ବାଲେଶ୍ୱର

ହାତୀ ଆକ୍ରମଣରେ ୨ ଗୁରୁତର

ହାତୀ ଆକ୍ରମଣରେ ୨ ଗୁରୁତର

ନୀଳଗିରି,୩।୧(ଡି.ଏନ.ଏ.)- ନୀଳଗିରି ଥାନା ଅଧୀନ ବାଉଁଶବଣିଆ ଗାଁରେ ହାତୀ ଆକ୍ରମଣରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ବୁଧବାର ରାତି ୯ଟାବେଳେ ୩ଟି ହାତୀ ଏହି ଗାଁକୁ ପଶି ଉତ୍ପାତ କରିଥିଲେ। ଆହତ ୨ଜଣଙ୍କ ମଧ୍ୟରୁ ଜଣକୁ ନୀଳଗିରି ଡାକ୍ତରଖାନା ଓ ଆଉ ଜଣକୁ ବାଲେଶ୍ୱର ଡାକ୍ତରଖାନାକୁ ପଠାଯାଇଛି।

All Right Reserved By

ବାଲେଶ୍ୱର

ପଥର ଖଣି ବନ୍ଦ, ଶ୍ରମିକ ହତାଶ

ପଥର ଖଣି ବନ୍ଦ, ଶ୍ରମିକ ହତାଶ

ରାଇସୁଆଁ, ୧୯।୭(ଡି.ଏନ.ଏ.): କେନ୍ଦୁଝର ଜିଲାରେ ଖଣିଖାଦାନ ଥାଇ ଶିକ୍ଷିତ ବେକାରୀ ସମସ୍ୟା ବୃଦ୍ଧି ପାଉଛି। ଲୋକେ କାମ ନ ପାଇ ବାହାର ରାଜ୍ୟକୁ ଦାନ ଖଟିବାକୁ ଯାଇ ନିଯ୍ୟାତନାର ଶିକାର ହେଉଛନ୍ତି।

ସାପ କାମୁଡ଼ାରେ ଜୁଆଙ୍ଗ ମହିଳାଙ୍କ ମୃତ୍ୟୁ

ତେଲକୋଇ, ୧୯।୭(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ଥାନା ବିମଳା ପଞ୍ଚାୟତ ନମକାନି ଜୁଆଙ୍ଗ ବସ୍ତିରେ ବୁଧୁବାର ରାତିରେ ଏକ ବିଷାକ୍ତ ସାପ କାମୁଡ଼ାରେ ଜଣେ ଜୁଆଙ୍ଗ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରଶ୍ମି ଜୁଆଙ୍ଗ(୩୫)।

ଗଛ ପଡ଼ି ରାସ୍ତା ଅବରୋଧ, ଯାତାୟାତ ଠପ

ଗଛ ପଡ଼ି ରାସ୍ତା ଅବରୋଧ, ଯାତାୟାତ ଠପ

ତେଲକୋଇ, ୧୯।୭(ଡି.ଏନ.ଏ.): ତେଲକୋଇ ମୁଖ୍ୟାଳୟ ଦଂଦୁଆମୁଣ୍ଡା ଗ୍ରାମ ରାସ୍ତାରେ ଏକ ବିରାଟ ଆମ୍ବ ଗଛ ପଡି ରହିଛି। ଫଳରେ ରାସ୍ତା ଅବରୋଧ ହୋଇଛି। ଶିବନାରାୟଣପୁର ଗୋଡା ଓ ତାଳପଦା ପଞ୍ଚାୟତ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ୮ ହଜାରରୁ ଊର୍ଦ୍ଧ୍ୱ ଲୋକେ ହଇରାଣ ହେଉଛନ୍ତି। ସ୍କୁଲ, କଲେଜ ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଲୋକେ ଆସି ପାରୁନାହାନ୍ତି।

