ରାଜ୍ୟ |

ବିଜେପୁର: ନୂଆ ମୋଡ଼

ବିଜେପୁର: ନୂଆ ମୋଡ଼
ଭୁବନେଶ୍ୱର, ୩।୧(ବ୍ୟୁରୋ): ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କର ଗତ ବର୍ଷ ଅଗଷ୍ଟ ୨୨ତାରିଖରେ ମୃତ୍ୟୁ ହୋଇଥିଲା। ବିଜେପୁର ବିଧାନସଭା ଆସନ ଖାଲି ହେବା ନେଇ ଅଗଷ୍ଟ ୨୪ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଲା। ନିୟମାନୁଯାୟୀ ଆସନ ଖାଲି ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବାର ୬ ମାସ ମଧ୍ୟରେ ସେଠାରେ ଉପନିର୍ବାଚନ ହେବା କଥା। ହିସାବ ଅନୁଯାୟୀ ଚଳିତବର୍ଷ ଫେବ୍‌ୃୟାରୀ ୨୪ତାରିଖକୁ ଏହି ଅବଧି ପୂରଣ ହେଉଛି। ଏହି ସମୟ ପୂରଣ ହେବା ପାଇଁ ଆଉ ଦୁଇ ମାସରୁ କମ୍‌ ସମୟ ରହିଥିଲା ବେଳେ ଉପନିର୍ବାଚନ ନେଇ ତାରିଖ ଘୋଷଣା ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉପନିର୍ବାଚନ ପାଇଁ ତାରିଖ ଘୋଷଣାରେ ବିଳମ୍ବ ହେବାର କାରଣ କ’ଣ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏଭଳି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡି.ଏନ୍‌. ଗୁପ୍ତା ବୁଧବାର ଦେଇଥିବା ମତ ଉପନିର୍ବାଚନ ଅଡୁଆକୁ ଅଧିକ ଘନୀଭୂତ କରିଦେଇଛି। ନିକଟରେ ଦୁଇଟି ରାଜ୍ୟର ୩ଟି ବିଧାନସଭା ଏବଂ ୨ଟି ଲୋକ ସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସିଇସି(ମୁଖ୍ୟ ନିର୍ବାଚନ କମିଶନର) ତାରିଖ ଘୋଷଣା କରିଥିଲେ। ଏହି ୫ଟି ଆସନର ଉପନିର୍ବାଚନ ତାରିଖ ଘୋଷଣା ହେବା ସମୟରେ ଓଡିଶାର ବିଜେପୁର ନେଇ ତାରିଖ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏଭଳି ନ ହେବା ପରେ ନିର୍ବାଚନ କମିଶନ ଭାଜପା ଇଙ୍ଗିତରେ ତାରିଖ ଘୋଷଣାରେ ବିଳମ୍ବ କରୁଥିବା ବିରୋଧୀ ଅଭିଯୋଗ କରିଥିଲେ। ହାରିଯିବା ଭୟରେ ଭାଜପା ଏଭଳି କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଲା। ହେଲେ ତାରିଖ ଘୋଷଣା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁପ୍ତା ବୁଧବାର ନୂଆ ମତ ରଖିଛନ୍ତି। ସେ କହିଛନ୍ତି, ଉପନିର୍ବାଚନ ତାରିଖ ପାଇଁ ଏପ୍ରିଲ ମାସ ଯାଏ ସମୟ ରହିଛି। ବିଧାନସଭା ଆସନ ନେଇ ଯଦି ନିର୍ବାଚନୀ ମାମଲା ଚାଲିଥାଏ ତେବେ ଏହା ଶେଷ ହେବାଠୁ ୬ମାସ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରିବ। ବିଜେପୁର ବିଧାନସଭା ଆସନକୁ ନେଇ ସୁବଳଙ୍କଠାରୁ ଅଳ୍ପ ଭୋଟରେ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ତେବେ ସୁବଳଙ୍କ ମୃତ୍ୟୁ ପରେ ହାଇକୋର୍ଟ ଏହି ମାମଲାକୁ ଅକ୍ଟୋବର ୧୬ତାରିଖରେ ବନ୍ଦ କରିଦେଇଥିଲେ। ସେହି ହିସାବରେ ୬ମାସ ମଧ୍ୟରେ ଆସନ୍ତା ଏପ୍ରିଲ ମାସ ପର୍ଯ୍ୟନ୍ତ ସମୟ ରହିଛି। ବିଜେଡି ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଭିନ୍ନ ସମୟରେ ନୂଆ ନୂଆ କାରଣ ଦେଖାଇ ଉପନିର୍ବାଚନର ତାରିଖ ଘୋଷଣାରେ ବିଳମ୍ବିତ କରାଯାଇଛି। ପ୍ରଚଳିତ ପରମ୍ପରାର ବ୍ୟତିକ୍ରମ ବର୍ତ୍ତମାନ ମନେ ହେଉଛି ବୋଲି ସେ କହିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, କେଉଁଠୁ ହିସାବ ହେବ କାହିଁକି ଉଠୁଛି। ସମ୍ବିଧାନରେ ଯାହା ବ୍ୟବସ୍ଥା ରହିଛି ବିଧାନସଭା ଆସନ ଖାଲି ହେବାର ୬ମାସ ମଧ୍ୟରେ ଉପନିର୍ବାଚନ ହେବା କଥା। ଭାଜପାର ପ୍ରସ୍ତୁତି ପର୍ବ ଶେଷ ହୋଇ ନ ଥିବା କାରଣରୁ ତାରିଖ ଘୋଷଣାରେ ବିଳମ୍ବ କରାଯାଉଛି। କେଉଁଦିନକୁ ୬ମାସ ସମାନଭାବେ ପୂରଣ ହେଉଛି ତାକୁ କାହିଁକି ଅପେକ୍ଷା କରାଯାଇ ସମୟ ଗଣା ହେଉଛି। ଗୋଟିଏ ମାସ, ୨ମାସ କିମ୍ବା ୩ମାସରେ ବି ହୋଇପାରିବ ବୋଲି ସେ କହିଛନ୍ତି। ବିଜେଡି ଏବଂ କଂଗ୍ରେସକୁ ଭାଜପା ପକ୍ଷରୁ ଟାର୍ଗେଟ କରାଯାଇଛି। ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, ସମ୍ବିଧାନ ବ୍ୟବସ୍ଥାକୁ ସନ୍ଦେହାରୋପ ଏବଂ ଦୋଷାରୋପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେଡି ଏବଂ କଂଗ୍ରେସ ଦାୟିତ୍ୱହୀନ ମନ୍ତବ୍ୟ ରଖୁଛନ୍ତି। ବ୍ୟବସ୍ଥା ଉପରେ ଆକ୍ଷେପ କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରିବା ନିନ୍ଦନୀୟ ବୋଲି ସେ କହିଛନ୍ତି।
All Right Reserved By

