ଖେଳ |

ଓଡ଼ିଆର ନୂଆ ଆଶା ଅଭିଷେକ

ଓଡ଼ିଆର ନୂଆ ଆଶା ଅଭିଷେକ

କଟକ ଅଫିସ,୩।୧- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ କିଛି ହାତଗଣତି ଓଡ଼ିଆ ଖେଳାଳି ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଯାଜପୁରର ଅଭିଷେକ ରାଉତ ଅନ୍ୟତମ। ଆଇପିଏଲ୍‌ ଟିମ୍‌ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଅଭିଷେକ ପ୍ରତିନିଧିତ୍ୱ କରିବା ସହ ନିଜ ପ୍ରତିଭା ବଳରେ ଲଗାତର ୫ବର୍ଷ ଧରି ଅର୍ଥାତ୍‌ ୨୦୦୯ରୁ ୨୦୧୩ ମସିହା ପର୍ଯ୍ୟନ୍ତ ସେ ଉକ୍ତ ଟିମ୍‌ର ସଦସ୍ୟ ରହିଥିଲେ। ତେବେ ଓଡ଼ିଶାରେ ଜନ୍ମିତ ଅଭିଷେକ ସମୟବଳରେ ମହାରାଷ୍ଟ୍ର ଦଳ ପକ୍ଷରୁ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବେଳେ ଏବେ ଏହି ପ୍ରତିଭାବାନ କ୍ରିକେଟର ପ୍ରଥମଥର ପାଇଁ ନିଜ ରାଜ୍ୟ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆସନ୍ତା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟରେ ସେ ଓଡ଼ିଶା ପକ୍ଷରୁ ଖେଳିବାକୁ ଯାଉଛନ୍ତି। ଏହି ଅବସରରେ ଅଭିଷେକଙ୍କ ସହ ସାକ୍ଷାତକାର
ପ୍ର- କ୍ରିକେଟରେ ଯାତ୍ରା କିପରି ଆରମ୍ଭ ହୋଇଛି?
ଉ- ମୋର ଜନ୍ମ ଯାଜପୁର ରୋଡ୍‌ ଅଞ୍ଚଳରେ। ମାତ୍ର ବାପା ସନ୍ତୋଷ କୁମାର ରାଉତଙ୍କ ଚାକିରି ମହାରାଷ୍ଟ୍ରରେ ହୋଇଥିବାରୁ ପିଲାଦିନ ସେଠାରେ ବିତିଥିଲା। ମୋତେ ୧୧ବର୍ଷ ହୋଇଥିବା ବେଳେ ନାସିକ୍‌ଠାରେ ଏକ ଗ୍ରୀଷ୍ମକାଳୀନ କ୍ରିକେଟ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ଯୋଗଦେବାକୁ ବାପାଙ୍କୁ କହିଥିଲି। ବାପାଙ୍କ ଅନୁମତି ପାଇବା ପରେ ଉକ୍ତ କ୍ୟାମ୍ପରେ ହିଁ ମୋର ପ୍ରାଥମିକ କ୍ରିକେଟ ଶିକ୍ଷା ଆରମ୍ଭ ହୋଇଥିଲା। ତେବେ ସେଠାରେ ମୋର ପ୍ରଦର୍ଶନ ଭଲ ରହିଛି ଓ ମୁଁ ଭଲ କ୍ରିକେଟ ଖେଳିପାରିବି ବୋଲି କୋଚ୍‌ କହିବା ପରେ ବାପା ମୋତେ କ୍ରିକେଟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ସେହି ଦିନଠାରୁ କ୍ରିକେଟ ସହ ଆଗକୁ ବଢ଼ୁଛି।
