ମେଟ୍ରୋ |

ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

କଟକ ରୋଡ୍‌(ଡି.ଏନ.ଏ.)/ଭୁବନେଶ୍ୱର(ବ୍ୟୁରୋ), ୩।୧- ନୂଆବର୍ଷ ଆରମ୍ଭରୁ ରାଜଧାନୀରେ ପଡ଼ିଛି ରକ୍ତଛିଟା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟଙ୍କ ଭାଇ ଦୀପକ ଆଚାର୍ଯ୍ୟଙ୍କୁ ବୁଧବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରାଯାଇଛି। ୩ ଦୁର୍ବୃତ୍ତ ଫାର୍ସାରେ ତାଙ୍କୁ ସଂଘବନ୍ଧ ଭାବରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଦୀପକଙ୍କ ମୁଣ୍ଡ ଓ ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଦୀପକଙ୍କ ସହଯୋଗୀମାନେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ରେଫର୍‌ କରାଯାଇଥିଲା। ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ଥିଲେ। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଖି ଦୀପକ ସାମ୍ନାକୁ ଆସି ନ ଥିଲେ। ଘଟଣା ବିଷୟରେ ପଚାରିବାରୁ ସେ ମୁହଁ ଖୋଲି ନ ଥିଲେ, ବରଂ ଗୁରୁବାର ଖବରଦାତା ସମ୍ମିଳନୀରେ ସମସ୍ତ ସୂଚନା ଦେବେ ବୋଲି କହି ଚାଲିଯାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ବିଜେବିନଗର ଦଳିତ ସାହି ପିଲାଙ୍କ ସହିତ ଦୀପକଙ୍କର ଶତ୍ରୁତା ଲାଗିରହିଥିଲା। ପୂର୍ବରୁ ଦୀପକଙ୍କ ଗୋଷ୍ଠୀର କିଛି ପିଲା ଦଳିତସାହିର ଜଣେ ପିଲାକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି କାରଣକୁ ନେଇ ପ୍ରାୟ ବର୍ଷେ ତଳେ ଦଳିତସାହିର କେତେଜଣ ପିଲା ଦୀପକଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ ଦୀପକ ବର୍ତ୍ତିଯାଇଥିଲେ। ଏହାପରେ ବୁଧବାର ଦୀପକ ପୁଣି ଆକ୍ରମଣର ଶିକାର ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୫ଟାରେ ସେ ବିଜେବିନଗରସ୍ଥିତ ନିଜ ଘରୁ ବାହାରୁଥିବା ସମୟରେ ହଠାତ୍‌ ୨ଟି ବାଇକ୍‌ରେ ୩ ଯୁବକ ଆସି ସେଠାରେ ପହଞ୍ଚତ୍ଥିଲେ। ସେମାନେ ଅର୍ତର୍କିତଭାବେ ଫାର୍ସାରେ ଦୀପକଙ୍କ ମୁଣ୍ଡ ଓ ହାତକୁ ହାଣିଥିଲେ। ଦୀପକ ସେମାନଙ୍କୁ ପରିରୋଧ କରିଥିଲେ ମଧ୍ୟ ସେମାନେ ଛାଡି ନ ଥିଲେ। ସମସ୍ତେ ଚୋଟ ପରେ ଚୋଟ ମାରିଚାଲିଥିଲେ। ଦୀପକ ଚିକତ୍ାର କରିବା ପରେ ତାଙ୍କ ସହଯୋଗୀମାନେ ଆସିଯିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏହି ଆକ୍ରମଣ ପଛରେ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳର ଗୋରା, ଗାଲୁଆ ଓ ଅନ୍ୟ ଜଣେ ସମ୍ପୃକ୍ତ ଥିବା ଦୀପକ କହିଛନ୍ତି। ତାଙ୍କ ମୁଣ୍ଡ ଓ ହାତରେ ୭ଟି ଷ୍ଟିଚ୍‌ ପଡିଥିବା ଜଣାପଡିଛି। ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ କଡା ନଜର ରଖିଛି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ପୋଲିସ ପ୍ରାଥମିକ ସ୍ତରରେ ହସ୍ପିଟାଲକୁ ଯାଇ ଘଟଣାର ତଦନ୍ତ କରୁଛି। ଆକ୍ରମଣ ପଛରେ ଆଉ କିଛି କାରଣ ରହିଛି କି ନାହିଁ ସେନେଇ ମଧ୍ୟ ପୋଲିସ ଖୋଳତାଡ଼ ଚଳାଇଛି। ଦୀପକ ସୁସ୍ଥ ହେବା ପରେ ତାଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ କହିଛି। ଏ ନେଇ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, ୩ଜଣ ଯୁବକ ବାଇକ୍‌ରେ ଆସି ଦୀପକଙ୍କୁ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି, ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

