ଖେଳ |

ମୁନ୍‌ରୋଙ୍କ ରେକର୍ଡ ଶତକ

ମୁନ୍‌ରୋଙ୍କ ରେକର୍ଡ ଶତକ
ମାଉଣ୍ଟ ମାଉଙ୍ଗାନ, ୩।୧- ଓପନର କଲିନ ମୁନ୍‌ରୋଙ୍କ ରେକର୍ଡ ଶତକ ବଳରେ ନ୍ୟୁଜିଲାଣ୍ଡ ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌କୁ ୧୧୯ ରନ୍‌ର ବୃହତ୍‌ ବ୍ୟବଧାନରେ ପରାଜିତ କରିଛି। ମୁନ୍‌ରୋ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ ଟି୨୦ରେ ୩ୟ ଶତକ ଅର୍ଜନ କରିଛନ୍ତି। ତାଙ୍କର ୧୦୪ ରନ୍‌ର ଇନିଂସ୍‌ ଯୋଗୁ ନ୍ୟୁଜିଲାଣ୍ଡ ଟି୨୦ ଫର୍ମାଟରେ ସର୍ବବୃହତ୍‌ ବିଜୟ ହାସଲ କରିଛି। ଏଥିପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ନାମରେ ଥିଲା। ଇଂଲଣ୍ଡ ଦଳ ୨୦୧୨ରେ ଆଫଗାନିସ୍ତାନକୁ ୧୧୬ ରନ୍‌ରେ ହରାଇଥିଲା। ନ୍ୟୁଜିଲାଣ୍ଡ ଦଳ ଏହି ବିଜୟ ଯୋଗୁ ତିନିଟି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୦ରେ ଜିତି ନେଇଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପାଇଁ ମାର୍ଟିନ ଗୁପଟିଲ ଓ ମୁନ୍‌ରୋଙ୍କ ଓପନିଂ ଯୋଡ଼ି ୧୧.୩ ଓଭର୍‌ରେ ୧୩୬ ରନ୍‌ କରିଥିଲେ। ଅର୍ଦ୍ଧଶତକ ପୂରଣ କରି ଗୁପଟିଲ (୬୩ ରନ୍‌) ଆଉଟ୍‌ ହେବା ପରେ ମୁନ୍‌ରୋ ଏକାକୀ ଦଳୀୟ ସ୍କୋର୍‌କୁ ୨୦୦ ପାର୍‌ କରାଇଥିଲେ। ସେ ଅନ୍ତିମ ଓଭର୍‌ରେ ଆଉଟ୍‌ ହେବା ପୂର୍ବରୁ ୫୩ଟି ବଲ୍‌ ଖେଳି ୧୦ଟି ଛକା ଓ ୩ଟି ଚୌକା ବଳରେ ୧୦୪ ରନ୍‌ କରିଥିଲେ। ତାଙ୍କ ବ୍ୟତୀତ ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ଙ୍କ ୧୯ ଓ ଟମ୍‌ ବ୍ରୁସଙ୍କ ୨୩ ରନ୍‌ ଯୋଗୁ ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ଉଇକେଟ୍‌ ହରାଇ ୨୪୩ କରିବାକୁ ସକ୍ଷମ ହୋଇଥିଲା। ଏହା ଟି୨୦ କ୍ରିକେଟ୍‌ ଇତିହାସରେ ନ୍ୟୁଜିଲାଣ୍ଡ ଦଳର ସର୍ବାଧିକ ଦଳଗତ ସ୍କୋର। ଭ୍ରମଣକାରୀ ଦଳର କାର୍ଲୋସ ବ୍ରାଥଓ୍ବେଟ ୨ଟି ଉଇକେଟ୍‌ ନେଇଥିଲେ। ୨୪୪ ରନ୍‌ର ବୃହତ୍‌ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଓଭର୍‌ରେ ହିଁ କ୍ରିସ୍‌ ଗେଲ ଓ ଚାଡଓ୍ବିକ୍‌ ଓ୍ବାଲଟନଙ୍କ ଉଇକେଟ୍‌ ହରାଇଥିଲା। ଉଭୟଙ୍କୁ ଟିମ ସୌଦି ଆଉଟ୍‌ କରିଥିଲେ। ମଧ୍ୟକ୍ରମରେ ଆଣ୍ଡ୍ରେ ଫ୍ଲେଚର (୪୬)ଙ୍କ ବ୍ୟତୀତ କୌଣସି ଭ୍ରମଣକାରୀ ବ୍ୟାଟ୍ସମ୍ୟାନ ଘରୋଇ ବୋଲରଙ୍କୁ ଉଚିତ ସାମ୍‌ନା କରିପାରି ନ ଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ ୧୬.୩ ଓଭର୍‌ରେ ୧୨୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ବିଜୟୀ ଦଳ ପକ୍ଷରୁ ସୌଦି ୩ଟି ଉଇକେଟ୍‌ ଅକ୍ତିଆର କରିଥିବାବେଳେ ଟ୍ରେଣ୍ଟ ବୋଲ୍ଟ ଓ ଇଶ ସୋଧି ୨ଟି ଲେଖାଏ ଉଇକେଟ ନେଇଥିଲେ। ଏହି ସିରିଜ୍‌ରେ ମନ୍‌ରୋ ମୋଟ ୨୨୩ ରନ୍‌ କରି କୌଣସି ଦ୍ୱିପାକ୍ଷିକ ସିରିଜ୍‌ରେ ସର୍ବାଧିକ ରନ୍‌ ସ୍କୋର୍‌ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ଜିମ୍ବାଓ୍ବେର ହାମିଲଟନ ମାସାକାଡଜା ବାଂଲାଦେଶ ବିପକ୍ଷ ୪ଟିକିଆ ସିରିଜ୍‌ରେ ୨୨୨ ରନ୍‌ କରି ଏହି ରେକର୍ଡର ଅଧିକାରୀ ଥିଲେ।
All Right Reserved By