ରାଜ୍ୟ |

ଦୁଇ ବନ୍ଧୁକ ବେପାରୀ ଗିରଫ

ଦୁଇ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର,୧୯।୧୦- ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଞ୍ଚଳରୁ ଶୁକ୍ରବାର ଦୁଇ ବନ୍ଧୁକ ବେପାରୀ ଗିରଫ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, କୌଣସି ସୂତ୍ରରୁ କ୍ୟୁଏଟି ଖବର ପାଇ ତମାଣ୍ଡୋରେ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବାଲିଅନ୍ତା,୧୯।୧୦- ମା’ ଦୁର୍ଗାପୂଜାଙ୍କ ମହାଦଶମୀ ଅବସରରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ବାଲିଅନ୍ତା ବ୍ଲକ ଅଞ୍ଚଳକୁ ଆସି ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ।

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

କଣ୍ଟାପଡା,୧୯।୧୦(ଡି.ଏନ୍‌.ଏ.)- ରାଜ୍ୟ ସାରା ଦଶହରା ପର୍ବ ମହାସମାରୋହରେ ପାଳିିତ ହେଉଥିବା ବେଳେ କଣ୍ଟାପଡାର ଗୋବିନ୍ଦପୁର ଅଞ୍ଚଳରେ ନିଆରା ପର୍ବ ଆୟୋଜନ ହେଉଥିବା ଦେଖାଯାଇଛି । ଶୁକ୍ରବାର ବିଜୟାଦଶମୀ ଅବସରରେ ଉକ୍ତ ଗ୍ରାମରେ କ୍ଷତ୍ରୀୟମାନଙ୍କ ପାରମ୍ପରିକ ଖଣ୍ଡା ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି। 

ବୋଲଗଡରେ ନିଆରା ଦଶହରା: କନକଦୁର୍ଗାଙ୍କ ଆଖିରେ ବନ୍ଧା ହେବ ଅନ୍ଧପୁଟୁଳି, ମୁସଲମାନ ଦଳବେହେରା ଦେବେ ହୋମରେ ଘୃତାହୁତି

ବୋଲଗଡରେ ନିଆରା ଦଶହରା: କନକଦୁର୍ଗାଙ୍କ ଆଖିରେ ବନ୍ଧା ହେବ ଅନ୍ଧପୁଟୁଳି, ମୁସଲମାନ ଦଳବେହେରା ଦେବେ ହୋମରେ ଘୃତାହୁତି