ପ୍ର- ପ୍ରଥମେ ମହାରାଷ୍ଟ୍ର ପରେ ବମ୍ବେ ଓ ଏବେ ଓଡ଼ିଶା ପକ୍ଷରୁ ଖେଳିବାକୁ ଯାଉଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ କ’ଣ କହିବେ?
ଉ- ମହାରାଷ୍ଟ୍ର ୧୪ ବର୍ଷରୁ କମ୍‌, ୧୭ ବର୍ଷରୁ କମ୍‌, ୧୯ ବର୍ଷରୁ କମ୍‌ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଛି। ୨୦୦୫ରେ ମୋ ଅଧିନାୟକତ୍ୱରେ ମହାରାଷ୍ଟ୍ର କୁଚ୍‌ ବିହାର ଟ୍ରଫି ବିଜୟୀ ହୋଇଥିଲା। ଏପରି କି ଉକ୍ତ ବର୍ଷ ମୁଁ ସର୍ବାଧିକ ରନ୍‌ ସଂଗ୍ରହ ମଧ୍ୟ କରିଥିଲି। ପରେ ୧୯ ବର୍ଷରୁ କମ୍‌ ଜାତୀୟ ଦଳରେ ସ୍ଥାନ ପାଇଥିଲି। ୨୦୦୫ରେ ମହାରାଷ୍ଟ୍ର ପକ୍ଷରୁ ରଣ୍‌ଜୀ ଖେଳିବାର ସୁଯୋଗ ମିଳିଥିଲା। ସେତେବେଳେ ବମ୍ବେ ଦଳରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ୱାସିମ ଜାଫର, ସ୍ପିନର ରମେଶ ପାୱାରଙ୍କ ପରି ଜାତୀୟ ଦଳର ଖେଳାଳି ରହିଥିଲେ। ଏଣୁ ପରେ କ୍ୟାରିୟରର ଉନ୍ନତି ପାଇଁ ବମ୍ବେ ଦଳରେ ଯୋଗଦେଇଥିଲି। ଏବେ ମୋ ପରିବାର ଓଡ଼ିଶାରେ ସବୁଦିନ ପାଇଁ ଅବସ୍ଥାପିତ ହୋଇଛନ୍ତି। ଭୁବନେଶ୍ୱରରେ ପରିବାର ସହ ରହୁଥିବାରୁ ଓଡ଼ିଶା ପକ୍ଷରୁ ଏବେ ଖେଳିବାକୁ ଆଶା ରଖିଛି। ତେବେ ଯେଉଁ ରାଜ୍ୟରୁ ଖେଳନ୍ତୁ ନା କାହିଁକି ସବୁବେଳେ ଭଲ ପ୍ରଦର୍ଶନ ହିଁ ଜଣେ ଖେଳାଳିକୁ ଆଗକୁ ନିଏ ବୋଲି ମୋର ବିଶ୍ୱାସ।
ପ୍ର- ରାଜସ୍ଥାନ ରୟାଲ୍ସରେ କିପରି ସୁଯୋଗ ମିଳିଥିଲା?
ଉ- ବମ୍ବେ ପକ୍ଷରୁ ୨୨ ବର୍ଷରୁ କମ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଦଳ ପାଇଁ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲି। ଫାଇନାଲ ମ୍ୟାଚ୍‌ରେ ପଞ୍ଜାବଠାରୁ ପରାସ୍ତ ହୋଇଥିଲେ ମଧ୍ୟ ବ୍ୟକ୍ତିଗତ ପ୍ରଦର୍ଶନ ଭଲ ରହିଥିଲା। ପ୍ରଥମେ କୋଲକାତା ନାଇଟ୍‌ ରାଇଡର୍ସର