ବାଲେଶ୍ୱର

ପୋଖରୀରେ ବୁଡ଼ି ଶିଶୁ ମୃତ

ପୋଖରୀରେ ବୁଡ଼ି ଶିଶୁ ମୃତ

ବସ୍ତା,୩।୧(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ବସ୍ତାଥାନା ଅଞ୍ଚଳରେ କ୍ରମାଗତ ଭାବେ ୩ ଦିନ ଧରି ପୋଖରୀରେ ବୁଡିଯାଇ ଶିଶୁମାନଙ୍କ ମୃତ୍ୟୁ ଘଟିବା ଘେନି ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ପଣିସାପଡା ଗାଁ ର ବୁଲବୁଲ ଜେନାଙ୍କର ଦୀପା ନାମ୍ନୀ ଦୁଇବର୍ଷର ଝିଅ ବୁଧବାର ପୋଖରୀରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି । ଝିଅଟ ଅଜାଘର ତିଗିରିଆ ଗାଁ ଭାନୁ ମହାଳିକଙ୍କ ଘରକୁ ଯାଇଥିଲା। ସେଠାରେ ପାଣିରେ ବୁଡିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନା ଅଣାଯାଇଥିଲା। ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ମାମଲା ( ନଂ.୨/୧୮) ରୁଜୁ କରି ତଦନ୍ତ କରୁଛି।

All Right Reserved By

Model This Week

ନିକିତା

ବାଲେଶ୍ୱର

ଦଉଡ଼ି ଦେଇ ନାବାଳକଙ୍କ ଆତ୍ମହତ୍ୟା

ଢେଙ୍କିକୋଟ, ୨୩।୪(ଡି.ଏନ୍‌.ଏ.) - କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ବଡ଼ସାହିରେ ଜଣେ ନାବାଳକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ଝଡ଼ପବନରେ ଭାଙ୍ଗିଲା ବ୍ରଏଲର ଫାର୍ମ

ଝଡ଼ପବନରେ ଭାଙ୍ଗିଲା ବ୍ରଏଲର ଫାର୍ମ

ପାଟଣା, ୨୩।୪(ସ୍ବ.ପ୍ର.) - ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ନୂଆଗାଁ ଗ୍ରାମରେ କାଳବୈଶାଖୀ ଯୋଗୁଁ ରବିବାର ସନ୍ଧ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

ଏଟିଏମ୍‌ରେ ୪ ଦିନ ହେଲା ଟଙ୍କା ନାହିଁ

ଢେଙ୍କିକୋଟ, ୨୩।୪(ଡି.ଏନ୍‌.ଏ.) - କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଢେଙ୍କିକୋଟ ଏକ ବ୍ୟବସାୟିକ ବ୍ୟସ୍ତ ବହୁଳ ବଜାର। ଏଠାରେ ଜାତୀୟକରଣ ବ୍ୟାଙ୍କ ଶାଖାକୁ ଲାଗି ୨ଟି ଏବଂ ଅନ୍ୟତ୍ର ୫ଟି ଏଟିଏମ୍‌ କାଉଣ୍ଟର ରହିଛି।

ନାବାଳିକା ଅପହରଣ

ଆନନ୍ଦପୁର,୨୩।୪(ଡି..ଏନ୍‌.ଏ.)- କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ଖାଳିଆମେଣ୍ଟା ଗ୍ରାମର ଜଣେ ନାବାଳିକାଙ୍କୁ ଉକ୍ତ ଗ୍ରାମର ଜିତୁ ପଲେଇ ଗତ ବୁଧବାର ଅପହରଣ କରିଥିବା ଘସିପୁରା ଥାନାରେ ଅଭିଯୋଗ ହୋଇଛି।

ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ଧାମନଗର,୨୩।୪(ଡି.ଏନ.ଏ.)-ଧାମନଗର ବ୍ଲକ ଅଧୀନ ସମସ୍ତ ପଞ୍ଚାୟତରୁ ମୋଟ ୬୭୧ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ଚୟନ କରାଯାଇଥିବା ବେଳେ ୩୫୦ ଜଣ ଭତ୍ତା ଗ୍ରହଣ କରିଛନ୍ତି।

 ଆନନ୍ଦପୁରରେ ୭ ବିଜୁ ଯୁବ ବାହିନୀ

ଆନନ୍ଦପୁରରେ ୭ ବିଜୁ ଯୁବ ବାହିନୀ

ଘସିପୁରା,୨୩।୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦରେ ୭ ଟି ବିଜୁ ଯୁବ ବାହିନୀ ଗଠନ ଲାଗି ସ୍ଥିର ହୋଇଛି। ମୋଟ ୧୬ ଗୋଟି ଓାର୍ଡ଼ ମଧ୍ୟରୁ ପ୍ରତି ଓାର୍ଡ଼ରେ ପୂର୍ବରୁ ୨୫ ଜଣ ଲେଖାଏଁ ଯୁବକ ଅନ୍‌ ଲାଇନରେ ନାମ ପଞ୍ଜୀକରଣ କରାଇଥିଲେ।

‘ବାଲ୍ୟବିବାହ ରୋକିବାକୁ ସଚେତନତା ଲୋଡ଼ା’

‘ବାଲ୍ୟବିବାହ ରୋକିବାକୁ ସଚେତନତା ଲୋଡ଼ା’

ଘସିପୁରା,୨୩।୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କରଡାବଣି ଗ୍ରାମରେ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଥମୁନି ଯକ୍ଷ୍ମା ରୋଗର ପ୍ରକୋପ

