ମେଟ୍ରୋ |

ରାତିଅଧରେ ଭଦ୍ରବ୍ୟକ୍ତିଙ୍କ ଘରେ ପଶି ପୋଲିସ ହଟହଟା

ରାତିଅଧରେ ଭଦ୍ରବ୍ୟକ୍ତିଙ୍କ ଘରେ ପଶି ପୋଲିସ ହଟହଟା
ଭୁବନେଶ୍ୱର, ୩।୧(ବ୍ୟୁରୋ)- ରାତିଅଧରେ ଜଣେ ବିଚାରପତିଙ୍କ ଘରେ ସିବିଆଇ ପିଶ ବଦ୍‌ନାମ ହେବା ପରେ କମିଶନରେଟ ପୋଲିସ ଅନୁରୂପ ଭାବେ ଜଣେ ଭଦ୍ରବ୍ୟକ୍ତିଙ୍କ ଘରେ ପଶି ହଟହଟା ହୋଇଛି। କଳାରାହାଙ୍ଗର ପ୍ରଦୀପ ନାୟକଙ୍କ ଘରେ ବନ୍ଧୁକ ବେପାର ଚାଲିଥିବା ନେଇ କଣ୍ଟ୍ରୋଲ ରୁମ୍‌ରୁ ସୂଚନା ପାଇବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରିଥିଲା। କିନ୍ତୁ ସାଥୀରେ କୌଣସି ମହିଳା କର୍ମଚାରୀ ଯାଇ ନ ଥିଲେ। ଅନ୍ୟପଟେ ପ୍ରଦୀପ ଜଣେ ଭଦ୍ରବ୍ୟକ୍ତି ହୋଇଥିବାବେଳେ ତାଙ୍କ ଘରୁ କୌଣସି ବନ୍ଧୁକ ନ ପାଇ ପୋଲିସ ଖାଲିହାତରେ ଫେରିଥିଲା। ଶେଷରେ ତ୍ରୁଟି ହୋଇଥିବା ଜାଣିବା ପରେ ପୋଲିସ ଘଟଣାକୁ ଚାପିବାକୁ ଉଦ୍ୟମ କରିଛି। ବୁଧବାର ଘର ମାଲିକଙ୍କୁ ଥାନାକୁ ଡକାଇ ଭୁଲ ହୋଇଥିବା ମଞ୍ଚେଶ୍ୱର ପୋଲିସ ସ୍ବୀକାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ କେହି ଜଣେ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି କହିଥିଲେ ପ୍ରଦୀପ ଘରେ ବନ୍ଧୁକ ରଖି ବେପାର କରୁଛନ୍ତି। କଣ୍ଟ୍ରୋଲ ରୁମ୍‌ରୁ ସଙ୍ଗେ ସଙ୍ଗେ ମଞ୍ଚେଶ୍ୱର ଥାନାକୁ ଫୋନ୍‌ କରିଥିଲେ। ମଞ୍ଚେଶ୍ୱର ଥାନା ପୋଲିସ କିଛି ନ ବୁଝି ସିଧା ସିଧା ପ୍ରଦୀପଙ୍କ ଘରେ ଚଢଉ କରିଥିଲା। ପୋଲିସ ରାତି ଅଧରେ କବାଟ ବାଡ଼େଇଥିଲା। ପ୍ରଦୀପ କବାଟ ଖୋଲିବା ପରେ ପୋଲିସ କର୍ମଚାରୀମାନେ ଘରେ ପଶି ବନ୍ଧୁକ ଖୋଜିବା ଲାଗି ଜିନିଷପତ୍ର ଫିଙ୍ଗାଫୋପଡ଼ା କରିଥିଲେ। ପ୍ରଦୀପ ପୋଲିସର ଏଭଳି କାର୍ଯ୍ୟକଳାପକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ଚଢଉର କାରଣ ସମ୍ପର୍କରେ ସେ ପଚାରିଥିଲେ ମଧ୍ୟ କେହି ଉତ୍ତର ଦେଇ ନ ଥିଲେ। ଘର ଭିତରେ ପଶି ଯାଞ୍ଚ କରିବା ପରେ କିଛି ନ ପାଇବାରୁ ଫେରିଯାଇଥିଲେ। ସକାଳେ ପ୍ରଦୀପ ଥାନାରେ ପହଞ୍ଚତ୍ ପୁଣି କ’ଣ ପାଇଁ ଚଢ଼ାଉ କରାଯାଇଥିଲା ବୋଲି ପ୍ରଶ୍ନ କରିଥିଲେ। ମାତ୍ର ଡିସିଓ ତାଙ୍କୁ ଥାନା ଅଧିକାରୀ ନ ଥିବା କହି ଫେରାଇ ଦେଇଥିଲେ। ପୁଣି ସେ ସନ୍ଧ୍ୟାରେ ଥାନାକୁ ଯାଇଥିଲେ। ଥାନା ଅଧିକାରୀ କେ.ପି. ମିଶ୍ରଙ୍କୁ ସେ ଚଢ଼ାଉ ସମ୍ପର୍କରେ ପଚାରିଥିଲେ। ଭୁଲ୍‌ରେ ଚଢ଼ାଉ କରାଯାଇଥିବା ଥାନା ଅଧିକାରୀ ତାଙ୍କୁ କହିଥିଲେ। ପୋଲିସ ଆମକୁ କିଛି ନ କହି ବିନା ମହିଳା ପୋଲିସ ଓ ବିନା ସର୍ଚ ଓ୍ବାରେଣ୍ଟରେ ଆମ ଘରେ ଚଢଉ କରିଥିବା ପ୍ରଦୀପ କହିଛନ୍ତି। ଏ ନେଇ ଥାନା ଅଧିକାରୀ କେ.ପି. ମିଶ୍ର କହିଛନ୍ତି, ପ୍ରଦୀପଙ୍କ ଘରେ ବନ୍ଧୁକ ଥିବା କଣ୍ଟ୍ରୋଲ ରୁମ୍‌ରୁ ଥାନାକୁ ଫୋନ୍‌ ଆସିଥିଲା। ଫୋନ୍‌ ପାଇବା ପରେ ଥାନାରୁ ଅଫିସର ତାଙ୍କ ଘରକୁ ଯାଇଥିଲେ। ପୋଲିସ ସେଠାରେ ଯାଞ୍ଚ କରିବା ପରେ କିଛି ନ ପାଇ ଫେରି ଆସିଥିଲା। ପୂର୍ବରୁ ତାଙ୍କ ପଡୋଶୀଙ୍କ ସହ ଜାଗାକୁ ନେଇ ବିବାଦ ରହିଛି। ତେଣୁ ତାଙ୍କର ପଡୋଶୀ କଣ୍ଟ୍ରୋଲକୁ ଫୋନ୍‌ କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ରାତି ଅଧରେ ପୋଲିସ କିଭଳି ମହିଳା କର୍ମଚାରୀଙ୍କୁ ନ ନେଇ ଏବଂ ବିନା ସର୍ଚ୍ଚ ଓ୍ବାରେଣ୍ଟରେ ଜଣେ ଭଦ୍ରବ୍ୟକ୍ତିଙ୍କ ଘରେ ଚଢଉ କଲା ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସର ଏଭଳି କାର୍ଯ୍ୟକଳାପକୁ ସାଧାରଣରେ ନାପସନ୍ଦ କରାଯାଇଛି। ସୂଚନାଯୋଗ୍ୟ, କିଛି ମାସ ତଳେ ସିବିଆଇ ଅଧିକାରୀମାନେ କଟକସ୍ଥିତ ଜଣେ ବିଚାରପତିଙ୍କ ବାସଭବନରେ ରାତିଅଧରେ ପଶି ଚର୍ଚ୍ଚାକୁ ଆସିଥିଲା।
All Right Reserved By