ଶିବିରକୁ ୨୦୦୯ ମସିହାରେ ଡାକରା ଆସିଥିଲା। ମାତ୍ର ବିଫଳ ହୋଇଥିଲି। ପରେ ବମ୍ବେରେ ହେଉଥିବା ବହୁଚର୍ଚ୍ଚିତ ଡିୱାଇ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଖେଳିଥିଲି। ସେଠାରେ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚିତ ହୋଇଥିଲି। ପରେ ଉକ୍ତ ବର୍ଷ ହିଁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ମୋତେ ଦଳରେ ନିଆଯାଇଥିଲା।
ପ୍ର- ଆଇପିଏଲ୍‌ରେ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ?
ଉ- ବମ୍ବେଠାରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଅନୁଷ୍ଠିତ ଶିବିରରେ ସୁଯୋଗ ମିଳିଥିଲା। ସେଠାରେ ମୋର ପ୍ରଦର୍ଶନ ଭଲ ରହିଛି ବୋଲି କୋଚ୍‌ ଦଳର ଅଧିନାୟକ ସେନ୍‌ ୱର୍ନଙ୍କୁ ଜଣାଇଥିଲେ। ମୁଁ କିପରି ଖେଳୁଛି ବୋଲି ଜାଣିବାକୁ ଅଷ୍ଟ୍ରେଲୀୟ ସ୍ପିନର ସେନ୍‌ ୱର୍ନ ଇଚ୍ଛା କରିବା ସହ ମୋତେ ଦେଖିବାକୁ ଜୟପୁରକୁ ଡକାଇଥିଲେ। ତାଙ୍କ ସମ୍ମୁଖରେ ବ୍ୟାଟ୍‌ ଓ ବଲ୍‌ ଜରିଆରେ ପରୀକ୍ଷା ଦେଇ ପାସ୍‌ ହେବା ମୋ ପାଇଁ ସବୁଠାରୁ ସ୍ମରଣୀୟ ବୋଲି ବିଚାର କରେ। ସେହିପରି ରାଜସ୍ଥାନ ରୟାଲ୍ସ ଦଳରେ ସାମିଲ ହୋଇ ଅନେକ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍‌ରେ ବସିବା ମୋ ପାଇଁ ସବୁଠାରୁ ବଡ଼ କଥା।
ପ୍ର- କାହାକୁ ନିଜର ଆଦର୍ଶ ବୋଲି ବିଚାର କରନ୍ତି।
ଉ- ଛୋଟବେଳୁ ସଚିନ୍‌ ତେନ୍ଦୁଲକର ମୋର ଆଦର୍ଶ ବୋଲି ମାନି ଆସିଛି। ତେବେ ନିଜେ ଜଣେ ଅଲ୍‌ରାଉଣ୍ଡର ହୋଇଥିବାରୁ ଜ୍ୟାକ୍ସ କାଲିସଙ୍କୁ ଜଣେ ଭଲ ଅଲରାଉଣ୍ଡର ଭାବେ ବିଚାର କରେ।
ପ୍ର- ବର୍ତ୍ତମାନର ଓଡ଼ିଶା ଦଳକୁ କିପରି ଦେଖୁଛନ୍ତି?
ଉ- ଓଡ଼ିଶା ଏବେ ଏକ ସନ୍ତୁଳିତ ଦଳ। ଅନେକ ପ୍ରତିଭାବାନ ଖେଳାଳି ଦଳରେ ରହିଛନ୍ତି। ଏମାନଙ୍କ କ୍ୟାରିୟର ସହ ଓଡ଼ିଶା କ୍ରିକେଟର ଭବିଷ୍ୟତ ଉଜ୍ଜଳ ବୋଲି ଆଶା କରାଯାଉଛି।