ଖୋର୍ଦ୍ଧା ଅଫିସ,୧୯ା୧୦:ଖୋର୍ଦ୍ଧାର ବୋଲଗଡ ବ୍ଲକର ମାଣିକାଗୋଡା ଗଁାରେ ହିନ୍ଦୁ ମୁସଲମାନ ମିଳିମିଶି ନିଆରା ଢଙ୍ଗରେ ପାଳନ କରାଯାଏ ଦଶହରା ପର୍ବ । ଉକ୍ତ ଗାଁର ଥିବା ମା’ କନକଦୁର୍ଗାଙ୍କ ଆରମ୍ଭ ହୋଇଥିବା ଆଶ୍ୱିନ ଶୁକ୍ଳପକ୍ଷ ସପ୍ତମୀରୁ ଅନ୍ଧପୁଟୁଳି ଖୋଲିବା ପରେ ମହାଦଶମୀରେ ପୁଣି ମା’ଙ୍କ ଆଖିରେ ବନ୍ଧା ହେବ  ।

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁର,୧୯।୧୦(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୩ଟି ପୂଜା କମିଟି ଆନୁକୂଲ୍ୟରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ କରାଯାଇଛି। ଉଫୁଲାସ୍ଥିତ ଶୈଲସୂତା କ୍ଲବ ପୂଜା କମିଟି ପକ୍ଷରୁ ପାଳିତ ହୋଇଆସୁଥିବା ଶାରଦୀୟ ପୂଜା ଉତ୍ସବ ସର୍ବପୁରାତନ ହୋଇଥିବା ବେଳେ ମୁଖ୍ୟବସ୍ତିର ତ୍ରିବେଣୀଛକ ଦୁର୍ଗାପୂଜା ୨୧ବର୍ଷରେ ପହଞ୍ଚିଛି।

ଆଦିବାସୀଙ୍କ ନିଆରା ପରମ୍ପରା : ୨୦ରୁ ଊର୍ଦ୍ଧ୍ୱ ଲାଠି ପୂଜା ପାଇଲେ

ଆଦିବାସୀଙ୍କ ନିଆରା ପରମ୍ପରା : ୨୦ରୁ ଊର୍ଦ୍ଧ୍ୱ ଲାଠି ପୂଜା ପାଇଲେ

କୋରାପୁଟ,୧୯।୧୦(ସ୍ବ.ପ୍ର)-କେଉଁ ଆବାହାନକାଳୁ ଜୟପୁର ମହାରାଜାଙ୍କ ଉଧ୍ୟମରେ ଆଦିବାସୀମାନେ ଲାଠିଯାତ୍ରା ପାଳନ କରିଆସୁଥିବା ନଜିର ରହିଛି । ଦଶହରା ଅବସରରେ କୋରାପୁଟଠାରେ ଆଦିବାସୀମାନଙ୍କ ନିଆରା ପରମ୍ପରା ସ୍ବରୂପ ଲାଠି ଶୋଭାଯାତ୍ର ପାଳନ ହୋଇଥାଏ । ଏଠାରେ ଲାଠିକୁ ଦେବୀଦେବାଭାବେ ସେମାନେ ପୂଜା କରିଥାନ୍ତି ।

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ଅଫିସ,୧୯ା୧୦-ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବୃଦ୍ଧା ଏକ ବ୍ଲେଡ୍‌ରେ ନିଜ ବେକକୁ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆସିକା ବ୍ଲକ ସିଦ୍ଧନଇ ପଞ୍ଚାୟତ ମହାରାଜା ଗ୍ରାମର ଟୁଙ୍ଗୁରୁ ବେହେରା ସୁରତ୍‌ରେ କାମ କରୁଛନ୍ତି । 

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

କାକଟପୁର,୧୯।୧୦(ଡି.ଏନ୍‌.ଏ.)- ଶୁକ୍ରବାର ମହାଦଶମୀ ଅବସରରେ ପ୍ରାତଃରୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥିଲା କାକଟପୁରର ମା’ ମଙ୍ଗଳା ମନ୍ଦିରକୁ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ  ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ପଡିଥିଲା ମଙ୍ଗଳା ମନ୍ଦିର । 

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟା

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟା

କଟକ ଅଫିସ,୧୯।୧୦- ଓଡ଼ିଶାର ଯେକୌଣସି ଅଞ୍ଚଳରେ ବୁଲିଲେ ମଧ୍ୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଜଣାଶୁଣା। ସେଠାକାର ମଣ୍ଡପରେ ହୋଇଥିବା ଆକର୍ଷଣୀୟ ମୂର୍ତ୍ତି ହେଉ କି ସୁସଜ୍ଜିତ ତୋରଣ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । 

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ଟଙ୍କା ସବ୍‌ସିଡି ମିଳିବ। ସେହିଭଳି ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଦିଆଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶୁକ୍ରବାର  ଦଶହରା ପର୍ବ ବା ବିଜୟା ଦଶମୀ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ସମେତ ସିମନବାଡ଼ିଠାରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତି ସ୍ଥାପନ କରାଯାଇ ପୁଜାର୍ଚ୍ଚନା କରାଯାଉଛି। ଦଶମୀ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଭିଡ଼ ଜମାଇଥିଲେ ।