ମେଟ୍ରୋ |

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ବେଗୁନିଆ,୨୦।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟିକାତଳ ନିକଟସ୍ଥ ଏକ ପୋଖରୀ କୂଳରେ ଜଣେ ଅପରିଚାତା ମହିଳାଙ୍କ ମୃତ ଦେହ ପଡିଥିବା ଶନିବାର ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ। 

ରାବଣ ପୋଡି ଉତ୍ସବ

ରାବଣ ପୋଡି ଉତ୍ସବ

ଭୁବନେଶ୍ୱର,୧୯।୧୦: ସରିଛି ପାର୍ବଣର ଋତୁ। ଅଧର୍ମ ଉପରେ ଧର୍ମର ବିଜୟକୁ ନେଇ ମହାମାୟା ଧରାବତରଣ କରିଥିଲେ। ଶୁକ୍ରବାର ବିଜୟା ଦଶମୀ ଅବସରରେ ପରାକ୍ରମୀ ରାବଣର ପୁତ୍ତଳିକା ଦାହ କରି ମେଲାଣି ନେଇଛନ୍ତି ଯୋଗମାୟା।

ଦୁଇ ବନ୍ଧୁକ ବେପାରୀ ଗିରଫ

ଦୁଇ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର,୧୯।୧୦- ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଞ୍ଚଳରୁ ଶୁକ୍ରବାର ଦୁଇ ବନ୍ଧୁକ ବେପାରୀ ଗିରଫ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, କୌଣସି ସୂତ୍ରରୁ କ୍ୟୁଏଟି ଖବର ପାଇ ତମାଣ୍ଡୋରେ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଟ୍ରେନରେ କଟି ଅଜଣାବ୍ୟକ୍ତିଙ୍କ ମୃତ୍ୟୁ