All Right Reserved By

Model This Week

ନିକିତା

ଖେଳ |

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିବ ନାହିଁ ଭାରତ

ନୂଆଦିଲ୍ଲୀ,୨୦।୪- ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତ ଓହରିବା ନେଇ ଚାଲିଥିବା ଆଲୋଚନାର ଅନ୍ତ ଘଟାଇଛନ୍ତି ଭାରତୀୟ ଅଲିମ୍ପିକ୍‌ ମହାସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂ ଇଭେଣ୍ଟକୁ ବାଦ୍‌ ଦିଆଯାଉଥିବାରୁ ନ୍ୟାଶନାଲ ରାଇଫଲ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ସଭାପତି ରନିନ୍ଦର ସିଂ ଭାରତ ଅଂଶଗ୍ରହଣ ନ କରିବା ପାଇଁ ଯୁକ୍ତି କରିଥିଲେ।

ପୁଣେରେ ପହଞ୍ଚତ୍ଲା ହ୍ବିସିଲ ପୋଡୁ ଏକ୍ସପ୍ରେସ

ପୁଣେରେ ପହଞ୍ଚତ୍ଲା ହ୍ବିସିଲ ପୋଡୁ ଏକ୍ସପ୍ରେସ

ପୁଣେ,୨୦।୪- ସ୍ଥାନୀୟ ଏମ୍‌ସିଏ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ସମର୍ଥନ ପାଇଁ ପ୍ରଶଂସକଙ୍କ ଟ୍ରେନ ତଥା ହ୍ବିସିଲ ପୋଡୁ ଏକ୍ସପ୍ରେସ ଏଠାରେ ଶୁକ୍ରବାର ପହଞ୍ଚତ୍ ଯାଇଛି। ଏହି ଟ୍ରେନ ମାଡ୍ରାସରୁ ଗୁରୁବାର ବାହାରିଥିଲା। ପୁଣେ ଷ୍ଟେଶନରେ ପହଞ୍ଚତ୍ବା ପରେ ଦଳର ପ୍ରଶଂସକଙ୍କୁ ୨୦ଟି ବସ ଜରିଆରେ ଷ୍ଟାଡିୟମ୍‌କୁ ନିକଟକୁ ନିଆଯାଇଛି।

ହରମିତଙ୍କ ଅଭିଯୋଗ ପୁରସ୍କାର ରାଶିରେ କାଟ୍‌ କରାଯାଇଛି

ହରମିତଙ୍କ ଅଭିଯୋଗ ପୁରସ୍କାର ରାଶିରେ କାଟ୍‌ କରାଯାଇଛି

ଅହମ୍ମଦାବାଦ୍‌,୨୦।୪- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଟେବୁଲ ଟେନିସ୍‌ (ଟିଟି) ଖେଳାଳି ହରମିତ ଦେଶାଇ ଘୋଷିତ ପୁରସ୍କାର ରାଶିର କେବଳ ଏକ ତୃତୀୟାଂଶ ମିଳିଥିବା ନେଇ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଶୁକ୍ରବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟର ସ୍ପୋଟର୍‌ସ, ୟୁଥ ଓ କଲଚରାଲ ଆକ୍ଟିଭିଟିଜ୍‌ ଡିପାର୍ଟମେଣ୍ଟ ପକ୍ଷରୁ ଓ୍ବେବସାଇଟ୍‌ରେ ଦର୍ଶାଯାଇଛି ଯେ, ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ଏକ କୋଟି ପ୍ରଦାନ କରାଯିବାକୁ ଥିବାବେଳେ ରୌପ୍ୟ ଓ ବ୍ରୋଞ୍ଜ ପଦକଧାରୀଙ୍କୁ ଯଥାକ୍ରମେ ୫୦ ଓ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ରଣଜୀ ଡିଭିଜନ ବି’ ପ୍ରତିଯୋଗିତା

ରଣଜୀ ଡିଭିଜନ ବି’ ପ୍ରତିଯୋଗିତା

ନୂଆଦିଲ୍ଲୀ,୨୦।୪- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରଣଜୀ ଡିଭିଜନ ବି’ ପ୍ରତିଯୋଗିତା ଆୟୋଜନ କରିବା ନେଇ ଯୋଜନା କରୁଛି। ଏ ସମ୍ପର୍କରେ ଗତ ଶନିବାର କଲିକତାଠାରେ ଅନୁଷ୍ଠିତ ଟେକନିକାଲ କମିଟି ବୈଠକରେ ଆଲୋଚନା କରାଯାଇଥିଲା। ଯଦି ଏହି ପ୍ରସ୍ତାବକୁ ଆସନ୍ତା ସାଧାରଣ ବୈଠକରେ ଅନୁମତି ମିଳେ, ତେବେ ବିହାର ସମତେ ୫ଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ ପୁଡୁଚେରୀ ଏହି ପ୍ରତିଯୋଗିତାରେ ଖେଳିବେ।

