ସବ୍‌ଜେଲ୍‌ ନିର୍ମାଣ କରାଯାଇଥିଲା  ଇତିମଧ୍ୟରେ ୧୦ ବର୍ଷ ବିତିଲାଣି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଜେଲ୍‌ କାର୍ଯ୍ୟକ୍ଷମ ହୋଇପାରୁନାହିଁ  ପୋଲିସ ହାଉସିଂ ବୋର୍ଡ ନିଗମଃ ପ୍ରାୟ ୩ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଥିଲା   ୨୦୧୩ ରେ ଜେଲ୍‌ ବିଭାଗକୁ ଏହା ହସ୍ତାନ୍ତର କରାଯାଇଛିି । ହେଲେ ଉକ୍ତ ସବ୍‌ଜେଲ୍‌ଟି ହସ୍ତାନ୍ତର ହେବାର ଦୀର୍ଘ ୫ବର୍ଷ ବିତିଯାଇଥିଲେ ବି ଏହା   ଉଦ୍‌ଘାଟନ ହୋଇପାରିନାହିଁ  

ଉଜୁଡ଼ା ଘର ସଜାଡ଼ିବାରେ ବ୍ୟସ୍ତ ନାଉଡ଼ାବାସୀ

ଉଜୁଡ଼ା ଘର ସଜାଡ଼ିବାରେ ବ୍ୟସ୍ତ ନାଉଡ଼ାବାସୀ

ଗୁଣପୁର,୨୨।୧୦(ଡି.ଏନ.ଏ)-ସାମୁଦ୍ରିକ ଝଡ଼ ତିତ୍‌ଲି ଆଣି ଦେଇଥିଲା ଲୋକଙ୍କୁ ଅନେକ ଦୁଃଖ ଏବଂ ଦୁର୍ଦ୍ଦଶା  ବର୍ତ୍ତମାନ ସୁଦ୍ଧା ଅନେକ ଗ୍ରାମକୁ  ପାନୀୟ ଏବଂ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରିନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ଅନେକ ଗ୍ରାମରେ କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ଏବେ କିଏ ନିଜ ଉଜଡା ଘର ତ ଆଉ କିଏ ନିଜ ଭଙ୍ଗା ଘର ସଜାଡିବାରେ ବ୍ୟସ୍ତ  ଇତିମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ସମସ୍ୟା ସୁଧୁରୁନି  ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଣପୁର ବ୍ଲକର ନାଉଡା ଗ୍ରାମରେ  

ବିଲ୍ଟ ପେପର ମିଲ୍‌  ଫାଟକ ଖୋଲିବା ଆଶା ଉଜ୍ଜ୍ୱଳ

ବିଲ୍ଟ ପେପର ମିଲ୍‌ ଫାଟକ ଖୋଲିବା ଆଶା ଉଜ୍ଜ୍ୱଳ

ଜୟପୁର, ୨୧।୧୦(ନି.ପ୍ର./ଡି.ଏନ୍‌.ଏ.) 
ଜୟପୁର ବିଲ୍ଟ ପେପର ମିଲ ଦୀର୍ଘ ୪ ମାସ ହେବ ବନ୍ଦ ହୋଇ ପଡିଛି। ମିଲ୍‌ର ୩ଟି ସଂଘ କମ୍ପାନୀର ସମସ୍ତ ନିୟମକୁ ମାନିବାକୁ ପ୍ରସ୍ତୁତ ଥିବା ବେଳେ ବିଏମ୍‌ଏସ୍‌ ନ ମାନିବାରୁ ମିଲ୍‌ ଖୋଲିବା ଆଶଙ୍କା ଦେଖାଯାଇଥିଲା। କିନ୍ତୁ  ମିଲ୍‌କୁ ଅନ୍ୟ ୩ଟି ସଂଘ ସମର୍ଥନ ଦେଉଛି। ମିଲ୍‌ ଓ କର୍ମଚାରିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଏମ୍‌ଏସ୍‌ ମଧ୍ୟ ମିଲ୍‌ କତ୍ତୃପକ୍ଷକୁ  ସମର୍ଥନ ପତ୍ର ଦେଇଛି ବୋଲି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ  ସଂଘ  ପକ୍ଷରୁ କୁହାଯାଇଛି। ସେହିପରି ଆସନ୍ତା ୨୫ରେ ସ୍ଥାନୀୟ କାଗଜକଳ ସିଜିଏମ୍‌ ମାଣିକେଶ୍ୱର ରାଓ ଜୟପୁର ପହଞ୍ଚତ୍ବା ପରେ ଏହାର  ପୁନଃ କାର୍ଯ୍ୟକ୍ଷମ ନେଇ ଘୋଷଣା କରିବାର ସମ୍ଭାବନା ରହିଛି। ନଭେମ୍ବର ୧ ସୁଦ୍ଧା କାଗଜକଳର ମୁଖ୍ୟ ଫାଟକ ତାଲା ଖୋଲିବା ନେଇ ସମସ୍ତ  ସଂଘ ଆଶାବାଦୀ ରହିଥିବା  ନେଇ ପ୍ରକାଶ କରିଛନ୍ତି।

ରେଳଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ରେଳଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଲକ୍ଷ୍ମୀପୁର, ୨୧।୧୦-ଲକ୍ଷ୍ମୀପୁର ବ୍ଲକ ଗୌଡ଼ଗୁଡା ପଞ୍ଚାୟତର ସାନ ନେର୍କା ଛକ ନିକଟସ୍ଥ ରେଳଧାରଣାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ସେ ହେଲେ ସାନ ନେର୍କା ଗ୍ରାମର ଉରକା ଦାମିଙ୍କ ସ୍ତ୍ରୀ ଚିଙ୍ଗି(୨୮)।  କାକିରିଗୁମ୍ମା ପୋଲିସ ମୃତଦେହ  ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି।  ଏଥିସହ  ୮/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

ସଚଳ କରାଗଲା ୪୫୦୦ରୁ ଊର୍ଦ୍ଧ୍ୱ ନଳକୂପ

ପାରଳାଖେମୁଣ୍ଡି, ୨୧ା୧୦(ସ୍ବ.ପ୍ର.)-ତିତ୍‌ଲି ବାତ୍ୟା ପରେ ଗଜପତି ଜିଲାରେ ଲୋକେ କିପରି ବିଶୁଦ୍ଧ ପାନୀୟଜଳ ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ପାନୀୟଜଳ ଯୋଗାଣ ଲାଗି ୨୭ଟି ଭ୍ରାମ୍ୟମାଣ ଜେନେରେଟର ଯୋଗାଇ ଦିଆଯାଇଛି। 

ବଂଶଧାରାରେ ବୁଡି ଯୁବକ ମୃତ

ବଂଶଧାରାରେ ବୁଡି ଯୁବକ ମୃତ

ଗୁଣପୁର,୨୧।୧୦(ଡି.ଏନ.ଏ)- ରାୟଗଡା ଜିଲା ଗୁଣପୁର ବ୍ଲକ ଦେଇ ପ୍ରବାହିତ ହେଉଥିବା ବଂଶଧାରା ନଦୀରେ ରବିବାର ବୁଡିଯାଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୁଣପୁର କରଣ ସାହିର ଚନ୍ଦନ ପଟ୍ଟନାୟକ (୨୨)। ବଂଶଧାରା ନଦୀକୁ ଯୁବକ ଜଣକ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ।

ବିଦ୍ୟୁତ ସଂଯୋଗ  ଦାବିରେ ରାସ୍ତାରୋକୋ

ବିଦ୍ୟୁତ ସଂଯୋଗ ଦାବିରେ ରାସ୍ତାରୋକୋ

କାଶୀନଗର,୨୧।୧୦(ଡି.ଏନ.ଏ)-ତିତ୍‌ଲି ପ୍ରଭାବରେ  ଗଜପତି ଜିଲା କାଶୀନଗର ବ୍ଲକରେ ବିଦ୍ୟୁତ ଖୁଣ୍ଟ ଉପୁଡିଯାଇ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଗତ୧୨ ଦିନ ହେଲା ଲୋକମାନେ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପରିସ୍ଥିତି ସ୍ବାଭାବିକ ହୋଇ ନାହିଁ। ତୁରନ୍ତ ବିଦ୍ୟୁତ ସେବା ଯୋଗାଇବା ଦାବିରେ କଆଳି ଗ୍ରାମବାସୀ ରବିବାର ରାସ୍ତାରୋକୋ କରିଥିଲେ

କୂଅରୁ ଭାଲୁ ଉଦ୍ଧାର

କୂଅରୁ ଭାଲୁ ଉଦ୍ଧାର


ନବରଙ୍ଗପୁର/କୋଷାଗୁମୁଡା,୨୧।୧୦(ବି.ପ୍ର)- ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ମୋତିଗାଁ ପଞ୍ଚାୟତ ପାମ୍ପୁଣି ଗାଁ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ବନବିଭାଗ ପକ୍ଷରୁ ଏକ ଭାଲୁ ଉଦ୍ଧାର କରାଯାଇଛି। ପାମ୍ପୁଣି ଗ୍ରାମ ନିକଟରେ ଥିବା ରିଜର୍ଭ ଫରେଷ୍ଟ ଜଙ୍ଗଲ ମଧ୍ୟରେ ଥିତ୍ବା ମନ୍ଦିର ପାଖ କୂଅ ନିକଟକୁ ୩ଟି ଭାଲୁ ଆସିଥିବା ବେଳେ ହଠାତ ଗୋଟିଏ ଭାଲୁ କୂଅ ଭିତରକୁ ଖସି ପଡିଥିଲା।

 ବାଇକ ଧକ୍କା:୨ମୃତ, ୩ ଗୁରୁତର

ବାଇକ ଧକ୍କା:୨ମୃତ, ୩ ଗୁରୁତର

ଝରିଗାଁ,୨୧।୧୦(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚିକିଲି ମେହେର ସାହି ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ୨ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର  ଆହତ ହୋଇଛନ୍ତି।