ଟ୍ରେନରେ କଟି ଅଜଣାବ୍ୟକ୍ତିଙ୍କ ମୃତ୍ୟୁ

ନିରାକାରପୁର,୧୯ା୧୦(ଡି.ଏନ.ଏ.)- ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା ନିରାକାରପୁର ଷ୍ଟେଶନ ଦକ୍ଷିଣପାର୍ଶ୍ୱ ରେଳଧାରଣାରେ ଶୁକ୍ରବାର ଜଣେ ଅଜଣା ବ୍ୟକ୍ତିଙ୍କ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାପଡିଛି । 

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବାଲିଅନ୍ତା,୧୯।୧୦- ମା’ ଦୁର୍ଗାପୂଜାଙ୍କ ମହାଦଶମୀ ଅବସରରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ବାଲିଅନ୍ତା ବ୍ଲକ ଅଞ୍ଚଳକୁ ଆସି ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ।

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

କଣ୍ଟାପଡା,୧୯।୧୦(ଡି.ଏନ୍‌.ଏ.)- ରାଜ୍ୟ ସାରା ଦଶହରା ପର୍ବ ମହାସମାରୋହରେ ପାଳିିତ ହେଉଥିବା ବେଳେ କଣ୍ଟାପଡାର ଗୋବିନ୍ଦପୁର ଅଞ୍ଚଳରେ ନିଆରା ପର୍ବ ଆୟୋଜନ ହେଉଥିବା ଦେଖାଯାଇଛି । ଶୁକ୍ରବାର ବିଜୟାଦଶମୀ ଅବସରରେ ଉକ୍ତ ଗ୍ରାମରେ କ୍ଷତ୍ରୀୟମାନଙ୍କ ପାରମ୍ପରିକ ଖଣ୍ଡା ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି। 

ବୋଲଗଡରେ ନିଆରା ଦଶହରା: କନକଦୁର୍ଗାଙ୍କ ଆଖିରେ ବନ୍ଧା ହେବ ଅନ୍ଧପୁଟୁଳି, ମୁସଲମାନ ଦଳବେହେରା ଦେବେ ହୋମରେ ଘୃତାହୁତି

ବୋଲଗଡରେ ନିଆରା ଦଶହରା: କନକଦୁର୍ଗାଙ୍କ ଆଖିରେ ବନ୍ଧା ହେବ ଅନ୍ଧପୁଟୁଳି, ମୁସଲମାନ ଦଳବେହେରା ଦେବେ ହୋମରେ ଘୃତାହୁତି

ଖୋର୍ଦ୍ଧା ଅଫିସ,୧୯ା୧୦:ଖୋର୍ଦ୍ଧାର ବୋଲଗଡ ବ୍ଲକର ମାଣିକାଗୋଡା ଗଁାରେ ହିନ୍ଦୁ ମୁସଲମାନ ମିଳିମିଶି ନିଆରା ଢଙ୍ଗରେ ପାଳନ କରାଯାଏ ଦଶହରା ପର୍ବ । ଉକ୍ତ ଗାଁର ଥିବା ମା’ କନକଦୁର୍ଗାଙ୍କ ଆରମ୍ଭ ହୋଇଥିବା ଆଶ୍ୱିନ ଶୁକ୍ଳପକ୍ଷ ସପ୍ତମୀରୁ ଅନ୍ଧପୁଟୁଳି ଖୋଲିବା ପରେ ମହାଦଶମୀରେ ପୁଣି ମା’ଙ୍କ ଆଖିରେ ବନ୍ଧା ହେବ  ।

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

କାକଟପୁର,୧୯।୧୦(ଡି.ଏନ୍‌.ଏ.)- ଶୁକ୍ରବାର ମହାଦଶମୀ ଅବସରରେ ପ୍ରାତଃରୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥିଲା କାକଟପୁରର ମା’ ମଙ୍ଗଳା ମନ୍ଦିରକୁ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ  ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ପଡିଥିଲା ମଙ୍ଗଳା ମନ୍ଦିର । 

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟା

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟା

କଟକ ଅଫିସ,୧୯।୧୦- ଓଡ଼ିଶାର ଯେକୌଣସି ଅଞ୍ଚଳରେ ବୁଲିଲେ ମଧ୍ୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଜଣାଶୁଣା। ସେଠାକାର ମଣ୍ଡପରେ ହୋଇଥିବା ଆକର୍ଷଣୀୟ ମୂର୍ତ୍ତି ହେଉ କି ସୁସଜ୍ଜିତ ତୋରଣ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । 

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ଟଙ୍କା ସବ୍‌ସିଡି ମିଳିବ। ସେହିଭଳି ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଦିଆଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତି ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ସୁପରହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି। 

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୧୯।୧୦: ପବିତ୍ର ଦଶହରା ପାଇଁ ପୁରୀ ସହର ଉତ୍ସବମୁଖର ହୋଇପଡ଼ିଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ୩୯ ପୂଜା ମଣ୍ଡପରେ ମା’ ପୂଜା ପାଉଛନ୍ତି। ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।