ରାଇସୁଆଁ, ୨୩।୪(ଡି.ଏନ.ଏ.)- ଯକ୍ଷ୍ମା ନିରାକରଣ ପାଇଁ ଯୋଜନାରେ ସରକାରୀ ଭାବେ ଯୋଗାଇ ଦିଆଯାଉ ଥିବା ଔଷଧର ମାନ ନେଇ ରୋଗୀମାନେ ଅଭିଯୋଗ କରୁଛନ୍ତି।

୬ ବର୍ଷ ହେବ ହୋଇପାରୁନି ଗୋଦାମ ଘର

ଚମ୍ପୁଆ,୨୩।୪(ଡି.ଏନ.ଏ)- ଚମ୍ପୁଆ ଉପଖଣ୍ଡ ମୁଖ୍ୟାଳୟଠାରେ ପ୍ରସ୍ତାବିତ ମାର୍କଫେଡ ଗୋଦାମ ଘର ନିର୍ମାଣ ନେଇ ଅଡୁଆ ପରିସ୍ଥିତି ଲାଗି ରହିଥିବାରୁ ଦୀର୍ଘ ୬ ବର୍ଷ ହେବ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନାହିଁ ।

ପୁରଡିହିରେ ଉଡାପର୍ବ ପାଳିତ

ଗୋପବନ୍ଧୁନଗର, ୨୩।୪ (ଡି.ଏନ୍‌.ଏ) ଗୋପବନ୍ଧୁନଗର ବ୍ଲକ ଅଧୀନ ପୁରଡିହି ଠାରେ ୨୩ତମ ଉଡାପର୍ବ ପାଳିତ ହୋଇଥିଲା। ଏହି ଉଡାପର୍ବ ଅବସରରେ ଗ୍ରାମର କୈବର୍ତ ଲୋକଙ୍କର ଆରାଧ୍ୟ ଦେବତା ଲକ୍ଷ୍ମୀନାରାୟଣଙ୍କୁ ମହା ଆଡମ୍ବର ସହକାରେ ପୂଜା କରାଯାଇଥିଲା।

ପିଲାଙ୍କ ମଧ୍ୟରେ ଦେଶପ୍ରେମ ଭାବ ଜାଗ୍ରତ କରିବାକୁ ଆହ୍ବାନ

ପିଲାଙ୍କ ମଧ୍ୟରେ ଦେଶପ୍ରେମ ଭାବ ଜାଗ୍ରତ କରିବାକୁ ଆହ୍ବାନ

ଗୋପବନ୍ଧୁନଗର, ୨୩।୪ (ଡି.ଏନ୍‌.ଏ)-ଗୋପବନ୍ଧୁନଗର ବ୍ଲକ ଅଧୀନ ସାନବେଲାକୁଟିସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ନବମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଚତୁରେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିରୁଦ୍ଧ ମହଲା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପଶୁଦା ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜେନ୍ଦ୍ର କଟୁଆଳ ଯୋଗଦେଇଥିଲେ । ପିଲାଙ୍କ ଭିତରେ ଦେଶପ୍ରେମ, ଭାତୃତ୍ୱ ଓ ଆଧ୍ୟତ୍ମିକତାର ଭାବ ଜାଗ୍ରତ କରାଇ ପାରିଲେ ସେମାନେ ଦଶମାତୃକାର ସେବାରେ ନିଜକୁ ନିୟୋଜିତ କରି ପାରିବେ ବୋଲି ଅତିଥିମାନେ କହିଥିଲେ।

ଜିଲାସ୍ତରୀୟ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଶୁଭାରମ୍ଭ

ଜିଲାସ୍ତରୀୟ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଶୁଭାରମ୍ଭ

ବାଲେଶ୍ୱର ଅଫିସ,୨୩।୪-ବାଲେଶ୍ୱର ଜିଲା ରେମୁଣା ବ୍ଲକ ମନ୍ଦାରପୁରସ୍ଥିତ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ସୋମବାର ଜିଲାସ୍ତରୀୟ ସ୍ବତନ୍ତ୍ର ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲାପାଳ ମାନସ ରଞ୍ଜନ ପାଢ଼ୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶିଶୁମାନଙ୍କୁ ବିଭିନ୍ନ ମାରାମତ୍କ ରୋଗରୁ ରକ୍ଷା ନିମନ୍ତେ ସମସ୍ତ ନିର୍ଦ୍ଧାରିତ ଟିକା ପ୍ରଦାନ ଅତ୍ୟନ୍ତ ଜରୁରୀ ବୋଲି ଦର୍ଶାଇଥିଲେ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବାଲେଶ୍ୱର ଜିଲାର ନୀଳଗିରି, ଔପଦା ଓ ବସ୍ତା ବ୍ଲକ ବ୍ୟତୀତ ଅନ୍ୟ ୯ଟି ବ୍ଲକର ୫୫ଟି ଗ୍ରାମରେ ୦ ରୁ ୨ ବର୍ଷ ମଧ୍ୟରେ ଥିବା ଶିଶୁ, ଯେଉଁମାନେ କୌଣସି ଟିକା ନେଇ ନ ଥିବେ ବା କିଛି ଟିକା ନେଇ ଅନ୍ୟାନ୍ୟ ଟିକାକରଣରୁ ବାଦ୍‌ ପଡିଥିବେ ସେମାନଙ୍କୁ ଟିକାଦାନ କରାଯିବ ।