All Right Reserved By

Model This Week

Model This Week

ମେଟ୍ରୋ |

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ପୁରୀ ଅଫିସ,୨୫।୪: ପୁରୀ ପୌର ସଂସ୍ଥାର ସ୍ବତନ୍ତ୍ର କାଉନସିଲ୍‌ ବୈଠକ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବଜେଟକୁ ଅନୁମୋଦନ କରାଯାଇଛି। ଚଳିତ ଆର୍ଥିକ ବର୍ଷର ୭୫ କୋଟି ୩୧ଲକ୍ଷ ୯ହଜାର ୬୬୦ଟଙ୍କାର ସମତୁଲ ବଜେଟ ଅନୁମୋଦିତ ହୋଇଛି।

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ ପରଠାରୁ ରାଜ୍ୟରେ ନୂତନ ଚିନିକଳ ସ୍ଥାପନ କରାଯାଇନାହିଁ। ପୂର୍ବରୁ ଥିବା ୮ ଚିନିକଳ ମଧ୍ୟରୁ ୫ଟି ବନ୍ଦ ହୋଇ ପଡ଼ିରହିଛି।

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ପୁରୀ ଅଫିସ,୨୫।୪: ଖୋର୍ଦ୍ଧା ଜିଲା ଜଟଣୀ ନିକଟ ପାତ୍ରପଡାଠାରେ ଅନୁଷ୍ଠିତ ୭ ଦିନିଆ ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଲକ୍ଷ୍ମୀଧର ବିଶ୍ୱାଳ ବୁଧବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ କରି ନିଜ ପାପର ପ୍ରାୟଶ୍ଚିତ୍ତ କରିଛନ୍ତି।

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚଳିତ ଥିବା ପ୍ରାଣୀ ଉଦ୍ୟାନ ସଫାରୀ ସେବା ଲାଗି ପୂର୍ବରୁ ୨ ଥର ଟେଣ୍ଡର ଆହ୍ବାନ କରାଯାଥିଲା। ପ୍ରତ୍ୟେକ ଟେଣ୍ଡରରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ରାଜସ୍ବ ପାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ରାଜିନାମାରେ ସ୍ବାକ୍ଷର କରିନାହାନ୍ତି।

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟରେ ଭାରତୀୟ ବନ ସେବା ଏବଂ ଓଡ଼ିଶା ବନ ସେବା ବିଭାଗରେ ୪୩୩ ପଦବୀ ଖାଲି ପଡ଼ିଛି। ଜଙ୍ଗଲ ବିଭାଗର ୧୬ ଅଫିସରଙ୍କୁ ଅନ୍ୟ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ୯ ଜଣ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନ୍‌ରେ ଯାଇଛନ୍ତି।

ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟ

ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟ

ନିରାକାରପୁର,୨୫।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ସରପାରି ପଞ୍ଚାୟତ ସରପାରି ଟାଙ୍ଗି ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜଧାନୀରେ ଗଡୁଥିବା ସିଟିବସରେ ଯାତ୍ରା କରିବା ଯୁବତୀଙ୍କ ପ୍ରତି ଅସୁରକ୍ଷିତ ହୋଇପଡିଛି। ସେମାନଙ୍କୁ ବିଭିନ୍ନ ସମୟରେ ଅସଦାଚରଣର ଶିକାର ହେବାକୁ ପଡୁଛି। ଏପରି ଏକ ଘଟଣା ବୁଧବାର କଳିଙ୍ଗ ହସ୍ପିଟାଲ ଛକରେ ଘଟିଥିବା ଜଣାପଡିଛି।