୩ବର୍ଷ ହେଲା ଅଙ୍ଗନଓ୍ବାଡି ପାଚିକା ପଦବୀ ଖାଲି: କେନ୍ଦ୍ରରେ ତାଲା ପକାଇବାକୁ ଚେତାବନୀ

ବେତନଟୀ,୧୯।୭(ଡି.ଏନ.ଏ.)-ବଡସାହି ବ୍ଲକ ଅଧୀନ ବାଗୁଲି-ଢିପାସାହି ଅଙ୍ଗନଓ୍ବାଡି କେନ୍ଦ୍ରରେ ପ୍ରାୟ ୩ ବର୍ଷରୁ ଊର୍ଦ୍ଧ୍ୱ ହେଲା ସହ କର୍ମୀ ପଦବୀ ଖାଲି ପଡିଛି। କେନ୍ଦ୍ରରେ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଶିଶୁ ପଢୁଥିବା ବେଳେ ସେମାନଙ୍କ ପାଠପଢା, ଯତ୍ନ ନେବା, ଖାଇବାକୁ ଦେବାରେ ଅବହେଳା ହେଉଥିବା ଅଭିଯୋଗ ହୋଇଆସୁଛି। ଏହାବ୍ୟତୀତ ଶିକ୍ଷୟିତ୍ରୀଜଣକ ସରକାରୀ କାମରେ ବାହାରକୁ ପଳାଇଲେ, ଛୋଟ ଛୋଟ ପିଲାମାନେ ଏକୁଟିଆ କେନ୍ଦ୍ରରେ ବସିବା ସହ ନ ଖାଇ ଅସୁରକ୍ଷିତ ଭାବେ ଘରକୁ ଫେରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ବିଷୟରେ ଗ୍ରାମବାସୀ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ତୁରନ୍ତ ଏହାର ସମାଧାନ ପନ୍ଥା ବାହାର କରା ନ ଗଲେ ଗ୍ରାମରେ ଏକ ଜରୁରୀ ବୈଠକ ବସି ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ମାରିବା ପାଇଁ ନିଷ୍ପତି ହୋଇଛି।

‘ନିପା’ ଆତଙ୍କ: ଗୋଆରୁ ଫେରିଲେ ଆଉ ୬ ଯୁବକ

ବାଲିଆପାଳ,୧୯।୭(ଡି.ଏନ.ଏ.)-ଗୋଆରେ ଏବେ ନିପା ଭାଇରସ୍‌ ଆତଙ୍କ ଖେଳିଯାଇଛି। ଗୋଆରେ କାମ କରୁଥିବା ଭୋଗରାଇ ବ୍ଲକର ନିମାତପୁର ଗାଁର ଦୁଇ ଯୁବକଙ୍କ ମୃତ୍ୟୁ ହେବା ପରେ ସେଠାରେ କାମ କରୁଥିବା ବାଲିଆପାଳ ଥାନା ବଢ଼ାପାଳ ଗ୍ରାମର ୬ ଜଣ ଯୁବକ ବୁଧବାର ଘରକୁ ଫେରିଆସିଛନ୍ତି। ସେମାନେ ହେଲେ ବଢ଼ାପାଳ ଗ୍ରାମର ଜୟନ୍ତ ଜେନା (୧୭), ଜଗବନ୍ଧୁ ଜେନା (୧୯), ରମାନାଥ ଜେନା (୪୦), ରତିକାନ୍ତ ଜେନା (୩୩), ସମୀରଞ୍ଜନ ଜେନା (୧୭) ଓ ଅମର ଜେନା (୨୦)। ଏ ସମ୍ପର୍କରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣାଯିବା ପରେ ଏକ ଡାକ୍ତରୀ ଦଳ ବଢ଼ାପାଳ ୧ନଂ. ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚତ୍ ଗୋଆ ଫେରନ୍ତା ୬ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରିଛନ୍ତି।

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ପ୍ରାଣ ଗଲା

ଭୋଗରାଇ,୧୯।୭(ଡି.ଏନ.ଏ.)-ଭୋଗରାଇ ଥାନା ଦେଉଳା ଗ୍ରାମର ଗୋପାଳ ବେହେରା (୩୫) ବୁଧବାର ରାତିରେ ବିଦ୍ୟୁତ୍‌ ନ ଥିବା ଅବସ୍ଥାରେ ସାତଗୋହଳିଆ ଗ୍ରାମରେ ଥିବା ଟ୍ରାନ୍ସଫର୍ମରରେ କାମ କରୁଥିଲେ। ହଠାତ୍‌ ବିଦ୍ୟୁତ୍‌ ଆସିଯିବାରୁ ବିଦ୍ୟୁତ୍‌ ସ୍ପର୍ଶରେ ତାଙ୍କର ମୃତ୍ୟୁ ଘଟିଛି।