ଖେଳ |

ଦିନିକିଆ ଦଳକୁ ଉମେଶଙ୍କ ପ୍ରତ୍ୟାବର୍ତ୍ତନ

ଦିନିକିଆ ଦଳକୁ ଉମେଶଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ,୧୬।୧୦(ପି.ଟି.)- ଦ୍ରୁତ ବୋଲର ଉମେଶ ଯାଦବ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ୧୦ ଉଇକେଟ ସଫଳତା ପାଇବା ପରେ ତାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିଛି। ଆହତ ହୋଇଥିବା ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କ ବଦଳରେ ତାଙ୍କୁ ଏହି ସୁଯୋଗ ମିଳିଛି। ଆଗକୁ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆର ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଚୟନକର୍ତ୍ତାମାନେ ଦଳ ଘୋଷଣା କରିଥିଲେ। ତେବେ ଆହତ ହେବାରୁ ଠାକୁର ପୂରା ସିରିଜରୁ ବାଦ ପଡିଛନ୍ତି। 

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନ ୨୮୨ରେ ଅଲଆଉଟ୍‌

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନ ୨୮୨ରେ ଅଲଆଉଟ୍‌

ଆବୁଧାବି,୧୬।୧୦ (ଏଏଫ୍‌ପି)- ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମରେ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ଓପନର ଫକାର ଜମାନ ଓ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଅର୍ଦ୍ଧଶତକୀୟ ପାଳି ସହ ୮୧ ଓଭରରେ ୨୮୨ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ପ୍ରାରମ୍ଭିକ ବପର୍ଯ୍ୟୟର ସମ୍ମୁଖୀନ ହୋଇ ୭ ଉଭରରେ ଦୁଇ ଉଇକେଟ ହରାଇ ୨୦ ରନ ସଂଗ୍ରହ କରିଛି।  ୮ ଉଇକେଟ ହାତରେ ଥାଇ ଅଷ୍ଟ୍ରେଲିଆ ୨୬୨ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଅରୋନ ଫିଞ୍ଚ୍‌ ୧୩ ରନ କରି ଅପରାଜିତ ରହିଛନ୍ତି। ପ୍ରଥମ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରିଥିବା ତାରକା ଓପନର ଉସ୍‌ମାନ ଖ୍ବାଜା ୩ ଓ ପିଟର ସିଡଲ ୪ ରନ କରି ମହମ୍ମଦ ଆବାସଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫରିଛନ୍ତି। 

୫୦୦୦ ମି. ରେସ୍‌ରେ ପାନଓ୍ବାରଙ୍କୁ ରୌପ୍ୟ

୫୦୦୦ ମି. ରେସ୍‌ରେ ପାନଓ୍ବାରଙ୍କୁ ରୌପ୍ୟ

ବୁଏନ୍ସ ଏରିଜ,୧୬।୧୦ (ପି.ଟି.)- ସୁରାଜ ପାନଓ୍ବାର ଚଳିତ ୟୁଥ ଅଲିମ୍ପିକ୍ସର ୫୦୦୦ ମି. ରେସ୍‌ ଓ୍ବାକ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଆଥ୍‌ଲେଟିକ୍ସ ବିଭାଗରେ ଭାରତର ପଦକ ଖାତା ଖୋଲିଛନ୍ତି

ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ଓଡେନସେ(ଡେନମାର୍କ),୧୬।୧୦(ପି.ଟି.)- ଭାରତୀୟ  ଷ୍ଟାର ମହିଳା ଶଟଲର ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଡେନମାର୍କ ଓପନରେ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ସେ ପ୍ରଥମ ରାଉଣ୍ଡରେ ପରାଜୟ ସହ ଟୁର୍ନାମେଣ୍ଟର ବିଦାୟ ନେଇଛନ୍ତି। 

ସାଇ କୋଚ୍‌ଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୧୬।୧୦- ସ୍ଥାନୀୟ ସ୍ପୋଟର୍‌ସ ଅଥ୍‌ରିଟି ଅଫ୍‌ ଇଣ୍ଡିଆ (ସାଇ) କେନ୍ଦ୍ରରେ ୧୩ ବର୍ଷୀୟ ବାଳିକା ଆଥ୍‌ଲେଟଙ୍କୁ ଦୁର୍ବ୍ୟବହାର କରି ବିତାଡ଼ିତ ହୋଇଥିବା ସିନିୟର କବାଡ଼ି କୋଚ୍‌ ରୁଦ୍ରାପ୍ପା ଭି ହୋସାମାନି ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କ ମୃତଦେହକୁ ସୋମବାର ଠାବ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ,୧୬।୧୦- ଭାରତୀୟ ଅଧିନାୟକ ବିରାଟ କୋହଲି ଆଗାମୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ନିକଟରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଇତିହାସରେ ସର୍ବାଧିକ ରନ୍‌ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହେବା ଲାଗି କୋହଲିଙ୍କୁ ୧୮୬ ରନ୍‌ ଦରକାର।

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ସିଡ୍‌ନୀ,୧୬।୧୦-  ସ୍ପ୍ରିଣ୍ଟ କିଙ୍ଗ୍‌ ଉସେନ ବୋଲ୍ଟ ୟୁରୋପରେ ଫୁଟ୍‌ବଲ ଖେଳିପାରନ୍ତି। ତାଙ୍କୁ ମାଲଟା ଫୁଟ୍‌ବଲ କ୍ଲବ ପକ୍ଷରୁ ଦୁଇ ବର୍ଷଲାଗି ଚୁକ୍ତି ପ୍ରସ୍ତାବ ଦିଆଯାଇଛି। ଏ ନେଇ ମଙ୍ଗଳବାର ସୂଚନା ମିଳିଛି।

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ହାଇଦ୍ରାବାଦ,୧୬।୧୦- ପ୍ରଶଂସକମାନେ ସୁରକ୍ଷା ବଳୟ ଭଙ୍ଗ କରି ନିଜ ଷ୍ଟାର କ୍ରିକେଟରଙ୍କୁ ଭେଟିବା ଏବେ ସାଧାରଣ କଥା। ନିକଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟେଷ୍ଟରେ ଜଣେ ପ୍ରଶଂସକ ଆଲିଙ୍ଘନ କରିଥିଲେ। 

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଆଡିଲେଡ୍‌,୧୬।୧୦- ଦିନିକିଆ କ୍ରିକେଟରେ ସୋମବାର ଏକ ଅବିଶ୍ୱସନୀୟ ଦଳଗତ ସ୍କୋର ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଏକ ମହିଳା ଦଳ ୫୦ ଓଭରରେ ୩ ଉଇକେଟ ହରାଇ ୫୯୬ ରନ୍‌ କରିଛି। 

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-
ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଚାଲିଥିବା ଜୁନିୟର ଟେନିସ ଚାମ୍ପିୟନଶିପ୍‌ର ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ରିୟା ମର୍ଦ୍ଦରାଜ ଓ ଆକୃତିଙ୍କ ମଧ୍ୟରେ ଫାଇନାଲ ମୁକାବିଲା ହେବ। 

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

କଟକ ଅଫିସ,୧୬ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ଆୟୋଜିତ ସ୍କୋରର ଓ ଭିଡିଓ ଆନାଲିଷ୍ଟ ପରୀକ୍ଷାରେ ଓଡ଼ିଶାର ୪ଜଣ ଉତ୍ତୀର୍ଣ୍ଣ ହୋଇ ପଦୋନ୍ନତି ହାସଲ କରିଛନ୍ତି । 

ଜାତୀୟ ଶିବିରରେ ଓଡ଼ିଶାର ୩

ଜାତୀୟ ଶିବିରରେ ଓଡ଼ିଶାର ୩

କଟକ ଅଫିସ,୧୬ା୧୦- ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫଏଫ)  ଆନୁକୂଲ୍ୟରେ କଟକରେ ଜାତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପ୍ରସ୍ତୁତି ଶିବିର ଗତ ୧୦ ତାରିଖରୁ ଜାରି ରହିଛି ।