ଜାତୀୟ ଶିବିରରେ ‘ନୋ ନିଡଲ ପଲିସି’ ସମର୍ଥନରେ ବାତ୍ରା

ଜାତୀୟ ଶିବିରରେ ‘ନୋ ନିଡଲ ପଲିସି’ ସମର୍ଥନରେ ବାତ୍ରା

ନୂଆଦିଲ୍ଲୀ,୨୦।୪- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ‘ନୋ ନିଡଲ ପଲିସି’ ଭଙ୍ଗ କରି ଦେଶକୁ ଅପମାନିତ କରିବା ପରେ ଜାତୀୟ ଶିବିରରେ ସମାନ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଏ ନେଇ ଭାରତୀୟ ଅଲିମ୍ପିକ୍‌ ମହାସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଗୁରୁବାର ନ୍ୟାଶନାଲ ସ୍ପୋଟର୍‌ସ ଫେଡେରେଶନ୍‌ (ଏନ୍‌ଏସ୍‌ଏଫ୍‌)କୁ ସମସ୍ତ ଜାତୀୟ ଶିବିରରେ ନୋ ନିଡଲ ପଲିସି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜୋକୋଭିକ୍‌ ବାଦ୍‌

ଜୋକୋଭିକ୍‌ ବାଦ୍‌

ମଣ୍ଟେ କର୍ଲୋ(ମୋନାକୋ), ୨୦।୪- ପୂର୍ବତନ ପୁରୁଷ ସିଙ୍ଗଲ୍ସ ବର୍ଗର ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ନୋଭାକ ଜୋକୋଭିକ୍‌ ଚଳିତ ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟର ୩ୟ ରାଉଣ୍ଡରେ ଅଭିଯାନ ଶେଷ କରିଛନ୍ତି। ଗୁରୁବାର ଖେଳାଯାଇଥିବା ମୁକାବିଲାରେ ସେ ୭-୬(୭/୨), ୨-୬, ୩-୬ ସେଟ୍‌ରେ ୫ମ ସିଡ୍‌ ଡୋମିନିକା ଥିଏମଙ୍କ ଠାରୁ ପରାସ୍ତ ହୋଇଛନ୍ତି।

୨୦୨୬ ୟୁଥ୍‌ ଅଲିମ୍ପିକ୍ସ: ବିଡ୍‌ ଦାଖଲ କରିବ ଭାରତ

ନୂଆଦିଲ୍ଲୀ, ୨୦।୪ (ପି.ଟି.)- ଭାରତ ୨୦୨୬ ୟୁଥ୍‌ ଅଲିମ୍ପିକ୍ସ ସମେତ ୨୦୩୨ ଗ୍ରୀଷ୍ପକାଳୀନ ଅଲିମ୍ପିକ୍ସ ଆୟୋଜନ ପାଇଁ ବିଡ୍‌ ଦାଖଲ କରିବ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ସଭାପତି ଥୋମାସ ବ୍ୟାକ୍‌ଙ୍କଠାରୁ ଅନୁକୂଳ ମତ ପାଇବାପରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ଗୁରୁବାର ଏହି ନିଷ୍ପତ୍ତି ନେଇଛି। ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଥୋମାସ୍‌ ବ୍ୟାକ୍‌ଙ୍କ ସହ ଉଦ୍‌ବୋଧନ ଦେଇ ଆଇଓଏ ସଭାପତି ନରିନ୍ଦର ବାତ୍ରା ଏହି ସୂଚନା ଦେଇଛନ୍ତି।