ଝାରପଡା ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଝାରପଡା ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବୁଧବାର ଝାରପଡ଼ା ଜେଲରୁ ବାହାରିଛନ୍ତି। ଗତ ୨୦ ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା।

ଖୋର୍ଦ୍ଧା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ବିକ୍ଷୋଭ

ଖୋର୍ଦ୍ଧା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୨୫।୪: ଭାଜପା ପକ୍ଷରୁ ଖୋର୍ଦ୍ଧା ମ୍ୟୁନିସିପାଲିଟି ସମ୍ମୁଖରେ ଲଟ୍‌କା ଜାରି କାର୍ଯ୍ୟକ୍ରମ ମାଧ୍ୟମରେ ବୁଧବାର ବିକ୍ଷୋଭ କରାଯାଉଛି। ମ୍ୟୁନିସିପାଲିଟିରେ ହେଉଥିବା ବ୍ୟାପକ ଦୁର୍ନୀତି ଓ ସହରବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ଶାସକ ଦଳ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦର୍ଶାଇ ଏହି ବିକ୍ଷୋଭ କରାଯାଇଛି।

ଭିଜିଲାନ୍ସ ଜାଲରେ ବାଲିକୁଦା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ବାଲିକୁଦା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ

କଟକ ଅଫିସ, ୨୫।୪: ଜଗତ୍‌ସିଂହପୁର ଜିଲା ବାଲିକୁଦା ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ଘରେ ବୁଧବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

ଟ୍ରକ୍‌କୁ ଧକ୍କାଦେଲା ବସ୍‌: ଜଣେ ମୃତ, ୮ ଆହତ

ଟ୍ରକ୍‌କୁ ଧକ୍କାଦେଲା ବସ୍‌: ଜଣେ ମୃତ, ୮ ଆହତ

ଚୌଦ୍ୱାର,୨୫।୪(ଡି.ଏନ୍‌.ଏ.): ୫୫ ନମ୍ବର ଜାତୀୟ ରାଜପଥର ଯୋର ନିକଟ ପଖାଳ ଢାବାଠାରେ ବୁଧବାର ଭୋର ୫ଟା ସମୟରେ ବିଜୟ ନାମକ ଯାତ୍ରୀବାହୀ ବସ୍‌ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି।

ଉଦ୍‌ବେଗ ପ୍ରକାଶ କଲେ ଓଏଚ୍‌ଆରସି:ତଦନ୍ତ କରି ସମସ୍ୟାର ସମାଧାନ ପାଇଁ ବ୍ୟକ୍ତିଗତ ସଚିବଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୪(ବ୍ୟୁରୋ)- ଗତ ୭ତାରିଖରୁ କେନ୍ଦ୍ରାଞ୍ଚଳ ଆରଡିସି ଡି. ଭି. ସ୍ବାମୀ ଛୁଟିରେ ଅଛନ୍ତି। ହେଲେ ତାଙ୍କର ଏହି ଛୁଟି ଏବେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ୯ଜଣ ଗୁରୁତର ରୋଗୀଙ୍କ ପାଇଁ କାଳସାବ୍ୟସ୍ତ ହୋଇଛି। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଓଏଚ୍‌ଆରସି(ରାଜ୍ୟ ମାନବାଧିକାର କମିଶନ)ଙ୍କ ନିକଟରେ ସାମାଜିକ କର୍ମୀ ପ୍ରଦୀପ ନାୟକ ଏକ ପିଟିସନ୍‌ ଦାୟର କରିଥିଲେ। ଏହି ଘଟଣାରେ କମିଶନ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। କମିଶନ୍‌ ଘଟଣାର ତଦନ୍ତ ପାଇଁ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ କଟକ ବଡ ମେଡିକାଲକୁ ପଠାଇବା ସହିତ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।