୩୪୩ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

୩୪୩ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ସିମୁଳିଆ,୧୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ମୋଟ ୩୪୩ ଭିନ୍ନକ୍ଷମ, ବିଧବା ଓ ବୟସ୍କ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଡ଼ିଓ ଦାୟିତ୍ୱରେ ଥିବା ସିମୁଳିଆ ତହସିଲଦାର ଗୋପୀନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ନୂତନ ରୂପେ ନିରୁପିତ ହୋଇଥିବା ବିଭିନ୍ନ ପଞ୍ଚାୟତର ହିତାଧିକାରୀମାନଙ୍କୁ କାର୍ଡ଼ ଓ ଭତ୍ତା ବଣ୍ଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଏମ୍‌ପି ପ୍ରତିନିଧି କ୍ଷୀତିଶ କୁମାର ମହାନ୍ତି, ବ୍ଲକ ଅଧ୍ୟକ୍ଷା ଧରିତ୍ରୀ ମହାରଣା, ଉପାଧ୍ୟକ୍ଷ ଗୌରାଙ୍ଗ ଚନ୍ଦ୍ର ପତ୍ରୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯୋଗ ଦେଇଥିଲେ।

ରାଇଁସୁଆରେ ‘ଆମ ଗଁ। ଆମ ବିକାଶ’ ଶୁଭାରମ୍ଭ

ରାଇଁସୁଆରେ ‘ଆମ ଗଁ। ଆମ ବିକାଶ’ ଶୁଭାରମ୍ଭ

ବାଲେଶ୍ୱର ଅଫିସ,୧୯।୭-ବାଲେଶ୍ୱର ସଦର ବ୍ଲକ ରାଇଁସୁଆ ପଞ୍ଚାୟତରେ ‘ଆମ ଗଁ। ଆମ ବିକାଶ’ ଯୋଜନାରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ପ୍ରକଳ୍ପ ଲାଗି ଗୁରୁବାର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଶୁଭ ଦେଇଛନ୍ତି।

ସ୍କୁଲ ଫେରନ୍ତା ଛାତ୍ରୀଛାତ୍ରଙ୍କ ଉପରେ ଟ୍ରକ ମାଡ଼ିଗଲା:୪ ମୃତ, ୫ ଗୁରୁତର

ସ୍କୁଲ ଫେରନ୍ତା ଛାତ୍ରୀଛାତ୍ରଙ୍କ ଉପରେ ଟ୍ରକ ମାଡ଼ିଗଲା:୪ ମୃତ, ୫ ଗୁରୁତର

ଭଦ୍ରକ ଅଫିସ,୧୯।୭-ସ୍କୁଲ ଛୁଟି ପରେ ସାଇକେଲରେ ଘରକୁ ଫେରୁଥିବା ୯ଜଣ ଛାତ୍ରୀଛାତ୍ରଙ୍କ ଉପରେ ଏକ ୧୦ଚକିଆ ଟ୍ରକ ମାଡ଼ିଯିବାରୁ ୪ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ଜଣ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଭଦ୍ରକ ସହର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରାହାଞ୍ଜ ଛକରେ ଗୁରୁବାର ଅପରାହ୍ନରେ ଘଟିଛି। ସାରା ସହର ଏଥିରେ ସ୍ତବ୍ଧ ହୋଇଯାଇଛି।

ବିଜେଡିରେ କଂଗ୍ରେସ କର୍ମୀ

ଧାମନଗର,୧୯।୭(ଡି.ଏନ.ଏ.)-ଧାମନଗର ବ୍ଲକ ଦଳାଙ୍ଗ ଓ ପଧାନୀ ପଞ୍ଚାୟତରେ ୨୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।

ଜିଲା ବିଜେଡି ସଂଖ୍ୟାଲଘୁ ସେଲ୍‌ କମିଟି ଗଠିତ

ବନ୍ତ,୧୯।୭(ଡି.ଏନ.ଏ.)-ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଭଦ୍ରକ ଜିଲା ବିଜେଡି ସଂଖ୍ୟାଲଘୁ ସେଲ୍‌ କମିଟି ଗଠିତ ହୋଇଛି।

‘ଆମ ସାହିତ୍ୟରେ ଶ୍ରୀଜଗନ୍ନାଥ’

‘ଆମ ସାହିତ୍ୟରେ ଶ୍ରୀଜଗନ୍ନାଥ’

ଭଦ୍ରକ ଅଫିସ,୧୯।୭-ଶ୍ରୀଜଗନ୍ନାଥ ଚେତନାରୁ ଓଡ଼ିଆ ଭାଷା ଓ ସାହିତ୍ୟ ସୃଷ୍ଟି ହୋଇଛି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିବାରେ ଶ୍ରୀଜଗନ୍ନାଥଙ୍କ ଚେତନା ତଥା ମାଦଳା ପାଞ୍ଜିର ବଳିଷ୍ଠ ଭୂମିକା ରହିଛି ବୋଲି ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ସଂକ୍ରାନ୍ତି ଆସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

Model This Week

ରୂପେଶ