‘ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ବର୍ଜନ ଏକ ଚରମ ନିଷ୍ପତ୍ତି’

ନୂଆଦିଲ୍ଲୀ, ୨୦।୪ (ପି.ଟି.)-ଶୁଟିଂକୁ ସ୍ଥାନ ଦିଆଯାଉ ନ ଥିବାରୁ ଆମେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨କୁ ଯଦି ବର୍ଜନ କରିବା ଲାଗି ନିଷ୍ପତ୍ତି ନେଉ ତାହା ଅତ୍ୟନ୍ତ କଠୋର ହେବ। ଭାରତୀୟ ଅଲିମ୍ପିକ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା ଗୁରୁବାର ଏହା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଶୁଟିଂକୁ ବାଦ୍‌ ଦିଆଗଲେ ଆମେ ଏହି ଗେମ୍ସକୁ ବର୍ଜନ କରିବା ଉଚିତ ବୋଲି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନଆରଏଆଇ) ସଭାପତି ରଣିନ୍ଦର ସିଂ ଚଳିତ ସପ୍ତାହ ଆରମ୍ଭରେ କହିଥିଲେ।

ଫାଇନାଲରେ ଚିନ୍ମୟ

ଫାଇନାଲରେ ଚିନ୍ମୟ

ଭୁବନେଶ୍ୱର, ୨୦।୪(କ୍ରୀଡ଼ା ପ୍ରତିନିଧି)-ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଚାଲିଥିବା ଏଆଇଟିଏ-ଓଟିଏ ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟର ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ଚିନ୍ମୟ ପ୍ରଧାନ। ଗୁରୁବାର ଅନୁଷ୍ଠିତ ସେମିଫାଇନାଲରେ ସେ କର୍ନାଟକର ନିକ୍ଷେପ ବି.ରବିକୁମାରଙ୍କୁ ୩-୬, ୬-୪, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଫାଇନାଲରେ ସେ ତାମିଲନାଡ଼ୁର ଅର୍ଜୁନ ମହାଦେବନଙ୍କୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲରେ ମହାଦେବନ ନିଜ ରାଜ୍ୟର ଆର୍ଯ୍ୟ କେ.ଏସ.ସିଦ୍ଧାର୍ଥଙ୍କୁ ୭-୬(୫), ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଡବଲ୍ସ ସେମିଫାଇନାଲରେ କିନ୍ତୁ ଚିନ୍ମୟ ହାରିଯାଇଛନ୍ତି। ଆନ୍ଧ୍ର ପ୍ରଦେଶର ଉମର ଶେଖ୍‌ଙ୍କୁ ସାଥି କରି ଖେଳୁଥିବା ଚିନ୍ମୟ ସେମିଫାଇନାଲରେ ତାମିଲନାଡ଼ୁ ଯୋଡ଼ି ଭରତ ଏନ.କୁମାରନ ଓ ଆର୍ଯ୍ୟ କେ.ଏସ. ସିଦ୍ଧାର୍ଥଙ୍କଠାରୁ ୧-୬, ୫-୭ ସେଟ୍‌ରେ ପରାସ୍ତ ହୋଇଛନ୍ତି।

ଅଲ୍‌ ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଆରମ୍ଭ

ଅଲ୍‌ ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଆରମ୍ଭ

ଭୁବନେଶ୍ୱର, ୨୦ ।୪(ପି.ଟି.)-ସ୍ଥାନୀୟ ଭିଣ୍ଟେଜ କ୍ଲବରେ ଅଲ୍‌ ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ବେଷ୍ଟ ୩ ଫ୍ରେମ୍‌ରେ ଲିଗ୍‌ ମ୍ୟାଚ୍‌ଗୁଡିକ ଖେଳାଯାଇଥିଲା। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ପ୍ରଥମେ ସୌଭାଗ୍ୟ ବେହେରା ୨-୧ରେ ଅନୁଜ ପଣ୍ଡାଙ୍କୁ ହରାଇଥିଲେ। ସେହିପରି ଉଦ୍‌ଭାଷ ମହାପାତ୍ର ୨-୦ରେ ମିଶାଲ ସ୍ବାଇଁଙ୍କୁ, ଯଯାତି ପଣ୍ଡା ୨-୦ରେ ଜ୍ଞାନ ଦାସଙ୍କୁ, ଅନୁଜ ପଣ୍ଡା ୨-୧ରେ ଜଗଦୀଶ ମହାନ୍ତିଙ୍କ୍‌ୁ, ମିଶାଲ ସ୍ବାଇଁ ୨-୦ରେ ରାଜ୍ୟର ୧ ନମ୍ବର ଖେଳାଳି ନିଶାନ୍ତ ବିଶ୍ୱାଳଙ୍କୁ, ଜ୍ଞାନ ଦାସ ୨-୦ରେ ରାକେଶ ବାରିକଙ୍କୁ, ଉଦଭାଷ ମହାପାତ୍ର ୨-୧ରେ ନିଶି ପ୍ରକାଶଙ୍କୁ, ସମୀର ଅଲ୍ଲୀ ୨-୦ରେ ସିଦ୍ଧାନ୍ତ ଜେନାଙ୍କୁ, ରାକେଶ ବାରିକ ୨-୦ରେ ଯଯାତି ପଣ୍ଡାଙ୍କୁ, ମିଶାଲ ସ୍ବାଇଁ ୨-୧ରେ ନିଶି ପ୍ରକାଶଙ୍କୁ, ଚନ୍ଦ୍ର ମହାନ୍ତି ୨-୦ରେ ଗଡଓ୍ବିନ କୁଲୁଙ୍କୁ, ରାହୁଲ ନାଏକ ୨-୦ରେ ରଞ୍ଜିତ ପତିଙ୍କୁ, ଅମିୟ ନାଏକ ୨-୦ରେ ସିଦ୍ଧାନ୍ତ ବସ୍ତିଆଙ୍କୁ, ବିରାଜ ଦାସ ୨-୦ରେ ରୋହିତ ଶର୍ମାଙ୍କୁ, ଅବିନାଶ ମହାପାତ୍ର ୨-୧ରେ ରାକେଶ ମହାନ୍ତିଙ୍କୁ, ଜିତେନ ଷଡଙ୍ଗୀ ୨-୦ରେ ତରୁଣ ପଟ୍ଟନାୟକଙ୍କୁ, ରାକେଶ ମହାନ୍ତି ୨-୧ରେ ଶିବାଶିଷ ବିଶ୍ୱାଳଙ୍କୁ, ଅଜୟ ଆଚାର୍ଯ୍ୟ ୨-୧ରେ ସିଦ୍ଧାନ୍ତ ବସ୍ତିଆଙ୍କୁ, ସତ୍ୟଦୀପ୍‌ ଦାସ ୨-୧ରେ ସିଦ୍ଧାନ୍ତ ଜେନାଙ୍କୁ, ଗଡଓ୍ବିନ୍‌ କୁଲୁ ୨-୧ରେ ବିରାଜ ଦାସଙ୍କୁ ଓ ରାକେଶ ଆର. ପ୍ରଧାନ ୨-୧ରେ ଅମିୟ ନାୟକଙ୍କୁ ପରାସ୍ତ କରିଥିଲେ।

ହକି ଇଣ୍ଡିଆ ଜାତୀୟ ଚାମ୍ପିୟନଶିପ୍‌ରେ ନିଶାନ ଅମ୍ପାୟର

ହକି ଇଣ୍ଡିଆ ଜାତୀୟ ଚାମ୍ପିୟନଶିପ୍‌ରେ ନିଶାନ ଅମ୍ପାୟର

ଭୁବନେଶ୍ୱର, ୨୦ ।୪ (ପି.ଟି.)- ଓଡ଼ିଶାର ନିଶାନ ଜ୍ୟୋତି ମହାନ୍ତି ଆଗାମୀ ଅଷ୍ଟମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନଶିପ୍‌ (ବି’ ଓ ଏ’ ) ଡିଭିଜନ ପାଇଁ ଅମ୍ପାୟର ନିଯୁକ୍ତ ହୋଇଛନ୍ତି। ଏହି ଟୁର୍ନାମେଣ୍ଟର ବି’ ଓ ଏ’ ଡିଭିଜନ ଭୋପାଳରେ ଯଥାକ୍ରମେ ଏପ୍ରିଲ ୨୧ରୁ ୨୮ ତାରିଖ ଓ ଏପ୍ରିଲ ୨୬ରୁ ମେ ୬ ତାରିଖ ମଧ୍ୟରେ ଆୟୋଜନ ହେବ। ପୂର୍ବରୁ ମଧ୍ୟ ଅଷ୍ଟମ ହକି ଇଣ୍ଡିଆ ସିନିୟର ମହିଳା ଜାତୀୟ ଚାମ୍ପିୟନଶିପ୍‌ ଏ’ ଓ ବି’ ଡିଭିଜନରେ ନିଶାନ ଅମ୍ପାୟର ହିସାବରେ ସଫଳତାର ସହ ମ୍ୟାଚ ପରିଚାଳନା କରିଥିଲେ। ଏହି ଟୁର୍ନାମେଣ୍ଟ ରାଞ୍ଚିରେ ଜାନୁୟାରୀ ୨୬ରୁ ପେବୃୟାରୀ ୧୧ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପୁରୁଷ ଚାମ୍ପିୟନଶିପ୍‌ ପାଇଁ ଅମ୍ପାୟର ନିଯୁକ୍ତ ହୋଇଥିବାରୁ ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ନିଶାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବରୁ ମଧ୍ୟ ନିଶାନଙ୍କୁ ହକି ଇଣ୍ଡିଆ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତିକ ଟୁର୍ନାମେଣ୍ଟରେ ଅମ୍ପାୟର ଭାବେ ନିଯୁକ୍ତ କରିଥିଲା।

ଥୋମାସ୍‌ ବ୍ୟାଚ୍‌ଙ୍କୁ ଭେଟିଲେ ଅଧିପ

ଥୋମାସ୍‌ ବ୍ୟାଚ୍‌ଙ୍କୁ ଭେଟିଲେ ଅଧିପ

କଟକ ଅଫିସ,୨୦। ୪- ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି) ସଭାପତି ଥୋମାସ୍‌ ବ୍ୟାଚ୍‌ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହି ଅବସରରେ ନୂଆଦିଲ୍ଲୀଠାରେ ଭାରତୀୟ ଅଲିମ୍ପିକ ଆସୋସିଏଶନର ସମସ୍ତ ଅଧିକାରୀ ଓ ସଦସ୍ୟଙ୍କ ସହ ଥୋମାସ୍‌ ଗୁରୁବାର ଆଲୋଚନା କରିଥିଲେ । ଭାରତୀୟ ଅଲିମ୍ପିକ ଆସୋସିଏଶନ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ତଥା ଓଡ଼ିଶା ଅଲିମ୍ପିକ ଆସୋସିଏଶନର କୋଷାଧ୍ୟକ୍ଷ ଅଧିପ ଦାସ ଥୋମାସ୍‌ଙ୍କୁ ଭେଟି ଓଡ଼ିଶାରେ ଅଲିମ୍ପିକର ସ୍ଥିତି ଓ ଏହାର ବିକାଶ ଦିଗରେ ଆଲୋଚନା କରିଥିବା ଜଣାପଡ଼ିଛି।